Posted inଜାତୀୟ

କେନ୍ଦ୍ରୀୟ ଏସିଆରେ ବ୍ଲାକଆଉଟ୍‌

ନୂଆଦିଲ୍ଲୀ, ୨୬ା୧: କେନ୍ଦ୍ରୀୟ ଏସିଆର ୩ ଦେଶରେ ମଙ୍ଗଳବାର ବଡ଼ ଧରଣର ବ୍ଲାକଆଉଟ୍‌ ହୋଇଛି। ଏକ ପ୍ରମୁଖ ପାଓ୍ବାର ଲାଇନରେ ସମସ୍ୟା ଯୋଗୁ କାଜାଖସ୍ତାନ, ଉଜ୍‌ବେକିସ୍ତାନ ଏବଂ କିର୍ଗିଜସ୍ତାନର ୧୦ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ବିଦ୍ୟୁତ୍‌ ସଂଯୋଗ ପାଇବାରୁ ବଞ୍ଚିତ ହୋଇଥିଲେ। କିର୍ଗିଜସ୍ତାନ ଏବଂ ଉଜ୍‌ବେକିସ୍ତାନ ରାଜଧାନୀ ସମେତ କାଜାଖସ୍ତାନର ଅର୍ଥନୈତିକ ହବ୍‌ କୁହାଯାଉଥିବା ଆଲମାଟି ସହରରେ ମଧ୍ୟାହ୍ନ ସମୟରେ ବ୍ଲାକ୍‌ଆଉଟ୍‌ ହୋଇଥିଲା।
ସୋଭିଏଟ୍‌ ସଂଘର ସଦସ୍ୟ ଥିବା ଏହି ୩ ଦେଶର ପାଓ୍ବାରଗ୍ରୀଡ୍‌ କାଜାଖସ୍ତାନ ଦ୍ୱାରା ପରସ୍ପର ସହ ସଂଯୁକ୍ତ। କାଜାଖସ୍ତାନ ଦେଇ ରୁଷିଆର ପାଓ୍ବାରଗ୍ରୀଡ୍‌କୁ ମଧ୍ୟ ଏହା ସଂଯୋଗ କରେ। ଫଳରେ ବିଦ୍ୟୁତ୍‌ ଅଭାବ ଦୂର କରିବାକୁ ଏହି ଦେଶଗୁଡ଼ିକୁ ସେଠାରୁ ବିଦ୍ୟୁତ୍‌ ଆଣିପାରିବେ। ବ୍ଲାକ୍‌ଆଉଟ ପରେ ଉଜବେକିସ୍ତାନର ଶକ୍ତି ମନ୍ତ୍ରୀ ଟେଲିଗ୍ରାମରେ ବିବୃତି ଜାରି କରି କହିଛନ୍ତି, କାଜାଖସ୍ତାନ ପାଓ୍ବାର ଗ୍ରୀଡ୍‌ରେ ଏକ ଦୁର୍ଘଟଣା ଯୋଗୁ ଏହି ବିଦ୍ୟୁତ୍‌ ସଙ୍କଟ ସୃଷ୍ଟି ହୋଇଛି। ଫଳରେ ଜନବହୁଳ ଦକ୍ଷିଣ କାଜାଖସ୍ତାନର ଆଲ୍‌ମାଟି, ଶିମ୍‌କେଣ୍ଟ, ତାରସ୍‌, ତୁର୍କେସ୍ତାନ ଏବଂ ଏହାର ଆଖପାଖ ଅଞ୍ଚଳରେ ପାଓ୍ବାର ଆଉଟେଜ୍‌ ହୋଇଛି। ୟୁନିଫାଏଡ୍‌ ପାଓ୍ବାର ଗ୍ରୀଡ୍‌କୁ ସଂଯୋଗ କରୁଥିବା ଉଜ୍‌ବେକ୍‌ ପାଓ୍ବାର ଗ୍ରୀଡ୍‌ କ୍ଷତିଗ୍ରସ୍ତ ହୋଇଛି। ଏଥିଯୋଗୁ କାଜାଖସ୍ତାନରୁ ୫୩୦ ଲାଇନ୍‌ରେ ଭୋଲ୍‌ଟେଜ ଏବଂ ଫ୍ରିକ୍ୱେନ୍ସିରେ ହଠାତ୍‌ ପରିବର୍ତ୍ତନ ଘଟିଛି। ରୁଷିଆ ନ୍ୟୁଜ୍‌ ଏଜନ୍ସି ଆର୍‌ଆଇଏ ନୋଭୋସ୍ତି ରିପୋର୍ଟ ଅନୁସାରେ, ତାଶକେଣ୍ଟ ବିମାନବନ୍ଦରରେ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ତାସ୍‌କେଣ୍ଟ ମେଟ୍ରୋ ମଧ୍ୟ ଏଥିଯୋଗୁ ପ୍ରଭାବିତ ହୋଇଛି। ସେହିପରି ବିଶ୍‌କେକ୍‌ର ଏୟାରପୋର୍ଟ ଏହାର ଦକ୍ଷତା ଠାରୁ କମ୍‌ ପରିବହନ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

LIVE ମ୍ୟାଚ୍‌ରେ ଭୋ ଭୋ ହୋଇ କାନ୍ଦି ପକାଇଲେ ଜାଡେଜା, CSK ଲୋଗୋକୁ କଲେ ଚୁମ୍ବନ; ପ୍ରଶଂସକଙ୍କୁ ଭାବବିହ୍ବଳ କରୁଛି VIDEO 

ଅହମ୍ମଦାବାଦ,୩୧।୩: ଚେନ୍ନାଇ ସୁପର କିଙ୍ଗସ (CSK)  ସହ ରବୀନ୍ଦ୍ର ଜାଡେଜା ଦୀର୍ଘ ବର୍ଷ ଧରି ଜଡ଼ିତ ହୋଇ ରହିଥିଲେ। କିନ୍ତୁ ଆଇପିଏଲ ୨୦୨୬ରେ ଏହି ସମୀକରଣ ବଦଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri