ଜିଲାପାଳଙ୍କ ଅଫିସ ଘେରାଉ କଲା ଭାଜପା

ଛତ୍ରପୁର,୧୫।୨(ଡି.ଏନ.ଏ.): ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରି ଗଞ୍ଜାମ ଜିଲା ଓ ଘୁମୁସର ଜିଲା ଭାଜପା ପକ୍ଷରୁ ବୁଧବାର ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଛି। ରାଜ୍ୟରେ ଦୁର୍ନୀତି ଓ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ, ବରିଷ୍ଠ ମନ୍ତ୍ରୀଙ୍କ ହତ୍ୟା, ରାଜ୍ୟରେ ଅରାଜକତା ଓ ଜନସାଧାରଣଙ୍କ ଅସୁରକ୍ଷିତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଏଥିପାଇଁ ଦାୟୀ କରିଛନ୍ତି। ଜିଲାପାଳଙ୍କ ବଙ୍ଗଳାଠାରୁ ଏକ ପଦଯାତ୍ରାରେ ବାହାରି ଶତାଧିକ ଭାଜପା ନେତା ଓ କର୍ମଚାରୀ ଜିଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ପହଞ୍ଚିଥିଲେ। ଏଥିସହ ବ୍ୟାରିକେଟ୍‌ ଭାଙ୍ଗି ଭାଜପା ନେତା ଓ କର୍ମୀଙ୍କ ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଧସେଇ ପଶିବାକୁ ଉଦ୍ୟମ କରିଥିଲେ। ତେବେ ଘଟଣାସ୍ଥଳରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ ହୋଇଥିବା ଜଣାପଡିଛି।