ସୂଚନା ବିଜ୍ଞାନୀ ରବୀନ୍ଦ୍ରଙ୍କୁ ଭାଜପା ଟିକେଟ୍‌

ଯାଜପୁର ଲୋକ ସଭା, ରସୁଲପୁର, ୩୧ା୩ (ରଞ୍ଜିତ ରାଉତ)ଭାଜପା ଶନିବାର ଯାଜପୁର ସଂରକ୍ଷିତ ଲୋକ ସଭା ଆସନ ନିମନ୍ତେ ପ୍ରାର୍ଥୀ ଘୋଷଣା କରିଛି। ପୁରୁଣା ନେତାଙ୍କୁ ନ ଦୋହରାଇ ନୂଆ ମୁହଁ ଭାବେ ଡ. ରବୀନ୍ଦ୍ର ନାରାୟଣ ବେହେରାଙ୍କୁ ଦଳ ପ୍ରାର୍ଥୀ କରିଛି। ଏହାପୂର୍ବରୁ ଏହି ଆସନ ପାଇଁ ବିଜେଡି ଶର୍ମିଷ୍ଠା ସେଠୀଙ୍କ ଉପରେ ପୁଣିଥରେ ବିଶ୍ୱାସ ରଖି ତାଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଛି। ଉଭୟ ରବୀନ୍ଦ୍ର ଏବଂ ଶର୍ମିଷ୍ଠା ରସୁଲପୁର ବ୍ଲକ ଅଞ୍ଚଳ ସହ ଜଡ଼ିତ ଥିବାବେଳେ ଦୁଇଜଣ ଯାକ ପେସାରେ ସରକାରୀ ଉଚ୍ଚ ପଦାଧିକାରୀ ଥିଲେ। ରବୀନ୍ଦ୍ର ସୂଚନା ବିଜ୍ଞାନ କ୍ଷେତ୍ରରେ ଜଣେ ବୈଜ୍ଞାନିକ। ସେ ରାଷ୍ଟ୍ରୀୟ ସୂଚନା ବିଜ୍ଞାନ କେନ୍ଦ୍ର (ଏନ୍‌ଆଇସି)ର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଥିବାବେଳେ ଶର୍ମିଷ୍ଠା ରାଜ୍ୟ ପ୍ରଶାସନିକ ସେବା ଅଧିକାରିଣୀ ଭାବେ କାର୍ଯ୍ୟ କରିଛନ୍ତି। ଏଥର ଯାଜପୁର ଲୋକ ସଭା ଆସନରେ ଲଢ଼େଇ ହେବା ଏକପ୍ରକାର ଥୟ ହୋଇଯାଇଛି। ଯଦିବା କଂଗ୍ରେସ ଏଯାଏ ପ୍ରାର୍ଥୀ ଘୋଷଣା କରିନାହିଁ, ତେବେ ଦଳରୁ ଯିଏ ବି ପ୍ରାର୍ଥୀ ହେଉନା କାହିଁକି ଜିଲାରେ ଦଳର ସ୍ଥିତିକୁ ପରଖିଲେ ଏଠାରେ ଭାଜପା ଓ ବିଜେଡି ପ୍ରାର୍ଥୀଙ୍କ ମଧ୍ୟରେ କଡ୍ଡା ଟକ୍କର ହେବ ବୋଲି କୁହାଯାଉଛି। ରବୀନ୍ଦ୍ରଙ୍କ ଘର ରସୁଲପୁର ବ୍ଲକ ତଥା ବରୀ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ରାଜେନ୍ଦ୍ରପୁର ପଞ୍ଚାୟତରେ। ସେ ଚାକିରିରୁ ଅବସର ନେବା ପରେ ୨୦୧୯ରେ ଭାଜପାରେ ଯୋଗଦେଇଥିଲେ। ସେବେଠାରୁ ସେ ଦଳର ସଂଗଠନ ସହ ଜଡ଼ିତ ହୋଇଆସୁଥିଲେ ା ସେ ରାଜ୍ୟ ଭାଜପା ଏସ୍‌.ସି. ମୋର୍ଚ୍ଚାର ସଭାପତି ଦାୟିତ୍ୱ ତୁଲାଇଥିଲେ। ୨୦୧୯ରେ ମଧ୍ୟ ସେ ପ୍ରାର୍ଥୀ ଦୌଡ଼ରେ ରହିଥିଲେ। ଏଥର ଭାଜପା ପୂର୍ବଥରର ପ୍ରାର୍ଥୀ ଅମୀୟ ମଲ୍ଲିକଙ୍କୁ ଦଳ ବାଦ୍‌ ଦେଇ ରବୀନ୍ଦ୍ରଙ୍କ ଉପରେ ଭରସା ଜୁଟାଇଛି। ସେହିପରି ଶର୍ମିଷ୍ଠା ସେଠୀଙ୍କ ଶାଶୁ ଘର ରସୁଲପୁର ବ୍ଲକ ବରୀ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ସାମନ୍ତରାପୁର ପଞ୍ଚାୟତରେ। ଉଭୟ ପ୍ରାର୍ଥୀ ବରୀ ନିର୍ବାଚନମଣ୍ଡଳୀର ହୋଇଥିବା ବେଳେ ଜିଲାର ଅନ୍ୟ ୬ ନିର୍ବାଚନମଣ୍ଡଳୀର ଭୋଟରମାନଙ୍କ ପାଇଁ ଆସ୍ଥାଭାଜନ ଲାଗି ସେମାନଙ୍କୁ କଠିନ ପରିଶ୍ରମ କରିବାକୁ ପଡ଼ିବ। ଯଦିବା ଶର୍ମିଷ୍ଠା ୫ବର୍ଷ ଧରି ସାଂସଦ ଭାବରେ ବିଭିନ୍ନ ନିର୍ବାଚନମଣ୍ଡଳୀ ବୁଲି ଲୋକଙ୍କ ସହ ପରିଚିତ ଅଛନ୍ତି।ତେଣେ ୨୦୧୯ରୁ ଦଳର ବିଭିନ୍ନ ସାଂଗଠନିକ କାର୍ଯ୍ୟରେ ରବୀନ୍ଦ୍ର ଜିଲାର ବିଭିନ୍ନ ନିର୍ବାଚନମଣ୍ଡଳୀ ବୁଲି ଅଭିଜ୍ଞତା ଅର୍ଜନ କରିଛନ୍ତି। ତେବେ ରବୀନ୍ଦ୍ରଙ୍କ ମତରେ ସେ ଯାଜପୁର ଜିଲାକୁ ବିକାଶଯୁକ୍ତ ଓ ଦୁର୍ନୀତିମୁକ୍ତ କରିବା ପାଇଁ ଲଢ଼େଇ କରିବେ। ବିଶେଷକରି ଭାଜପା କେନ୍ଦ୍ରରେ ସରକାର ଗଠନ କରିବାକୁ ଯାଉଥିବାରୁ ସେ ଏଠାରୁ ନିର୍ବାଚିତ ହେଲେ ଯାଜପୁରକୁ ଏକ ଅଗ୍ରଣୀ ଜିଲା ଭାବରେ ଗଢ଼ିତୋଳିବାରେ ସହାୟକ ହୋଇପାରିବେ ବୋଲି ରବୀନ୍ଦ୍ର ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri