Posted inଜାତୀୟ

କେଜ୍‌ରିଓ୍ବାଲଙ୍କ ଘରକୁ ଭାଜପାର ଟାର୍ଗେଟ

ନୂଆଦିଲ୍ଲୀ,୩୧ା୩: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରିବିନ୍ଦ କେଜ୍‌ରିଓ୍ବାଲଙ୍କ ଘରକୁ ବୁଧବାର ଭାଜପା କର୍ମୀମାନେ ଟାର୍ଗେଟ କରିଥିବା ଅଭିଯୋଗ ହୋଇଛି। ନିକଟରେ ମୁକ୍ତିଲାଭ କରିଥିବା ‘ଦ କଶ୍ମୀର ଫାଇଲ୍ସ’ ଉପରେ କେଜ୍‌ରିଓ୍ବାଲଙ୍କ ମନ୍ତବ୍ୟକୁ ନେଇ ଉତ୍ତ୍ୟକ୍ତ ଭାଜପା କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିବାକୁ ଯାଇ ପୋଲିସ ଉପସ୍ଥିତିରେ ତୁମୁଳକାଣ୍ଡ ଭିଆଇଛନ୍ତି। ଭାଜପା କେଜ୍‌ରିଓ୍ବାଲଙ୍କୁ ନିର୍ବାଚନରେ ହରାଇ ନ ପାରିବାରୁ ତାଙ୍କୁ ହତ୍ୟା କରିବାକୁ ଉଦ୍ୟମ ଚଳାଇଛି ବୋଲି ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ ସମାଲାଚନା କରିଛନ୍ତି। ଦିଲ୍ଲୀ ପୋଲିସ କେତେଜଣ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରିଛି। ବଲିଉଡ୍‌ ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କ ଫିଲ୍ମ ‘ଦ କଶ୍ମୀର ଫାଇଲ୍ସ’ ୧୯୯୦ ଦଶକରେ କଶ୍ମୀର ପଣ୍ଡିତଙ୍କ ଉପରେ ନିର୍ଯାତନାର କାହାଣୀକୁ ନେଇ ଗତିଶୀଳ ହୋଇଛି। ଉପତ୍ୟକାରେ ଆତଙ୍କବାଦ ଆରମ୍ଭ ହେବାବେଳେ କଶ୍ମୀରୀ ପଣ୍ଡିତମାନେ କିପରି ଗଣପଳାୟନ କରିବାକୁ ବାଧ୍ୟ ହୋଇଥିଲେ ତାହା ଏଥିରେ ଦର୍ଶାଯାଇଛି। ଏହି ଚର୍ଚ୍ଚିତ ହିନ୍ଦୀ ସିନେମା ମାର୍ଚ୍ଚ ୧୧ରେ ରିଲିଜ୍‌ ହେବା ଦିନଠାରୁ ବିବାଦ ଘେରରେ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ପାର୍ଲାମେଣ୍ଟରେ ଉଦ୍‌ବୋଧନ ଦେବାବେଳେ ‘କଶ୍ମୀର ଫାଇଲ’୍ସ ଦେଖିବାକୁ ପରାମର୍ଶ ଦେଇଥିଲେ। ଉତ୍ତର ପ୍ରଦେଶ, ଗୋଆ, ତ୍ରିପୁରା, ମଧ୍ୟପ୍ରଦେଶ, କର୍ନାଟକ, ହରିୟାଣା, ଗୁଜରାଟ, ଉତ୍ତରାଖଣ୍ଡ ଆଦି ଭାଜପା ଶାସିତ ରାଜ୍ୟରେ ଏହି ଫିଲ୍ମକୁ ଟିକସମୁକ୍ତ କରାଯାଇଛି। ତେଣୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍‌ରିଓ୍ବାଲ ମଧ୍ୟ ଏହାକୁ ଜାତୀୟ ରାଜଧାନୀରେ ଟ୍ୟାକ୍ସ-ଫ୍ରି କରନ୍ତୁ ବୋଲି ଭାଜପା ନେତାମାନେ ଦାବି କରିଥିଲେ। ଏହାକୁ ନେଇ ବିଧାନସଭାରେ କେଜ୍‌ରିଓ୍ବାଲ କହିଥିଲେ, ଆମକୁ ଟିକସମୁକ୍ତ କରିବାକୁ ଭାଜପା କାହିଁକି କହୁଛି। ଫିଲ୍ମକୁ ୟୁଟ୍ୟୁବ୍‌ରେ ଛାଡ଼ିବାକୁ ବିବେକ ଅଗ୍ନିହୋତ୍ରୀଙ୍କୁ କାହିଁକି କହୁନାହିଁ। ୟୁଟ୍ୟୁବ୍‌ରେ ଫିଲ୍ମକୁ ଛାଡ଼ିଦେଲେ ସମସ୍ତେ ଦେଖିପାରିବେ। ଟ୍ୟାକ୍ସ ଫ୍ରି କରିବା ଅନାବଶ୍ୟକ। କେଜ୍‌ରିଓ୍ବାଲଙ୍କ ଏହି ମନ୍ତବ୍ୟକୁ ନେଇ ଭାଜପା ଏବଂ ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ନେତାଙ୍କ ମଧ୍ୟରେ ବାକ୍‌ଯୁଦ୍ଧ ଚାଲିଥିଲା। ଏହି ପ୍ରସଙ୍ଗରେ ଭାଜପା ଯୁବ ମୋର୍ଚ୍ଚା ଜାତୀୟ ସଭାପତି ତଥା ଏମ୍‌ପି ତେଜସ୍ବୀ ସୂର୍ଯ୍ୟାଙ୍କ ନେତୃତ୍ୱରେ ୧୫୦-୨୦୦ ବିକ୍ଷୋଭକାରୀ ବୁଧବାର ଏଏପି ଆବାହକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍‌ରିଓ୍ବାଲଙ୍କ ୬ ଫ୍ଲାଗ୍‌ ଷ୍ଟାଫ୍‌ ରୋଡ୍‌ସ୍ଥିତ ସରକାରୀ ବାସଭବନ ଆଗରେ ପୂର୍ବାହ୍ନ ୧୧ଟା ୩୦ରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। କିନ୍ତୁ ସେମାନଙ୍କୁ ହଟାଇଦିଆଯାଇଥିଲା। ସବୁ ପ୍ରକାର ସୁରକ୍ଷା ବନ୍ଦୋବସ୍ତ ସତ୍ତ୍ୱେ ଅପରାହ୍ନ ୧ଟାରେ ୧୫ରୁ ୨୦ ବିକ୍ଷୋଭକାରୀମାନେ ବାସଭବନକୁ ପଶିବାରେ ସକ୍ଷମ ହୋଇଥିଲେ। ବିକ୍ଷୋଭକାରୀ ବ୍ୟାରିକେଡ୍‌ ଭାଙ୍ଗି ସ୍ଳୋଗାନ ଦେଇ ହଙ୍ଗାମା କରୁଥିବାବେଳେ ପୋଲିସ ସେମାନଙ୍କୁ ହଟାଇ ଦେଇଥିବା ଡିସିପି ଡେପୁଟି କମିଶନର ସାଗର ସିଂ କାଲ୍‌ସି କହିଛନ୍ତି। ଆଇପିସି ଦଫା ୧୮୬, ୧୮୮, ୩୫୩, ୩୩୨ ଏବଂ ସାଧାରଣ ସମ୍ପତ୍ତି ନଷ୍ଟ ନିବାରଣ ଆଇନର ଧାରା ୩ ବଳରେ ମାମଲା ରୁଜୁ କରାଯାଇଛି। ଅଭିଯୁକ୍ତଙ୍କୁ ଧରିବା ପାଇଁ ଟିମ୍‌ ଗଠନ କରାଯାଇଥିବା ଦିଲ୍ଲୀ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ଉପମୁଖ୍ୟମନ୍ତ୍ରୀ ସିସୋଡିଆ କହିଛନ୍ତି, ଭାଜପା ଯୁବ ମୋର୍ଚ୍ଚାର କର୍ମୀମାନେ ଦିଲ୍ଲୀ ପୋଲିସ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ଧସେଇ ପଶିଥିଲେ। ସେମାନେ ସିସିଟିଭି କ୍ୟାମେରା ଭାଙ୍ଗିବା ସହ ସୁରକ୍ଷା ପାଚେରିକୁ ନଷ୍ଟ କରିଦେଇଛନ୍ତି। ଏଥିସହ ଘର ମୁଖ୍ୟ ଗେଟ୍‌ରେ ରଙ୍ଗ ବୋଳିଛନ୍ତି। ଭାଜପା କେଜ୍‌ରିଓ୍ବାଲଙ୍କୁ ନିର୍ବାଚନରେ ହରାଇ ନ ପାରିବାରୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର ରଚୁଛି। ଅନ୍ୟପକ୍ଷେ ଭାଜପା କହିଛି, କେଜ୍‌ରିଓ୍ବାଲ ବିସ୍ଥାପିତ କଶ୍ମୀରୀ ପଣ୍ଡିତଙ୍କୁ ଉପହାସ କରିଥିବାରୁ ଲୋକଙ୍କ ଆକ୍ରୋଶର ଶିକାର ହୋଇଛନ୍ତି। ଏଏପି ଏହାକୁ ନେଇ ଡ୍ରାମା କରୁଛି ଓ ଭିକ୍ଟିମ୍‌ କାର୍ଡ ଖେଳୁଛି। କଶ୍ମୀରୀ ହିନ୍ଦୁମାନେ ପୀଡ଼ିତ, ଏଏପି ଏବଂ କେଜ୍‌ରିଓ୍ବାଲ ନୁହନ୍ତି ବୋଲି ତେଜସ୍ବୀ ସମାଲୋଚନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୦୨ ରନ୍‌ର ଟାର୍ଗେଟ୍ ମାତ୍ର ୧୫.୪ ଓଭରରେ ଶେଷ! ଆଇପିଏଲ୍‌ରେ ଆରସିବିର ନୂଆ ରେକର୍ଡ

ବେଙ୍ଗାଲୁର,୨୮।୩: ଆଇପିଏଲ୍‌ ୨୦୨୬ର ଶୁଭାରମ୍ଭ ଅତି ଜବରଦସ୍ତ ଶୈଳୀରେ ହୋଇଛି। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ସନରାଇଜର୍ସ ହାଇଦ୍ରାବାଦ (SRH) ବିପକ୍ଷରେ ଏକ…

ରୁଷିଆ ପାଇଁ ଆମେରିକାକୁ ଡ଼ରୁନାହିଁ ଇରାନ, ହଟିବାକୁ ନାରାଜ ମୋଜତାବା, ଆମେରିକା ପାଇଁ ବିପଦର ଘଣ୍ଟି!

ମସ୍କୋ/ତେହେରାନ,୨୮।୩: ବିଶ୍ୱ ରାଜନୀତିରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ପାଶ୍ଚାତ୍ୟ ଦେଶଗୁଡ଼ିକର କଠୋର ପ୍ରତିବନ୍ଧକ ସତ୍ତ୍ୱେ ରୁଷିଆ ଏବଂ ଇରାନ ମଧ୍ୟରେ ବନ୍ଧୁତା ଦିନକୁ ଦିନ…

ହର୍ମୁଜରେ ଯୁଦ୍ଧର କାଉଣ୍ଟଡାଉନ୍‌: ପୁରା ଆରବକୁ ମାଟିରେ ମିଶାଇଦେବ ଇରାନ? ମୋଜତାବାଙ୍କ ଚେତାବନୀରେ ଥରିଲା ଦୁନିଆ

ତେହେରାନ/ୱାଶିଂଟନ,୨୮।୩: ମଧ୍ୟପ୍ରାଚ୍ୟରେ ବିଶ୍ୱଯୁଦ୍ଧର ପଦଧ୍ୱନି ଶୁଣାଗଲାଣି। ଆମେରିକାର ‘ଗ୍ରାଉଣ୍ଡ ଅପରେଶନ’ ଘୋଷଣା ପରେ ଇରାନ ଏହାର ଭୟଙ୍କର ଜବାବୀ ରଣନୀତି ପ୍ରସ୍ତୁତ କରିଛି। ଇରାନର ସର୍ବୋଚ୍ଚ ନେତା…

ରାମ ନବମୀ ଶୋଭାଯାତ୍ରାରେ ଟିଟିଲାଗଡ଼ ବିଧାୟକଙ୍କ ଗୁଳିଚାଳନା, ସୁରକ୍ଷା ବ୍ୟବସ୍ଥା ଉପରେ…

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ଟିଟିଲାଗଡ଼ ସହରରେ ପବିତ୍ର ରାମ ନବମୀ ତିଥିରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଏକ ଆଧ୍ୟାତ୍ମିକ ଶୋଭାଯାତ୍ରା ଚାଲିଥିବା ସମୟରେ ସର୍ବସମ୍ମୁଖରେ…

ବ୍ରହ୍ମବରଦା ଥାନାରୁ ଅଭିଯୁକ୍ତ ଚମ୍ପଟ ଘଟଣା: ଏଏସ୍‌ଆଇଙ୍କ ସମେତ ୩ ପୋଲିସ କର୍ମଚାରୀ ସସ୍‌ପେଣ୍ଡ

ଧର୍ମଶାଳା, ୨୮।୩(ଶିିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ବ୍ରହ୍ମବରଦା ଥାନାରୁ ଜଣେ ଅଭିଯୁକ୍ତ ଚମ୍ପଟ ମାରିବା ଘଟଣାରେ ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି) କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ…

ସରକାରଙ୍କ ବିରୋଧରେ ଗର୍ଜିଲା କଂଗ୍ରେସ

ବଞ୍ଚୋ,୨୮ା୩(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲାର ଆନନ୍ଦପୁର ଉପଖଣ୍ଡ ହାଟଡିହୀ ବ୍ଲକ ଅନ୍ତର୍ଗତ ମରେଇଗାଁ ପଡ଼ିଆରେ କଂଗ୍ରେସ ଦଳର ଡାକରାରେ ଏକ ବିଶାଳ ଜନସମାବେଶ ଅନୁଷ୍ଠିତ ହୋଇଯାଇଛି।…

୧୦ ମାସ ତଳେ ବିବାହ କରିଥିଲେ ଅନୁପମା, ବେକରେ ଦାଗ ଦେଖି ବାପଘର ଲୋକେ ଆଣିଲେ ହତ୍ୟା ଅଭିଯୋଗ

ବଲାଙ୍ଗୀର,୨୮ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷୁରା ଥାନା ମହିପୁର ଗାଁରେ ଜଣେ ନବବଧୂକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ୧୦ ମାସ ତଳେ ବାହା ହୋଇଥିବା…

ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ହିମାଂଶୁ-ଦେବେନ୍ଦ୍ର, କାର୍ଯ୍ୟଭାର ନେବା ପରେ…

ବରପାଲି,୨୮ା୩(ଚିତ୍ତରଞ୍ଜନ ସାହୁ): ଶନିବାର ବରପାଲି ଓକିଲ ସଂଘର ନୂତନ କର୍ମକର୍ତ୍ତା ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଚଳିତ ବର୍ଷ ପାଇଁ ସଭାପତି ହିମାଂଶୁ ଶେଖର ସାହୁ ଓ ସମ୍ପାଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri