ବିଛାଖଣ୍ଡିରୁ କଳାପଥର ଲୁଟ୍‌ ପୁଣି ଆରମ୍ଭ

ଯାଜପୁର ଅଫିସ/ଜେନାପୁର (ଡି.ଏନ.ଏ.),୭ା୩:ନିୟନ୍ତ୍ରଣ ହେବ ଲଘୁ ଖଣିଜ ଦ୍ରବ୍ୟ ଲୁଟ୍‌। ବେଆଇନ ଉତ୍ତୋଳନକାରୀଙ୍କ ବିରୋଧରେ ଆପରାଧିକ ମାମଲା ରୁଜୁ ସହ ବଡ଼ଧରଣର ଅର୍ଥ ଜରିମାନା ଆଦାୟ କରାଯିବ। ଗତ ସେପ୍ଟେମ୍ବରରେ ଧର୍ମଶାଳା ବିଧାନସଭା ନିର୍ବାଚନ ମଣ୍ଡଳୀ ଉନ୍ନୟନ କମିଟି(ଏସିଡିସି) ବୈଠକରେ ଏଭଳି ନିଷ୍ପତ୍ତି ହୋଇଥିଲା। ଏହାର ପ୍ରାୟ ୫ ମାସ ପରେ ବିଛାଖଣ୍ଡି ପାହାଡରୁ ବେଆଇନ କଳାପଥର ଲୁଟ୍‌ ପୁଣି ଆରମ୍ଭ ହୋଇଛି। ଏପରିକି ଡଙ୍କାରୀ, ଲୁଣିବର ଓ ବାଜବାଟୀ କଳାପଥର ଖାଦାନ ଉପରେ ସାଟେଲାଇଟ୍‌ ମାପଚୁପ ରିପୋର୍ଟ ଦାଖଲ ହେବାର ଅଢ଼େଇ ମାସ ହୋଇଗଲାଣି। କିନ୍ତୁ ଜିଲା ପ୍ରଶାସନ ଲୁଟକାରୀଙ୍କୁ ସୁରକ୍ଷା ଦେବାକୁ ଯାଇ ତାହାକୁ ଚାପି ଦେଇଥିବା ଅଭିଯୋଗ ହୋଇଛି। ଆସନ୍ତା ସାଧାରଣ ନିର୍ବାଚନ ପାଇଁ ପାଣ୍ଠି ଯୋଗାଡ଼କୁ ଗୁରୁତ୍ୱଦେବାକୁ ଯାଇ ଏଭଳି ବେଆଇନ କାରବାର ହେଉଥିବା କୁହାଯାଉଛି। ଏହିକ୍ରମରେ ଏସିଡିସିର ନିଷ୍ପତ୍ତି ଫସର ଫାଟିଛି ବୋଲି ଚର୍ଚ୍ଚା ହେଉଛି।
ଯାଜପୁର ଜିଲା ଧର୍ମଶାଳା ତହସିଲ ଅଞ୍ଚଳର ବିଭିନ୍ନ ପାହାଡ଼ ପାଦଦେଶରେ ଏବେ ବି ଶତାଧିକ କ୍ରଶର ଚାଲିଛି। ଏନେଇ ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସମୟରେ ସିଲ୍‌ କରିବାକୁ ପଦକ୍ଷେପ ଗ୍ରହଣ କରାଯାଇଛି। ପରବର୍ତ୍ତୀ ସମୟରେ କ୍ଲଷ୍ଟର କ୍ରଶର ସ୍ଥାପନ କରିବାକୁ ନିଷ୍ପତ୍ତି ହୋଇଥିଲେ ହେଁ ବର୍ଷାଧିକ କାଳ ତାହା ପ୍ରକ୍ରିୟାରେ ସୀମିତ ରହିଛି। ଏହାର ସୁଯୋଗରେ ବ୍ୟବସାୟୀମାନେ ବେଆଇନ କଳାପଥର ଖାଦାନ ସାଙ୍ଗକୁ କ୍ରଶର ସ୍ଥାପନ କରି ସରକାରଙ୍କ ବିପୁଳ ରାଜସ୍ବକୁ ଶ୍ରାଦ୍ଧ କରି ଚାଲିଛନ୍ତି। ଲୋକାୟୁକ୍ତ ମାମଲାକୁ ଭୟ କରି ବିଛାଖଣ୍ଡି ପାହାଡରେ କ୍ରଶର ଏବଂ ବେଆଇନ ଉତ୍ତୋଳନ କାମ ବନ୍ଦ ହୋଇଥିଲାବେଳେ ଗତ ପ୍ରାୟ ୧ ସପ୍ତାହ ହେବ ପୁଣି କଳାପଥର ଉତ୍ତୋଳନ ଜୋର ଧରିଛି। କଟକ ବନଖଣ୍ଡ ଡାଲିଯୋଡ଼ା ରେଞ୍ଜ ଅନ୍ତର୍ଗତ ୪୫ ଏକର ବିଶିଷ୍ଟ ବିଛାଖଣ୍ଡି ଜଙ୍ଗଲ ଜମି ତା’ର ଅସ୍ତିତ୍ୱ ହରାଇବାକୁ ବସିଛି। ପ୍ରଭାବଶାଳୀ ରାଜନୈତିକ ବ୍ୟକ୍ତିଙ୍କ ପ୍ରୋତ୍ସାହନରେ ଗତ ପ୍ରାୟ ୧୦ ବର୍ଷ ହେବ ଏଠାରେ ବେଆଇନ ଖନନ ଆରମ୍ଭ ହୋଇଛି। ବିଛାଖଣ୍ଡି ମୌଜାର ୬ ଏକର ବିଶିଷ୍ଟ ୨ଟି ଖାଦାନକୁ ଲିଜ୍‌ ସୂତ୍ରରେ ଦିଆଯାଇଛି। ହେଲେ ସେଠାରୁ ୪୦ଏକରରୁ ଅଧିକ ଅଞ୍ଚଳରୁ କଳାପଥର ଲୁଟ୍‌ ହୋଇଛି। ଦିନ ଦ୍ୱିପ୍ରହରରେ ଏହି ଚୋରାଚାଲାଣ ଚାଲିଥିଲେ ସୁଦ୍ଧା ପ୍ରଶାସନିକ ଅଧିକାରୀ ଲୁଟ୍‌କାରୀଙ୍କ ସହଯୋଗୀ ସାଜିଛନ୍ତି। କଳାପଥର ଚୋରାଚାଲାଣକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିବାକୁ ପ୍ରଶାସନ ପୂର୍ବରୁ ନିଷ୍ପତ୍ତି ନେଇଥିବାବେଳେ ଏବେ ପୁଣି କାହା ଇଙ୍ଗିତରେ ଉତ୍ତୋଳନ ଚାଲିଛି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ସୂଚନାଯୋଗ୍ୟ ଯେ, କଳାପଥର ବେଆଇନ କାରବାର ରୋକିବା ପାଇଁ ପ୍ରଶାସନ ସାଟେଲାଇଟ୍‌ ମାପଚୁପ କରିବାକୁ ନିଷ୍ପତ୍ତି ନେଇ ମାଇଁ ୱାର୍ଲଡ କନ୍‌ସଲଟାନ୍ସିକୁ ଦାୟିତ୍ୱ ଦେଇଥିଲା। ପୂର୍ବରୁ ୪ ଜଣ ଲିଜଧାରୀଙ୍କ ନଁାରେ ପ୍ରାୟ ୧୦୫ କୋଟି ଟଙ୍କା ଜରିମାନା ଆଦାୟ ନିର୍ଦ୍ଦେଶ ହୋଇଥିଲା। କିନ୍ତୁ ଶେଷ ମାପଚୁପ ରିପୋର୍ଟ କାହିଁକି କାର୍ଯ୍ୟକାରୀ ହେଉନି ତାହା ବିସ୍ମୟ ସୃଷ୍ଟି କରିଛି। ବେଆଇନ କଳାପଥର ଉତ୍ତୋଳନରେ କେତେଜଣ ଦଳୀୟ କର୍ମୀଙ୍କ ସମ୍ପୃକ୍ତି ଥିବାରୁ ନିର୍ବାଚନ ସମୟରେ ସେମାନଙ୍କୁ ଅସନ୍ତୋଷ କଲେ ପରିସ୍ଥିତି ବିଗିଡ଼ି ଯାଇପାରେ ବୋଲି ସନ୍ଦେହ କରି ପୁଣି ଚୋରାଚାଲାଣ ଆରମ୍ଭ ହୋଇଥିବା ଆଲୋଚନା ହେଉଛି। ଏ ସଂକ୍ରାନ୍ତରେ ଧର୍ମଶାଳା ତହସିଲଦାର ସ୍ବାଗତ କୁମାର ଦାସଙ୍କ ମତାମତ ନେବାକୁ ତାଙ୍କ ମୋବାଇଲ ନମ୍ବରକୁ ଯୋଗାଯୋଗ କରାଯାଇଥିଲେ ହେଁ ସେ ଫୋନ କଲ୍‌କୁ କାଟି ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦାରିଙ୍ଗବାଡିରେ ଅସହ୍ୟ ଶୀତ: ଚତୁର୍ଥ ଦିନରେ ତୁଷାରପାତ 

ଦାରିଙ୍ଗବାଡି,୧୪।୧୨ (ଅରୁଣ ସାହୁ): ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଗତ କିଛିଦିନ ହେଲା କାଶ୍ମୀର ଭଳି ପରିସ୍ଥିତି ଦେଖାଯାଇଛି। ରବିବାରକୁ ମିଶାଇ ଗତ ଚାରିଦିନ ଧରି...

ଜଙ୍ଗଲରେ ହଜିବାରେ ଲାଗିଛି  ଉଇ ହୁଙ୍କା ସଂଖ୍ୟା : ଭୂତଳ ଜଳର ଉତ୍ସ ଚିହ୍ନଟ କରିବାରେ …

ଦାରିଙ୍ଗବାଡି,୧୪।୧୨ (ଅରୁଣ ସାହୁ): ସୃଷ୍ଟି ଓ ପ୍ରକୃତି ସହ ଜଡିତ ଉଇ ହୁଙ୍କାର ସମ୍ପର୍କ। ହେଲେ ମାତ୍ର ଧୀରେଧୀରେ ଜଙ୍ଗଲରେ ଉଇ ହୁଙ୍କାର ସଂଖ୍ୟା କମିବାରେ...

୨୫ ରେ ତିଲିସିଙ୍ଗି ରେ ପ୍ରଦେଶ ସଭା : ୪ ଦିନ ବ୍ୟାପୀ…

ଭଞ୍ଜନଗର,୧୩।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ତିଳିସିଙ୍ଗିଠାରେ ଆସନ୍ତା ୨୫ ରୁ ୨୮ ତାରିଖ ପର୍ଯ୍ୟନ୍ତ ୪ ଦିନ ବ୍ୟାପୀ ନିଖିଳ ଉତ୍କଳ କୁର୍ମି...

ହଷ୍ଟେଲ ଖାଦ୍ୟରେ ଝିଟିପିଟିି: ୫ ଛାତ୍ରୀ ଅସୁସ୍ଥ

ବନ୍ଧୁଗାଁ,୧୩ା୧୨(ବେଣୁଧର ଲାବାଲା)- କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ଝିଟିପିଟି ପଡ଼ିଥିବା ଭାତ ଖାଇ ୫...

ମହାନଦୀ ସଙ୍କଟ: ସ୍ପଷ୍ଟୀକରଣ ମାଗିଲେ ପ୍ରସନ୍ନ ଆଚାର୍ଯ୍ୟ

ବରଗଡ଼,୧୩ା୧୨(ପ୍ରେମାନନ୍ଦ ଖମାରୀ): ମହାନଦୀ ଜଳ ବିବାଦ ତଥା ମହାନଦୀ ସଙ୍କଟକୁ ନେଇ ବିଜେଡ଼ି ପୁଣି ରାଜ୍ୟ, କେନ୍ଦ୍ର ସରକାରକୁ ଘେରିବା ଆରମ୍ଭ କରିଛି। ଓଡ଼ିଶା ଏବଂ...

ବୃଦ୍ଧଙ୍କୁ ନଦୀପଠାରେ ହତ୍ୟା ଘଟଣା: ଜେଲ୍‌ ଗଲେ ମହିଳା ଅଭିଯୁକ୍ତ

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ନୂଆପଡ଼ା ଗ୍ରାମ ନିକଟ ବାହୁଦା ନଦୀପଠାରେ ଗ୍ରାମର ବୃଦ୍ଧ ନାରାୟଣ ପ୍ରଧାନ(୬୧)ଙ୍କୁ ହତ୍ୟା ଘଟଣାରେ ତଦନ୍ତକାରୀ...

ହାଡ଼ଭଙ୍ଗା ଶୀତରେ ଥରୁଛି ଥୁଆମୂଳ ରାମପୁର: ନିଆଁ ଭରସାରେ ଦୁର୍ଗମବାସୀ

ଥୁଆମୂଳ ରାମପୁର,୧୩ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାରେ କିଛିଦିନ ଧରି ପାରଦ ଖସିବାରେ ଲାଗିଛି। ଦୁର୍ଗମ ଅଞ୍ଚଳ ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରେ ମଧ୍ୟ ପାରଦ ୫ରୁ...

ମଣ୍ଡିରୁ ଉଠୁନି ଧାନ: ବଢୁଛି ଚାଷୀ ଅସନ୍ତୋଷ

ନୂଆପଡ଼ା,୧୨ା୧୨(ମକାରୁ ବେମାଲ): ନୂଆପଡ଼ା ଜିଲାରେ ମଣ୍ଡି ଆରମ୍ଭର ୧୦ ଦିନ ବିତିଯାଇଥିଲେ ମଧ୍ୟ କୌଣସି ମଣ୍ଡିରେ ଧାନ ଉଠା ନ ଯିବା ନେଇ ଶୁକ୍ରବାର ନୂଆପଡା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri