ଆରୁହା ପାହାଡ଼ରୁ କଳାପଥର ଚୋରି: ଚେତିଲା ପୋଲିସ ପ୍ରଶାସନ

ଯାଜପୁର ଅଫିସ/ଧର୍ମଶାଳା (ଡି.ଏନ.ଏ.),୨୩ା୫: ଯାଜପୁର ଜିଲା ଧର୍ମଶାଳା ତହସିଲ ଅଧୀନ ଆରୁହା ପାହାଡ଼ରେ ପୋଲିସ ପକ୍ଷରୁ ଶନିବାର ଚଢାଉ ହୋଇଛି। କଳାପଥର ଚୋରିରେ ନିୟୋଜିତ ୧୧ ଟିପ୍ପର, ଟ୍ରକ, ଟ୍ରାକ୍ଟର ଓ ହିଟାଚି ମେଶିନକୁ ପୋଲିସ ଜବତ କରିଛି। ଏହାସହ ୧୫ ଜଣ ଶ୍ରମିକଙ୍କୁ ଅଟକ ରଖାଯାଇଛି । ଏହି ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ପ୍ରକୃତ ମାଲିକଙ୍କୁ ଧରିବାରେ ପୋଲିସ ବିଫଳ ହୋଇଛି। ଦୀର୍ଘଦିନ ପରେ ପୋଲିସର ଏପରି ଚଢ଼ାଉକୁ ସ୍ଥାନୀୟ ଲୋକେ ସହଜରେ ଗ୍ରହଣ କରିପାରିନାହାନ୍ତି । ଗତ ୪ ବର୍ଷ ମଧ୍ୟରେ ଆରୁହା ପାହାଡରୁ ହୋଇଥିବା ଖନନ ଓ କଳାପଥର ଚୋରିର ନିରପେକ୍ଷ ମାପଚୁପ କରାଯାଇ ଲିଜ୍‌ଧାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି।

ଆରୁହା ପାହାଡ଼ର ୩ ଏକର ଜମିରୁ କଳା ପଥର ଉତ୍ତୋଳନ କରିବାକୁ ଅନୁମତି ମିଳିଥିଲା। ହେଲେ ୧୦୦ରୁ ଊର୍ଦ୍ଧ୍ୱ ଏକର ଅଞ୍ଚଳରୁ ବେଆଇନ ପଥର ଖନନ ଚାଲିଥିଲା। ଏନେଇ ଲୋକାୟୁକ୍ତରେ ୧୩୫୫/୨୦୨୦ରେ ଏକ ମାମଲା ରୁଜୁ ହୋଇଥିବାବେଳେ ପୂର୍ବରୁ ଜିଲା ପ୍ରଶାସନକୁ ଜବାବ ତଲବ ହୋଇଛି। ୧ା୯ା୨୦୧୭ରେ ଆରୁହା କଳାପଥର ଖାଦାନ-୧ ଲିଜ୍‌ ପାଇଁ ଧର୍ମଶାଳା ତହସିଲ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଓଏମ୍‌ଏମ୍‌ସି ନିୟମ-୨୦୧୬ ଅନୁସାରେ ଏହି ବିଜ୍ଞପ୍ତି ପ୍ରକାଶ ପାଇବା ପରେ ତ୍ରିନାଥ ଜେନାଙ୍କୁ ୫ ବର୍ଷ(୨୦୧୭-୧୮ ରୁ ୨୦୨୧-୨୨) ପର୍ଯ୍ୟନ୍ତ ଲିଜ୍‌ ପ୍ରଦାନ କରାଯାଇଛି। ଜମି ରେକର୍ଡ ଅନୁସାରେ ଆରୁହା ପାହାଡରେ ୧୫୩.୬୩୦ ଏକର କଳାପଥର ଖାଦାନ ରହିଛି। ସେଥିରୁ ମାତ୍ର ୩ ଏକର ଖାଦାନ ଲିଜ ଦିଆଯାଇଥିବାବେଳେ ଚଞ୍ଚକତା କରି ପ୍ରାୟ ୧୦୦ ଏକର ପର୍ଯ୍ୟନ୍ତ କଳାପଥର ବେଆଇନ ଭାବେ ଉତ୍ତୋଳନ କରାଯାଉଛି। ଏହାସହ ଲିଜ୍‌ ଅନୁମତି ପରିମାଣଠାରୁ ଶତାଧିକ ଗୁଣ ଅଧିକ କଳାପଥର ଲୁଟ ହୋଇଛି। ଡଙ୍କାରୀ ଭଳି ଖଣି ବିଭାଗର ବିଶେଷଜ୍ଞ ଦଳ ମାପଚୁପ କଲେ ୧୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର କଳାପଥର ଉତ୍ତୋଳନ ହୋଇଥିବା ଜଣାପଡିବ ବୋଲି ଆବେଦନକାରୀ ସର୍ବେଶ୍ୱର ବେହୁରା କହିଛନ୍ତି। ଏହାବାଦ୍‌ ଗତ ଟେଣ୍ଡର ପ୍ରକ୍ରିୟାରେ ଆରୁହା ପାହାଡକୁ ଜଣେ ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ଲିଜ୍‌ ଦେବାକୁ ଉଦ୍ୟମ ହୋଇଥିଲା ବୋଲି ବେହୁରା ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri