ଭାଜପାର ଦିଲ୍ଲୀ ଦଖଲ: ଷ୍ଟ୍ରାଟେଜି ପ୍ଲାନର ଓଡ଼ିଶାର ଏହି ନେତା

ନୂଆଦିଲ୍ଲୀ,୯।୨: କୌଣସି ମୁଖ୍ୟମନ୍ତ୍ରୀ ମୁହଁ ବିନା, ଭାରତୀୟ ଜନତା ପାର୍ଟି ୨୭ ବର୍ଷ ପରେ ଦିଲ୍ଲୀ ଜିତିଛି। ଦିଲ୍ଲୀରେ ଭାଜପା କ୍ଷମତାକୁ ଫେରିବା ଘଟଣାକୁ ‘ବ୍ରାଣ୍ଡ ମୋଦି’ ପ୍ରଭାବ ଭାବରେ ବିବେଚନା କରାଯାଉଛି। କିନ୍ତୁ ଏହା ବ୍ୟତୀତ ୫ ଜଣ ଏପରି ନେତା ମଧ୍ୟ ଅଛନ୍ତି ଯେଉଁମାନେ ପରଦା ପଛରେ ରହି ଦଳର ବିଜୟର ସ୍କ୍ରିପ୍ଟ ଲେଖିଛନ୍ତି। ଏହି ନେତାମାନେ ଗତ ଚାରି ମାସ ଧରି ଦିଲ୍ଲୀ ଦଖଲ ପାଇଁ ଜୋର ଲଗାଇ ଦେଇଛନ୍ତି।

ଏହି ନେତାମାନେ ପରଦା ପଛରେ ରହି ଆମ ଆଦମୀ ପାର୍ଟିକୁ କ୍ଷମତାଚ୍ୟୁକ୍ତ କରିଛନ୍ତି। ଏମାନେ ଘର ଘର ବୁଲି ପ୍ରଚାର କରିବା ସହ ଦଳକୁ ବିଭାଜିତ କରିବାକୁ ରୋକିଛନ୍ତି। AAPରେ ଫାଟ ସୃଷ୍ଟି କରିବାର ରଣନୀତି ଏହି ନେତାମାନଙ୍କର ଥିଲା। ତେବେ ଭାଜପାର ବିଜୟ ପରେ ଏବେ ରାଜନୈତିକ ମହଲରେ ଏହି ନେତାମାନଙ୍କୁ ନେଇ ଆଲୋଚନା ହେଉଛି।

ବୈଜୟନ୍ତ ପଣ୍ଡା- ଅକ୍ଟୋବର ୨୦୨୪ରେ, ବୈଜୟନ୍ତ ପଣ୍ଡାଙ୍କୁ ଦିଲ୍ଲୀ ର୍ନିବାଚନର ପ୍ରଭାରୀ କରାଯାଇଥିଲା। ଏହା ପରେ, ସେ ପରଦା ପଛରେ ରହି ବିଜୟର ସ୍କ୍ରିପ୍ଟ ଲେଖିଥିଲେ। ଟିକେଟ ବଣ୍ଟନ ପରେ ଦଳରେ ଅନ୍ତକପକନଳକୁ ରୋକିବାରେ ସେ ସଫଳ ହୋଇଥିଲେ। କିନ୍ତୁ ଶେଷ ମୁହୂର୍ତ୍ତରେ ସେ ଏଏପି ବିଧାୟକମାନଙ୍କୁ ମଧ୍ୟ ଶେଷ ମୂହୁର୍ତ୍ତରେ ଫାଟ ସୃଷ୍ଟି କରିବାରେ ସେ ସଫଳ ହୋଇଥିଲେ। ଗତ ର୍ନିବାଚନରେ ବୈଜୟନ୍ତ ମଧ୍ୟ ଦିଲ୍ଲୀର ଦାୟିତ୍ୱରେ ଥିଲେ, କିନ୍ତୁ ଏହା ପରେ ତାଙ୍କ ଡ୍ୟୁଟି ଏଠାରୁ ହଟାଇ ଦିଆଯାଇଥିଲା ଏବଂ ତାଙ୍କୁ ୟୁପିରେ ପୋଷ୍ଟିଂ କରାଯାଇଥିଲା। ପଣ୍ଡାଙ୍କୁ ଥରେ ଓଡ଼ିଶାର ନବୀନ ପଟ୍ଟନାୟକଙ୍କ ନିକଟତର ବୋଲି ବିବେଚନା କରାଯାଉଥିଲା। ସେ ପଟ୍ଟନାୟକଙ୍କ ଉତ୍ତରାଧିକାରୀ ମଧ୍ୟ ଥିଲେ, କିନ୍ତୁ ପରେ ତାଙ୍କଠାରୁ ଅଲଗା ହୋଇଯାଇଥିଲେ। ବୈଜୟନ୍ତଙ୍କୁ ଭାଜପାର ଶୀର୍ଷ ନେତୃତ୍ୱର ନିକଟତର ବୋଲି ବିବେଚନା କରାଯାଏ।

ଅନୁରାଗ ଠାକୁର- ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ମଧ୍ୟ ପରଦା ପଛରେ ରହି ଭାଜପା ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଅନୁରାଗଙ୍କୁ ମୁସଲିମ ବହୁଳ ଆସନରେ ଦାୟିତ୍ୱ ଦିଆଯାଇଥିଲା। କରାୱାଲ ନଗର, ମୁସ୍ତାଫାବାଦ, ଆଦର୍ଶ ନଗର ଇତ୍ୟାଦି ଆସନ ପାଇଁ ରଣନୀତି ପ୍ରସ୍ତୁତ କରିବାର ଦାୟିତ୍ୱ ଅନୁରାଗଙ୍କ ଉପରେ ଥିଲା। ଅନୁରାଗ ଠାକୁର ମଧ୍ୟ ଘର ଘର ପ୍ରଚାର ମାଧ୍ୟମରେ ହିନ୍ଦୁ ଭୋଟରମାନଙ୍କୁ ଆକର୍ଷିତ କରୁଥିଲେ। ଏହି କାରଣରୁ ମୁସଲିମ ବହୁଳ ହେବା ସତ୍ତ୍ୱେ, ଭାଜପା ମୁସ୍ତାଫାବାଦ ଆସନ ଜିତିଲା। ସେ ଭାଜପା ହାଇକମାଣ୍ଡଙ୍କ ନିକଟତର ବୋଲି ବିବେଚନା କରାଯାଏ। ପୂର୍ବତନ କେନ୍ଦ୍ରମନ୍ତ୍ରୀ ହିମାଚଳର ବାସିନ୍ଦା ଏବଂ ହମିରପୁର ଆସନରୁ ଏମପି ଅଛନ୍ତି। ନିଜ ଭାଷଣ ପାଇଁ ଖବରରେ ରହୁଥିବା ଅନୁରାଗ ର୍ନିବାଚନ ସମୟରେ ଅରବିନ୍ଦ କେଜରିୱାଲଙ୍କୁ ଜୋରଦାର ଆକ୍ରମଣ ଜାରି ରଖିଥିଲେ।

ରାମବୀର ବିଧୁରୀ- ଦକ୍ଷିଣ ଦିଲ୍ଲୀ ଏମପି ରାମବୀର ସିଂହ ବିଧୁରୀ ଭାଜପାର ଇସ୍ତାହାର ପ୍ରସ୍ତୁତ କରିବାର ଦାୟିତ୍ୱ ନେଇଥିଲେ। ଏହି ଇସ୍ତାହାର ପ୍ରସ୍ତୁତ କରିବା ପାଇଁ ବିଧୁରୀଙ୍କ ଦଳ ସାଧାରଣ ନାଗରିକଙ୍କଠାରୁ ପରାମର୍ଶ ନେଇଥିଲେ। ଭାଜପା ତାର ଘୋଷଣାପତ୍ରରେ ମହିଳାଙ୍କୁ ପ୍ରତିମାସ ୨୫୦୦ ଟଙ୍କା ଦେବାକୁ ପ୍ରତିଶ୍ରୁତି ଦେଇଛି। ବିଧୁରୀ କେବଳ ଦିଲ୍ଲୀରେ ରାଜନୀତି କରିଆସୁଛନ୍ତି। ସେ ବଦରପୁର ଆସନରୁ ବିଧାୟକ ରହିସାରିଛନ୍ତି। ୨୦୨୦ ମସିହାରେ, ଭାଜପା ବିଧୁରୀଙ୍କୁ ବିରୋଧୀ ଦଳ ନେତା ଭାବରେ ନିଯୁକ୍ତ କରିଥିଲା।

ମନୋଜ ତିୱାରୀ- ଉତ୍ତର-ପୂର୍ବ ଦିଲ୍ଲୀର ଏମପି ମନୋଜ ତିୱାରୀ ମଧ୍ୟ ଭାଜପାର ବିଜୟରେ ଏକ ବଡ଼ ଭୂମିକା ଗ୍ରହଣ କରିଛନ୍ତି। ମନୋଜ ତିୱାରୀ ପାର୍ଟି ପାଇଁ ପ୍ରଚାର ଗୀତ ପ୍ରସ୍ତୁତ କରିଥିଲେ। କହିରଖୁଛୁ କି, ମନୋଜ ତିୱାରୀ ଦିଲ୍ଲୀ ଭାଜପାର ପୂର୍ବତନ ଅଧ୍ୟକ୍ଷ ମଧ୍ୟ ରହିସାରିଛନ୍ତି। ମନୋଜ ତିୱାରୀ ଯେଉଁ ଲୋକ ସଭା ର୍ନିବାଚନମଣ୍ଡଳୀରୁ ଆସିଛନ୍ତି, ସେଠାରେ ମଧ୍ୟ ବିଜେପିର ଭୋଟ ବୃଦ୍ଧି ପାଇଛି। ଏଥର ଭାଜପା ତିୱାରୀଙ୍କ ଉତ୍ତର-ପୂର୍ବ ଦିଲ୍ଲୀର ୫ଟି ଆସନ ଜିତିଛି। ଗତ ଥର, ଭାଜପା ଏହି ଲୋକ ସଭାର ମାତ୍ର ୨ଟି ବିଧାନସଭା ଆସନ ଜିତିଥିଲା।

ଅତୁଲ ଗର୍ଗ- ଗାଜିଆବାଦର ଭାଜପା ଏମପି, ଅତୁଲ ଗର୍ଗ ଦିଲ୍ଲୀ ର୍ନିବାଚନର ସହ-ପ୍ରଭାରୀ ଥିଲେ। ଯେଉଁଠାରେ ଗର୍ଗ ବୁଥ ପରିଚାଳନା ପାଇଁ ନିରନ୍ତର ଛୋଟ ଛୋଟ ବୈଠକ କରୁଥିଲେ। ସେହି ସମୟରେ, ଭାଜପାର କଥାକୁ ତୃଣମୂଳରେ ପହଞ୍ଚାଇବା ପାଇଁ, ସେ ଅଣ୍ଟା ଭିଡିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

ମୋଦିଙ୍କ ଘୋଷଣା ଶୁଣି ଟ୍ରମ୍ପ ଛାନିଆ! କହିଦେଲେ…

ନୂଆଦିଲ୍ଲୀ,୫।୧୨:ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତରେ ଅଛନ୍ତି। ଆଜି ତାଙ୍କ ଗସ୍ତର ଦ୍ୱିତୀୟ ଦିନ। ଗୁରୁବାର ରାତିରେ ଭାରତରେ ପହଞ୍ଚିଥିବା ପୁଟିନ ମହାତ୍ମା ଗାନ୍ଧୀଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri