Posted inଜାତୀୟ

କଳା କାର୍ବନ ହିମାଳୟ ପାଇଁ ବଡ଼ ବିପଦ, ଜାଣନ୍ତୁ କାହିଁକି

ଉତ୍ତରାଖଣ୍ଡ,୧୧ା୬: ହିମାଳୟ ପ୍ରତି କଳା କାର୍ବନ ବଡ଼ ବିପଦ ସୃଷ୍ଟି କରିବ। କାରଣ କଳା କାର୍ବନ ଯୋଗୁ ଗ୍ଲେସିୟର ଦ୍ରୁତ ଗତିରେ ତରଳିବାର ଭୟ ରହିଛି। ୧.୧୭ ଲକ୍ଷ ବର୍ଗ କିଲୋମିଟର ବିଶିଷ୍ଟ କେନ୍ଦ୍ରୀୟ ହିମାଳୟ ଅଞ୍ଚଳରେ ଏହା ମାତ୍ର ଦୁଇରୁ ତିନି ଗୁଣ ବୃଦ୍ଧି ପାଇଥିବାବେଳେ ପରିବେଶର ଉତ୍ତାପ ପ୍ରାୟ ୨୪ ପ୍ରତିଶତ ବୃଦ୍ଧି ପାଇଛି। କେନ୍ଦ୍ରୀୟ ହିମାଳୟ ଅଞ୍ଚଳରେ ନେପାଳ ଏବଂ ଭୁଟାନ ମଧ୍ୟରେ ଭାରତର ଉତ୍ତରାଖଣ୍ଡ, ହିମାଚଳ ଏବଂ ଜମ୍ମୁ କଶ୍ମୀର ଅନ୍ତର୍ଭୁକ୍ତ। ଆର୍ଯ୍ୟଭଟ୍ଟ ରିସର୍ଚ୍ଚ ଇନ୍‌ଷ୍ଟଚ୍ୟୁଟ୍‌ ଅଫ୍‌ ଅବଜରଭେସନ ସାଇନ୍ସ (ଆର୍‌ଆଇଏସ) ସହିତ ଜଡ଼ିତ ଇଣ୍ଡିଆନ ସ୍ପେସ୍‌ ରିସର୍ଚ୍ଚ ସେଣ୍ଟର (ଆଇଏସଆରଓ), ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଏବଂ ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍‌ ଅଫ ଟେକ୍ନୋଲୋଜି (ଆଇଆଇଟି) କାନପୁର ଦ୍ୱାରା ହୋଇଥିବା ଅନୁସନ୍ଧାନରେ ଏହି ସୂଚନା ପ୍ରକାଶ ପାଇଛି। ଏପରି ପରିବର୍ତ୍ତନ ଦ୍ୱାରା ଗ୍ଲେସିୟର ତରଳିବାର ଆଶଙ୍କା ମଧ୍ୟ ବୃଦ୍ଧି ପାଇଛି।

ନୈନିତାଲର ବରିଷ୍ଠ ବାୟୁମଣ୍ଡଳ ବୈଜ୍ଞାନିକ ମନୀଷ ନାଜାଙ୍କ କହିବା ଅନୁଯାୟୀ, ହିମାଳୟରେ କଳା କାର୍ବନର ବାସ୍ତବତା ଜାଣିବା ପାଇଁ ଏହି ଅନୁସନ୍ଧାନ କରାଯାଇଥିଲା। ୨୦୧୪ରୁ ୨୦୧୭ ପର୍ଯ୍ୟନ୍ତ ତଥ୍ୟ ଅନୁସନ୍ଧାନରେ ଅନ୍ତର୍ଭୁକ୍ତ କରାଯାଇଥିଲା। ଅନୁସନ୍ଧାନରୁ ଜଣାପଡ଼ିଛି ଯେ, କଳା କାର୍ବନର ପରିମାଣ ୧୫୦୦ ନାନୋଗ୍ରାମରୁ ୨୫୦୦ ମଧ୍ୟରେ ପହଞ୍ଚିଛି। ପୂର୍ବରୁ ଏହା କେବଳ ୮୦୦ରୁ ୯୦୦ ନାନୋଗ୍ରାମ ବୋଲି ବିବେଚନା କରାଯାଉଥିଲା।

କଳା କାର୍ବନ ବୃଦ୍ଧି ହେତୁ କେନ୍ଦ୍ରୀୟ ହିମାଳୟ ଅଞ୍ଚଳ ଗରମ ହୋଇଗଲା। ପୂର୍ବରୁ ବର୍ଗ ମିଟର ପ୍ରତି ୩୧.୭ ୱାଟ ଥିବା ଉତ୍ତାପ ବର୍ତ୍ତମାନ ବର୍ଗ ମିଟର ପିଛା ୩୯.୫ ଓ୍ବାଟକୁ ବୃଦ୍ଧି ପାଇଛି। ଅର୍ଥାତ୍‌ ସୂର୍ଯ୍ୟ କିରଣର ଉତ୍ତାପ ଆଧାରରେ ମାପାଯାଇଥିବା ବର୍ଗ ମିଟର ପ୍ରତି ୭.୮ ଓ୍ବାଟର ଏହି ବୃଦ୍ଧି ପ୍ରାୟ ୨୪ ପ୍ରତିଶତ ହୋଇଛି। ସେଥିପାଇଁ ଅତୀତ ତୁଳନାରେ ଗ୍ଲେସିୟର ତରଳିବା ସମ୍ଭାବନା ଅଧିକ ବୃଦ୍ଧି ପାଇଛି। ଏହାର କାରଣ ହେଉଛି ୫୦ ବର୍ଷ ପୂର୍ବେ ବ୍ୟାସାର୍ଦ୍ଧରେ ୨,୦୭୭ କିଲୋମିଟର ଥିବା ଗ୍ଲେସିୟରଗୁଡିକ ବର୍ତ୍ତମାନ ଧୀରେ ଧୀରେ ୧୫୯୦ କିଲୋମିଟରକୁ ହ୍ରାସ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏପଟେ ଇରାନ-ଆମେରିକା ମଧ୍ୟରେ ଯୁଦ୍ଧବିରତି ଘୋଷଣା, ସେପଟେ ଭାରତକୁ ଖୁସିଖବର ଦେଲେ…

ନୂଆଦିଲ୍ଲୀ,୮।୪: ଆମେରିକାରେ ଏକ ସ୍ବତନ୍ତ୍ର ବୈଠକ ସମୟରେ ରାଷ୍ଟ୍ରଦୂତ ସର୍ଗିଓ ଗର୍‌ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ରାତ୍ରୀଭୋଜନ କରିଥିଲେ। ସେ ଏହି ବୈଠକକୁ ବହୁତ…

ଇରାନ-ଆମେରିକା ଯୁଦ୍ଧବିରତିରେ ପାକିସ୍ତାନ ନୁହେଁ, ଏହି ଦେଶ ଅସଲ ଖେଳାଳି! ଟ୍ରମ୍ପ କଲେ ବଡ଼ ଖୁଲାସା

ଓ୍ବାଶିଂଟନ୍‌,୮।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସହିତ ଯୁଦ୍ଧବିରତି ଘୋଷଣା କରିଛନ୍ତି। ଏଥିପାଇଁ ସେ ପାକିସ୍ତାନକୁ ଶ୍ରେୟ ଦେଇଛନ୍ତି । ହେଲେ ଏହି ସମୟରେ ଏକ…

ଆମେରିକା-ଇରାନ ଯୁଦ୍ଧବିରତି ଭିତରେ ଭାରତର ବଲ୍ଲେବଲ୍ଲେ, ମିଳିଲା ବଡ଼ ଅଫର୍‌

ନୂଆଦିଲ୍ଲୀ,୮।୪: ଗତ କିଛି ସପ୍ତାହ ଧରି, ଆମେରିକା ଏବଂ ଇରାନ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ସମଗ୍ର ବିଶ୍ୱକୁ ଏବଂ ଭାରତୀୟ ବଜାରକୁ ନିଶ୍ୱାସ ନେବାରେ ବାଧ୍ୟ…

ପାକିସ୍ତାନର ପ୍ରଶଂସାରେ ଶତମୁଖ ମେହବୁବା ମୁଫତି: କହୁ କହୁ କହିଦେଲେ…

ଶ୍ରୀନଗର,୮।୪: ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ପିଡିପି ମୁଖ୍ୟ ମେହବୁବା ମୁଫତି ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଉପରେ ଖୁସି ପ୍ରକାଶ କରିଛନ୍ତି। ସେ…

ବଡ଼ ରେକର୍ଡ ଭାଙ୍ଗିଲେ ବୈଭବ ସୂର୍ଯ୍ୟବଂଶୀ: ପ୍ରଥମ ୩ ବଲ୍‌ରେ କଲେ ଆଶ୍ଚର୍ଯ୍ୟଜନକ କାରନାମା

ମୁମ୍ବାଇ,୮।୪: ଭାରତୀୟ ଷ୍ଟାର ବ୍ୟାଟ୍ସମ୍ୟାନ୍‌ ବୈଭବ ସୂର୍ଯ୍ୟବଂଶୀ ଯେତେବେଳେ କ୍ରିଜରେ ଥାଆନ୍ତି ସେତେବେଳେ ଝଡ଼ ପରି ଲାଗେ। IPL 2026ର ୧୩ତମ ମ୍ୟାଚରେ ମଧ୍ୟ ସମାନ କିଛି…

ଯୁଦ୍ଧବିରତି ପରେ ଭାରତୀୟଙ୍କୁ ତୁରନ୍ତ ଇରାନ ଛାଡ଼ିବାକୁ ନିର୍ଦ୍ଦେଶ, ହେଲ୍‌ପଲାଇନ ନମ୍ବର ଜାରି କରି…

ତେହରାନ,୮ା୪: ଇରାନରେ ବଢ଼ୁଥିବା ସଂଘର୍ଷ ମଧ୍ୟରେ ତେହରାନର ଭାରତୀୟ ଦୂତାବାସ ବୁଧବାର ଏକ ନୂଆ ସୁରକ୍ଷା ପରାମର୍ଶ ଜାରି କରିଛି। ଏଥିରେ ଇରାନରେ ରହୁଥିବା ଭାରତୀୟ ନାଗରିକମାନଙ୍କୁ…

କାଳବୈଶାଖୀ କ୍ଷତିପୂରଣ ସହ ଘର, ପଲିଥିନ ଦାବି: ମଝି ରାସ୍ତାରେ ଟାୟାର ଜାଳିଲେ ଲୋକେ

ପାଟଣା,୮।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ମଙ୍ଗଳବାର କାଳବୈଶାଖୀ ପ୍ରଭାବରେ ବର୍ଷା କୁଆପଥର ମାଡରେ ବ୍ୟାପକ କ୍ଷୟକ୍ଷତି ହେବା ସହ ଶହ ଶହ…

ଯୁଦ୍ଧବିରତି ଭିତରେ ହଠାତ୍‌ ଖସିଲା ତେଲଦର, ଜାଣନ୍ତୁ ନୂଆ ପେଟ୍ରୋଲ ରେଟ୍‌

ନୂଆଦିଲ୍ଲୀ,୮ା୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଘୋଷଣା ପରେ ବୁଧବାର (୮ ଏପ୍ରିଲ) ସେୟାର ମାର୍କେଟ୍‌ରେ ବଡ଼ ବୃଦ୍ଧି ଦେଖିବାକୁ ମିଳିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri