Posted inଜାତୀୟ

ଏକାଠି ହେଲେ ଭାଜପା ହାରିବ

ନୂଆଦିଲ୍ଲୀ,୨୩ା୧୨: ପାର୍ଲାମେଣ୍ଟର ଶୀତ ଅଧିବେଶନ କାଳରେ ଉଭୟ ଗୃହରୁ ୧୪୬ ଜଣ ଏମ୍‌ପିଙ୍କୁ ନିଲମ୍ବନ କରାଯିବା ପ୍ରତିବାଦରେ ବିରୋଧୀ ଇଣ୍ଡିଆ ବ୍ଲକ୍‌ର ନେତାମାନେ ନୂଆଦିଲ୍ଲୀର ଯନ୍ତରମନ୍ତରଠାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଗଣତନ୍ତ୍ରର ସୁରକ୍ଷା ପାଇଁ ସେମାନେ ପ୍ରତିଜ୍ଞା ନେବା ସହ ୨୦୨୪ ଲୋକ ସଭା ନିର୍ବାଚନରେ ଭାଜପାକୁ ପରାଜିତ କରିବା ପାଇଁ ଆହ୍ବାନ ଦେଇଛନ୍ତି। ଶାସକ ଦଳ ବିରୋଧୀମାନଙ୍କ ସ୍ବରକୁ ଚାପିଦେଇଥିବା ବିରୋଧୀ ନେତାମାନେ ଅଭିଯୋଗ କରିଛନ୍ତି। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କ ନେତୃତ୍ୱରେ ଅନୁଷ୍ଠିତ ବିକ୍ଷୋଭରେ ଦଳର ନେତା ରାହୁଲ ଗାନ୍ଧୀ, ଏନ୍‌ସିପି ମୁଖ୍ୟ ଶରଦ ପାଓ୍ବାରଙ୍କ ସମେତ ଅନ୍ୟ ବିରୋଧୀ ଦଳ ନେତାମାନେ ସାମିଲ ହୋଇଥିଲେ। ବର୍ତ୍ତମାନର ସରକାରରେ ଗଣତନ୍ତ୍ର ପ୍ରତି ବିପଦ ସୃଷ୍ଟି ହୋଇଥିବାରୁ ଆମକୁ ଏକାଠି ହେବାକୁ ପଡ଼ିବ ବୋଲି ଖାର୍ଗେ କହିଥିଲେ। ସମସ୍ତେ ଏକାଠି ହେଲେ ମୋଦି ସରକାର କିଛି କରିପାରିବ ନାହିଁ ବୋଲି ସେ କହିଥିଲେ। ଏମ୍‌ପିମାନଙ୍କୁ ନିଲମ୍ବନ କରି ସରକାର ବିରୋଧୀଙ୍କ ମୁହଁ ବନ୍ଦ କରିଦେବାକୁ ଉଦ୍ୟମ କରୁଛନ୍ତି। ତେବେ ଗଣତନ୍ତ୍ରର ସୁରକ୍ଷା ପାଇଁ ଯେକୌଣସି ମୂଲ୍ୟ ଦେବାକୁ ଆମେ ପ୍ରସ୍ତୁତ ଅଛୁ ବୋଲି ଏନ୍‌ସିପି ଅଧ୍ୟକ୍ଷ ଶରଦ ପାଓ୍ବାର କହିଥିଲେ।
ଦେଶରେ ଚାଷୀ ଆତ୍ମହତ୍ୟା କରୁଛି, କଳକାରଖାନାର ଶ୍ରମିକ ସେମାନଙ୍କ ପରିଶ୍ରମ ପାଇଁ ଉପଯୁକ୍ତ ବେତନ ନ ପାଇ ଅସନ୍ତୁଷ୍ଟ ରହିଛି। ଆମକୁ ଦାୟିତ୍ୱ ନେବାକୁ ହେବ, କଠିନ ପରିଶ୍ରମ କରି ସମ୍ବିଧାନ ଉପରେ ଆକ୍ରମଣ କରୁଥିବା ଗଣତନ୍ତ୍ର ବିରୋଧୀ ଶକ୍ତିକୁ ପରାଜିତ କରିବାକୁ ହେବ ବୋଲି ପାଓ୍ବାର କହିଥିଲେ। ସମ୍ବିଧାନ ଜନସାଧାରଣଙ୍କୁ ସାର୍ବଭୌମ କ୍ଷମତା ଦେଇଛନ୍ତି, ଯାହା ଜନପ୍ରତିନିଧିମାନଙ୍କ ଜରିଆରେ କାର୍ଯ୍ୟକାରୀ ହୋଇଥାଏ। ପାର୍ଲାମେଣ୍ଟ ନିକଟରେ ସରକାର ଉତ୍ତରଦାୟୀ ଏବଂ ଏମ୍‌ପିମାନେ ଲୋକଙ୍କ ନିକଟରେ ଉତ୍ତରଦାୟୀ, ଯାହା ଗଣତନ୍ତ୍ରର ସଂଜ୍ଞା ବୋଲି ସିପିଆଇ(ଏମ୍‌) ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀ କହିଥିଲେ। ତୃଣମୂଳ କଂଗ୍ରେସ ଏମ୍‌ପି ମୌସମ ନୁର୍‌ ‘ଭାଜପାମୁକ୍ତ ଭାରତ’ ଗଠନ ପାଇଁ ଆହ୍ବାନ ଦେଇଥିଲେ। ସରକାର ପାର୍ଲାମେଣ୍ଟକୁ ଅଚଳ କରିଦେବାକୁ ଉଦ୍ୟମ କରୁଥିବା ସିପିଆଇ ସାଧାରଣ ସମ୍ପାଦକ ଡି. ରାଜା କହିଥିଲେ। ଯେକୌଣସି ପ୍ରକାରେ ବିରୋଧୀଙ୍କୁ ଦମନ କରି ସେମାନେ ପାର୍ଲାମେଣ୍ଟକୁ ଅଚଳ କରିଦେଲେ। ପାର୍ଲାମେଣ୍ଟ ଅଚଳ ହେଲେ ଗଣତନ୍ତ୍ର ମରିଯିବ। ପ୍ରଧାନମନ୍ତ୍ରୀ ମୋଦି ଓ ତାଙ୍କ ସରକାରଙ୍କ କାର୍ଯ୍ୟ ଫାସିଷ୍ଟ ଏକଚ୍ଛତ୍ରବାଦ ବୋଲି ବିକ୍ଷୋଭରେ ଯୋଗଦେଇ ରାଜା କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri