ବାଇକ୍‌ ଧକ୍କାରେ ମହିଳାଙ୍କ ମୃତ୍ୟୁ: ମୃତଦେହ ରଖି ରାସ୍ତା ଅବରୋଧ

ଭବାନୀପାଟଣା,୧୮ା୧(ସ୍ବ.ପ୍ର.): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ କାଲୋପଲା ଛକ ନିକଟରେ ବୁଧବାର ବାଇକ୍‌ ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ମୃତ ମହିଳାଙ୍କ ନାମ କୁନ୍ତଳା ବାରିକ୍‌ ହୋଇଥିବା ବେଳେ ତାଙ୍କ ଘର ଧର୍ମଗଡ଼ ବ୍ଲକ ତରାପୁର ଗ୍ରାମ ଟେମରିଆ ପଡ଼ାର ବୋଲି ଜଣାପଡିଛି। ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି। ମୃତଦେହ ରଖି ସମ୍ପର୍କୀୟ ରାସ୍ତା ଅବରୋଧ କରିଛନ୍ତି। ଫଳରେ ଜାତୀୟ ରାଜପଥ ୨୬ ଭବାନୀପାଟଣା-ଜୟପୁର ମୁଖ୍ୟ ରାସ୍ତାରେ ଯାନବାହନ ଚଳାଚଳ ଏବେ ବନ୍ଦ ରହିଛି।