Posted inଖେଳ

ଫିଫାକୁ ସମାଲୋଚନା କଲେ ବ୍ଲିଙ୍କେନ୍‌

ଦୋହା,୨୩।୧୧(ପି.ଟି.): ଓ୍ବାନ୍‌ ଲଭ୍‌ ଆର୍ମବ୍ୟାଣ୍ଡକୁ ନେଇ ଫିଫା ପକ୍ଷରୁ ଜାରି କରାଯାଇଥିବା ନୂତନ ନିୟମକୁ ସମାଲୋଚନା କରିଛନ୍ତି ଆମେରିକୀୟ କୂଟନୀତିଜ୍ଞ ଆଣ୍ଟୋନୀ ବ୍ଲିଙ୍କେନ୍‌। ମାନବାଧିକାର ଓ ସମଲିଙ୍ଗୀଙ୍କ ସମର୍ଥନରେ ଓ୍ବାନ ଲଭ୍‌ ଆର୍ମବ୍ୟାଣ୍ଡ ପିନ୍ଧିବା ନେଇ ପୂର୍ବରୁ ନିର୍ଦ୍ଦେଶନାମା ଜାରି କରିଥିଲେ ସମସ୍ତ ୟୁରୋପୀୟ ରାଷ୍ଟ୍ର। ଏହାକୁ କାତାର ପକ୍ଷରୁ ବିରୋଧ କରାଯିବା କାରଣରୁ ଆର୍ମ ବ୍ୟାଣ୍ଡ ନ ପିନ୍ଧିବାକୁ ଫିଫା ପକ୍ଷରୁ ନୂଆ ନିୟମ ଲାଗୁ କରାଯାଇଥିଲା। ଓ୍ବାନ ଲଭ୍‌ ଆର୍ମବ୍ୟାଣ୍ଡ ପିନ୍ଧିଲେ ଖେଳାଳିଙ୍କୁ ୟେଲୋ କାର୍ଡ ପ୍ରଦାନ କରାଯିବା ନେଇ ଫିଫା ପକ୍ଷରୁ ନିୟମ କରାଯାଇଥିଲା। ଫିଫାର ଏଭଳି ନିୟମକୁ କଡା ସମାଲୋଚନା କରିଛନ୍ତି ଆମେରିକୀୟ କୂଟନୀତିଜ୍ଞ ଆଣ୍ଟୋନୀ ବ୍ଲିଙ୍କେନ୍‌। ଫୁଟବଲ ପିଚ୍‌ରେ ଜଣେ କ’ଣ ପିନ୍ଧିବ କି ନାହିଁ ଏହା ସମ୍ପୂର୍ଣ୍ଣ ଭାବରେ ଇଚ୍ଛାଧୀନ ରହିବା ଉଚିତ। ତେବେ ସୋମବାରର ମ୍ୟାଚ ପୂର୍ବରୁ ହିଁ ଫିଫା ପକ୍ଷରୁ ୟେଲୋ କାର୍ଡ ନିୟମ ଲାଗୁ କରାଯାଇଥିଲା। ଏହା ସହିତ ଇରାନ ବିପକ୍ଷ ମ୍ୟାଚରେ ଇଂଲଣ୍ଡର ହ୍ୟାରୀ କେନଙ୍କୁ ଫିଫା ଅନୁମୋଦିତ ‘ନୋ ଡିସକ୍ରିମିନେସନ’ ଆର୍ମ ବ୍ୟାଣ୍ଡ ପିନ୍ଧିଥିବାର ଦେଖିବାକୁ ମିଳିଥିଲା। ଏହା ସହିତ ଶ୍ରମିକ ବିରୋଧୀ ନୀତି ଓ ସମଲିଙ୍ଗି ବିରୋଧୀ ଆପରାଧିକ ଆଇନକୁ ମଧ୍ୟ ସମାଲୋଚନା କରିଥିଲେ। ଶ୍ରମିକ ଓ ପ୍ରବାସୀ ଶ୍ରମିକଙ୍କ ବିନା ବିଶ୍ୱକପ ଆୟୋଜନ ଅସମ୍ଭବ ଥିଲା। ମାତ୍ର କାତାରର ଶ୍ରମିକ ଆଇନ ଧୀରେ ଧୀରେ ସୁଧୁରୁଛି ବୋଲି ସେ ମତ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ କାତାରର ବୈଦେଶିକ ମନ୍ତ୍ରୀ ଶେଖ୍‌ ମହମ୍ମଦ ବିନ୍‌ ଅବଦୁଲ ରେହମାନ ମଧ୍ୟ ଉପସ୍ଥିତ ଥିଲେ। କାତାରକୁ ବଦନାମ କରିବା ପାଇଁ ଏହା କିଛି ବିଦେଶୀ ମିଡିଆର ସୁଚିନ୍ତିତ ଷଡଯନ୍ତ୍ର ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ପାଠ ଗଲା ଚୁଲିକୁ, କ୍ରିକେଟରୁ ମିଳୁଛି ଟଙ୍କା

ନୂଆଦିଲ୍ଲୀ,୧୬।୨: ଭାରତୀୟ କ୍ରିକେଟ ଜଗତରେ ଏବେ ଟଙ୍କାର ବର୍ଷା ହେଉଛି। ବହୁତ କମ୍ ବୟସରୁ ଉଦୟମାନ କ୍ରିକେଟର ମାନଙ୍କୁ କୋଟି କୋଟି ଟଙ୍କାରେ IPL ଟିମ୍ ସବୁ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

ଓଡ଼ିଆ ଭାଷା ସାହିତ୍ୟର ଜାତୀୟ ଆଲୋଚନା ଚକ୍ର

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମସ୍ଥିତ ସ୍ନାତକ ବିଜ୍ଞାନ ମହାବିଦ୍ୟାଳୟ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ସୋମବାର ଏକ ଦିବସୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri