କଳାବଜାର, ଦରବୃଦ୍ଧି ରୋକିବା ପାଇଁ ଏନ୍‌ଏସିର କଡ଼ା ନିର୍ଦ୍ଦେଶ: ଖିଲାପ କଲେ ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ

ବୁଗୁଡ଼ା,୭।୫(ଡି.ଏନ୍‌.ଏ.):କରୋନା ଦ୍ୱିତୀୟ ଲହର ମୁକାବିଲା ନିମନ୍ତେ ମେ ୫ ରୁ ୧୯ ପର୍ଯ୍ୟନ୍ତ ରାଜ୍ୟରେ ଲକଡାଉନ୍‌ ଘୋଷଣା କରିଛନ୍ତି ସରକାର । ଏହି ଲକ୍‌ଡାଉନ୍‌ ର ଫାଇଦା ନେଇ କିଛି ଅସାଧୁ ବେପାରୀ ନିତ୍ୟ ଆବଶ୍ୟକ ଜିନିଷକୁ ଚଢ଼ା ଦରରେ ବିକ୍ରି କରୁଛନ୍ତି । କଳାବଜାର ଓ ଦରବୃଦ୍ଧି ରୋକିବା ପାଇଁଏ ନେଇ ଗଞ୍ଜାମ ଏନ୍‌ଏସି ପକ୍ଷରୁ ବିକ୍ରେତାଙ୍କୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ଏ ଥିରେ ଖିଲାପ ହେଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏନ୍‌ଏସି ନୀର୍ବାହୀ ଅଧିକାରୀ ରଶ୍ମି ରଞ୍ଜନ ଦାଶ ପ୍ରକାଶ କରିଛନ୍ତି ।