ସୂଚନା ବିଜ୍ଞାନୀ ରବୀନ୍ଦ୍ରଙ୍କୁ ଭାଜପା ଟିକେଟ୍‌

ଯାଜପୁର ଲୋକ ସଭା, ରସୁଲପୁର, ୩୧ା୩ (ରଞ୍ଜିତ ରାଉତ)ଭାଜପା ଶନିବାର ଯାଜପୁର ସଂରକ୍ଷିତ ଲୋକ ସଭା ଆସନ ନିମନ୍ତେ ପ୍ରାର୍ଥୀ ଘୋଷଣା କରିଛି। ପୁରୁଣା ନେତାଙ୍କୁ ନ ଦୋହରାଇ ନୂଆ ମୁହଁ ଭାବେ ଡ. ରବୀନ୍ଦ୍ର ନାରାୟଣ ବେହେରାଙ୍କୁ ଦଳ ପ୍ରାର୍ଥୀ କରିଛି। ଏହାପୂର୍ବରୁ ଏହି ଆସନ ପାଇଁ ବିଜେଡି ଶର୍ମିଷ୍ଠା ସେଠୀଙ୍କ ଉପରେ ପୁଣିଥରେ ବିଶ୍ୱାସ ରଖି ତାଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଛି। ଉଭୟ ରବୀନ୍ଦ୍ର ଏବଂ ଶର୍ମିଷ୍ଠା ରସୁଲପୁର ବ୍ଲକ ଅଞ୍ଚଳ ସହ ଜଡ଼ିତ ଥିବାବେଳେ ଦୁଇଜଣ ଯାକ ପେସାରେ ସରକାରୀ ଉଚ୍ଚ ପଦାଧିକାରୀ ଥିଲେ। ରବୀନ୍ଦ୍ର ସୂଚନା ବିଜ୍ଞାନ କ୍ଷେତ୍ରରେ ଜଣେ ବୈଜ୍ଞାନିକ। ସେ ରାଷ୍ଟ୍ରୀୟ ସୂଚନା ବିଜ୍ଞାନ କେନ୍ଦ୍ର (ଏନ୍‌ଆଇସି)ର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଥିବାବେଳେ ଶର୍ମିଷ୍ଠା ରାଜ୍ୟ ପ୍ରଶାସନିକ ସେବା ଅଧିକାରିଣୀ ଭାବେ କାର୍ଯ୍ୟ କରିଛନ୍ତି। ଏଥର ଯାଜପୁର ଲୋକ ସଭା ଆସନରେ ଲଢ଼େଇ ହେବା ଏକପ୍ରକାର ଥୟ ହୋଇଯାଇଛି। ଯଦିବା କଂଗ୍ରେସ ଏଯାଏ ପ୍ରାର୍ଥୀ ଘୋଷଣା କରିନାହିଁ, ତେବେ ଦଳରୁ ଯିଏ ବି ପ୍ରାର୍ଥୀ ହେଉନା କାହିଁକି ଜିଲାରେ ଦଳର ସ୍ଥିତିକୁ ପରଖିଲେ ଏଠାରେ ଭାଜପା ଓ ବିଜେଡି ପ୍ରାର୍ଥୀଙ୍କ ମଧ୍ୟରେ କଡ୍ଡା ଟକ୍କର ହେବ ବୋଲି କୁହାଯାଉଛି। ରବୀନ୍ଦ୍ରଙ୍କ ଘର ରସୁଲପୁର ବ୍ଲକ ତଥା ବରୀ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ରାଜେନ୍ଦ୍ରପୁର ପଞ୍ଚାୟତରେ। ସେ ଚାକିରିରୁ ଅବସର ନେବା ପରେ ୨୦୧୯ରେ ଭାଜପାରେ ଯୋଗଦେଇଥିଲେ। ସେବେଠାରୁ ସେ ଦଳର ସଂଗଠନ ସହ ଜଡ଼ିତ ହୋଇଆସୁଥିଲେ ା ସେ ରାଜ୍ୟ ଭାଜପା ଏସ୍‌.ସି. ମୋର୍ଚ୍ଚାର ସଭାପତି ଦାୟିତ୍ୱ ତୁଲାଇଥିଲେ। ୨୦୧୯ରେ ମଧ୍ୟ ସେ ପ୍ରାର୍ଥୀ ଦୌଡ଼ରେ ରହିଥିଲେ। ଏଥର ଭାଜପା ପୂର୍ବଥରର ପ୍ରାର୍ଥୀ ଅମୀୟ ମଲ୍ଲିକଙ୍କୁ ଦଳ ବାଦ୍‌ ଦେଇ ରବୀନ୍ଦ୍ରଙ୍କ ଉପରେ ଭରସା ଜୁଟାଇଛି। ସେହିପରି ଶର୍ମିଷ୍ଠା ସେଠୀଙ୍କ ଶାଶୁ ଘର ରସୁଲପୁର ବ୍ଲକ ବରୀ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ସାମନ୍ତରାପୁର ପଞ୍ଚାୟତରେ। ଉଭୟ ପ୍ରାର୍ଥୀ ବରୀ ନିର୍ବାଚନମଣ୍ଡଳୀର ହୋଇଥିବା ବେଳେ ଜିଲାର ଅନ୍ୟ ୬ ନିର୍ବାଚନମଣ୍ଡଳୀର ଭୋଟରମାନଙ୍କ ପାଇଁ ଆସ୍ଥାଭାଜନ ଲାଗି ସେମାନଙ୍କୁ କଠିନ ପରିଶ୍ରମ କରିବାକୁ ପଡ଼ିବ। ଯଦିବା ଶର୍ମିଷ୍ଠା ୫ବର୍ଷ ଧରି ସାଂସଦ ଭାବରେ ବିଭିନ୍ନ ନିର୍ବାଚନମଣ୍ଡଳୀ ବୁଲି ଲୋକଙ୍କ ସହ ପରିଚିତ ଅଛନ୍ତି।ତେଣେ ୨୦୧୯ରୁ ଦଳର ବିଭିନ୍ନ ସାଂଗଠନିକ କାର୍ଯ୍ୟରେ ରବୀନ୍ଦ୍ର ଜିଲାର ବିଭିନ୍ନ ନିର୍ବାଚନମଣ୍ଡଳୀ ବୁଲି ଅଭିଜ୍ଞତା ଅର୍ଜନ କରିଛନ୍ତି। ତେବେ ରବୀନ୍ଦ୍ରଙ୍କ ମତରେ ସେ ଯାଜପୁର ଜିଲାକୁ ବିକାଶଯୁକ୍ତ ଓ ଦୁର୍ନୀତିମୁକ୍ତ କରିବା ପାଇଁ ଲଢ଼େଇ କରିବେ। ବିଶେଷକରି ଭାଜପା କେନ୍ଦ୍ରରେ ସରକାର ଗଠନ କରିବାକୁ ଯାଉଥିବାରୁ ସେ ଏଠାରୁ ନିର୍ବାଚିତ ହେଲେ ଯାଜପୁରକୁ ଏକ ଅଗ୍ରଣୀ ଜିଲା ଭାବରେ ଗଢ଼ିତୋଳିବାରେ ସହାୟକ ହୋଇପାରିବେ ବୋଲି ରବୀନ୍ଦ୍ର ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri