ପାକିସ୍ତାନ ମସଜିଦ ନିକଟରେ ବିସ୍ଫୋରଣ ୬ ମୃତ ୩୦ରୁ ଊର୍ଦ୍ଧ୍ୱ ଆହତ

ଇସଲାମାବାଦ,୨୯।୯: ଶୁକ୍ରବାର ବାଲୁଚିସ୍ତାନର ମସ୍ତୁଙ୍ଗରେ ଏକ ବଡ଼ ବୋମା ବିସ୍ଫୋରଣ ଘଟିଛି। ଏହି ସମୟ ମଧ୍ୟରେ ଅତି କମରେ ୬ଜଣଙ୍କର ମୃତ୍ୟୁ ହୋଇଛି। ଏହି ବିସ୍ଫୋରଣରେ ୩୦ରୁ ଅଧିକ ଲୋକ ଆହତ ହୋଇଥିବା କୁହାଯାଉଛି। ସୂଚନାନୁସାରେ, ମସଜିଦ ନିକଟରେ ବିସ୍ଫୋରଣ ଘଟିଥିଲା ଯେଉଁଠାରେ ଲୋକମାନେ ଇଦ ମିଲାଦୁନ ନବୀ ପାଳନ କରିବାକୁ ଏକାଠି ହୋଇଥିଲେ।

ନିକଟରେ ଜମିୟତ ଉଲେମା-ଏ-ଇସଲାମ-ଫଜଲ (ଜେୟୁଆଇ-ଏଫ) ନେତା ହାଫିଜ ହାମଦୁଲ୍ଲାଙ୍କ ସମେତ ୧୧ ଜଣ ବାଲୁଚିସ୍ତାନର ମସ୍ତୁଙ୍ଗ ଜିଲାରେ ହୋଇଥିବା ବିସ୍ଫୋରଣରେ ଆହତ ହୋଇଥିଲେ। ଏହାପୂର୍ବରୁ ପାକିସ୍ତାନର ପେଶାଓ୍ବରରେ ବିସ୍ଫୋରଣରେ ଫ୍ରଣ୍ଟିୟର କାଂଷ୍ଟେବୁଲରୀ(ଏଫସି)ଜଣେ ଅଧିକାରୀଙ୍କ ମୃତ୍ୟୁ ହୋଇଥିଲା ଓ ୨ ଜଣ ସାଧାରଣ ନାଗରିକଙ୍କ ସମେତ ୮ଜଣ ଆହତ ହୋଇଥିଲେ।
ୱାର୍ସକ ପୋଲିସ ଅଧୀକ୍ଷକ (ଏସପି) ମହମ୍ମଦ ଅରଶଦ ଖାଁ ନିଶ୍ଚିତ କରିଛନ୍ତି ଯେ ଖାଇବର ପଖତୁନଖ୍ବା ଏଫସିର ମୋହମଦ ରାଇଫଲ୍ସ ରେଜିମେଣ୍ଟର ଏକ ଗାଡିକୁ ଟାର୍ଗେଟ କରି ସ୍ଥାନୀୟ ସମୟ ପ୍ରାୟ୧୦ଟା ୩୦ରେ ଏହି ବିସ୍ଫୋରଣ କରାଯାଇଛି। ଏହି ବିସ୍ଫୋରଣ ଘଟିବା ପରେ ଗାଡି ମାଚନିରୁ ପେଶାୱର ଅଭିମୁଖେ ଯାଉଥିଲା। ରିପୋର୍ଟ ଅନୁଯାୟୀ, ମହମ୍ମଦ ଅରଶଦ ଖାନ କହିଛନ୍ତି ଯେ ଜଣେ ଫ୍ରଣ୍ଟିୟର କନଷ୍ଟେବଲାରୀ (ଏଫସି) ଅଧିକାରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୬ଜଣ ଏଫସି ଅଧିକାରୀ ଏବଂ ଦୁଇ ଜଣ ଲୋକ ମଧ୍ୟ ଆହତ ହୋଇଛନ୍ତି। ଆଗକୁ ମୃତାହତଙ୍କ ସଂଖ୍ୟା ବଢିପାରେ ବୋଲି କୁହଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

‘ସ୍ବାଧୀନତା ସଂଗ୍ରାମରେ ବିଜୁବାବୁଙ୍କ ଭୂମିକା ଥିଲା ଗୁରୁତ୍ୱପୂର୍ଣ୍ଣ’

ପାଟଣାଗଡ଼,୧୭ା୪(ସଚ୍ଚିଦାନନ୍ଦ ମହାକୁର): ବଲାଙ୍ଗୀର ଜିଲା ପାଟଣାଗଡ଼ ଏନ୍‌ଏସିସ୍ଥିତ ବିଜୁଜନତା ଦଳ କାର୍ଯ୍ୟାଳୟଠାରେ ସ୍ଥାନୀୟ ବିଜେଡି ପକ୍ଷରୁ ଶୁକ୍ରବାର ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ୨୯ତମ ଶ୍ରାଦ୍ଧ ଦିବସ ପାଳିତ…

ଜେଜେ ମା’ଙ୍କୁ କାହିଁକି ମନେ ପକାଇଲେ ରାହୁଲ ଗାନ୍ଧୀ? କହିଲେ ଏହା ନୁହେଁ Women Reservation Bill

ନୂଆଦିଲ୍ଲୀ,୧୭।୪: ସ୍ବତନ୍ତ୍ର ସଂସଦୀୟ ଅଧିବେଶନର ଦ୍ୱିତୀୟ ଦିନରେ ଲୋକ ସଭାରେ ଭାଷଣ ଦେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ତାଙ୍କ ଜେଜେମା’ ଇନ୍ଦିରା…

ମହାନ ଜନନାୟକ ବିଜୁବାବୁଙ୍କୁ ବିଜେଡି ମନେ ପକାଇ…

ପାଟଣା,୧୭ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନ ମଣ୍ଡଳୀ ବିଜେଡି ପକ୍ଷରୁ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ ଶୁକ୍ରବାର ରାଜନଗର ରଘୁନାଥଜୀଉ ମଠ ପରିସରରେ ଅନୁଷ୍ଠିତ ହୋଇଛି।…

ଭାରତର ଭାଗ୍ୟ ଉଜ୍ୱଳ! ମିଳିଗଲା LPG ସଙ୍କଟକୁ ମୁକାବିଲା କରିବାର ସୂତ୍ର

ନୂଆଦିଲ୍ଲୀ,୧୭।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦ କେବଳ ଭାରତକୁ ନୁହେଁ ବରଂ ବିଶ୍ୱବ୍ୟାପୀ ଅନେକ ଦେଶକୁ ଗ୍ୟାସ ସଙ୍କଟରେ ପକାଇଛି। ତଥାପି, ବିଶ୍ୱ ବଜାରରେ…

ପୁରୁଣା ବଜାର ଅଞ୍ଚଳକୁ ଓଏମ୍‌ସି ଖଣି ପ୍ରଭାବିତ ଅଞ୍ଚଳରେ ସାମିଲ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

କେନ୍ଦୁଝର,୧୭ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ବଂଶପାଳ ବ୍ଲକ ଅନ୍ତର୍ଗତ ଶୁଆକାଟିରେ ଥିବା ଓଡ଼ିଶା ଖଣି ନିଗମର ଗନ୍ଧମାର୍ଦ୍ଦନ ଲୌହ ଖଣି କାର୍ଯ୍ୟ ଦ୍ବାରା ପ୍ରଭାବିତ ହେଇଥିବା କେନ୍ଦୁଝର ପୁରୁଣା…

ଦୁର୍ଗମ ଅଞ୍ଚଳରେ ବିକାଶକୁ ଗୁରୁତ୍ୱ: ଭ୍ରମରବାଡିରେ ପହଞ୍ଚିଲା ଜିଲା ପ୍ରଶାସନ

ଦାରିଙ୍ଗବାଡି,୧୭।୪(ଅରୁଣ ସାହୁ):ଏକଦା ମାଓବାଦୀ ପ୍ରବଣ ଅଞ୍ଚଳ ଭାବେ ଜଣାଶୁଣା ଥିଲା ଭ୍ରମରବାଡି। ଏବେ ଆଉ ସେ ପରିସ୍ଥିତି ନାହିଁ, ସେପଟେ କେନ୍ଦ୍ର ଗୃହ ମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟରେ…

Women Reservation Act 2023: ମହିଳା ସଂରକ୍ଷଣ ଆଇନ ସାରା ଦେଶରେ କାର୍ଯ୍ୟକାରୀ: ବିଜ୍ଞପ୍ତି ଜାରି କଲେ ସରକାର, କେବେ କାର୍ଯ୍ୟକାରୀ ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୭।୪: କେନ୍ଦ୍ର ଆଇନ ମନ୍ତ୍ରଣାଳୟ ଦ୍ୱାରା ଜାରି ଏକ ବିଜ୍ଞପ୍ତି ଅନୁଯାୟୀ, ମହିଳା ସଂରକ୍ଷଣ ଆଇନ, 2023, ଗୁରୁବାର (ଏପ୍ରିଲ ୧୬) ଠାରୁ କାର୍ଯ୍ୟକାରୀ ହୋଇଛି, ଏବଂ…

ଜ୍ୱାଇଁଙ୍କୁ ଛୁରି ଭୁସି ହତ୍ୟା: ଶଳା-ଶଳା ଭାଉଜଙ୍କୁ ବାନ୍ଧିଲା ପୋଲିସ

ବ୍ରହ୍ମପୁର,୧୭।୪ (ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ବଡ଼ବଜାର ଥାନା ଅନ୍ତର୍ଗତ ରେଡିକା ସାହିରେ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ଘଟି ଛୁରାମାଡ଼ରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri