Posted inଫୁରସତ

ଏମିତି ଗାଁ, ଯେଉଁଠି ଜନ୍ମ ପରେ ମଣିଷଠାରୁ ପଶୁ ପର୍ଯ୍ୟନ୍ତ ସମସ୍ତେ ହୋଇଯା’ନ୍ତି ଅନ୍ଧ

ଦୁନିଆରେ ଏପରି ଅନେକ ସ୍ଥାନ ଅଛି, ଯେଉଁଠାରେ ଅଧିକାଂଶ ଲୋକ ଏହାର ରହସ୍ୟ ବୁଝି ପାରନ୍ତି ନାହିଁ। ଏମିତି ଏକ ଗାଁ ମେକ୍ସିକୋରେ ଅଛି। ଏହି ଗାଁରେ ପିଲାମାନେ ଭଲ ଭାବରେ ଜନ୍ମ ହୁଅନ୍ତି। କିନ୍ତୁ ଜନ୍ମର କିଛି ଦିନ ପରେ, ସେମାନଙ୍କର ଆଖି ନଷ୍ଟ ହୋଇଯାଏ। ଏଠାରେ ମଣିଷଠାରୁ ଆରମ୍ଭ କରି ପଶୁ ପର୍ଯ୍ୟନ୍ତ ସମସ୍ତେ ଅନ୍ଧ ହୋଇଯାଆନ୍ତି। ଏହାକୁ ଅନ୍ଧ ଗାଁ ମଧ୍ୟ କୁହାଯାଏ। ଏହି ଅଦ୍ଭୁତ ଘଟଣା ଯୋଗୁ ଗାଁଟି ପ୍ରସିଦ୍ଧ ଅଟେ।

ମେକ୍ସିକୋର ଟିଲଟେପକ୍‌ ଗାଁ ଅନ୍ଧମାନଙ୍କ ଗାଁ ଭାବରେ ଜଣାଶୁଣା। ଏହା ହେଉଛି ଦୁନିଆର ଏକମାତ୍ର ଗାଁ, ଯେଉଁଠାରେ କେବଳ ଅନ୍ଧମାନେ ବାସ କରନ୍ତି। ଏହି ଗାଁରେ ଜାପୋଟେକ ଜନଜାତିର ଲୋକମାନେ ବାସ କରନ୍ତି। ଯେତେବେଳେ ଏଠାରେ ଶିଶୁଟିଏ ଜନ୍ମ ହୁଏ, ତା’ର ଆଖି ଭଲ ଥାଏ, କିନ୍ତୁ ସମୟ ସହିତ ସେମାନଙ୍କର ଦୃଷ୍ଟିଶକ୍ତି ହ୍ରାସ ପାଏ।

ଗାଁରେ ରହୁଥିବା ଲୋକମାନେ ଏଠାରେ ଉପସ୍ଥିତ ଥିବା ଏକ ଗଛକୁ ସେମାନଙ୍କର ଅନ୍ଧ ହେବାର କାରଣ ବୋଲି ଭାବନ୍ତି। ଗାଁରେ ଏକ ଅଭିଶାପିତ ଗଛ ଅଛି ବୋଲି ସ୍ଥାନୀୟ ଲୋକ ବିଶ୍ୱାସ କରନ୍ତି। ଏହି ବୃକ୍ଷ ଏହି ଗାଁରେ ବହୁ ବର୍ଷ ଧରି ରହିଆସିଛି। ଲୋକମାନେ ଏହି ବୃକ୍ଷକୁ ଅଭିଶାପର କାରଣ ବୋଲି ବିବେଚନା କରନ୍ତି। ସେମାନେ କହିଛନ୍ତି, ଏହି ଗଛକୁ ଦେଖିବା ମାତ୍ରେ ସେମାନେ ଅନ୍ଧ ହୋଇଯାଆନ୍ତ। କିନ୍ତୁ ଅନେକ ଲୋକ ଏହାକୁ କେବଳ ଅନ୍ଧବିଶ୍ୱାସ ବୋଲି ଭାବନ୍ତି ।
ଅନ୍ୟପକ୍ଷରେ ବିଶେଷଜ୍ଞ ଯୁକ୍ତି ବାଢ଼ନ୍ତି ଯେ, ଏଠାରେ ବହୁ ସଂଖ୍ୟାରେ ଏକ ବିଷାକ୍ତ ମାଛି ଦେଖିବାକୁ ମିଳେ। ଏହି ମାଛି ଲୋକମାନଙ୍କୁ କାମୁଡ଼େ ଏବଂ ଏହା ସହିତ ସେମାନେ ଅନ୍ଧ ହୋଇଯାଆନ୍ତି। ଯେତେବେଳେ ମେକ୍ସିକୋ ସରକାର ଏହି ଗାଁ ବିଷୟରେ ଜାଣିଲେ, ସେମାନେ ଗ୍ରାମବାସୀଙ୍କୁ ସାହାଯ୍ୟ କରିବାକୁ ଚେଷ୍ଟା କଲେ। କିନ୍ତୁ ସମସ୍ତ ଉଦ୍ୟମ ବ୍ୟର୍ଥ ହେଲା। ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ସରକାର ଚେଷ୍ଟା କରିଥିଲେ ମଧ୍ୟ ସେମାନଙ୍କ ଶରୀର ଅନ୍ୟ ଜଳବାୟୁ ସହିତ ଖାପ ଖୁଆଇ ପାରି ନ ଥିଲା। ଏହି କାରଣରୁ ଲୋକମାନେ ନିଜ ନିଜ ଅବସ୍ଥାରେ ଚାଲିବା ପାଇଁ ବାଧ୍ୟ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ୟୁ ଟର୍ନ ପାର୍ଟ ୨! ବିଶ୍ୱକପରୁ ବାହାରି ଯିବାକୁ ନେଇ ବାଂଲାଦେଶ ଦେଲା ବଡ଼ ବୟାନ, ଖେଳାଳିଙ୍କ ଉପରେ ଲଗାଇଲା ‘ଅଭିଯୋଗ’

ନୂଆଦିଲ୍ଲୀ,୧୧।୨: ୨୦୨୬ ଟି୨୦ ବିଶ୍ୱକପରୁ ବାଂଲାଦେଶର ଓହରିଯିବା ପ୍ରସଙ୍ଗ ଏବେ କେବଳ କ୍ରୀଡା ପର୍ଯ୍ୟନ୍ତ ସୀମିତ ନୁହେଁ, ବରଂ ରାଜନୈତିକ ବୟାନବାଜିର ରୂପ ନେଇଛି। ସଦ୍ୟତମ ଘଟଣାକ୍ରମରେ,…

ବାଂଲାଦେଶ ନିର୍ବାଚନରେ ପୁରୁଣା ହୋଇଗଲା ‘ବ୍ୟାଟେଲ ଅଫ ବେଗମ୍ସ’, ଏବେ ରହମାନଙ୍କ ମଧ୍ୟରେ ସିଧା ଟକ୍କର

ଢାକା,୧୧।୨: ବାଂଲାଦେଶରେ ଫେବୃଆରୀ ୧୨, ୨୦୨୬ ରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏଥର, ପାରମ୍ପରିକ ‘ଦୋ ବେଗମ’ ରାଜନୀତି ପରିବର୍ତ୍ତେ, ଦୁଇ ରହମାନଙ୍କ ମଧ୍ୟରେ…

କେଉଁଦିନ ହେବ ମହାବିନାଶକାରୀ ରାତି? ଜଣାପଡିଲା ପ୍ରଳୟର ତାରିଖ!

ବିଶ୍ୱାସ, ଇତିହାସ ଏବଂ ରାଜନୀତି ଉପରେ ହେଉଥିବା ବିତର୍କରେ ପ୍ରାୟତଃ ବିନାଶକାରୀ ରାତିର ଉଲ୍ଲେଖ କରାଯାଏ। ସମ୍ପ୍ରତି, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ…

ବର ସାଜିବେ ସଚିନ ତେନ୍ଦୁଲକରଙ୍କ ପୁଅ: ଜାଣନ୍ତୁ ଅର୍ଜନୁଙ୍କ ମୋଟ ସମ୍ପତ୍ତି କେତେ

ନୂଆଦିଲ୍ଲୀ,୧୧।୨:ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର ଖୁବ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି। ବିବାହ କାର୍ଡ ବଣ୍ଟାଉଛି। ସଚିନ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ସମେତ ଅନେକ ପ୍ରମୁଖ…

ଟ୍ରେଡ ଡିଲରେ ଆମେରିକା ଚୁପଚାପ କରିଦେଲା ଘୋଟାଲା! କ’ଣ ପରିବର୍ତ୍ତନ ହେଲା? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ଓ୍ବାଶିଂଟନ,୧୧।୨: ଭାରତ ଏବଂ ଆମେରିକା ମଧ୍ୟରେ ସମ୍ପ୍ରତି ଘୋଷିତ ମଧ୍ୟବର୍ତ୍ତୀକାଳୀନ ବାଣିଜ୍ୟ ଚୁକ୍ତିନାମାକୁ ନେଇ ଏକ ନୂଆ ବିବାଦ ସୃଷ୍ଟି ହୋଇଛି। ହ୍ବାଇଟ ହାଉସ ଚୁପ ଚାପ…

ବିଜେଡିରୁ ଇସ୍ତଫା ଦେଲେ ଜିଲା ଉପସଭାପତି, ଏହି କାରଣ ଦର୍ଶାଇ…

ରାୟଗଡା,୧୧।୨(ଆଶିଷ ରଞ୍ଜନ ପଣ୍ଡା): ଜିଲାରେ ବିଜେଡି ପାଇଁ ବଢୁଛି ଅଡ଼ୁଆ। ଜିଲା କମିଟି ଘୋଷଣା ହେବା ପରେ ଦାୟିତ୍ୱ ପାଇଥିବା ଜଣେ ଉପସଭାପତି ତାଙ୍କ ପଦବୀରୁ ଇସ୍ତଫା…

ଆସନ୍ତାକାଲି ଦେଶବ୍ୟାପୀ ଧର୍ମଘଟ: ବାହାରକୁ ଯିବା ପୂର୍ବରୁ କ’ଣ ଖୋଲା, କ’ଣ ବନ୍ଦ, ଦେଖନ୍ତୁ…

ନୂଆଦିଲ୍ଲୀ/ଭୁବନେଶ୍ୱର,୧୧।୨: ଆସନ୍ତାକାଲି ଭାରତ ବନ୍ଦ ଡାକରା। କେନ୍ଦ୍ରୀୟ ଶ୍ରମ ଆଇନକୁ ବିରୋଧ କରି କେନ୍ଦ୍ର ସରକାର ବିରୋଧରେ ଦେଶବ୍ୟାପୀ ହରତାଳ ଓ ଧର୍ମଘଟ କରିବେ ବିଭିନ୍ନ ଶ୍ରମିକ…

ପୁଇଁହେବା ବେଳେ ବୃଦ୍ଧାଙ୍କ ଦେହରେ ଲାଗିଲା ନିଆଁ

ଆନନ୍ଦପୁର ୧୧।୨(ସୁଶାନ୍ତ କୁମାର ସାହୁ): ଶୀତରୁ ରକ୍ଷା ପାଇବା ପାଇଁ ନିଆଁ ପୁଇଁବା ବେଳେ ପୋଡିହୋଇ ବୃଦ୍ଧା ଜଣକ ଗୁରୁତର ହୋଇଛନ୍ତି। ଏଭଳି ଏକ ଘଟଣା ଘଟିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri