ଭାଜପାର କେନ୍ଦ୍ରୀୟ ହେଭିୱେଟ୍ ବନାମ ବିଜେଡିର ଦୁଇ ହେଭିୱେଟ୍, କିଏ କାହା ଉପରେ ପଡ଼ିବେ ଭାରି ?

ଭୁବନେଶ୍ୱର,୮ା୫: ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ମତଦାନକୁ ଆଉ କେଇଟା ଦିନ ବାକି ଥିବା ବେଳେ ପ୍ରଚାର ଜୋରଦାର କରିଛନ୍ତି ତିନି ପ୍ରମୁଖ ଦଳ। ଭାରତୀୟ ଜନତା ପାର୍ଟି ଏବଂ ବିଜୁ ଜନତା ଦଳ ଶିଙ୍ଘରେ ଶିଙ୍ଘ ଲଗାଇ ଲଢେଇ କରୁଥିବା ବେଳେ ପଛରେ ପଡିଯାଇଛି କଂଗ୍ରେସ। ତେଣୁ ଓଡ଼ିଶାରେ ଆଗାମୀ ନିର୍ବାଚନୀ ହାୱା ତୀବ୍ର ହେବା ସହ ଏହା ଭାଜପା ବନାମ ବିଜେଡି ହେବାକୁ ଯାଉଥିବା ଚର୍ଚ୍ଚା ହେଉଛି।

ଏହି କ୍ରମରେ ଦେଖିଲେ କେନ୍ଦ୍ରୀୟ ଭାଜପା ହେଭିୱେଟ୍ ମାନଙ୍କୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ମିଳିଥିଲା ବେଳେ ଏହି ଅଭିଯାନରେ ରାଜ୍ୟ ଭାଜପା ନେତାମାନଙ୍କୁ ଦଳରେ ସାମାନ୍ୟ କମ୍ ଗୁରୁତ୍ୱ ଦିଆଯାଇଛି। ଓଡ଼ିଶାରେ ଦଳ ଏହାର ସ୍ଥିତି ମଜବୁତ କରିବା ପାଇଁ ଜୋରଦାର ପ୍ରୟାସ ଆରମ୍ଭ କରିଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହାଙ୍କ ବ୍ୟତୀତ ଓଡ଼ିଶା ନିର୍ବାଚନ ରାଲିରେ ବୁଧବାର ରାଜନାଥ ସିଂହ ରାୟଗଡାରେ ପ୍ରଚାର କରିଥିଲା ବେଳେ ଗୁରୁବାର ନିତିନ ଗଡ଼କରୀ ପୁରୀରେ ବିଶାଳ ଜଣ ସମାବେଶକୁ ସମ୍ବୋଧିତ କରିବେ।

ଏହାପରେ ଆସାମ ମୁଖ୍ୟମନ୍ତ୍ରୀ ଏବଂ ଛତିଶଗଡ ମୁଖ୍ୟମନ୍ତ୍ରୀ ମଧ୍ୟ ରାଜ୍ୟରେ ପ୍ରଚାର କରିବେ। ଏଥିରେ ବଲିଉଡ ଅଭିନେତ୍ରୀ ତଥା ଦଳର ବରିଷ୍ଠ ନେତ୍ରୀ ହେମା ମାଳୀନି ମଧ୍ୟ ଅଭିଯାନର ସାମିଲ ହେବେ। କୁହାଯାଉଛି ଯେ, ଓଡ଼ିଶାରେ ଏହି ଅଭିଯାନର ନେତୃତ୍ୱ ନେବାକୁ ବରିଷ୍ଠ କେନ୍ଦ୍ରୀୟ ନେତା, ସେମାନଙ୍କ ମୁଖ୍ୟମନ୍ତ୍ରୀ ଏବଂ ଜଣାଶୁଣା ବଲିଉଡ ଅଭିନେତାଙ୍କ ଉପରେ ଓଡିଶା ଭାଜପା ଅଧିକ ନିର୍ଭର କରୁଛି।

ରାଜ୍ୟରେ ଭାଜପା ଏପରି ଶକ୍ତି ପ୍ରଦର୍ଶନ କରି ନିଶ୍ଚିତ ଭାବରେ ଆଶା କରୁଛି ଯେ, ଲୋକସଭା ଆସନରୁ ଅଧିକାଂଶ ଜିତିବା ବ୍ୟତୀତ ଦଳ ଓଡିଶାରେ ସରକାର ଗଠନ କରିବ।

କିନ୍ତୁ ଅନ୍ୟପଟେ ବିଜେଡି କିପରି ପୁନର୍ବାର କ୍ଷମତାକୁ ଫେରିବ, ସେଥିପାଇଁ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଦଳର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଦୃଢ ପ୍ରୟାସ ଆରମ୍ଭ କରିଛନ୍ତି। ଦୁହେଁ ରାଜ୍ୟର ବିଭିନ୍ନ ଜିଲାରେ ପ୍ରଚାର କରି ବିଜେଡି ଅଭିଯାନର ନେତୃତ୍ୱ ନେଉଛନ୍ତି।

ଏହାରି ମଧ୍ୟରେ ଭାଜପା ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅନ୍ୟ ନେତାମାନଙ୍କ ଦ୍ୱାରା ସେମାନଙ୍କ ଉପରେ ହୋଇଥିବା ବଡ ଆକ୍ରମଣରେ ମୁଖ୍ୟମନ୍ତ୍ରୀ ଏବଂ କାର୍ତ୍ତିକ ପାଣ୍ଡିଆନ୍ କିପରି ପ୍ରତିକ୍ରିୟା କରୁଛନ୍ତି ତାହା ଉପରେ ଏବେ ଓଡ଼ିଶାବାସୀ ତୀକ୍ଷ୍ଣ ନଜର ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

IAS ସ୍ତରରେ ଛୋଟ ଅଦଳବଦଳ: ଭାସ୍କର ଜ୍ୟୋତି ଶର୍ମାଙ୍କୁ ମିଳିଲା…

ଭୁବନେଶ୍ୱର,୩୧।୩: IAS ସ୍ତରରେ ଛୋଟ ଅଦଳବଦଳ କଲେ ରାଜ୍ୟ ସରକାର। ଭାସ୍କର ଜ୍ୟୋତି ଶର୍ମାଙ୍କୁ ଜଙ୍ଗଲ ଓ ପରିବେଶ ବିଭାଗ ପ୍ରମୁଖ ସଚିବ ଦାୟିତ୍ୱ ଦିଆଯାଇଥିବା ବେଳେ…

ଆପଣାଇଥିଲେ ଅନ୍ୟ ଧର୍ମ: ୧୭ ଘଣ୍ଟା ହେଲା ପଡ଼ିଛି ମୃତଦେହ, ଶ୍ମଶାନରେ ମିଳୁନି

ଉମରକୋଟ,୩୧।୩(ସନ୍ତୋଷ ଶତପଥୀ): ଦୀର୍ଘ ୧୭ ଘଣ୍ଟା ହେବ ଘରେ ପଡି ରହିଛି ମୃତଦେହ। ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲାଉମରକୋଟ ଥାନା ପୂଜାରୀଭରଣ୍ଡୀ ଗ୍ରାମରେ ।…

କାମରେ ହେଲା କଥା କଟାକଟି, ଘରକୁ ଫେରିବା ବେଳେ ଛକିକି ହାଣିଲେ..

ବନ୍ତ,୩୧। ୧(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ଥାନା ଅଞ୍ଚଳରେ କଥାକଟାକଟିରୁ ଛୁରା ମାଡ଼ । ପୋଲିସ ଅଭିଯୋଗ ପାଇବା ପରେ ତଦନ୍ତ ଆରମ୍ଭ କରିଥିବା ବେଳେ…

ଓଡ଼ିଶାରେ SIR ସ୍ଥଗିତ, ଜାଣନ୍ତୁ କାହିଁକି…

ଭୁବନେଶ୍ୱର,୩୧।୩: Special Intensive Revision(SIR)କୁ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(CEO )ମଙ୍ଗଳବାର ଏକ ବଡ଼ ସୂଚନା ଦେଇଥିଲେ। ବୁଧବାରଠାରୁ ଓଡ଼ିଶାରେ ହେବାକୁ ଥିବା SIRକୁ ସ୍ଥଗିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri