କ୍ରଶରରେ ବ୍ଲାଷ୍ଟିଂ, ଥରିଲା ଗାଁ

ପାଟଣା,୧୦ା୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲ ଟାଙ୍ଗରପଡ଼ା ଆରଆଇ ସର୍କଲ ଅଧୀନ ଅଙ୍କୁରା ସ୍କୁଲସାହି ତଥା ହୁଡ଼ି ସାହିରେ ଥିବା ଏକ କ୍ରଶରରେ ରବିବାର ବ୍ଲାଷ୍ଟିଂ ବେଳେ ହଠାତ୍‌ ଗାଁ ଥରି ଉଠିଥିଲା। ବଡ଼ ବଡ଼ ପଥରଖଣ୍ଡ ପାଖ ଘର ଉପରେ ପଡ଼ିଥିଲା। ପ୍ରଚଣ୍ଡ ଶବ୍ଦ ପ୍ରଭାବରେ ୬ରୁ ଊର୍ଦ୍ଧ୍ୱ ଘରର କାନ୍ଥ ଫାଟିବା ସହ ସ୍କୁଲ ଘର ଟାଇଲ ମଧ୍ୟ ଭାଙ୍ଗିଯାଇଛି। ଏ ନେଇ ଗ୍ରାମରେ ଉତ୍ତେଜନା ଦେଖାଦେଇଥିଲା। ଗ୍ରାମବାସୀ କ୍ରଶର ଉଚ୍ଛେଦ ଲାଗି ଅଡି ବସିଥିଲେ। ଆଇନ ଶୃଙ୍ଖଳା ପରିସ୍ଥିତିକୁ ନଜରରେ ରଖି ଗାଁରେ ୨ ପ୍ଲାଟୁନ୍‌ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଏହି ଘଟଣାରେ କ୍ରଶରର ୨ କର୍ମଚାରୀଙ୍କୁ ଗ୍ରାମବାସୀ ଅଟକ ରଖିଛନ୍ତି।
ସୂଚନା ଅନୁଯାୟୀ, ଅପରାହ୍ନ ପ୍ରାୟ ୩ଟା ବେଳେ ଗାଁଠାରୁ ୩ ଶହ ମିଟର ଦୂରରେ ଥିବା କ୍ରଶରରେ ଡିନାମାଇଟ ଲଗାଇ ବ୍ଲାଷ୍ଟିଂ ହୋଇଥିଲା। ବ୍ଲାଷ୍ଟିଂରେ ଗାଁ ଥରି ଉଠିବାରୁ ଲୋକେ ଭୟଭୀତ ହୋଇ ଘରୁ ପଦାକୁ ବାହାରି ଆସିଥିଲେ। ଗ୍ରାମର ଲତା ମହାରଣା ଘରେ ଶୋଇଥିବା ବେଳେ ଟାଇଲ ଘର ଭାଙ୍ଗି ଏକ ବିରାଟ ପଥର ଖଣ୍ଡ ଘର ଭିତରେ ପଡ଼ିଥିଲା। ଫଳରେ ଖଟ ଭାଙ୍ଗିଯାଇଛି। ଅଳ୍ପକେ ଲତା ଆସନ୍ନ ବିପତ୍ତିରୁ ବର୍ତ୍ତି ଯାଇଛନ୍ତି। ଗ୍ରାମର ରମେଶ ମହାରଣା, ରାଜକିଶୋର ନାଏକ, ସମ୍ପତ୍ତି ନାଏକ, ନରତ୍ତୋମ ନାଏକ ଓ ଝୁନୁ ନାଏକଙ୍କ ଛାତ, ଆଜବେଷ୍ଟସ ସହ ଘର କାନ୍ଥ ଫାଟି ଯାଇଛି। ଅଙ୍କୁରା ଉଚ୍ଚ ବିଦ୍ୟାଳୟ ପରିସରରେ ଥିବା ଅଙ୍ଗନୱାଡି ଗୃହ କାନ୍ଥ, ସ୍କୁଲ ଗୃହ ଛାତ, ଟାଇଲ ଭାଙ୍ଗିବା ସହ କାନ୍ଥ ଫାଟିଯାଇଛି। ଘଟଣା ପରେ ଉତ୍ତ୍ୟକ୍ତ ମହିଳା ପୁରୁଷ ଠେଙ୍ଗାବାଡ଼ି ଧରି କ୍ରଶର ଅଭିମୁଖେ ଯାଇଥିଲେ। ଫଳରେ କ୍ରଶର ପରିସରରେ ଥିବା ୧୫ରୁ ଊର୍ଦ୍ଧ୍ୱ କର୍ମଚାରୀ ଭୟଭୀତ ହୋଇ ସ୍ଥାନ ଛାଡ଼ି ପଳାଇଥିଲେ। ଖବର ପାଇ ପାଟଣା ଥାନା ଏସ୍‌ଆଇ ମନୋରମା ସ୍ବାଇଁ, ସାହାରପଡ଼ା ଫାଣ୍ଡି ଅଧିକାରୀ ଶିବଶଙ୍କର ଆଲଦା, ଏଏସ୍‌ଆଇ ପଦ୍ମାବତୀ ବିଶ୍ୱାଳଙ୍କ ସହ ଥାନା କର୍ମଚାରୀ ପହଞ୍ଚତ୍ ଲୋକଙ୍କୁ ବୁଝାଶୁଝା କରିଥିଲେ। ଗାଁରୁ କ୍ରଶର ଉଚ୍ଛେଦ ସହ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ପ୍ରଭାବିତଙ୍କ ସହ ବିପିନ ବିହାରୀ ପାତ୍ର, ତପନ ମହାରଣା, ସଞ୍ଜୟ ନାଏକ, ପ୍ରଦୀପ ନାଏକ, ସୁବ୍ରତ ନାଏକ, ମୁନା ନାଏକ, ବାପୁନ ନାଏକ, ରଜତ ନାଏକ ପ୍ରମୁଖ ଦାବି କରିଛନ୍ତି। ଉତ୍ତେଜନାକୁ ଆଖି ଆଗରେ ରଖି ଘଟଗାଁ ଏସ୍‌ଡିପିଓ ଆଲୋକ ଜେନା ପୋଲିସ ଫୋର୍ସ ସହ ଘଟଣାସ୍ଥଳରେ ଉପସ୍ଥିତ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାଣିପାଗର ବିଚିତ୍ର ରୂପ: ସକାଳେ ଘନ କୁହୁଡ଼ି, ଅପରାହ୍ନରେ କୁଆପଥର ମାଡ଼ ସହ କାଳବୈଶାଖୀର ତାଣ୍ଡବ

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏବଂ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ଶୁକ୍ରବାର ପାଣିପାଗର ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି।…

ରାମନବମୀରେ ଭକ୍ତିମୟ ଗଜପତି, ବିଭିନ୍ନ ମନ୍ଦିର ବୁଲି ପ୍ରଭୁଙ୍କ ଆଶୀର୍ବାଦ ନେଲେ ପାରଳା ବିଧାୟକ

ପାରଳାଖେମୁଣ୍ଡି,୨୭।୩(ଗିରିଧାରୀ ପରିଛା): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଜପତି ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପାରଳାଖେମୁଣ୍ଡି ବିଧାୟକ…

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

ଗଞ୍ଜାମରେ ହିନ୍ଦୁ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ ଭାଇ ତୋଗଡ଼ିଆଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ଗଞ୍ଜାମ,୨୭।୩(ବିଦ୍ୟାଧର ସାହୁ): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଞ୍ଜାମ ସହରରେ ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ ସଂସ୍ଥାପନ ଅଧକ୍ଷ ତଥା ଅଗଣିତ ହିନ୍ଦୁମାନଙ୍କ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ…

ଡୋକରୀଚଞ୍ଚରାରେ ଭାଙ୍ଗିଲା ୫୦ ବର୍ଷର ପରମ୍ପରା: ମନ୍ଦିର ଦ୍ୱାର ବନ୍ଦ, ବାହାରେ ପୂଜା କଲା ପ୍ରଶାସନ

କୋକସରା, ୨୭।୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ତଥା ଧାର୍ମିକ ପୀଠ ଗୁଡହାଣ୍ଡି ଡୋକରୀଚଞ୍ଚରାଠାରେ ଚଳିତ ବର୍ଷ ଶ୍ରୀରାମ ନବମୀ…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ପ୍ରକାଶ ପାଇଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟର ବାର୍ଷିକ ପରୀକ୍ଷା ଫଳ; ଅଭିଭାବକ-ଶିକ୍ଷକ ସମନ୍ୱୟ ଉପରେ…

ଭଞ୍ଜନଗର,୨୭।୩(ବାବୁଲା ପ୍ରଧାନ)-ଶୁକ୍ରବାର ସମଗ୍ର ଦେଶରେ ଥିବା ବିଭିନ୍ନ କେନ୍ଦ୍ରୀୟ ବିଦ୍ୟାଳୟର ପ୍ରଥମରୁ ନବମ ଏବଂ ଏକାଦଶ ଶ୍ରେଣୀର ବାର୍ଷିକ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ମାଟ୍ରିକ ଏବଂ…

ବେଆଇନ ‘ସାହାରା ନର୍ସିଂହୋମ’କୁ ପୁଣି ସିଲ କଲା ପୋଲିସ: ବିନା ଲାଇସେନ୍ସରେ…

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ମୁଖ୍ୟ ରାସ୍ତାକଡ଼ରେ ଥିବା ‘ସାହାରା ନର୍ସିଂହୋମ’କୁ ଶୁକ୍ରବାର ଅପରାହ୍ନରେ ପୋଲିସ ଓ ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri