Posted inଜାତୀୟ

କେଜ୍‌ରିଓ୍ବାଲଙ୍କ ଘରକୁ ଭାଜପାର ଟାର୍ଗେଟ

ନୂଆଦିଲ୍ଲୀ,୩୧ା୩: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରିବିନ୍ଦ କେଜ୍‌ରିଓ୍ବାଲଙ୍କ ଘରକୁ ବୁଧବାର ଭାଜପା କର୍ମୀମାନେ ଟାର୍ଗେଟ କରିଥିବା ଅଭିଯୋଗ ହୋଇଛି। ନିକଟରେ ମୁକ୍ତିଲାଭ କରିଥିବା ‘ଦ କଶ୍ମୀର ଫାଇଲ୍ସ’ ଉପରେ କେଜ୍‌ରିଓ୍ବାଲଙ୍କ ମନ୍ତବ୍ୟକୁ ନେଇ ଉତ୍ତ୍ୟକ୍ତ ଭାଜପା କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିବାକୁ ଯାଇ ପୋଲିସ ଉପସ୍ଥିତିରେ ତୁମୁଳକାଣ୍ଡ ଭିଆଇଛନ୍ତି। ଭାଜପା କେଜ୍‌ରିଓ୍ବାଲଙ୍କୁ ନିର୍ବାଚନରେ ହରାଇ ନ ପାରିବାରୁ ତାଙ୍କୁ ହତ୍ୟା କରିବାକୁ ଉଦ୍ୟମ ଚଳାଇଛି ବୋଲି ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ ସମାଲାଚନା କରିଛନ୍ତି। ଦିଲ୍ଲୀ ପୋଲିସ କେତେଜଣ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରିଛି। ବଲିଉଡ୍‌ ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କ ଫିଲ୍ମ ‘ଦ କଶ୍ମୀର ଫାଇଲ୍ସ’ ୧୯୯୦ ଦଶକରେ କଶ୍ମୀର ପଣ୍ଡିତଙ୍କ ଉପରେ ନିର୍ଯାତନାର କାହାଣୀକୁ ନେଇ ଗତିଶୀଳ ହୋଇଛି। ଉପତ୍ୟକାରେ ଆତଙ୍କବାଦ ଆରମ୍ଭ ହେବାବେଳେ କଶ୍ମୀରୀ ପଣ୍ଡିତମାନେ କିପରି ଗଣପଳାୟନ କରିବାକୁ ବାଧ୍ୟ ହୋଇଥିଲେ ତାହା ଏଥିରେ ଦର୍ଶାଯାଇଛି। ଏହି ଚର୍ଚ୍ଚିତ ହିନ୍ଦୀ ସିନେମା ମାର୍ଚ୍ଚ ୧୧ରେ ରିଲିଜ୍‌ ହେବା ଦିନଠାରୁ ବିବାଦ ଘେରରେ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ପାର୍ଲାମେଣ୍ଟରେ ଉଦ୍‌ବୋଧନ ଦେବାବେଳେ ‘କଶ୍ମୀର ଫାଇଲ’୍ସ ଦେଖିବାକୁ ପରାମର୍ଶ ଦେଇଥିଲେ। ଉତ୍ତର ପ୍ରଦେଶ, ଗୋଆ, ତ୍ରିପୁରା, ମଧ୍ୟପ୍ରଦେଶ, କର୍ନାଟକ, ହରିୟାଣା, ଗୁଜରାଟ, ଉତ୍ତରାଖଣ୍ଡ ଆଦି ଭାଜପା ଶାସିତ ରାଜ୍ୟରେ ଏହି ଫିଲ୍ମକୁ ଟିକସମୁକ୍ତ କରାଯାଇଛି। ତେଣୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍‌ରିଓ୍ବାଲ ମଧ୍ୟ ଏହାକୁ ଜାତୀୟ ରାଜଧାନୀରେ ଟ୍ୟାକ୍ସ-ଫ୍ରି କରନ୍ତୁ ବୋଲି ଭାଜପା ନେତାମାନେ ଦାବି କରିଥିଲେ। ଏହାକୁ ନେଇ ବିଧାନସଭାରେ କେଜ୍‌ରିଓ୍ବାଲ କହିଥିଲେ, ଆମକୁ ଟିକସମୁକ୍ତ କରିବାକୁ ଭାଜପା କାହିଁକି କହୁଛି। ଫିଲ୍ମକୁ ୟୁଟ୍ୟୁବ୍‌ରେ ଛାଡ଼ିବାକୁ ବିବେକ ଅଗ୍ନିହୋତ୍ରୀଙ୍କୁ କାହିଁକି କହୁନାହିଁ। ୟୁଟ୍ୟୁବ୍‌ରେ ଫିଲ୍ମକୁ ଛାଡ଼ିଦେଲେ ସମସ୍ତେ ଦେଖିପାରିବେ। ଟ୍ୟାକ୍ସ ଫ୍ରି କରିବା ଅନାବଶ୍ୟକ। କେଜ୍‌ରିଓ୍ବାଲଙ୍କ ଏହି ମନ୍ତବ୍ୟକୁ ନେଇ ଭାଜପା ଏବଂ ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ନେତାଙ୍କ ମଧ୍ୟରେ ବାକ୍‌ଯୁଦ୍ଧ ଚାଲିଥିଲା। ଏହି ପ୍ରସଙ୍ଗରେ ଭାଜପା ଯୁବ ମୋର୍ଚ୍ଚା ଜାତୀୟ ସଭାପତି ତଥା ଏମ୍‌ପି ତେଜସ୍ବୀ ସୂର୍ଯ୍ୟାଙ୍କ ନେତୃତ୍ୱରେ ୧୫୦-୨୦୦ ବିକ୍ଷୋଭକାରୀ ବୁଧବାର ଏଏପି ଆବାହକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍‌ରିଓ୍ବାଲଙ୍କ ୬ ଫ୍ଲାଗ୍‌ ଷ୍ଟାଫ୍‌ ରୋଡ୍‌ସ୍ଥିତ ସରକାରୀ ବାସଭବନ ଆଗରେ ପୂର୍ବାହ୍ନ ୧୧ଟା ୩୦ରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। କିନ୍ତୁ ସେମାନଙ୍କୁ ହଟାଇଦିଆଯାଇଥିଲା। ସବୁ ପ୍ରକାର ସୁରକ୍ଷା ବନ୍ଦୋବସ୍ତ ସତ୍ତ୍ୱେ ଅପରାହ୍ନ ୧ଟାରେ ୧୫ରୁ ୨୦ ବିକ୍ଷୋଭକାରୀମାନେ ବାସଭବନକୁ ପଶିବାରେ ସକ୍ଷମ ହୋଇଥିଲେ। ବିକ୍ଷୋଭକାରୀ ବ୍ୟାରିକେଡ୍‌ ଭାଙ୍ଗି ସ୍ଳୋଗାନ ଦେଇ ହଙ୍ଗାମା କରୁଥିବାବେଳେ ପୋଲିସ ସେମାନଙ୍କୁ ହଟାଇ ଦେଇଥିବା ଡିସିପି ଡେପୁଟି କମିଶନର ସାଗର ସିଂ କାଲ୍‌ସି କହିଛନ୍ତି। ଆଇପିସି ଦଫା ୧୮୬, ୧୮୮, ୩୫୩, ୩୩୨ ଏବଂ ସାଧାରଣ ସମ୍ପତ୍ତି ନଷ୍ଟ ନିବାରଣ ଆଇନର ଧାରା ୩ ବଳରେ ମାମଲା ରୁଜୁ କରାଯାଇଛି। ଅଭିଯୁକ୍ତଙ୍କୁ ଧରିବା ପାଇଁ ଟିମ୍‌ ଗଠନ କରାଯାଇଥିବା ଦିଲ୍ଲୀ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ଉପମୁଖ୍ୟମନ୍ତ୍ରୀ ସିସୋଡିଆ କହିଛନ୍ତି, ଭାଜପା ଯୁବ ମୋର୍ଚ୍ଚାର କର୍ମୀମାନେ ଦିଲ୍ଲୀ ପୋଲିସ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ଧସେଇ ପଶିଥିଲେ। ସେମାନେ ସିସିଟିଭି କ୍ୟାମେରା ଭାଙ୍ଗିବା ସହ ସୁରକ୍ଷା ପାଚେରିକୁ ନଷ୍ଟ କରିଦେଇଛନ୍ତି। ଏଥିସହ ଘର ମୁଖ୍ୟ ଗେଟ୍‌ରେ ରଙ୍ଗ ବୋଳିଛନ୍ତି। ଭାଜପା କେଜ୍‌ରିଓ୍ବାଲଙ୍କୁ ନିର୍ବାଚନରେ ହରାଇ ନ ପାରିବାରୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର ରଚୁଛି। ଅନ୍ୟପକ୍ଷେ ଭାଜପା କହିଛି, କେଜ୍‌ରିଓ୍ବାଲ ବିସ୍ଥାପିତ କଶ୍ମୀରୀ ପଣ୍ଡିତଙ୍କୁ ଉପହାସ କରିଥିବାରୁ ଲୋକଙ୍କ ଆକ୍ରୋଶର ଶିକାର ହୋଇଛନ୍ତି। ଏଏପି ଏହାକୁ ନେଇ ଡ୍ରାମା କରୁଛି ଓ ଭିକ୍ଟିମ୍‌ କାର୍ଡ ଖେଳୁଛି। କଶ୍ମୀରୀ ହିନ୍ଦୁମାନେ ପୀଡ଼ିତ, ଏଏପି ଏବଂ କେଜ୍‌ରିଓ୍ବାଲ ନୁହନ୍ତି ବୋଲି ତେଜସ୍ବୀ ସମାଲୋଚନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ, ତାଙ୍କ ସ୍ଥାନ ନେବେ…

ଭୁବନେଶ୍ୱର,୩୧ା୧୨: ଆଜି ଅର୍ଥାତ୍‌ ବୁଧବାର ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ। ୨୦୨୪ ଜୁଲାଇରୁ ମୁଖ୍ୟ ଶାସନ ସଚିବ ଦାୟିତ୍ୱରେ ସେ ରହି...

ପୁଣି ହେବାକୁ ଯାଉଛି ଯୁଦ୍ଧ? ଭାରତ କଲା ବଡ଼ ଡିଲ୍‌

ନୂଆଦିଲ୍‌ଲୀ,୩୧।୧୨: ଦେଶର ସୁରକ୍ଷାକୁ ଆହୁରି ସୁଦୃଢ଼ କରିବା ପାଇଁ ସରକାର ବର୍ଷ ଶେଷରେ ଏକ ବଡ଼ ପଦକ୍ଷେପ ନେଇଥିଲେ। ଡିସେମ୍ୱର 30, 2025 ରେ, ପ୍ରତିରକ୍ଷା...

ଚାଇନାକୁ ବଡ଼ ଝଟକା ଦେଲା ଭାରତ, ଏହି ଜିନିଷ ଉପରେ ଲାଗୁ କଲା ୩ ବର୍ଷର ଟାରିଫ୍‌, ଜାଣନ୍ତୁ କାରଣ…

ନୂଆଦିଲ୍ଲୀ,୩୧।୧୨: ଭାରତ ସରକାର ମଙ୍ଗଳବାର ଚାଇନା ବର୍ଦ୍ଧିତ ଶସ୍ତା ଇସ୍ପାତ ଆମଦାନୀକୁ ରୋକିବା ପାଇଁ ତିନି ବର୍ଷ ପାଇଁ କିଛି ଇସ୍ପାତ ଉତ୍ପାଦ ଉପରେ ୧୧-୧୨...

ଏମିତି ମିଛ କହିଲା ଚାଇନା: ସବୁ ପୋଲ୍‌ ଖୋଲିଦେଲା ଭାରତ

ନୂଆଦିଲ୍ଲୀ,୩୧।୧୨: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ପାଇଁ ଅନ୍ତର୍ଜାତୀୟ କ୍ରେଡିଟ ତୀବ୍ର ହୋଇଛି। ପ୍ରଥମେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଏବେ ଚାଇନା...

ମୋଦିଙ୍କ ଏହି କଥା ଶୁଣି ପ୍ରବଳ ରାଗିଗଲେ ଜେଲେନସ୍କି: ସାଂଘାତିକ ଅଭିଯୋଗ ଆଣି କହିଲେ…

ନୂଆଦିଲ୍ଲୀ,୩୧।୧୨: ପ୍ରଧାନମନ୍ତ୍ରୀ ମୋଦି ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବାସଭବନ ଉପରେ ଡ୍ରୋନ ଆକ୍ରମଣ ରିପୋର୍ଟ ଉପରେ ଚିନ୍ତା ପ୍ରକାଶ କରିଥିଲେ। ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଡିମିର...

ଲିଫ୍ଟ ଦେବା କହି ଚଳନ୍ତା କାର୍‌ରେ ମହିଳାଙ୍କୁ କଲେ ବଳାତ୍କାର, ପୂରା ଘଟଣା ଜାଣିଲେ…

ନୂଆଦିଲ୍ଲୀ,୩୧।୧୨: କୋତୱାଲି ଥାନା ଅଞ୍ଚଳରେ ଚଳନ୍ତା କାରରେ ଜଣେ ମହିଳାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ତାଙ୍କୁ ବଳାତ୍କାର କରିବା ପରେ ଅଭିଯୁକ୍ତମାନେ ତାଙ୍କୁ ରାସ୍ତାରେ...

ଶ୍ରୀମନ୍ଦିର କ୍ୟାଲେଣ୍ଡରରେ ଗୁରୁତର ତ୍ରୁଟି ! ଜଗା ସ୍ଥାନରେ ବଳିଆ

ଭୁବନେଶ୍ୱର,୩୧।୧୨: ଶ୍ରୀଜଗନ୍ନାଥ ମନ୍ଦିର କ୍ୟାଲେଣ୍ଡରରେ ଗୁରୁତର ତ୍ରୁଟି ଅଭିଯୋଗ ହୋଇଛି। ଜଗା ସ୍ଥାନରେ ବଳିଆ ଓ ବଳିଆ ଜାଗାରେ ଜଗାକୁ ନେଇ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ...

ନଳକୂପ ପାଖରେ ଛକି ବସିଥିଲା ଯମ: ପାଣି ଆଣିବାକୁ ଗଲାବେଳେ ଝିଲିଙ୍କ ସହ ଘଟିଲା…

ଅନୁଗୋଳ,୩୧।୧୨(ମାନସ ବିଶ୍ୱାଳ): ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ବନ୍ତଳା ପଞ୍ଚାୟତ ସାହାରାଗୁଡ଼ା ଗାଁ ସୁନାଭୂଇଁ ସାହିରେ ଦନ୍ତା ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମିଳିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri