୧୦ କୋଟି ନିଯୁକ୍ତି ଉପରେ କଳାବାଦଲ

ନୂଆଦିଲ୍ଲୀ,୩୦।୭: କରୋନା ଯୋଗୁ ଭାରତୀୟ ବଜାର କ୍ଷତିଗ୍ରସ୍ତ ହୋଇଛି। ନିଯୁକ୍ତି ଉପରେ ଏହା ପ୍ରତ୍ୟକ୍ଷ ଭାବେ ପ୍ରଭାବ ପକାଇଛି। ସାଧାରଣତଃ ଦେଶର ସଙ୍ଗଠିତ କ୍ଷେତ୍ରରେ ବହୁ କମ୍‌ ଲୋକ କାମ କରିଥାନ୍ତି। ଅଣସଙ୍ଗଠିତ କ୍ଷେତ୍ର ଅନେକ ଲୋକଙ୍କୁ କାମ କରିବାର ସୁଯୋଗ ପ୍ରଦାନ କରୁଥିବା ବେଳେ ଅର୍ଥ ବ୍ୟବସ୍ଥାକୁ ଏହି କ୍ଷେତ୍ରର ଯୋଗଦାନ ଗୁରୁତ୍ୱପୂର୍ଣ୍ଣ ରହିଛି। ଦେଶର ଅଣୁ କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ(ଏମ୍‌ଏସ୍‌ଏମ୍‌ଇ)ଗୁଡ଼ିକରେ ଉଭୟ ସଙ୍ଗଠିତ ଏବଂ ଅଣସଙ୍ଗଠିତ ଉଭୟ ଶ୍ରମଶକ୍ତିକୁ ନିଯୁକ୍ତି ପ୍ରଦାନ କରିଥାଏ। ଏହି କ୍ଷେତ୍ର ବର୍ତ୍ତମାନ ସଙ୍କଟ ସ୍ଥିତି ଦେଇ ଗତି କରୁଛି। ଏହି କ୍ଷେତ୍ରରେ କାମ କରୁଥିବା ୧୦୦ ନିୟୁତ ବା ୧୦ କୋଟି ନିଯୁକ୍ତି ଉପରେ ବର୍ତ୍ତମାନ କଳାବାଦଲ ଛାଇ ହୋଇ ରହିଛି। ଉକ୍ତ କ୍ଷେତ୍ରକୁ ସମୟ ପୂର୍ବରୁ ବଞ୍ଚାଇବା ଲାଗି ସରକାର ହସ୍ତକ୍ଷେପ କରିବାର ଆବଶ୍ୟକତା ରହିଛି ବୋଲି ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ ବାଣିଜ୍ୟ ସଂକ୍ରାନ୍ତ ପାର୍ଲାମେଣ୍ଟର ଷ୍ଟାଣ୍ଡିଂ କମିଟି ସାମ୍ନାରେ ପ୍ରେଜେଣ୍ଟେଶନ ରଖିଛନ୍ତି।
ଅଧିକାରୀ ଜଣକ କହିଛନ୍ତି, କରୋନା ଯୋଗୁ ଟ୍ରାଭେଲ ଏବଂ ଟୁରିଜମ୍‌ ଶିଳ୍ପ ଉପରେ ସଙ୍କଟ ସ୍ଥିତି ଉପୁଜିଛି। ଏହି କ୍ଷେତ୍ରରେ କାମ କରୁଥିବା ଲକ୍ଷ ଲକ୍ଷ ଲୋକଙ୍କ ଚାକିରି ଚାଲିଯାଇଛି। ଏମ୍‌ଏସ୍‌ଏମ୍‌ଇଗୁଡ଼ିକୁ ଟ୍ରାକ୍‌କୁ ଫେରାଇ ଆଣିବା ଲାଗି ଅଧିକାରୀ ମାନେ ସରକାରଙ୍କୁ କେତେକ ପ୍ରସ୍ତାବ ଦେଇଛନ୍ତି। ପେମେଣ୍ଟ ନିୟମକୁ ସରଳ କରିବା, ଇଣ୍ଟରେଷ୍ଟ ଏବଂ ପ୍ରିମିୟମ ପେମେଣ୍ଟକୁ ଗୋଟିଏ ବର୍ଷ ଲାଗି ଟାଳିବା, ବାତିଲ ହୋଇଥିବା ଟୁର୍‌ ପ୍ରୋଗ୍ରାମ ଉପରେ ଜିଏସ୍‌ଟି ଫେରସ୍ତ ଭଳି ଅନ୍ୟ ପଦକ୍ଷେପ ସରକାର ହାତକୁ ନିଅନ୍ତୁ ବୋଲି ପ୍ରସ୍ତାବରେ କୁହାଯାଇଛି। ଏମ୍‌ଏସ୍‌ଏମ୍‌ଇଗୁଡିକୁ ସହାୟତା କରିବା ଲାଗି ସରକାର ଆତ୍ମନିର୍ଭର ଭାରତ ପ୍ୟାକେଜରେ ୩ ଲକ୍ଷ କୋଟି ଟଙ୍କାର ଋଣ ସହାୟତା ଘୋଷଣା କରିଛନ୍ତି।
ଅଧିକାରୀ ପୁଣି କହିଛନ୍ତି ଯେ, ଦେଶର ଦେଖାଯାଇଥିବା ମୋଟ କରୋନା ମାମଲା ମଧ୍ୟରୁ ୫୦% ସଂକ୍ରମଣ ୭୨% ଶିଳ୍ପ ଉତ୍ପାଦନ ହେଉଥିବା ସ୍ଥାନଗୁଡିକରେ ଦେଖାଯାଉଛି। ଫଳରେ ଶିଳ୍ପ ଉତ୍ପାଦନ ଉପରେ ଏହାର ପ୍ରତ୍ୟକ୍ଷ ପ୍ରଭାବ ପଡିଛି। କରୋନା ପୂର୍ବରୁ ଭାରତୀୟ ଅର୍ଥ ବ୍ୟବସ୍ଥା ମାନ୍ଦାବସ୍ଥା ସହ ଜୁଝୁଛି। ବହୁ ପୂର୍ବରୁ ଜିଡିପିରେ ହ୍ରାସ ହେଉଥିବା ଦେଖାଯାଇଛି। ଆମେରିକା, ଚାଇନା ଏବଂ ୟୁରୋପରେ ବାଣିଜ୍ୟ ଆଧାରରେ ଭାରତୀୟ ଅର୍ଥ ବ୍ୟବସ୍ଥାରେ ନିବେଶ ନିର୍ଭର କରୁଛି। ଏକ ଗଣମାଧ୍ୟମ ରିପୋର୍ଟ ଅନୁସାରେ ସଂସଦୀୟ କମିଟିକୁ କୁହାଯାଇଛି ଯେ, ଗତ କିଛି ତ୍ରୈମାସ ଧରି ଭାରତୀୟ ଅର୍ଥ ବ୍ୟବସ୍ଥାରେ ଲଗାତର ହ୍ରାସ ଦେଖାଯାଉଛି। କରୋନା ପୂର୍ବ ସମୟରେ ମଧ୍ୟ ମାନ୍ଦାବସ୍ଥା ସମ୍ପର୍କରେ ଜୋର୍‌ଦାର ଚର୍ଚ୍ଚା ଆରମ୍ଭ ହୋଇଥିଲା। କରୋନା ଯୋଗୁ ଅର୍ଥ ବ୍ୟବସ୍ଥା ଅକଳରେ ପଡ଼ିଯାଇଛି। ଯେତେ ଶୀଘ୍ର ଏହି ରୋଗର ଟିକା ଆସିବ ସଂକ୍ରମଣକୁ ରୋକିବା ଦିଗରେ ଏହା ସହାୟକ ହୋଇପାରିବ ବୋଲି ବଜାର ବିଶେଷଜ୍ଞ ମତ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରାଫିକ ଚାଲାଣ ବାକିଥିଲେ କଟିବ ଘର ଲାଇନ୍‌! ସୁପ୍ରିମକୋର୍ଟ କହିଲେ ବଡ଼କଥା

ନୂଆଦିଲ୍ଲୀ,୨୯।୯: ଗାଡ଼ି ଚଳାଉଛନ୍ତି କି? ତେବେ ଆପଣଙ୍କ ପାଇଁ ଆସିଛି ଗୁରୁତ୍ୱପୂର୍ଣ୍ଣ ଖବର। ଟ୍ରାଫିକ୍‌ ନିୟମ ଉଲ୍ଲଂଘନ କରି ଇ-ଚାଲାଣ କଟିବା ପରେ ଦୀର୍ଘଦିନ ଧରି ଜରିମାନା…

PNB ଘୋଟାଲାରେ ବଡ଼ ସଫଳତା! ନୀରବ ମୋଦିଙ୍କ ସହଯୋଗୀ ସନ୍ଦୀପ ମିସ୍ତ୍ରୀଙ୍କୁ UAEରୁ ଅଣାଗଲା ଭାରତ, ଗିରଫ କଲା CBI

ମୁମ୍ବାଇ,୨୯।୯: ନୀରବ ମୋଦିଙ୍କ ସହ ଜଡ଼ିତ ବହୁଚର୍ଚ୍ଚିତ PNB (ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ) ଘୋଟାଲାରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା (CBI)କୁ ମିଳିଛି ବଡ଼ ସଫଳତା। ଏହି ମାମଲାରେ…

ଏସବୁ ରାଜ୍ୟରେ ବଢିଲା DA! ଅକ୍ଟୋବରରେ ବଢିକି ଆସିବ ଦରମା! ପେନସନଭୋଗୀଙ୍କୁ ବି ଦଶହରା ଭେଟି ଦେଲେ ସରକାର

ନୂଆଦିଲ୍ଲୀ,୨୯।୯: ଯଦି ଆପଣ ଜଣେ ସରକାରୀ କର୍ମଚାରୀ କିମ୍ୱା ଘରେ କୌଣସି ବୟସ୍କ ପେନସନଭୋଗୀ ଅଛନ୍ତି, ତେବେ ଏହି ଖବର ଆପଣଙ୍କ ମୁହଁରେ ଏକ ବଡ଼ ହସ…

SBI ଗ୍ରାହକ ସାବଧାନ! ଅକ୍ଟୋବର ୧ରୁ ବଦଳିବ ATM ରୁ ଟଙ୍କା ଉଠାଇବା ନିୟମ, ଦେବାକୁ ପଡିବ ଏକ୍ସର୍ଟା ଚାର୍ଜ…

ନୂଆଦିଲ୍‌ଲୀ,୨୯।୯: ଯଦି ଆପଣ ଦେଶର ସବୁଠାରୁ ବଡ଼ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ବା ଏସବିଆଇର ଗ୍ରାହକ, ତେବେ ଏହି ଖବର ଆପଣଙ୍କ ପାଇଁ…

ନବ ନିର୍ମାଣ କୃଷକ ସଂଗଠନ ପରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ, ଏହି ଦିନ…

ଭୁବନେଶ୍ବର,୨୯।୯: ଆସନ୍ତା ଅକ୍ଟୋବର ୮ ତାରିଖରେ କଂଗ୍ରେସ ପକ୍ଷରୁ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି । ଏନେଇ ଘୋଷଣା କଲେ ପିସିସି ସଭାପତି ଭକ୍ତ ଚରଣ ଦାସ…

ସିସିକ୍ୟୁସିରେ ଓଏମ୍‌ସିର ୧୭ଟି ଟିମ୍‌କୁ ସ୍ବର୍ଣ୍ଣ ପଦକ

ଭୁବନେଶ୍ୱର,୨୯।୯: କ୍ୱାଲିଟି ସର୍କଲ ଫୋରମ ଅଫ୍‌ ଇଣ୍ଡିଆ (କ୍ୟୁସିଏଫ୍‌ଆଇ), ଭୁବନେଶ୍ୱର ଚାପ୍ଟର ପକ୍ଷରୁ ଆୟୋଜିତ ୮ମ ଚାପ୍ଟର କନ୍‌ଭେନ୍ସନ ଅନ୍‌ କ୍ୱାଲିଟି କନ୍ସେପ୍ଟସ (ସିସିକ୍ୟୁସି)-୨୦୨୬ରେ ଓଡ଼ିଶା ଖଣି…

LPG ଠାରୁ ଆରମ୍ଭ କରି UPI-NPS ପର୍ଯ୍ୟନ୍ତ, ଅକ୍ଟୋବର ୧ରୁ ଲାଗୁ ହେବ ବଡ଼ ପରିବର୍ତ୍ତନ! ଆଗୁଆ କରନ୍ତୁ ଏମିତି ମିଳିବ ଆଶ୍ୱସ୍ତି

ନୂଆଦିଲ୍ଲୀ,୨୯।୯: ଅକ୍ଟୋବର ଆରମ୍ଭ ହେବାକୁ ଯାଉଛି, ଯାହା ସହିତ ଉତ୍ସବର ଋତୁ ଏବଂ ଅନେକ ପର୍ବପର୍ବାଣୀ ଆସୁଛି। ତଥାପି, ଏହି ମାସରେ କିଛି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ମଧ୍ୟ…

ଶେୟାର ବଜାରରେ ହାହାକାର, ବୁଡ଼ିଗଲା ନିବେଶକଙ୍କ ୮ ଲକ୍ଷ କୋଟି

ମୁମ୍ବାଇ,୨୯।୯: ପଶ୍ଚିମ ଏସିଆ ସ୍ଥିତିକୁ ନେଇ ଉତ୍ପନ୍ନ ଭୂ-ରାଜନୈତିକ ଅସ୍ଥିରତା ଗତ କିଛି ସପ୍ତାହ ଧରି ଶେୟାର ବଜାର ପାଇଁ ନକାରାତ୍ମକ ସ୍ଥିତି ସୃଷ୍ଟି କରିଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?