ଟାଟା ଷ୍ଟିଲ୍‌କୁ କଳିଙ୍ଗ ସୁରକ୍ଷା ଉତ୍କର୍ଷ ପୁରସ୍କାର

[contact-form][contact-field label=”Name” type=”name” required=”true” /][contact-field label=”Email” type=”email” required=”true” /][contact-field label=”Website” type=”url” /][contact-field label=”Message” type=”textarea” /][/contact-form]

ଭୁବନେଶ୍ୱର,୨୩।୧୨: ଦେଶର ପ୍ରମୁଖ ଘରୋଇ ଶିଳ୍ପ ପ୍ରତିଷ୍ଠାନ ଟାଟା ଷ୍ଟିଲ୍‌ ନିକଟରେ ଆଉ ଏକ ରାଜ୍ୟସ୍ତରୀୟ ସମ୍ମାନ ଲାଭ କରିଛି। ଏପରିକି ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ କ୍ୱାଲିଟି ଆଣ୍ଡ ଏନ୍‌ଭାଇରମେଣ୍ଟ ମ୍ୟାନେଜମେଣ୍ଟ ସର୍ଭିସେସ୍‌(ଆଇକ୍ୟୁଇଏମ୍‌ଏସ୍‌) ପକ୍ଷରୁ ଟାଟା ଷ୍ଟିଲ୍‌କୁ କଳିଙ୍ଗ ସୁରକ୍ଷା ଉତ୍କର୍ଷ ପୁରସ୍କାର ପ୍ରଦାନ କରାଯାଇଛି। ବିଶେଷକରି କଟକ ଆଠଗଡ଼ ଓ ଗଞ୍ଜାମ ଗୋପାଳପୁରଠାରେ ଥିବା ଟାଟା ଷ୍ଟିଲ୍‌ର ଫେରୋ କ୍ରୋମ ପ୍ଲାଣ୍ଟକୁ ଯଥାକ୍ରମେ ପ୍ଲାଟିନମ୍‌ ଓ ଗୋଲ୍ଡ ବର୍ଗରେ ପୁରସ୍କୃତ କରାଯାଇଛି। ଉଲ୍ଲେଖଯୋଗ୍ୟ, ଆଇକ୍ୟୁଇଏମ୍‌ଏସ୍‌ ପକ୍ଷରୁ ଆୟୋଜିତ ଜାତୀୟ ସୁରକ୍ଷା ସମ୍ମିଳନୀ-୨୦୨୩ ଅବସରରେ ଟାଟା ଷ୍ଟିଲ୍‌କୁ ସମ୍ମାନଜନକ କଳିଙ୍ଗ ସୁରକ୍ଷା ଉତ୍କର୍ଷ ପୁରସ୍କାର ଦିଆଯାଇଛି। ଅପରପକ୍ଷରେ ଗତ ବର୍ଷର ପ୍ରଦର୍ଶନ ପାଇଁ ଉଭୟ ପ୍ଲାଣ୍ଟକୁ ଉପରୋକ୍ତ ପୁରସ୍କାର ଟାଟା ଷ୍ଟିଲ୍‌ର ଫେରୋ ଆଲଏଜ୍‌ ଆଣ୍ଡ ମିନେରାଲ୍ସ ଡିଭିଜନ (ଏଫ୍‌ଏଏମ୍‌ଡି) ଅଧୀନରେ କାର୍ଯ୍ୟ କରୁଥିବା ଉକ୍ତ କାରଖାନାଗୁଡ଼ିକ ସୁରକ୍ଷା ଏବଂ ପରିଚାଳନାରେ ସର୍ବୋଚ୍ଚ ମାନଦଣ୍ଡ ବଜାୟ ରଖିବାରେ ଉଲ୍ଲେଖନୀୟ ସଫଳତା ପାଇଁ ଉକ୍ତ ସମ୍ମାନଜନକ ପୁରସ୍କାର ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ଓଡ଼ିଶା ସରକାରଙ୍କ ଅଗ୍ନିଶମ ସେବା ମହାନିର୍ଦ୍ଦେଶକ, ହୋମ୍‌ଗାର୍ଡର କମାଣ୍ଡାଣ୍ଟ ଜେନେରାଲ ତଥା ବେସାମରିକ ସୁରକ୍ଷା ନିର୍ଦ୍ଦେଶକ ଡ.ସୁଧାଂଶୁ ଷଡ଼ଙ୍ଗୀଙ୍କଠାରୁ ଆଠଗଡ଼ସ୍ଥିତ ଫେରୋକ୍ରୋମ ପ୍ଲାଣ୍ଟର ମୁଖ୍ୟ ବାଥୁଲା ଶ୍ରୀନିବାସ ପ୍ଲାଟିନମ୍‌ ପୁରସ୍କାର ଏବଂ ଗୋପାଳପୁରସ୍ଥିତ ଫେରୋକ୍ରୋମ ପ୍ଲାଣ୍ଟର ମୁଖ୍ୟ ଅଟ୍‌ଲା ରାମବାବୁ ଗୋଲ୍ଡ ପୁରସ୍କାର ଗ୍ରହଣ କରିଥିଲେ।
ଏ ସମ୍ପର୍କରେ ଟାଟା ଷ୍ଟିଲ୍‌ର ଏକ୍‌ଜିକ୍ୟୁଟିଭ୍‌ ଇନ୍‌ଚାର୍ଜ (ଏଫ୍‌ଏଏମ୍‌ଡି) ପଙ୍କଜ ସତିଜା କହିଛନ୍ତି, ଆମର ସୁରକ୍ଷା ପଦକ୍ଷେପକୁ ସ୍ବୀକୃତି ଦେବା ଏବଂ ଏଭଳି ଏକ ସମ୍ମାନଜନକ ପୁରସ୍କାରରେ ଆମକୁ ସମ୍ମାନିତ କରିଥିବାରୁ ମୁଁ ବିଚାରକ ମଣ୍ଡଳୀ ସଦସ୍ୟମାନଙ୍କୁ ଧନ୍ୟବାଦ ଜଣାଉଛି। ବିଶେଷକରି ଏହା ନିଶ୍ଚିତ ଭାବେ ଆମ ଟିମ୍‌କୁ ପରିଚାଳନାରେ ସର୍ବୋଚ୍ଚ ନିରାପତ୍ତା ମାନଦଣ୍ଡ ସୁନିଶ୍ଚିତ କରିବା ଦିଗରେ ଏହା ଆମର ପ୍ରୟାସକୁ ଆଗକୁ ବଢ଼ାଇବାକୁ ପ୍ରେରଣା ଦେବ।


Enter your email to get our daily news in your inbox.

All Right Reserved By Dharitri.Com

ବାଇକରେ ବୁହାହେଲା ମୃତଦେହ: ଅଭାବନୀୟ ଚିତ୍ରର ଭିଡିଓ ହେଉଛି ଭାଇରାଲ

ବଲାଙ୍ଗୀର,୨୪।୮(ସୁନିଲ କୁମାର ମହାନ୍ତି): ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ସରକାରୀ ହସ୍ପିଟାଲରୁ ଆସିଛି ଅଭାବନୀୟ ଚିତ୍ର। କଣ୍ଟାବାଞ୍ଜି ସରକାରୀ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଖଇରପଦର ଗାଁର ୧୨ ବର୍ଷୀୟା…

ଗହମକୁ ନେଇ ଭାରତ ସରକାରଙ୍କ ବଡ଼ ନିଷ୍ପତ୍ତି: ବର୍ଷେ ପରେ ହଟିଲା କଟକଣା

ନୂଆଦିଲ୍ଲୀ,୨୪।୮: ଭାରତ ସରକାର ଗହମ ରପ୍ତାନି ଉପରେ ଲାଗିଥିବା କଟକଣାକୁ ହଟାଇ ଦେଇଛନ୍ତି। ଡାଇରେକ୍ଟରେଟ ଜେନେରାଲ ଅଫ ଫରେନ ଟ୍ରେଡ (DGFT) ପକ୍ଷରୁ ଜାରି ନୋଟିଫିକେସନରେ ଏହି…

କୁରୁଗୁଡା-ମୁର୍ଲାପଦର ମୁଖ୍ୟ ରାସ୍ତାରେ ୫ଫୁଟ୍‌ର ପାଣି, ଯୋଗାଯୋଗ ବିଛିନ୍ନ

ଜୁନାଗଡ଼, ୨୪ା୮(ସୁନୀଲ କୁମାର ସିଂହ): କଳାହାଣ୍ଡି ଜିଲାରେ ଗତ ଦୁଇଦିନ ଧରି ଲଗାଣ ବର୍ଷା ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ଏଥିଯୋଗୁ ବିଭିନ୍ନ ନଦୀନାଳରେ ଜଳସ୍ତର ବୃଦ୍ଧି ପାଇଛି।…

ବଜାରରେ ସରିଯିବ ପିଆଜ! ଦର ବଢ଼ିବା ମଧ୍ୟରେ ସରକାର କହିଲେ…

ନୂଆଦିଲ୍ଲୀ,୨୪।୮: ପିଆଜ ଦର ବଢ଼ୁଥିବା ମଧ୍ୟରେ ଏହାର ଯୋଗାଣ ବଢ଼ାଇବା ପାଇଁ ସରକାର ପଦକ୍ଷେପ ତ୍ୱରାନୱିତ କରିଛନ୍ତି। ସରକାର କହିଛନ୍ତି ଯେ, ଦେଶରେ ବର୍ତ୍ତମାନ ପିଆଜର ପର୍ଯ୍ୟାପ୍ତ…

ଦିଗପହଣ୍ଡିରେ ଶ୍ରୀଗଣେଶ ପୂଜା ମହୋତ୍ସବ ପାଇଁ ଶୁଭଖୁଣ୍ଟି ସ୍ଥାପନ

ଦିଗପହଣ୍ଡି, ୨୪।୮ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ବଜାରସାହି ପୂଜା କମିଟି ପକ୍ଷରୁ ୪୬ତମ ଗଣେଶ ପୂଜା ମହୋତ୍ସବ ନିମନ୍ତେ ସୋମବାର ବଜାର…

କଲମ୍ବୋ ଟେଷ୍ଟରେ ଜୁରେଲଙ୍କ ଅପରାଜିତ ଶତକ, ଦୃଢ଼ ସ୍ଥିତିରେ ଟିମ୍‌ ଇଣ୍ଡିଆ

କଲମ୍ବୋ,୨୪ା୮: ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ କ୍ରିକେଟ ମ୍ୟାଚ୍‌ରେ ଦ୍ୱିତୀୟ ଦିନ ଶେଷ ସୁଦ୍ଧା ଭାରତ ଦୃଢ଼ ସ୍ଥିତିରେ ରହିଛି। ମ୍ୟାଚ୍‌ର ପ୍ରଥମ ଦିନ ଦେବଦତ୍ତ…

ମୋଦିଙ୍କୁ ପ୍ରଶଂସାରେ ପୋତିଲେ ପୁଟିନ: ଦେଲେ ସବୁ ଶ୍ରେୟ

ମସ୍କୋ,୨୪।୮: ମସ୍କୋରେ ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ସୋମବାର ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟିଛନ୍ତି। ଏଠାରେ ଉଭୟ ପକ୍ଷ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ଗଭୀର…

କାନିଜ୍‌ସା ଓପନ୍‌ ଚେସ୍‌ ଟାଇଟଲ ହାସଲ କଲେ ପ୍ରଣେଶ

କାନିଜ୍‌ସା(ହଙ୍ଗେରୀ),୨୪ା୮: ଜର୍ମାନୀର ଭାଦିମ ପେତ୍ରୋଭସ୍କିଙ୍କ ବିପକ୍ଷରେ ଏକ ରୋମାଞ୍ଚକ ବିଜୟ ହାସଲ କରି ଭାରତୀୟ ଗ୍ରାଣ୍ଡମାଷ୍ଟର ପ୍ରଣେଶ ଏମ୍‌ ସମ୍ମାନଜନକ କାନିଜ୍‌ସା ଓପନ ଚେସ୍‌ ଟାଇଟଲ ହାସଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri