ଓଡ଼ିଶାରେ ଫୁଟିଲା ପଦ୍ମ! ମୁଖ୍ୟମନ୍ତ୍ରୀ, ରେସ୍‌ରେ ଏହି ନେତା…

ଭୁବନେଶ୍ୱର,୪।୬: ଓଡ଼ିଶା ବିଧାନସଭା ନିର୍ବାଚନ ୨୦୨୪ରେ ଭାଜପା ସଂଖ୍ୟା ଗରିଷ୍ଠତା ହାସଲ କରିଛି। ମ୍ୟାଜିକ ନମ୍ବର ୭୫ ଛୁଇଁବା ଦଳ ୮୦ ଛୁଇଁଛି। ଏହି କ୍ରମରେ ବିଜେଡି ୫୫ ଭୋଟ ପାଇଛି। ନବୀନ ପଟ୍ଟନାୟକଙ୍କ ଦଳ ଅତି ଶୋଚନୀୟ ଭାବେ ପରାସ୍ତ ହୋଇଛି। ତେବେ ପ୍ରାୟ ୨୫ ବର୍ଷ ଅର୍ଥାତ୍‌ ୫ ଦଶନ୍ଧିର ବ୍ୟବଧାନରେ ଓଡ଼ିଶାରେ ଭାରତୀୟ ଜନତା ପାର୍ଟି ସରକାର ହେବାକୁ ଯାଉଛି। ଏବେ ସବୁଠାରୁ ବଡ ପ୍ରଶ୍ନ ହେଉଛି ଭାଜପାର ମୁଖ୍ୟମନ୍ତ୍ରୀଙ୍କ ଚେହେରା କିଏ? ସିଏମ ଦୌଡ଼ରେ ଅନେକ ନେତାଙ୍କ ନାମ ସାମ୍ନାକୁ ଆସୁଥିବାବେଳେ କିଛି ନେତା ଅଗ୍ରଣୀ ଭାବରେ ଅଛନ୍ତି। ସେମାନେ ହେଲେ…

ଓଡିଶାରେ ୧୪୭ରୁ ୭୫ ବିଧାନସଭା ଆସନ ଜିତି ଭାଜପା ଓଡ଼ିଶା ରାଜନୀତିରେ ଆଲୋଡ଼ନ ସୃଷ୍ଟି କରିଛି। ବହୁମତ ମିଳିବା ପରେ ଏବେ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି ରାଜ୍ୟରେ ମୁଖ୍ୟମନ୍ତ୍ରୀ ଚେହେରା କିଏ? ଏହି ମଧ୍ୟରେ ଜଣେ ବଡ଼ କେନ୍ଦ୍ରମନ୍ତ୍ରୀଙ୍କ ନାମ ଆଗରେ ରହିଛି। ସେ ହଲେ ଧର୍ମେନ୍ଦ୍ର ପ୍ରଧାନ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପଶ୍ଚିମ ଓଡ଼ିଶା ଅର୍ଥାତ୍‌ ସମ୍ବଲପୁର ନିର୍ବାଚନମଣ୍ଡଳୀର ଲୋକ ସଭା ପ୍ରାର୍ଥୀ ଭାବେ ମଇଦାନରେ ଓହ୍ଲାଇଥିଲେ। ତାଙ୍କୁ ଟକ୍କର ଦେଉଛନ୍ତି ବିଜେଡିର ବଡ଼ ନେତା ପ୍ରଣବ ପ୍ରକାଶ ଦାସ। ତେବେ ଧର୍ମେନ୍ଦ୍ର ସମ୍ବଲପୁରରୁ ବଡ଼ ବିଜୟ ହାସଲ କରିଥିବାବେଳେ ତାଙ୍କୁ ଭାଜପା ପଶ୍ଚିମ ଓଡ଼ିଶାର ଚେହେରା ଭାବେ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଦେଇପାରେ।

ସେହିପରି ମୁଖ୍ୟମନ୍ତ୍ରୀ ରେସ୍‌ରେ ଦ୍ୱିତୀୟ ବଡ଼ ଚେହେରା ହେଉଛନ୍ତି ସମ୍ବିତ ପାତ୍ର। ସେ ପୁରୀ ଲୋକ ସଭା ଆସନରୁ ଲଢି ବିଜୟୀ ହୋଇଛନ୍ତି। ତେବେ ସମ୍ବିତ ଓଡିଶାର ସବୁଠାରୁ
ଲୋକପ୍ରିୟ ନେତା ଭାବେ ଭାଜପା ତାଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ପଦ ଅଫର କରିପାରେ।

୨୦୨୪ ଲୋକ ସଭା ନିର୍ବାଚନ ପୂର୍ବରୁ ଭାଜପା ଓଡିଶାର ରାଜ୍ୟ ସଭାପତିଙ୍କୁ ବଦଳାଇ ଦେଇଥିଲା। ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ମନମୋହନ ସାମଲଙ୍କୁ ରାଜ୍ୟ ସଭାପତି ଭାବରେ ନିଯୁକ୍ତ କରାଯାଇଥିଲା। ସମୀର ମହାନ୍ତିଙ୍କ ସ୍ଥାନ ନେଇଛନ୍ତି ସାମଲ। ତେବେ ମୁଖ୍ୟମନ୍ତ୍ରୀ ପଦ ଦୌଡ଼ରେ ସେ ମଧ୍ୟ ଜଣେ ଶକ୍ତିଶାଳୀ ପ୍ରତିଦ୍ୱନ୍ଦ୍ୱୀ ଭାବରେ ଉଭା ହୋଇଛନ୍ତି।

ମୁଖ୍ୟମନ୍ତ୍ରୀ ଦୌଡ଼ରେ ଭାଜପା ନେତା ଜୟ ନାରାୟଣ ମିଶ୍ରଙ୍କର ମଧ୍ୟ ନାମ ରହିଛି। ଜୟ ନାରାୟଣ ସମ୍ବଲପୁର ବିଧାନସଭା ନିର୍ବାଚନମଣ୍ଡଳୀର ବିଧାୟକ ଅଟନ୍ତି। ସେ ୨୦ ଜୁଲାଇ ୨୦୨୨ରୁ ଓଡିଶା ବିଧାନସଭାର ବିରୋଧୀ ଦଳର ନେତା ଭାବରେ କାର୍ଯ୍ୟ କରୁଛନ୍ତି।

ଭାଜପା ଓଡିଶାର ସମ୍ଭାବ୍ୟ ମୁଖ୍ୟମନ୍ତ୍ରୀ ଦୌଡ଼ରେ ଅପରାଜିତା ଷଡଙ୍ଗୀଙ୍କ ନାମ ମଧ୍ୟ ରହିଛି। ଅପରଜିତା ହେଉଛନ୍ତି ଭୁବନେଶ୍ୱରର ବର୍ତ୍ତମାନର ଏମପି। ସେ ୧୯୯୪ ବ୍ୟାଚ ଓଡିଶା କ୍ୟାଡରର ପୂର୍ବତନ IAS। ତେବେ ସେ ଆଇଏଏସ ପଦରୁ ଭିଆରଏସ ନେଇ ରାଜନୀତିରେ ପାଦ ଥାପିଥିଲେ। ଭାଜପାରେ ଯୋଗଦେଇ ସେ ଭୁବନେଶ୍ୱରରୁ ଏମପି ପାଇଁ ପ୍ରତିଦ୍ୱନ୍ଦିତା କରିଥିଲେ। ଚଳିତ ବର୍ଷ ମଧ୍ୟ ସେ ଭୁବନେଶ୍ୱର ଏମପି ପାଇଁ ପ୍ରତିଦ୍ୱନ୍ଦିତା କରୁଛନ୍ତି।

ତେବେ ଏହି ରେସ୍‌ରେ ସବୁଠାରୁ ବଡ଼ ଯୁବ ଚେହେରା ହେଲେ ସୂର୍ଯ୍ୟବଂଶୀ ସୁରଜ। ସେ ଭଦ୍ରକର ଧାମନଗର ବିଧାନସଭାମଣ୍ଡଳୀରୁ ବିଧାୟକ ଅଛନ୍ତି। ତେବେ ତାଙ୍କୁ ମଧ୍ୟ ଭାଜପା ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ହେଉଛି। ମୁଖ୍ୟମନ୍ତ୍ରୀ ହେଲେ ସେ ସବୁଠାରୁ କମ୍‌ ବୟସର ମୁଖ୍ୟମନ୍ତ୍ରୀ ଭାବେ ଓଡିଶା ଇତିହାସରେ ରେକର୍ଡ ସୃଷ୍ଟି କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ରାମ ନବମୀ ଶୋଭାଯାତ୍ରାରେ ଟିଟିଲାଗଡ଼ ବିଧାୟକଙ୍କ ଗୁଳିଚାଳନା, ସୁରକ୍ଷା ବ୍ୟବସ୍ଥା ଉପରେ…

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ଟିଟିଲାଗଡ଼ ସହରରେ ପବିତ୍ର ରାମ ନବମୀ ତିଥିରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଏକ ଆଧ୍ୟାତ୍ମିକ ଶୋଭାଯାତ୍ରା ଚାଲିଥିବା ସମୟରେ ସର୍ବସମ୍ମୁଖରେ…

ଜନଗଣନା ତାଲିମ ବେଳେ ଚେତାଶୂନ୍ୟ ହୋଇପଡ଼ିଲେ ଶିକ୍ଷୟିତ୍ରୀ, ଆଉ ତା’ପରେ…

ହିଞ୍ଜିଳିକାଟୁ, ୨୮।୩( ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳିକାଟୁ ପିଏମଶ୍ରୀ ସରକାରୀ ବୃନ୍ଦାବନ ବିଦ୍ୟାଳୟରେ ଚାଲିଥିବା ଜନଗଣନା ତାଲିମର ତୃତୀୟ ପର୍ଯ୍ୟାୟରେ ତାଲିମ ବେଳେ ଶନିବାର କେନ୍ଦ୍ରରେ ଜଣେ ଶିକ୍ଷୟିତ୍ରୀ…

ଗିରଫ ପରେ ଜାମିନରେ ଖଲାସ ହେଲେ ଏହି ଗଲ୍‌ଫ ଖେଳାଳି, ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା…

ଜୁପିଟର ଆଇଲାଣ୍ଡ, ୨୮ା୩: ବିଶିଷ୍ଟ ଗଲ୍‌ଫ ଖେଳାଳି ଟାଇଗର ଉଡ୍ସ ନିଶାଗ୍ରସ୍ତ ଅବସ୍ଥାରେ ଡ୍ରାଇଭିଂ କରିଥିବା ଅଭିଯୋଗରେ ପୋଲିସ ଦ୍ୱାରା ଗିରଫ ହେବାପରେ ଶୁକ୍ରବାର ବିଳମ୍ବିତ ରାତିରେ…

ବ୍ରହ୍ମବରଦା ଥାନାରୁ ଅଭିଯୁକ୍ତ ଚମ୍ପଟ ଘଟଣା: ଏଏସ୍‌ଆଇଙ୍କ ସମେତ ୩ ପୋଲିସ କର୍ମଚାରୀ ସସ୍‌ପେଣ୍ଡ

ଧର୍ମଶାଳା, ୨୮।୩(ଶିିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ବ୍ରହ୍ମବରଦା ଥାନାରୁ ଜଣେ ଅଭିଯୁକ୍ତ ଚମ୍ପଟ ମାରିବା ଘଟଣାରେ ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି) କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ…

ସରକାରଙ୍କ ବିରୋଧରେ ଗର୍ଜିଲା କଂଗ୍ରେସ

ବଞ୍ଚୋ,୨୮ା୩(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲାର ଆନନ୍ଦପୁର ଉପଖଣ୍ଡ ହାଟଡିହୀ ବ୍ଲକ ଅନ୍ତର୍ଗତ ମରେଇଗାଁ ପଡ଼ିଆରେ କଂଗ୍ରେସ ଦଳର ଡାକରାରେ ଏକ ବିଶାଳ ଜନସମାବେଶ ଅନୁଷ୍ଠିତ ହୋଇଯାଇଛି।…

୧୦ ମାସ ତଳେ ବିବାହ କରିଥିଲେ ଅନୁପମା, ବେକରେ ଦାଗ ଦେଖି ବାପଘର ଲୋକେ ଆଣିଲେ ହତ୍ୟା ଅଭିଯୋଗ

ବଲାଙ୍ଗୀର,୨୮ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷୁରା ଥାନା ମହିପୁର ଗାଁରେ ଜଣେ ନବବଧୂକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ୧୦ ମାସ ତଳେ ବାହା ହୋଇଥିବା…

ଉପଖଣ୍ଡ ମାନ୍ୟତା ପ୍ରଦାନ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ରିଷିଡ଼ା,୨୮ା୩ (ସୁଶାନ୍ତ ମଲ୍ଲିକ)କଳାହାଣ୍ଡି ଜିଲାର ମଦନପୁର ରାମପୁରକୁ ଉପଖଣ୍ଡ ମାନ୍ୟତା ଦେବା ପାଇଁ ଯୁବ ନେତା ତଥା ରାଜ ପରିବାର ସଦସ୍ୟ ନୀଳମାଧବ ସିଂଦେଓ ମୁଖ୍ୟମନ୍ତ୍ରୀ ମୋହନ…

ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ହିମାଂଶୁ-ଦେବେନ୍ଦ୍ର, କାର୍ଯ୍ୟଭାର ନେବା ପରେ…

ବରପାଲି,୨୮ା୩(ଚିତ୍ତରଞ୍ଜନ ସାହୁ): ଶନିବାର ବରପାଲି ଓକିଲ ସଂଘର ନୂତନ କର୍ମକର୍ତ୍ତା ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଚଳିତ ବର୍ଷ ପାଇଁ ସଭାପତି ହିମାଂଶୁ ଶେଖର ସାହୁ ଓ ସମ୍ପାଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri