ଜଙ୍ଗଲରୁ କଳାପଥର ଲୁଟ୍‌ ବନାମ ବର୍ଷା

ଯାଜପୁର,୩୦ା୭(ହର୍ଷବର୍ଦ୍ଧନ ବେହେରା)ଖରିଫ ଋତୁରେ ଧାନ ଚାଷ ପାଇଁ ଗୁରୁତ୍ୱପୂର୍ଣ୍ଣ ସମୟ ହେଉଛି ଜୁଲାଇ। ଯାଜପୁର ଜିଲାରେ ଏହି ମାସରେ ବର୍ଷା ପ୍ରତାରଣା କରିଛି। ଜୁଲାଇ ୨୦ ସୁଦ୍ଧା ସ୍ବାଭାବିକ ବର୍ଷା ହାରାହାରି ୩୫୦.୯ ମିମି ହେବା ସ୍ଥଳେ ମାତ୍ର ୨୦୩.୧୨ ମିମି ବର୍ଷା ରେକର୍ଡ କରାଯାଇଛି, ଯାହାକି ସ୍ବାଭାବିକ ବର୍ଷା ଠାରୁ ୪୨% କମ୍‌। ସେଥିମଧ୍ୟରୁ ଜଙ୍ଗଲ ଜମି ଉଜାଡି ମୂଲ୍ୟବାନ କଳାପଥର ଉତ୍ତୋଳନ ହେଉଥିବା ଧର୍ମଶାଳା ବ୍ଲକ ଅଞ୍ଚଳରେ ସର୍ବନିମ୍ନ ୯୮ ମିମି ବର୍ଷା ହୋଇଛି। ଏହା ପରିବେଶବିତ୍‌ ମହଲରେ ଚର୍ଚ୍ଚାର ବିଷୟ ହୋଇଥିବାବେଳେ ଆଗାମୀ ଦିନରେ ଏହି ବ୍ଲକ ଅଞ୍ଚଳ ମରୁଭୂମିରେ ପରିଣତ ହୋଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି।
ଜିଲାରେ ଅତି ନିମ୍ନମାନର ଜଳସେଚନ ଚାଷୀକୁଳର ଆଶାକୁ ଧୂଳିସାତ କରିଦେଇଛି। ରାଜ୍ୟ ରାଜକୋଷରୁ ବିପୁଳ ଅର୍ଥ ଖର୍ଚ୍ଚ କରି ନିର୍ମାଣ ହୋଇଥିବା ମେଗା ଉଠା ଜଳସେଚନ ପ୍ରକଳ୍ପଗୁଡ଼ିକ ମଧ୍ୟ ଏଯାଏ ଜଳସେଚନ ସମସ୍ୟା ଦୂର କରି ପାରିିିିିନାହିଁ। ବ୍ରାହ୍ମଣୀ ଓ ବୈତରଣୀ ନଦୀର ପ୍ରାୟ ୯୦ ପ୍ରତିଶତ ଜଳ ସିଧାସଳଖ ସମୁଦ୍ରରେ ମିଶୁଛି। ହେଲେ ବିଡମ୍ବନା ଯେ, ଯାଜପୁର ଜିଲା ଦେଇ ପ୍ରବାହିତ ଏହି ଦୁଇ ପ୍ରମୁଖ ନଦୀର ଉପରମୁଣ୍ଡରେ ଜଳସେଚନ ପ୍ରକଳ୍ପଟିଏ ଏଯାଏ କାର୍ଯ୍ୟକାରୀ ହୋଇପାରିନାହିଁ। ତେଣୁ ବ୍ରାହ୍ମଣୀ ଓ ବୈତରଣୀ ନଦୀ ଚାଷୀଙ୍କ ପାଇଁ ନୁହେଁ, ବରଂ ଶିଳ୍ପ କାରଖାନା ପାଇଁ କେବଳ ଉଦ୍ଦିଷ୍ଟ ବୋଲି ମତପ୍ରକାଶ ପାଉଛି। ଏହିକ୍ରମରେ ଯାଜପୁର ଜିଲା ଚାଷୀ କେବଳ ବର୍ଷା ପାଣି ଉପରେ ନିର୍ଭର କରୁଛନ୍ତି। କିନ୍ତୁ ଜଙ୍ଗଲ କ୍ଷୟ ସମେତ ଉତ୍କଟ ପ୍ରଦୂଷଣ ଯୋଗୁ ଜିଲାର ନିର୍ଦ୍ଧାରିତ ହାରାହାରି ବର୍ଷା ପୂରଣ ହୋଇ ପାରୁନାହିଁ। ଧର୍ମଶାଳା ବ୍ଲକ ଅଞ୍ଚଳରେ ଥିବା ପଥର ବ୍ୟବସାୟୀଙ୍କ ବେଆଇନ କଳାପଥର ଉତ୍ତୋଳନ ଯୋଗୁ ବଳରାମପୁର ସଂରକ୍ଷିତ ଜଙ୍ଗଲ ସମେତ ବିଛାଖଣ୍ଡି, କୁସୁନପୁର, ମୁକୁନ୍ଦପୁର, ନିଶ୍ଚନ୍ତା ଅଭୟାରଣ୍ୟ, ଡଙ୍କାରୀ, ମାଲଗୋଡ଼ା ଓ ରାହାଡ଼ପୁରଠାରୁ ଢେଙ୍କାନାଳ ସୀମାନ୍ତ ପର୍ଯ୍ୟନ୍ତ ଥିବା ସବୁଜିମା ଏବେ ବିଲୁପ୍ତି ପଥରେ। ସରକାରୀସ୍ତରରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଅଭାବରୁ ପ୍ରତ୍ୟହ ବ୍ଲାଷ୍ଟିଂ କରି ପଥର ଉତ୍ତୋଳନ ଜାରି ରହିଛି। ଏଥିଯୋଗୁ ପ୍ରବଳ ବାୟୁ ପ୍ରଦୂଷଣ ସୃଷ୍ଟି ଯୋଗୁ ଜଳବାୟୁରେ ପରିବର୍ତ୍ତନ ହୋଇ ବର୍ଷାର ହାର ହ୍ରାସ ପାଉଛି ବୋଲି ମତପ୍ରକାଶ ପାଉଛି। ଏଥିରେ ଚାଷୀ ଏବଂ ସାଧାରଣ ଜନତା ବହୁ ପ୍ରଭାବିତ ହେଉଥିବାବେଳେ ସରକାରୀ ଦଳର କେତେଜଣ କର୍ମୀ ଲାଭବାନ ହେଉଛନ୍ତି। ଧର୍ମଶାଳା ବିଧାନସଭା ନିର୍ବାଚନ ମଣ୍ଡଳୀ ଉନ୍ନୟନ କମିଟି (ଏସିଡିସି) ବୈଠକରେ ଲଘୁ ଖଣିଜ ପଦାର୍ଥର ଲୁଟ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଯେଉଁ ଦୃଢ଼ୋକ୍ତି ପ୍ରକାଶ ପାଇଥିଲା ତାହା ବି ଫସର ଫାଟିଛି। ବରଂ ଆଗାମୀ ନିର୍ବାଚନ ପାଇଁ ବେଆଇନ କଳାପଥର ଖାଦାନଗୁଡ଼ିକୁ ପ୍ରୋତ୍ସାହନ ଦିଆଯାଇ ଅର୍ଥ ଠୁଳ କରାଯାଉଥିବା ଅଭିଯୋଗ ହେଉଛି। ଜଙ୍ଗଲ ବିଭାଗର ବିନା ଅନୁମତିରେ ସଂରକ୍ଷିତ ଜଙ୍ଗଲ ମଧ୍ୟକୁ ପ୍ରବେଶ କଲେ, ଯାନବାହନ ନେଲେ କିମ୍ବା କୌଣସି ବେଆଇନ କାର୍ଯ୍ୟ କଲେ ଏହା ଜଙ୍ଗଲ ବିଭାଗ ସେକ୍ସନ-୨୭ ଅନୁଯାୟୀ ଦଣ୍ଡନୀୟ ଅପରାଧ। କଟକ ବନଖଣ୍ଡ ଅନ୍ତର୍ଗତ ଯାଜପୁର ଜିଲାର ଡାଲିଯୋଡ଼ା ବନାଞ୍ଚଳରେ ଏହି ନିୟମ ନିରର୍ଥକ ହୋଇଛି। ଖାଲି ଯାନବାହନ ଚଳାଚଳ ନୁହେଁ, ବହୁ କୋଟି ଟଙ୍କାର ମୂଲ୍ୟବାନ କଳାପଥର ଉତ୍ତୋଳନ ହେଉଛି। ଜଙ୍ଗଲ ବିଭାଗର କେତେଜଣ ଉଚ୍ଚ ପଦାଧିକାରୀଙ୍କ ଦୁର୍ନୀତିଖୋର ମନୋଭାବ ଯୋଗୁ ସଂରକ୍ଷିତ ଜଙ୍ଗଲ ସମ୍ପୂର୍ଣ୍ଣ ନିପାତ ହେବାରେ ଲାଗିଛି। ବଳରାମପୁର ସଂରକ୍ଷିତ ଜଙ୍ଗଲରେ କେବଳ ନାମକୁ ମାତ୍ର ତାରବାଡ଼ ଦିଆଯାଇଥିବାବେଳେ ଏହାର ପଛପଟେ ଦୈନିକ ଲକ୍ଷାଧିକ ଟଙ୍କାର କଳାପଥର ବ୍ୟାପାର ଚାଲିଛି। ଏଥିରେ ପୋଲିସ ଓ ପ୍ରଶାସନ ମଧ୍ୟ ସହାୟକ ହୋଇଛନ୍ତି। ଏଥିଯୋଗୁ ଅନେକ ଗରିବ ଶ୍ରମିକଙ୍କ ଜୀବନ ଯାଉଥିଲେ ବି ଜଙ୍ଗଲ, ପୋଲିସ ପ୍ରଶାସନ ଧନୀ ଲୋକଙ୍କ ଏହି ବେଆଇନ କାର୍ଯ୍ୟକୁ ଢାଙ୍କି ଦେଉଛନ୍ତି। ପ୍ରଶ୍ନ ହେଲେ ପୋଲିସ ଓ ଜଙ୍ଗଲ ବିଭାଗ ଦୋଷ ଲଦାଲଦିରେ ବ୍ୟସ୍ତ ରହୁଛନ୍ତି। କେତେଜଣ ପ୍ରଭାବଶାଳୀ ନେତାଙ୍କ ପରୋକ୍ଷ ହାତ ରହୁଥିବାରୁ ପ୍ରଶାସନିକ ଅଧିକାରୀମାନେ କିଂକର୍ତ୍ତବ୍ୟବିମୁଢ଼ ହୋଇଛନ୍ତି ବୋଲି ଚର୍ଚ୍ଚା ହେଉଛି। ଏ ସଂକ୍ରାନ୍ତରେ କଟକ ଡିଏଫ୍‌ଓ ଅଜିତ ଶତପଥୀଙ୍କୁ ପଚାରିବାରୁ ସେ କହିଛନ୍ତି, ଯଦି ସଂରକ୍ଷିତ ଜଙ୍ଗଲ ହୋଇଥିବ ତେବେ ଜଙ୍ଗଲ ବିଭାଗ ପକ୍ଷରୁ ସେକ୍ସନ ୨୭ରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ। ଯଦି ରେଭିନ୍ୟୁ ଜଙ୍ଗଲ ହୋଇଥିବ ତେବେ ତହସିଲ ପ୍ରଶାସନ ପକ୍ଷରୁ ତଦନ୍ତ କରାଯାଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ଉଚିତ। ଅନ୍ୟପକ୍ଷେ ସେହିସବୁ କେଉଁ ଜଙ୍ଗଲ ରହିଛି, ତାହାର ତଦନ୍ତ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଆଇପିଏଲ୍‌ ଆରମ୍ଭରୁ ବଡ଼ ବିବାଦ: RCB vs SRH ମ୍ୟାଚ୍‌ରେ ଏମିତି କ’ଣ ହେଲା ଯାହାକୁ ନେଇ ଏବେ ବଢୁଛି ହଙ୍ଗାମା…

ନୂଆଦିଲ୍ଲୀ,୨୯।୩: ଶନିବାରଠାରୁ ଆରମ୍ଭ ହୋଇଥିବା IPL 2026ର ଉଦ୍‌ଘାଟନୀ ମ୍ୟାଚ୍‌ ଯେତିକି ରୋମାଞ୍ଚକର ଥିଲା, ସେତିକି ବିବାଦୀୟ ମଧ୍ୟ ହୋଇପଡ଼ିଛି। RCB ଏବଂ SRH ମଧ୍ୟରେ ଖେଳାଯାଇଥିବା…

‘ନୋ କିଙ୍ଗସ୍‌’ ଆନ୍ଦୋଳନରେ ଦୋହଲି ଗଲାଣି ଆମେରିକା, ଗାଦିଚ୍ୟୁତ ହେବେ ଟ୍ରମ୍ପ!

ଓ୍ବାଶିଂଟନ,୨୯।୩: ଆମେରିକା ବର୍ତ୍ତମାନ ଦୁଇଟି ପ୍ରମୁଖ ମୋର୍ଚ୍ଚା ସହିତ ସଂଘର୍ଷ କରୁଛି। ଗୋଟିଏ ପଟେ, ପଶ୍ଚିମ ଏସିଆରେ ଇରାନ ବିରୁଦ୍ଧରେ ଚାଲିଥିବା ସଂଘର୍ଷରେ ହଜାର ହଜାର ଲୋକଙ୍କ…

ଯାଜପୁରର ଆକର୍ଷଣ ପାଲଟିବ ୧୨୩ ଫୁଟ ଉଚ୍ଚର ଧ୍ୟାନମଗ୍ନ ଶିବ ମୂର୍ତ୍ତି

ଧର୍ମଶାଳା,୨୯ା୩(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲାର ପବିତ୍ର ବୈତରଣୀ ନଦୀକୂଳରେ ସୁଉଚ୍ଚ ଧ୍ୟାନମଗ୍ନ ଶିବ ମୂର୍ତ୍ତି ନିର୍ମାଣ କାର୍ଯ୍ୟ କେବେ ଶେଷ ହେବ ତାକୁ ନେଇ ପ୍ରଶ୍ନ ଉଠିଛି।…

ବାଃରେ ପାକିସ୍ତାନ! ନସୀମ ଶାହଙ୍କୁ ଏକ କଠୋର ଦଣ୍ଡ ଦେବାକୁ ପ୍ରସ୍ତୁତ ଦେଶ

ଇସଲାମାବାଦ,୨୯।୩: ପାକିସ୍ତାନରେ, କେବେବି କ’ଣ ଘଟିବ ତାହା କେହି ପୂର୍ବାନୁମାନ କରିପାରିବେ ନାହିଁ। ଦେଶଟି ଅଜବ ନିଷ୍ପତ୍ତି ନେବା ଏବଂ ଆଶ୍ଚର୍ଯ୍ୟଜନକ କାର୍ଯ୍ୟ କରିବାରେ ଲିପ୍ତ ହେବା…

ଶ୍ରୀରାମନବମୀ ରାଲିରେ ବିଧାୟକ ଗୁଳି ଫୁଟାଇବା ଘଟଣା: ଗିରଫ ଦାବି କଲା ବିଜେଡି

ବଲାଙ୍ଗୀର,୨୯ା୩(ବୀରେନ୍ଦ୍ର କୁମାର ଝାଙ୍କର/ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଟିଟିଲାଗଡ଼ ସହରରେ ଶୁକ୍ରବାର ଶ୍ରୀରାମ ନବମୀ ଉତ୍ସବ ଶୋଭାଯାତ୍ରାରେ ବିଧାୟକ ନବୀନ ଜୈନ ଗୁଳି ଫୁଟାଇବା ଘଟଣାକୁ…

ବର୍ଷଯାକ ଆଉ ରହିବନି ରିଚାର୍ଜ ଟେନଶନ! ଆସିଲା ସ୍ପେଶାଲ ପ୍ଲାନ, ସବୁ ଫ୍ରି…

ଆଜିର ଡିଜିଟାଲ୍ ଯୁଗରେ, ସ୍ମାର୍ଟଫୋନ୍ ଏକ ଆବଶ୍ୟକତା ପାଲଟିଛି, କିନ୍ତୁ ମାସିକ ରିଚାର୍ଜ ମଧ୍ୟ ଏକ ବଡ଼ ମୁଣ୍ଡବିନ୍ଧାର କାରଣ ସାଜିଛି। ଅଧିକାଂଶ ସ୍ମାର୍ଟଫୋନ୍ ବ୍ୟବହାରକାରୀ ୨୮ଦିନର…

ଏଣ୍ଟ୍ରାନ୍ସ ଦେବାକୁ ଯାଇଥିଲେ ଛାତ୍ରୀ, ବଜ୍ରପାତରେ ଗଲା ଜୀବନ, ସହାୟତା ଦାବି କରି…

ଦିଗପହଣ୍ଡି,୨୯ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଆଙ୍କୋରଡ଼ା ପଞ୍ଚାୟତ ଚାଞ୍ଚଡ଼ାପଲ୍ଲୀ ଗ୍ରାମର ମେଧାବୀ ଛାତ୍ରୀ ରେଶ୍ମା ଭୋଳ (୨୧) ଶୁକ୍ରବାର ଅପରାହ୍ନରେ ବ୍ରଜପାତରେ ମୃତ୍ୟୁବରଣ…

ମନ୍‌ କି ବାତ୍‌ରେ ସମ୍ବଲପୁରର ସୁଜାତା, ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଲେ…

ସମ୍ବଲପୁର,୨୯ା୩(ପ୍ରମୋଦ ବହିଦାର): ସମ୍ବଲପୁ ର ଜିଲାର ଜଣେ ସାଧାରଣ ଗୃହିଣୀରୁ ସଫଳ ମାଛ ଚାଷୀ ସାଜିଥିବା ସୁଜାତା ଭୂୟାଁଙ୍କ ସଫଳତା ଆଜି ସାରା ଦେଶ ପାଇଁ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri