ମାଛ ଧରିବା ନେଇ ବ୍ଲାଷ୍ଟିଂ

ସୋନପୁର,୨୧।୪: (ନି.ପ୍ର.) ମହାନଦୀରୁ ମାଛ, ଚିଙ୍ଗୁଡି ଧରିବା ପାଇଁ ଚାଲିଛି ବେଆଇନ ବ୍ଲାଷ୍ଟିଂ ଓ କୀଟନାଶକ ପ୍ରୟୋଗ। ମୁଷ୍ଟିମେୟ ଅଣପାରମ୍ପରିକ ମତ୍ସ୍ୟଜୀବୀ ସୁବିଧାରେ ମାଛ ଧରିବା ପାଇଁ ନଦୀଗର୍ଭରେ ଡିନାମାଇଟ୍‌ ଫୁଟାଉଛନ୍ତି। ବିସ୍ଫୋରଣ ଯୋଗୁ ମାଛ ମରି ପାଣିରେ ଭାସୁଛନ୍ତି । ସେହିପରି ଚିଙ୍ଗୁଡି ଧରିବା ପାଇଁ ବିଷାକ୍ତ କୀଟନାଶକ ପ୍ରୟୋଗ କରାଯାଉଛି । ଗୁରୁବାର ସୋନପୁର ସହର ନିକଟସ୍ଥ ମହାନଦୀ ଗର୍ଭରେ ଥିବା ଲଙ୍କେଶ୍ୱର ଗଣ୍ଡ ଉପରମୁଣ୍ଡରେ ୧୦ରୁ ୧୨ଜଣ ଲୋକ ମାଛ ମାରିବା ପାଇଁ ବେଆଇନ ଭାବେ ବ୍ଲାଷ୍ଟିଂ କରିଥିଲେ। ଶବ୍ଦ ଶୁଣି ପାରମ୍ପରିକ ମତ୍ସ୍ୟଜୀବୀମାନେ ଘଟଣାସ୍ଥଳକୁ ଯିବା ସହିତ ଏହାର ବିରୋଧ କରିଥିଲେ। ଉଭୟ ଗୋଷ୍ଠୀ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। କାଉନସିଲର ତଥା ମହାନଦୀ ସୁରକ୍ଷା କମିଟିର ଗଙ୍ଗାଧର ତରିଆ ପୋଲିସକୁ ଖବର ଦେଇଥିଲେ। ତେବେ ସୋନପୁର ପୋଲିସ ଘଟଣାସ୍ଥଳରେ ନ ପହଞ୍ଚତ୍ବାରୁ ବ୍ଲାଷ୍ଟିଂ କରିଥିବା ଲୋକେ ଫେରାର ହୋଇଯାଇଥିଲେ। ମତ୍ସ୍ୟଜୀବୀମାନେ ଘଟଣାସ୍ଥଳରୁ ଅବ୍ୟବହୃତ ବିସ୍ଫୋରକ, ଗଞ୍ଜେଇ ଚିଲମ ଓ ଦିଆସିଲ ଠାବ କରିଥିଲେ। ଘଟଣାକୁ ନେଇ ମହାନଦୀ ସୁରକ୍ଷା କମିଟିର ମତ୍ସ୍ୟଜୀବୀମାନେ ଅସନ୍ତୋଷ ବ୍ୟକ୍ତ କରିଥିଲେ।
ମହାନଦୀରେ ବ୍ଲାଷ୍ଟିଂ କରିବା ଦ୍ୱାରା ମାଛ, ଚିଙ୍ଗୁଡି ମରି ପାଣିରେ ଭାସିବା ପରେ ଅଣପାରମ୍ପରିକ ମତ୍ସ୍ୟଜୀବୀ ଏଗୁଡିକୁ ବଜାରରେ ବିକ୍ରି କରୁଛନ୍ତି। ତେବେ ବ୍ଲାଷ୍ଟିଂ ଓ କୀଟନାଶକ ପ୍ରୟୋଗ ଦ୍ୱାରା ମାଛବଂଶ ଲୋପ ପାଇଯାଉଛନ୍ତି। ମହାନଦୀ କୂଳରେ ବସବାସ କରି ପାରମ୍ପରିକ କୌଶଳରେ ମାଛ ମାରୁଥିବା କୈବର୍ତ୍ତ୍ୟମାନେ ଆଗଭଳି ମାଛ ପାଉନାହାନ୍ତି। ସେମାନଙ୍କ ଜୀବିକା ଏବେ ସଙ୍କଟରେ। ମାଛ ଧରି ଜୀବିକା ନିର୍ବାହ କରୁଥିବା ଶତାଧିକ ମତ୍ସ୍ୟଜୀବୀଙ୍କ ଜାଲ ଓ ଡଙ୍ଗା ଏବେ ଅଦରକାରୀ ହୋଇପଡିଛି। ସୋନପୁର ସହରର ଟିକିରିପଡା, ତଲପଡା, ତରିଆପଡା ଓ ସଡକପଡାରେ ବସବାସ କରୁଥିବା ୧୫୦ମତ୍ସ୍ୟଜୀବୀ ପରିବାର କର୍ମସଂସ୍ଥାନ ହରାଇ ଏବେ ଚିନ୍ତାରେ ଅଛନ୍ତି। ମହାନଦୀରେ ଜଳସ୍ତର ଏବେ କମିଛି। ଏହି ସୁଯୋଗରେ ନଦୀଗର୍ଭରେ ପୁଣି ବ୍ଲାଷ୍ଟିଂ ଓ କୀଟନାଶକ ପ୍ରୟୋଗ ବୃଦ୍ଧି ପାଇଛି। ଏହାକୁ କେନ୍ଦ୍ର କରି ମତ୍ସ୍ୟଜୀବୀଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଇଛି। ପାରମ୍ପରିକ ମତ୍ସ୍ୟଜୀବୀଙ୍କ ଦ୍ୱାରା ଗଠିତ ମହାନଦୀ ସୁରକ୍ଷା କମିଟିର ଋଷଭ ବୁଡେକ, ସୁରୁବାବୁ ସାହୁ, ବେଲାରସେନ ନାଏକ ଓ ମୁନା ପାଣ୍ଡେ ପ୍ରମୁଖ ଏଭଳି ବେଆଇନ୍‌ ଭାବେ ମାଛ ମାରିବାକୁ ବିରୋଧ କରିଛନ୍ତି। ପ୍ରଶାସନ ଏ ଦିଗରେ ଉଚିତ ପଦକ୍ଷେପ ଗ୍ରହଣ ନ କଲେ ଆନ୍ଦୋଳନ ଜୋରଦାର ହେବ ବୋଲି ମତ୍ସ୍ୟଜୀବୀଙ୍କ ପକ୍ଷରୁ ଚେତାବନୀ ଦିଆଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri