ପାକିସ୍ତାନରେ ଓ୍ବିକିପିଡ଼ିଆ ବ୍ଲକ୍‌…

ଇସଲାମାବାଦ,୪।୨ : ପାକିସ୍ତାନରେ ଓ୍ବିକିପିଡ଼ିଆର ସାଇଟ ଉପରେ ପ୍ରତିବନ୍ଧକ ଲଗାଯାଇଛି। ବାସ୍ତବରେ, ପାକିସ୍ତାନ ସରକାର ଉଇକିପିଡ଼ିଆକୁ ଏହାର ୱେବସାଇଟରୁ ନିନ୍ଦନୀୟ ବିଷୟବସ୍ତୁ ହଟାଇବାକୁ କହିଥିଲେ। ଏହାକୁ ନେଇ ପାକିସ୍ତାନରେ ଅନେକ ଆଲୋଡ଼ନ ଦେଖାଦେଇଥିଲା, ଏହା ପରେ ପ୍ରଧାନମନ୍ତ୍ରୀ ଶାହାବାଜ ସରିଫଙ୍କ ସରକାର ଓ୍ବିକିପିଡ଼ିଆକୁ ୪୮ ଘଣ୍ଟା ସମୟ ଦେଇଥିଲେ। ତେବେ ଓ୍ବିକିପିଡ଼ିଆ ପାକିସ୍ତାନର ଦାବିକୁ ଅଣଦେଖା କଲା, ଯାହା ପରେ ସାରା ଦେଶରେ ଏହି ୱେବସାଇଟର ସେବା ଉପରେ ପ୍ରତିବନ୍ଧକ ଲଗାଯାଇଥିଲା।
ଉଲ୍ଲେଖନୀୟ କଥା ହେଉଛି, ପୂର୍ବରୁ ପାକିସ୍ତାନର ଟେଲିକମ ନିୟାମକ ଓ୍ବିକିପିଡ଼ିଆର ସେବାକୁ ୪୮ ଘଣ୍ଟା ଧରି ମନ୍ଥର କରିଦେଇଥିଲେ।

ଏଥିସହ ଚେତାବନୀ ଦିଆଯାଇଛି ଯେ ଯଦି ଓ୍ବିକିପିଡ଼ିଆ ନିନ୍ଦା ସହ ଜଡିତ ବିଷୟବସ୍ତୁ ଅପସାରଣ ନକରେ, ତେବେ ଏହା ୱେବସାଇଟକୁ ସମ୍ପୂର୍ଣ୍ଣ ରୂପେ ଅବରୋଧ କରିବ। ଏହି ପରିପ୍ରେକ୍ଷୀରେ ପାକିସ୍ତାନର ହାଇକୋର୍ଟ ଟେଲିକମ ରେଗୁଲେଟୋରୀକୁ ଉଇକିପିଡ଼ିଆ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଖବର ଅନୁଯାୟୀ, ଓ୍ବିକିପିଡ଼ିଆକୁ ମଧ୍ୟ ଏହି ପ୍ରସଙ୍ଗରେ ନିଜର ଆଭିମୁଖ୍ୟ ଉପସ୍ଥାପନ କରିବାକୁ ଏକ ବିଜ୍ଞପ୍ତି ଜାରି କରାଯାଇଛି। ତଥାପି, ୱେବସାଇଟ ନୋଟିସକୁ କୌଣସି ପ୍ରତିକ୍ରିୟା ଦେଇନାହିଁ କିମ୍ବା ନିନ୍ଦନୀୟ ବିଷୟବସ୍ତୁକୁ ହଟାଇ ନାହିଁ । ଟେଲିକମ କର୍ତ୍ତୃପକ୍ଷଙ୍କ ଅନୁଯାୟୀ, ଓ୍ବିକିପିଡ଼ିଆ ଏପରି ନିନ୍ଦନୀୟ ବିଷୟବସ୍ତୁ ହଟାଇବା ପରେ ହିଁ ଏହା ପାକିସ୍ତାନରେ ପୁନଃ ଆରମ୍ଭ ହେବ।
ପାକିସ୍ତାନର ଡିଜିଟାଲ ଅଧିକାର କର୍ମୀ ଓସାମା ଖିଲଜୀ ଏହି ପ୍ରତିବନ୍ଧକକୁ ଅଣସାମ୍ବିଧାନିକ ଏବଂ ନିରର୍ଥକ ବୋଲି କହିଛନ୍ତି। ସେ କହିଛନ୍ତି ଯେ, ଏପରି ପଦକ୍ଷେପ ଯୋଗୁଁ ଛାତ୍ର, ଶିକ୍ଷକ, ଗବେଷକ ଏବଂ ସମାଜର ଅନ୍ୟାନ୍ୟ ବିଭାଗକୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ୨୦୧୨ ପୂର୍ବରୁ ପାକିସ୍ତାନ ସରକାର ଇସଲାମ ବିରୋଧୀ ଚଳଚ୍ଚିତ୍ର ପ୍ରଦର୍ଶନ ପାଇଁ ୟୁଟ୍ୟୁବ୍ର ୭୦୦ ରୁ ଅଧିକ ଲିଙ୍କ ଉପରେ ପ୍ରତିବନ୍ଧକ ଲଗାଇଥିଲେ। ଏହି ଚଳଚ୍ଚିତ୍ରକୁ ନେଇ ସାରା ଦେଶରେ ବିରୋଧ ପ୍ରଦର୍ଶନ କରାଯାଇଥିଲା। ଏହା ପରେ ମଧ୍ୟ ପାକିସ୍ତାନ କୋର୍ଟ ଇସଲାମକୁ ଅସମ୍ମାନ କରୁଥିବା ବିଷୟବସ୍ତୁ ଉପରେ ପ୍ରତିବନ୍ଧକ ଲଗାଇବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କଳାକାରଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଭେଟି: ବଢ଼ିଲା ସହାୟତା ଭତ୍ତା, ଉପକୃତ ହେବେ ୪୭ ହଜାର

ଭୁବନେଶ୍ୱର,୨୮ା୧୨: କେନ୍ଦୁଝର ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର କଳାକାରମାନଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ‘ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା’ରେ...

ଭୁବନେଶ୍ବର ପରେ କଟକରେ ବିଜେଡି ମେଳି, ନାଁ ଧରି ଅସନ୍ତୋଷ ଝାଡ଼ିଲେ ଦେବାଶିଷ ସାମନ୍ତରାୟ

କଟକ,୨୮ା୧୨: ବିଜେଡି ନେତାଙ୍କର ମେଳି ପରେ ମେଳିର ଫଟୋ ସାମ୍ନାକୁ ଆସୁଛି । ବିଜେଡି ନେତାଙ୍କ ଘନ ଘନ ମେଳିକୁ ନେଇ ରାଜନୈତିକ ଚର୍ଚ୍ଚା ବଢ଼ିବାରେ...

ୟୁକ୍ରେନ୍‌କୁ ବଡ଼ ଚେତାବନୀ ଦେଲେ ପୁଟିନ୍‌

ମସ୍କୋ,୨୮ା୧୨: ରୁଷିଆ-ୟୁକ୍ରେନ୍‌ ଯୁଦ୍ଧକୁ ୪ ବର୍ଷ ପୂରିବାକୁ ଯାଉଛି। ଏହାର ପରିସମାପ୍ତି ପାଇଁ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଫ୍ଲୋରିଡ଼ାରେ...

ମଇଁଷିର କ୍ଷୀରରେ ତିଆରି ହେଲା ରାଇତା.. ଏବେ ରାବିଜ ଟିକା ପାଇଁ ହସ୍ପିଟାଲରେ ପୁରା ଗ୍ରାମବାସୀ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୨୮ା୧୨:  ଉତ୍ତର ପ୍ରଦେଶର ବଦାଉନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। କୁକୁର କାମୁଡ଼ାରେ ମୃତ୍ୟୁବରଣ କରିଥିବା ଏକ ମଇଁଷି ଏବେ ସମଗ୍ର ଗାଁ ପାଇଁ...

ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ

ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା...

ଦାରିଙ୍ଗବାଡିର ଗର୍ବ ଓ ଗୌରବ, ଓପିଏସ୍‌ସି ପରୀକ୍ଷାରେ ୧୬ତମ ସ୍ଥାନରେ ମାନସ

ଦାରିଙ୍ଗବାଡି, ୨୮/୧୨ (ଅରୁଣ ସାହୁ): ଓପିଏସସିର ଫଳାଫଳ ବାହାରି ସାରିଥିବା ବେଲେ ଏଥିରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ମେରାମାହା ଗ୍ରାମର ମାନସ...

୨୦୨୫ରେ ବଦଳିଲା ଚାକିରିର ରୂପରେଖ: ଜାଣନ୍ତୁ କେଉଁ କ୍ୟାରିୟରକୁ ଅଧିକ ବାଛିଲେ ଜେନ ଜି?

ନୂଆଦିଲ୍ଲୀ,୨୮ା୧୨: ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ର ପ୍ରଭାବ ଏବଂ ଅର୍ଥନୈତିକ ଅସ୍ଥିରତା ଯୋଗୁଁ ୨୦୨୫ ମସିହାରେ ନୂତନ ଗ୍ରାଜୁଏଟମାନେ ନିଜର କର୍ମକ୍ଷେତ୍ର ବାଛିବା ଶୈଳୀରେ ବ୍ୟାପକ...

ଗଟାମାହା ଜଙ୍ଗଲରେ ଅତର୍କିତ ଚଢ଼ାଉ, ଗଞ୍ଜେଇ ଗଛ ପୋଡ଼ିଦେଲା ପୋଲିସ

ଜି.ଉଦୟଗିରି,୨୮/୧୨( ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ପୋଲିସ ଥାନା ଅନ୍ତର୍ଗତ ଗଟାମାହା ଗ୍ରାମ ନିକଟସ୍ଥ ଜଙ୍ଗଲରେ ଗଞ୍ଜେଇ ଚାଷ ହେଉଥିବା ଖବର ପାଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri