Posted inଜାତୀୟ

ବ୍ଲଡ କ୍ୟାନସର ରୋଗୀଙ୍କୁ ମିଳିବ ଅତ୍ୟାଧୁନିକ ଚିକିତ୍ସା ବ୍ୟବସ୍ଥା, ଭାରତର ପ୍ରଥମ ସ୍ବଦେଶୀ ସିଏଆର-ଟି ଥେରାପିକୁ ମିଳିଲା ମଞ୍ଜୁରୀ

ନୂଆଦିଲ୍ଲୀ,୧୪।୧୦: ବ୍ଲଡ କ୍ୟାନସର ରୋଗୀଙ୍କ ଚିକିତ୍ସା ପାଇଁ ଭାରତରେ ଏକ ଅତ୍ୟାଧୁନିକ ଚିକିତ୍ସା ପ୍ରଣାଳୀକୁ ଅନୁମୋଦନ କରାଯାଇଛି। ସେଣ୍ଟ୍ରାଲ ଡ୍ରଗ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ଅର୍ଗାନାଇଜେଶନ (ସିଡିଏସକୋ) ବିଶେଷଜ୍ଞ କାର୍ଯ୍ୟ କମିଟିର ସୁପାରିଶ କ୍ରମେ ଭାରତର ପ୍ରଥମ ସ୍ବଦେଶୀ କାଇମେରିକ ଆଣ୍ଟିଜେନ ରିସେପ୍ଟର (CAR -T) ସେଲ ଥେରାପି ଆରମ୍ଭ କରିବାକୁ ଯାଉଛି। ଏହି ଚିକିତ୍ସା ଗମ୍ଭୀର ଲିମ୍ଫୋସାଇଟିକ ଲ୍ୟୁକେମିଆ ଏବଂ ବି-ସେଲ ଲିମ୍ଫୋମା ପରି କ୍ୟାନସର ରୋଗର ଚିକିତ୍ସାରେ ବ୍ୟବହୃତ ହେବ।

ଏହି ଥେରାପିରେ କ୍ୟାନସର ରୋଗୀଙ୍କଠାରୁ ଶ୍ୱେତରକ୍ତ କଣିକା ସହିତ ଟି କୋଷିକା ବାହାର କରାଯାଇଥାଏ। ଏହା ପରେ, ସେଗୁଡିକୁ ଲାବୋରେଟୋରୀକୁ ଅଣାଯାଇ ଟି କୋଷିକା ଏବଂ ଶ୍ୱେତରକ୍ତ କଣିକାକୁ ଅଲଗା କରାଯାଇଥାଏ। ଏହା ପରେ ଏଗୁଡିକୁ ପୁନର୍ବାର ରୋଗୀ ଶରୀରରେ ପ୍ରବେଶ କରାଯାଇଥାଏ। ଏହି ପ୍ରକ୍ରିୟା କେବଳ ଥରେ କରାଯାଏ। ରୋଗୀର ଶରୀରରେ ପ୍ରବେଶ କରିବା ପରେ, ଟି କୋଷଗୁଡ଼ିକ କ୍ୟାନସର ସହ ଲଢିବା ସହ ଭିତରୁ ସେଗୁଡିକୁ ନଷ୍ଟ କରିଥାନ୍ତି।
ଲ୍ୟୁକେମିଆ (ଶ୍ୱେତରକ୍ତ କଣିକା ଉତ୍ପାଦନ କରୁଥିବା କୋଷରୁ ଉତ୍ପନ୍ନ କ୍ୟାନସର) ଏବଂ ଲିମ୍ଫୋମା (ଲିମ୍ଫାଟିକ ସିଷ୍ଟମରୁ ଉତ୍ପନ୍ନ କ୍ୟାନସର) ପାଇଁ ଏହି ଚିକିତ୍ସା ଅନୁମୋଦିତ।

ଏହି ଥେରାପି ୨୦୧୭ରେ ଆମେରିକାରେ ଅନୁମୋଦିତ ହୋଇଥିଲା ଯେଉଁଠାରେ ଜଣେ ରୋଗୀଙ୍କୁ ପ୍ରାୟ ତିନିରୁ ଚାରି କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡୁଥିଲା। କିନ୍ତୁ ଭାରତୀୟ ବୈଜ୍ଞାନିକମାନେ ଏହା ଉପରେ ୨୦୧୮ରେ ପରୀକ୍ଷା କରିବା ଆରମ୍ଭ କରିଥିଲେ। ସ୍ବଦେଶୀ ଉପାୟରେ ହେବାକୁ ଥିବା ଏହି ଚିକିତ୍ସାରେ ଭାରତରେ ପ୍ରାୟ ୩୦ରୁ ୪୦ଲକ୍ଷ ଟଙ୍କା ଖର୍ଚ୍ଚ ହେବ।
ତେବେ ସମସ୍ତ କର୍କଟ ରୋଗୀଙ୍କ ପାଇଁ ଏତେ ଟଙ୍କା ଖର୍ଚ୍ଚ କରିବା କଷ୍ଟ ହୋଇପାରେ। କିନ୍ତୁ ବିଶେଷଜ୍ଞମାନେ କହିଛନ୍ତି ଯେ ଆଗାମୀ ଦିନରେ ଏହି ଥେରାପି କେବଳ ଶସ୍ତା ହେବ ନାହିଁ ବରଂ ଦେଶର ସବୁ ଡାକ୍ତରଖାନାଗୁଡ଼ିକରେ ମଧ୍ୟ ଉପଲବ୍ଧ ହେବ। ଆଇଆଇଟି ବମ୍ବେ ଏବଂ ଟାଟା ମେମୋରିଆଲ ସେଣ୍ଟର (ଟିଏମସି) ମିଳିତ ଭାବେ ଏହି ସ୍ବଦେଶୀ ଚିକିତ୍ସାକୁ ବିକଶିତ କରିଛନ୍ତି ଯାହା ଦେଶର ଅନେକ ପ୍ରମୁଖ ଡାକ୍ତରଖାନାରେ ଦୁଇଟି ଭିନ୍ନ ପର୍ଯ୍ୟାୟରେ ପରୀକ୍ଷା କରାଯାଇଛି। ଏହି ଚିକିତ୍ସା କ୍ୟାନସର ରୋଗୀଙ୍କ ଉପରେ ୮୮ ପ୍ରତିଶତ ପ୍ରଭାବଶାଳୀ ବୋଲି ଜାଣିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ମୋଦିଙ୍କ ଘୋଷଣା ଶୁଣି ଟ୍ରମ୍ପ ଛାନିଆ! କହିଦେଲେ…

ନୂଆଦିଲ୍ଲୀ,୫।୧୨:ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତରେ ଅଛନ୍ତି। ଆଜି ତାଙ୍କ ଗସ୍ତର ଦ୍ୱିତୀୟ ଦିନ। ଗୁରୁବାର ରାତିରେ ଭାରତରେ ପହଞ୍ଚିଥିବା ପୁଟିନ ମହାତ୍ମା ଗାନ୍ଧୀଙ୍କ...

ଶୀତରେ ଥରୁଛି ଉତ୍ତର ଭାରତ

ନୂଆଦିଲ୍ଲୀ,୫ା୧୨: ସମଗ୍ର ଉତ୍ତର ଭାରତ ଶୀତରେ ଥରୁଛି। ଶୁକ୍ରବାର ରାଜସ୍ଥାନ, ପଞ୍ଜାବ ଏବଂ ହରିୟାଣାର ଅଧିକାଂଶ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ ନିମ୍ନରେ ରହିଛି। ତେବେ...

ଭାରତର ସବୁଠୁ ବିଶ୍ବାସଯୋଗ୍ୟ ଏହି ୩ଟି ବ୍ୟାଙ୍କ, RBI କଲା ବଡ଼ ଘୋଷଣା

ନୂଆଦିଲ୍ଲୀ,୫।୧୨: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI), HDFC, ଏବଂ ICICI ବ୍ୟାଙ୍କକୁ ଦେଶର ସବୁଠାରୁ ସୁରକ୍ଷିତ ବ୍ୟାଙ୍କ ଭାବରେ...

ପୁଟିନଙ୍କ କାର୍‌ ଠାରୁ କେତେ ଦମଦାର୍‌ ମୋଦିଙ୍କ କାର୍‌? ଜାଣନ୍ତୁ ଦୁଇଟାଯାକର ଦାମ୍‌

ନୂଆଦିଲ୍ଲୀ,୫।୧୨: ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ବିଶ୍ୱର ସବୁଠାରୁ ରହସ୍ୟମୟ ନେତାମାନଙ୍କ ମଧ୍ୟରୁ ଜଣେ ବୋଲି ବିବେଚନା କରାଯାଏ। ସେ ପ୍ରତ୍ୟେକ ଗସ୍ତରେ ଏକ ବୁଲେଟପ୍ରୁଫ...

ପୁଟିନ୍‌ଙ୍କୁ ଗୀତା ଉପହାର ଦେଲେ ମୋଦି

ନୂଆଦିଲ୍ଲୀ,୫।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଗସ୍ତରେ ଭାରତ ଆସିଛନ୍ତି। ଏଡି ଅବସରରେ ରାଷ୍ଟ୍ରପତି ପୁଟିନ୍‌ଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଶ୍ରୀମଦ୍‌ଭଗବତ...

ପୂର୍ବତନ ଡିଏସ୍‌ପିଙ୍କ ଝିଅ ହାତ ଧରିଲେ ବୃନ୍ଦାବନର ପ୍ରବଚକ ଇନ୍ଦ୍ରେଶ ଉପାଧ୍ୟାୟ

ଜୟପୁର,୫ା୧୨: ପ୍ରବଚକ ଇନ୍ଦ୍ରେଶ ଉପାଧ୍ୟାୟ ଏବଂ ପୂର୍ବତନ ଡିଏସ୍‌ପିଙ୍କ ଝିଅ ସିପ୍ରା ଜୟପୁରର ଏକ ହୋଟେଲରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ପ୍ରସିଦ୍ଧ ମଥୁରାର ପ୍ରବଚକ...

ସ୍ବାସ୍ଥ୍ୟକୁ ସୁସ୍ଥ ରଖେ କ୍ରୀଡ଼ା, ନିୟମିତ ଖେଳକୁଦ ଅଭ୍ୟାସ ପାଇଁ…

ଭଞ୍ଜନଗର,୫ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ୩୬ ତମ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri