Categories: ବାଣିଜ୍ୟ

କଳାଟଙ୍କା ଉପରେ ଲଗାମ ଲାଗିଛି: ମୋଦି

ନୂଆଦିଲ୍ଲୀ: ବିମୁଦ୍ରୀକରଣକୁ ୪ବର୍ଷ ପୂରଣ ହୋଇଛି। ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ, ଏଭଳି ପଦକ୍ଷେପ ଯୋଗୁ କଳାଟଙ୍କା ଉପରେ ଲଗାମ ଲାଗିଛି। କଳାଟଙ୍କାକୁ କମ୍‌ କରିବା ଦିଗରେ ଏହା ସହାୟକ ହୋଇଛି। ଟିକସ ଅନୁପାଳନ ବଢିବା ସହ ସିଷ୍ଟମ ଆହୁରି ପାରଦର୍ଶୀ ହୋଇଛି। ଟିକସ ସଂଗ୍ରହକୁ ଉନ୍ନତ କରିବା ସହ ଦେଶର ହିତ ଲାଗି ବିମୁଦ୍ରୀକରଣ ଯୋଗଦାନ ରଖିଛି। ଏକ ଟୁଇଟରରେ ସେ ଗ୍ରାଫିକ୍ସ ବ୍ୟବହାର କରିବା ସହ ଏହାକୁ ଦର୍ଶାଇଛନ୍ତି। ସେହିଭଳି ବିମୁଦ୍ରୀକରଣ ଦ୍ୱାରା କଳାଧନ ଉପରେ ଅଭୂତପୂର୍ବ ଭାବେ ସରକାର ସଫଳତା ହାସଲ କରିଥିବା ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ମତ ରଖିଛନ୍ତି। ଏହା ଦ୍ୱାରା ଦେଶକୁ ଏକ ଡିଜିଟାଲ ଅର୍ଥ ବ୍ୟବସ୍ଥା ଭାଗେ ଗଢିତୋଳିବା ଦିଗରେ ସହାୟତା ମିଳିଛି। ବିମୁଦ୍ରୀକରଣ ପରେ ଅନେକ ଅଘୋଷିତ କଳାଟଙ୍କା ସାମ୍ନାକୁ ଆସିଛି। ଅପରେଶନ ବ୍ଲାକ ମନି ଅର୍ଥ ବ୍ୟବସ୍ଥାକୁ ସଙ୍ଗଠିତ କରିବା ଦିଗରେ ଯୋଗଦାନ ରଖିଥିବା ସେ ମତ ପ୍ରକାଶ କରିଛନ୍ତି। ବିରୋଧୀଙ୍କୁ ଟାର୍ଗେଟ କରି ଭାଜପା ପକ୍ଷରୁ କୁହାଯାଇଛି ଯେ, ୟୁପିଏ ସମୟରେ ଭ୍ରଷ୍ଟାଚାରର ଜୋରଦାର ଝଟକା ଦେଶକୁ ଲାଗିଥିଲା। ଭାଜପା ରାଷ୍ଟ୍ରୀୟ ମୁଖପାତ୍ର ଚନ୍ଦ୍ରଶେଖର କହିଛନ୍ତି, ବିମୁଦ୍ରୀକରଣ ଦେଶ ଲାଗି ଏକ ଭଲ ପଦକ୍ଷେପ ରହିଥିଲା।

Share