ବିଛାଖଣ୍ଡିରୁ କଳାପଥର ଲୁଟ୍‌ ପୁଣି ଆରମ୍ଭ

ଯାଜପୁର ଅଫିସ/ଜେନାପୁର (ଡି.ଏନ.ଏ.),୭ା୩:ନିୟନ୍ତ୍ରଣ ହେବ ଲଘୁ ଖଣିଜ ଦ୍ରବ୍ୟ ଲୁଟ୍‌। ବେଆଇନ ଉତ୍ତୋଳନକାରୀଙ୍କ ବିରୋଧରେ ଆପରାଧିକ ମାମଲା ରୁଜୁ ସହ ବଡ଼ଧରଣର ଅର୍ଥ ଜରିମାନା ଆଦାୟ କରାଯିବ। ଗତ ସେପ୍ଟେମ୍ବରରେ ଧର୍ମଶାଳା ବିଧାନସଭା ନିର୍ବାଚନ ମଣ୍ଡଳୀ ଉନ୍ନୟନ କମିଟି(ଏସିଡିସି) ବୈଠକରେ ଏଭଳି ନିଷ୍ପତ୍ତି ହୋଇଥିଲା। ଏହାର ପ୍ରାୟ ୫ ମାସ ପରେ ବିଛାଖଣ୍ଡି ପାହାଡରୁ ବେଆଇନ କଳାପଥର ଲୁଟ୍‌ ପୁଣି ଆରମ୍ଭ ହୋଇଛି। ଏପରିକି ଡଙ୍କାରୀ, ଲୁଣିବର ଓ ବାଜବାଟୀ କଳାପଥର ଖାଦାନ ଉପରେ ସାଟେଲାଇଟ୍‌ ମାପଚୁପ ରିପୋର୍ଟ ଦାଖଲ ହେବାର ଅଢ଼େଇ ମାସ ହୋଇଗଲାଣି। କିନ୍ତୁ ଜିଲା ପ୍ରଶାସନ ଲୁଟକାରୀଙ୍କୁ ସୁରକ୍ଷା ଦେବାକୁ ଯାଇ ତାହାକୁ ଚାପି ଦେଇଥିବା ଅଭିଯୋଗ ହୋଇଛି। ଆସନ୍ତା ସାଧାରଣ ନିର୍ବାଚନ ପାଇଁ ପାଣ୍ଠି ଯୋଗାଡ଼କୁ ଗୁରୁତ୍ୱଦେବାକୁ ଯାଇ ଏଭଳି ବେଆଇନ କାରବାର ହେଉଥିବା କୁହାଯାଉଛି। ଏହିକ୍ରମରେ ଏସିଡିସିର ନିଷ୍ପତ୍ତି ଫସର ଫାଟିଛି ବୋଲି ଚର୍ଚ୍ଚା ହେଉଛି।
ଯାଜପୁର ଜିଲା ଧର୍ମଶାଳା ତହସିଲ ଅଞ୍ଚଳର ବିଭିନ୍ନ ପାହାଡ଼ ପାଦଦେଶରେ ଏବେ ବି ଶତାଧିକ କ୍ରଶର ଚାଲିଛି। ଏନେଇ ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସମୟରେ ସିଲ୍‌ କରିବାକୁ ପଦକ୍ଷେପ ଗ୍ରହଣ କରାଯାଇଛି। ପରବର୍ତ୍ତୀ ସମୟରେ କ୍ଲଷ୍ଟର କ୍ରଶର ସ୍ଥାପନ କରିବାକୁ ନିଷ୍ପତ୍ତି ହୋଇଥିଲେ ହେଁ ବର୍ଷାଧିକ କାଳ ତାହା ପ୍ରକ୍ରିୟାରେ ସୀମିତ ରହିଛି। ଏହାର ସୁଯୋଗରେ ବ୍ୟବସାୟୀମାନେ ବେଆଇନ କଳାପଥର ଖାଦାନ ସାଙ୍ଗକୁ କ୍ରଶର ସ୍ଥାପନ କରି ସରକାରଙ୍କ ବିପୁଳ ରାଜସ୍ବକୁ ଶ୍ରାଦ୍ଧ କରି ଚାଲିଛନ୍ତି। ଲୋକାୟୁକ୍ତ ମାମଲାକୁ ଭୟ କରି ବିଛାଖଣ୍ଡି ପାହାଡରେ କ୍ରଶର ଏବଂ ବେଆଇନ ଉତ୍ତୋଳନ କାମ ବନ୍ଦ ହୋଇଥିଲାବେଳେ ଗତ ପ୍ରାୟ ୧ ସପ୍ତାହ ହେବ ପୁଣି କଳାପଥର ଉତ୍ତୋଳନ ଜୋର ଧରିଛି। କଟକ ବନଖଣ୍ଡ ଡାଲିଯୋଡ଼ା ରେଞ୍ଜ ଅନ୍ତର୍ଗତ ୪୫ ଏକର ବିଶିଷ୍ଟ ବିଛାଖଣ୍ଡି ଜଙ୍ଗଲ ଜମି ତା’ର ଅସ୍ତିତ୍ୱ ହରାଇବାକୁ ବସିଛି। ପ୍ରଭାବଶାଳୀ ରାଜନୈତିକ ବ୍ୟକ୍ତିଙ୍କ ପ୍ରୋତ୍ସାହନରେ ଗତ ପ୍ରାୟ ୧୦ ବର୍ଷ ହେବ ଏଠାରେ ବେଆଇନ ଖନନ ଆରମ୍ଭ ହୋଇଛି। ବିଛାଖଣ୍ଡି ମୌଜାର ୬ ଏକର ବିଶିଷ୍ଟ ୨ଟି ଖାଦାନକୁ ଲିଜ୍‌ ସୂତ୍ରରେ ଦିଆଯାଇଛି। ହେଲେ ସେଠାରୁ ୪୦ଏକରରୁ ଅଧିକ ଅଞ୍ଚଳରୁ କଳାପଥର ଲୁଟ୍‌ ହୋଇଛି। ଦିନ ଦ୍ୱିପ୍ରହରରେ ଏହି ଚୋରାଚାଲାଣ ଚାଲିଥିଲେ ସୁଦ୍ଧା ପ୍ରଶାସନିକ ଅଧିକାରୀ ଲୁଟ୍‌କାରୀଙ୍କ ସହଯୋଗୀ ସାଜିଛନ୍ତି। କଳାପଥର ଚୋରାଚାଲାଣକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିବାକୁ ପ୍ରଶାସନ ପୂର୍ବରୁ ନିଷ୍ପତ୍ତି ନେଇଥିବାବେଳେ ଏବେ ପୁଣି କାହା ଇଙ୍ଗିତରେ ଉତ୍ତୋଳନ ଚାଲିଛି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ସୂଚନାଯୋଗ୍ୟ ଯେ, କଳାପଥର ବେଆଇନ କାରବାର ରୋକିବା ପାଇଁ ପ୍ରଶାସନ ସାଟେଲାଇଟ୍‌ ମାପଚୁପ କରିବାକୁ ନିଷ୍ପତ୍ତି ନେଇ ମାଇଁ ୱାର୍ଲଡ କନ୍‌ସଲଟାନ୍ସିକୁ ଦାୟିତ୍ୱ ଦେଇଥିଲା। ପୂର୍ବରୁ ୪ ଜଣ ଲିଜଧାରୀଙ୍କ ନଁାରେ ପ୍ରାୟ ୧୦୫ କୋଟି ଟଙ୍କା ଜରିମାନା ଆଦାୟ ନିର୍ଦ୍ଦେଶ ହୋଇଥିଲା। କିନ୍ତୁ ଶେଷ ମାପଚୁପ ରିପୋର୍ଟ କାହିଁକି କାର୍ଯ୍ୟକାରୀ ହେଉନି ତାହା ବିସ୍ମୟ ସୃଷ୍ଟି କରିଛି। ବେଆଇନ କଳାପଥର ଉତ୍ତୋଳନରେ କେତେଜଣ ଦଳୀୟ କର୍ମୀଙ୍କ ସମ୍ପୃକ୍ତି ଥିବାରୁ ନିର୍ବାଚନ ସମୟରେ ସେମାନଙ୍କୁ ଅସନ୍ତୋଷ କଲେ ପରିସ୍ଥିତି ବିଗିଡ଼ି ଯାଇପାରେ ବୋଲି ସନ୍ଦେହ କରି ପୁଣି ଚୋରାଚାଲାଣ ଆରମ୍ଭ ହୋଇଥିବା ଆଲୋଚନା ହେଉଛି। ଏ ସଂକ୍ରାନ୍ତରେ ଧର୍ମଶାଳା ତହସିଲଦାର ସ୍ବାଗତ କୁମାର ଦାସଙ୍କ ମତାମତ ନେବାକୁ ତାଙ୍କ ମୋବାଇଲ ନମ୍ବରକୁ ଯୋଗାଯୋଗ କରାଯାଇଥିଲେ ହେଁ ସେ ଫୋନ କଲ୍‌କୁ କାଟି ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଚାଉଳ ନପାଇ ଫେରି ଯାଉଛନ୍ତି ଲୋକେ: ସାନଖେମୁଣ୍ଡିରେ ଖାଉଟିଙ୍କୁ ଚାଉଳ ଯୋଗାଣରେ ଅବ୍ୟବସ୍ଥା ..

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗ୍ରାମାଞ୍ଚଳମାନଙ୍କରେ ଖାଦ୍ୟ ଯୋଗାଣ ବିଭାଗ ପକ୍ଷରୁ ଖାଉଟିଙ୍କୁ ଚାଉଳ ଯୋଗାଣରେ ଅବ୍ୟବସ୍ଥା ନେଇ ସିଙ୍ଗପୁର ପଞ୍ଚାୟତ ସରପଞ୍ଚ…

୧୬ ନମ୍ବର ଜାତୀୟ ରାଜପଥ ବଡ଼ ଘାଟି ଉପରେ ଓଲଟିଲା ଏସିଡି ଟ୍ୟାଙ୍କର

ଖଲ୍ଲିକୋଟ,୩୧।୩(ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ୧୬ ନଂ. ଜାତୀୟ ରାଜପଥ ବଡ଼ଘାଟି ଉପରେ ମଙ୍ଗଳବାର ଅପରାହ୍ନରେ ଏକ ଏସିଡି ବୋଝେଇ ଟ୍ୟାଙ୍କର ଓଲଟି ପଡିଛି।…

ରବି ଧାନ ବିକ୍ରି ପଞ୍ଜିକରଣ ଅବଧି ବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

କୋକସରା,୩୧।୩(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଇନ୍ଦ୍ରାବତୀ ଉଠା ଜଳସେଚନ ଅଞ୍ଚଳର ଚାଷୀମାନେ ଚଳିତ ବର୍ଷ ରବି ଚାଷ ଧାନ ବିକ୍ରି ପଞ୍ଜିକରଣରୁ ବାଦ ପଡ଼ିଛନ୍ତି। ଫଳରେ କୋକସରା ବ୍ଳକ…

ଉତ୍କଳ ପ୍ରଦେଶ ଗଠନରେ ବଡ଼ଖେମୁଣ୍ଡିର ଅବଦାନ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ବଡ଼ଖେମୁଣ୍ଡି ହାଇସ୍କୁଲ ପରିସରରେ ମଙ୍ଗଳବାର ଉତ୍କଳ ସମ୍ମିଳନୀ ଗଞ୍ଜାମ ଜିଲା ଶାଖା ଆନୁକୂଲ୍ୟରେ ପବିତ୍ର ଉତ୍କଳ ଦିବସ ଅବ୍ୟବହିତ…

ଲୁଚାଇ ରଖିଥିଲେ: ମିଳିଲା ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର, ମାଓବାଦୀ ସାମଗ୍ରୀ

ଫୁଲବାଣୀ,୩୧।୩(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ଦାରିଙ୍ଗିବାଡି ଥାନା ଅଞ୍ଚଳରେ କୋମ୍ବିଂ ଅପରେଶନ ବେଳେ ସୁରକ୍ଷାକର୍ମୀ ବିପୁଳ ପରିମାଣର ମାଓବାଦୀ ସାମଗ୍ରୀ ଜଙ୍ଗଲରୁ ଜବତ କରିଛନ୍ତି। ଜବତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri