ମୋତିସନ୍ସ ଜୁଏଲର୍ସ ଶେୟାର ତାଲିକାଭୁକ୍ତ ହେବା ମାତ୍ରେ ମାଲାମାଲ ହେଲେ ନିବେଶକ

ମୁମ୍ବାଇ,୨୬।୧୨: ଶେୟାର ମାର୍କେଟରେ ଧମାକାଦାର ଏଣ୍ଟ୍ରି କରିଛି ମୋତିସନ୍ସ ଜୁଏଲର୍ସ। ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ(ଏନଏସଇ)ରେ କମ୍ପାନୀର ଶେୟାର ୯୮.୧୮% ପ୍ରିମିୟମ ସହିତ ୧୦୯ ଟଙ୍କାରେ ତାଲିକାଭୁକ୍ତ ହୋଇଥିଲା। ସେହିଭଳି ବମ୍ବେ ଷ୍ଟକ ଏକ୍ସଚେଞ୍ଜ(ବିଏସଇ)ରେ ୧୦୩.୯୦ ଟଙ୍କାରେ ତାଲିକାଭୁକ୍ତ ହୋଇଥିଲା। ପୂର୍ବରୁ ବିଶେଷଜ୍ଞମାନେ ଆକଳନ କରିଥଲେ କି ଏହି ଶେୟାର ପ୍ରାୟ ୧୧୫ ରୁ ୧୨୫ ଟଙ୍କାରେ ତାଲିକାଭୁକ୍ତ ହୋଇପାରେ।

ଆଶାଠାରୁ କମ୍ ଥିଲା ମଧ୍ୟ ନିବେଶକମାନେ ତଥାପି ବିପୁଳ ଲାଭ ପାଇଛନ୍ତି। ଏହି ଆଇପିଓ ସମସ୍ତ ବର୍ଗରେ ଜବରଦସ୍ତ ପ୍ରତିକ୍ରିୟା ପାଇଛି। ସବସ୍କ୍ରିପସନର ତୃତୀୟ ଦିନରେ, ମୋତିସନ୍ସ ଜୁଏଲର୍ସ ଆଇପିଓ ସମସ୍ତ ବର୍ଗରୁ ଜବରଦସ୍ତ ପ୍ରତିକ୍ରିୟା ପାଇଛି। ଶେଷ ଦିନରେ ମୋଟ ସବସ୍କ୍ରିପସନ ସଂଖ୍ୟା ୧୫୯.୬୧ ଗୁଣା ଥିଲା। ଦ୍ୱିତୀୟ ଦିନ ଶେଷରେ ମୋତିସନ୍ସ ଆଇପିଓ ସବସ୍କ୍ରିପସନ୍ ସ୍ଥିତି ୫୧.୫୦ ଥର ଥିଲା। ପ୍ରଥମ ଦିନ ଶେଷରେ ମୋଟିସନ୍ ଆଇପିଓ ୧୫.୦୨ ଥର ସବସ୍କ୍ରିପସନ୍ ହୋଇଥିଲା।

ଡିସେମ୍ବର ୧୮ ତାରିଖ ସୋମବାର ମୋତିସନ୍ସ ଜୁଏଲର୍ସ ଆଇପିଓ ଖୋଲିଥିବା ବେଳେ ୨୦ ତାରିଖ ବୁଧବାର ବନ୍ଦ ହୋଇଥିଲା। ମୋତିସନ୍ସ ଜୁଏଲର୍ସ ଶୁକ୍ରବାର, ଡିସେମ୍ବର ୧୫ ରେ ଆଙ୍କର୍ ନିବେଶକମାନଙ୍କଠାରୁ ୩୬.୩ କୋଟି ଟଙ୍କା ହାସଲ କରିଥିଲା। ମୋଟିସନ୍ ଜୁଏଲର୍ସ ଆଇପିଓ ପ୍ରାଇସ୍ ଇକ୍ୱିଟି ସେୟାର ପ୍ରତି ୫୨ ରୁ ୫୫ ଟଙ୍କା ମଧ୍ୟରେ ଥିଲା।

ମୋତିସନ୍ସ ଜୁଏଲର୍ସ ଆଇପିଓର ଆକାର ୧୫୧ କୋଟି ଟଙ୍କା ଥିଲା। ଏହି ଆଇପିଓରେ ଯୋଗ୍ୟ ଅନୁଷ୍ଠାନ କ୍ରେତାମାନଙ୍କ ପାଇଁ ୫୦ ପ୍ରତିଶତ ଅଂଶ, ଅଣ-ଅନୁଷ୍ଠାନିକ କ୍ରେତାମାନଙ୍କ ପାଇଁ ୧୫ ପ୍ରତିଶତ ଏବଂ ଖୁଚୁରା ନିବେଶକାରୀଙ୍କ ପାଇଁ ୩୫ ପ୍ରତିଶତ ଅଂଶ ସଂରକ୍ଷିତ କରାଯାଇଥିଲା।

ମୋତିସନ୍ସ ଜୁଏଲର୍ସ ଜୟପୁରର ଏକ ପ୍ରସିଦ୍ଧ ଅଳଙ୍କାର ବ୍ରାଣ୍ଡ, ଯାହା ସୁନା, ହୀରା ଏବଂ କୁନ୍ଦନ ଅଳଙ୍କାରରେ କାରବାର କରେ। ୧୯୯୭ ରେ କମ୍ପାନୀ ପ୍ରତିଷ୍ଠା ହୋଇଥିଲା। ଆଇପିଓ ମାଧ୍ୟମରେ ପାଇଥିବା ଟଙ୍କା କମ୍ପାନୀ ପୁଞ୍ଜି ଏବଂ ସାଧାରଣ କର୍ପୋରେଟ୍ ଉଦ୍ଦେଶ୍ୟ ପୂରଣ ପାଇଁ ବ୍ୟବହାର କରିବ। ଏହା ସହିତ କିଛି ପାଣ୍ଠି ଋଣ ପରିଶୋଧ କରିବାକୁ ବ୍ୟବହୃତ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ପବିତ୍ର ଅକ୍ଷୟ ତୃତୀୟାରେ ପାଳନ ହେବ କବିସୂର୍ଯ୍ୟଙ୍କ ଶ୍ରାଦ୍ଧୋତ୍ସବ

ଦିଗପହଣ୍ଡି,୧୨ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ଅଧ୍ୟକ୍ଷଙ୍କ ପ୍ରକୋଷ୍ଠରେ ରବିବାର ମଧ୍ୟାହ୍ନରେ ଦିଗପହଣ୍ଡିସ୍ଥିତ କବିସୂର୍ଯ୍ୟ ସ୍ମୃତି ପରିଷଦ ପକ୍ଷରୁ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି।…

୩୦୦ ୟୁନିଟ ମାଗଣା ବିଜୁଳି, ୭୮ହଜାର ଟଙ୍କାର ସବସିଡି; ଜାଣନ୍ତୁ କେମିତି ଉଠାଇବେ ଏହି ସରକାରୀ ଯୋଜନାର ଲାଭ…

ନୂଆଦିଲ୍‌ଲୀ,୧୨।୪: ମାଗଣା ବିଦ୍ୟୁତ ଯୋଜନା ଅଧୀନରେ, ସରକାର ସ୍ଥାପିତ ସୌର ପ୍ୟାନେଲର କ୍ଷମତା (kW) ଉପରେ ଆଧାର କରି ସବସିଡି ପ୍ରଦାନ କରନ୍ତି। 1 kW ସିଷ୍ଟମ…

ଚଳନ୍ତା ଟ୍ରେନରେ ଚଢ଼ିବା ପ୍ରୟାସ ପଡ଼ିଲା ମହଙ୍ଗା, ସିସିଟିଭିରେ କଏଦ ହେଲା ମୃତ୍ୟୁର Live Video

ଭୋପାଳ,୧୨।୪: ମଧ୍ୟପ୍ରଦେଶର ରତଲାମ ରେଳ ଷ୍ଟେସନରେ ଚଳନ୍ତା ଟ୍ରେନରେ ଚଢ଼ିବାକୁ ଚେଷ୍ଟା କରିବା ସମୟରେ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି । ଟ୍ରେନରେ ଫସିବା ପରେ, ସେ…

ଇରାନ-ଆମେରିକା ଆଲୋଚନା ବିଫଳ, ଆସିଲା ନେତାନ୍ୟାହୁଙ୍କ ପ୍ରଥମ ପ୍ରତିକ୍ରିୟା, ଜାଣନ୍ତୁ କ’ଣ କହିଛନ୍ତି

ତେହରାନ,୧୨।୪: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କହିଛନ୍ତି ଯେ ଇରାନ ବିରୁଦ୍ଧରେ ଆରମ୍ଭ ହୋଇଥିବା ଅଭିଯାନ ବହୁଳ ଭାବରେ ସଫଳ ହୋଇଛି। ସେ ଦାବି କରିଛନ୍ତି ଯେ…

ପାଳନ ହେବ ଐତିହାସିକ ଜମ୍ବୁ ଦ୍ୱୀପ ମହୋତ୍ସବ: ସାଂସ୍କୃତିକ କାର୍ଯ୍ୟକ୍ରମରେ ଦୁଲୁକିବ ଅଞ୍ଚଳ

ମହାକାଳପଡ଼ା, ୧୨ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ପ୍ରସିଦ୍ଧ ଶକ୍ତିପୀଠ ମା’ ରାମଚଣ୍ଡୀ ପୀଠରେ ଦୁଇ ଦିନ ପରେ ପଣା ସଂକ୍ରାନ୍ତି ଝାମୁଯାତ୍ରା ଅନୁଷ୍ଠିତ…

ବଦଳିଲା Xର ମନିଟାଇଜେସନ୍ ନିୟମ, ଅଯଥା ପୋଷ୍ଟ କଲେ…..

ନୂଆଦିଲ୍ଲୀ,୧୨।୪: ସୋସିଆଲ ମିଡିଆ ପ୍ଲାଟଫର୍ମ X ଏହାର ମନିଟାଇଜେସନ ବ୍ୟବସ୍ଥାରେ ଏକ ବଡ଼ ପରିବର୍ତ୍ତନ କାର୍ଯ୍ୟକାରୀ କରିଛି । ନିମ୍ନ-ଗୁଣବତ୍ତା ଏବଂ କ୍ଲିକ୍ବେଟ୍ କଣ୍ଟେଣ୍ଟ ମାଧ୍ୟମରେ ପ୍ଲାଟଫର୍ମରେ…

ବଂଶଧାରା ଉପର ମୁଣ୍ଡରେ ଆନିକଟ ଦାବି କରି ଶପଥ ନେଲା ସୁରକ୍ଷା ସମିତି

ଗୁଣପୁର,୧୨ା୪(ସୁଜାତା ପାଢ଼ୀ): ବଂଶଧାରା ଉପର ମୁଣ୍ଡରେ ଆନିକଟ ଦାବି ନେଇ ଏକ ଅଭିନବ ଢଙ୍ଗରେ ନଦୀ ତଟବର୍ତ୍ତୀ ଗ୍ରାମ ଗଜପତି ଜିଲା ସାରା ଗ୍ରାମରେ ଜଳସଂକଳ୍ପ ଯାତ୍ରା…

ଡିଜେଲ-ATF ଉପରେ ରପ୍ତାନି ଶୁଳ୍କ ବୃଦ୍ଧି କଲେ କେନ୍ଦ୍ର ସରକାର, ବଢୁଛି ତୈଳ କମ୍ପାନୀଗୁଡ଼ିକ ଉପରେ ଚାପ

ନୂଆଦିଲ୍ଲୀ,୧୨।୪: କେନ୍ଦ୍ର ସରକାର ପେଟ୍ରୋଲ, ଡିଜେଲ ଏବଂ ବିମାନ ଇନ୍ଧନ ସମ୍ପର୍କରେ ଶନିବାର (୧୧ ଏପ୍ରିଲ, ୨୦୨୬) ଏକ ବଡ଼ ନିଷ୍ପତ୍ତି ଘୋଷଣା କରିଛନ୍ତି। ସରକାର ଡିଜେଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri