ବିଜୟ ଉତ୍ସବ ପାଳନ କଲେ ଭାଜପା କର୍ମକର୍ତ୍ତା

କୋକସରା,୨୧।୭(ଡି.ଏନ୍‌.ଏ): ରାଷ୍ଟ୍ରପତି ନିର୍ବାଚନର ଭୋଟ ଗଣତି ଜାରି ରହିଛି। ୨ୟ ରାଉଣ୍ଡ ସୁଦ୍ଧା ଓଡ଼ିଶାର ଆଦିବାସୀ ନେତ୍ରୀ ଦ୍ରୌପଦୀ ମୁର୍ମୁଙ୍କ ବିଜୟ ସୁନିଶ୍ଚିତ ହେବା ଦେଖାଦେଇଛି। ଏହାପରେ ଗୁରୁବାର ଦେଶରେ ଉତ୍ସବର ମାହୋଲ ଖେଳିଯାଇଛି। ଇତିମଧ୍ୟରେ କୋକସରା ବ୍ଲକରେ ଭାଜପା କର୍ମକର୍ତ୍ତାମାନେ ବିଜୟ ଉତ୍ସବ ପାଳନ କରିଛନ୍ତି। ଏହି ଅବସରରେ ପରସ୍ପର ମଧ୍ୟରେ ମିଠା ବଣ୍ଟନ ସହ ବିଜୟ ଶୋଭାଯାତ୍ରାରେ ବାହାରି ଉତ୍ସବ ପାଳନ କରିଥିବା ଦେଖିବାକୁ ମିଳିଛି। ଏହି ଅବସରରେ ଭାଜପାର ବରିଷ୍ଠ ନେତା ତଥା ଜିଲା କାର୍ଯ୍ୟକାରିଣୀ ସଦସ୍ୟ ଜନାର୍ଦ୍ଦନ ପଣ୍ଡା, ଏମ୍‌ପି ପ୍ରତିନିଧି ସୁଧୀର କୁମାର ପାତ୍ର, ମଣ୍ଡଳ ସଭାପତି ଦୁର୍ଗା ପ୍ରଧାନ, ମଣ୍ଡଳ ସମ୍ପାଦକ ତ୍ରିନାଥ ଶବର, ମଣ୍ଡଳ ପ୍ରଭାରି ଗରୁଡ଼ଧ୍ୱଜ ମାଝୀ, ଉପ ସଭାପତି ଗୋପାଳ ଅଗ୍ରୱାଲ, ଜିଲା କୃଷକ ମୋର୍ଚ୍ଚା ସମ୍ପାଦକ ଗଣେଶ ନନ୍ଦ ପ୍ରମୁଖ ଉପସ୍ଥିତ ରହି ବିଜୟ ଉତ୍ସବ ପାଳନ କରିଛନ୍ତି।