Posted inଜାତୀୟ

ଭାଜପା ମୁଖପାତ୍ର ବମ୍ବେ ହାଇକୋର୍ଟ ବିଚାରପତି ନିଯୁକ୍ତ: ତେଜିଲା ରାଜନୀତି

ମୁମ୍ବାଇ,୬ା୮ :ଆଇନଜୀବୀ ଆରତୀ ସାଠେଙ୍କୁ ବମ୍ବେ ହାଇକୋର୍ଟର ବିଚାରପତି ନିଯୁକ୍ତ କରାଯାଇଛି। ତେବେ ପୂର୍ବରୁ ସେ ମହାରାଷ୍ଟ୍ର ଭାଜପାର ମୁଖପାତ୍ର ଭାବେ କାର୍ଯ୍ୟ କରିଥିବାରୁ ବିଚାରପତି ଭାବେ ତାଙ୍କର ନିଯୁକ୍ତିକୁ ନେଇ ରାଜନୈତିକ ବିବାଦ ସୃଷ୍ଟି ହୋଇଛି। ବିରୋଧୀ ନେତାମାନେ ଆରତୀଙ୍କ ନିଯୁକ୍ତିକୁ ବିରୋଧ କରିବା ସହ ଭାରତୀୟ ନ୍ୟାୟିକ ବ୍ୟବସ୍ଥାରେ ସ୍ବଚ୍ଛତା ଏବଂ ନିରପେକ୍ଷତା ବଜାୟ ରଖିବା ଲାଗି ତାଙ୍କୁ ତୁରନ୍ତ ପଦବୀରୁ ହଟାଇବାକୁ ଦାବି କରିଛନ୍ତି। ଆରତୀଙ୍କୁ ଭାଜପା ମହାରାଷ୍ଟ୍ର ଶାଖାର ମୁଖପାତ୍ର ନିଯୁକ୍ତି ସମ୍ପର୍କିତ ଭାଜପା ଲେଟରହେଡ୍‌ର ଏକ ସ୍କ୍ରିନ୍‌ଶଟ୍‌କୁ ଏନ୍‌ସିପି(ଏସ୍‌ପି) ସାଧାରଣ ସମ୍ପାଦକ ତଥା ବିଧାୟକ ରୋହିତ ପାଓ୍ବାର ପୋଷ୍ଟ କରିଛନ୍ତି। ଏକ ସାର୍ବଜନିକ ପ୍ଲାଟ୍‌ଫର୍ମରୁ ଶାସକ ଦଳ ପାଇଁ ଓକିଲାତି କରୁଥିବା ବ୍ୟକ୍ତିଙ୍କୁ ବିଚାରପତି ନିଯୁକ୍ତ କରାଯିବା ଗଣତନ୍ତ୍ର ପାଇଁ ସବୁଠୁ ବଡ଼ ଧକ୍କା। ନ୍ୟାୟ ବ୍ୟବସ୍ଥାର ନିରପେକ୍ଷତା ଉପରେ ଏହାର ସୁଦୂରପ୍ରସାରି ପ୍ରଭାବ ପଡ଼ିବ ବୋଲି ରୋହିତ କହିଛନ୍ତି। ଆରତୀଙ୍କ ନିଯୁକ୍ତିର ପୁନର୍ବିଚାର କରିବାକୁ ସେ ସରକାରଙ୍କୁ ନିବେଦନ କରିଛନ୍ତି। ପ୍ରଧାନ ବିଚାରପତି ଏନେଇ ମାର୍ଗଦର୍ଶନ ଦେବା ଆବଶ୍ୟକ ବୋଲି ରୋହିତ କହିଛନ୍ତି। ଅନ୍ୟପକ୍ଷରେ ଆରତୀ ବିଚାରପତି ନିଯୁକ୍ତ ହେବା ପୂର୍ବରୁ ଦଳ ମୁଖପାତ୍ର ପଦରୁ ଇସ୍ତଫା ଦେଇସାରିଥିଲେ ବୋଲି ଭାଜପା ମିଡିଆ ସେଲ୍‌ ପ୍ରଭାରୀ ନବନାଥ ବାଙ୍ଗ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଛକା ଚୌକା ବର୍ଷା କରି ସଭିଙ୍କୁ ପୁଣି ଚକିତ କଲେ ବୈଭବ ସୂର୍ଯ୍ୟବଂଶୀ, କଲେ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୧।୬: ବୈଭବ ସୂର୍ଯ୍ୟବଂଶୀ ଲିଷ୍ଟ ଏ କ୍ରିକେଟର ଇତିହାସରେ ଦ୍ରୁତତମ ଅର୍ଦ୍ଧଶତକ ହାସଲ କରିଛନ୍ତି। ତ୍ରି-ସିରିଜ ଫାଇନାଲରେ ସେ ଶ୍ରୀଲଙ୍କା ଏ ବିପକ୍ଷରେ ମାତ୍ର ୧୧ ବଲରେ…

NDAରେ ସାମିଲ ହେବ DMK? ଶେଷ ପ୍ରତିବନ୍ଧକ ଦୂର, ମୋଦି ସରକାର ଖୁବ ଶୀଘ୍ର ଲୋକ ସଭାରେ ୩୬୦ ଆସନ ହାସଲ କରିବାକୁ ଯାଉଛି

ନୂଆଦିଲ୍ଲୀ,୨୧।୬: ତାମିଲନାଡୁ ରାଜନୀତିରେ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ଘଟିଛି। ଦ୍ରାବିଡ଼ ମୁନ୍ନେତ୍ର କାଝଗମ (DMK)ର ଦୀର୍ଘକାଳୀନ ସହଯୋଗୀ ଇଣ୍ଡିଆନ ୟୁନିଅନ ମୁସଲିମ ଲିଗ (IUML) ଆନୁଷ୍ଠାନିକ ଭାବରେ…

‘୫୦ ବର୍ଷରେ ୩୦ ବର୍ଷ ଭଳି ଉର୍ଜାଶୀଳ ରୁହନ୍ତୁ’, ଅନ୍ତର୍ଜାତୀୟ ଯୋଗ ପ୍ରଧାନମନ୍ତ୍ରୀ ମୋଦିଙ୍କ ବାର୍ତ୍ତା

କୋଲକାତା,୨୧।୬: ଆଜି ସାରା ବିଶ୍ୱରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଉଛି। ଏହି ଅବସରରେ କୋଲକାତାରେ ଏକ ଯୋଗ ଦିବସ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା, ଯେଉଁଥିରେ ପ୍ରଧାନମନ୍ତ୍ରୀ…

ଇସ୍ତଫା ଦେବେକି ବ୍ରିଟେନ ପ୍ରଧାନମନ୍ତ୍ରୀ? ୧୦୦ ରୁ ଅଧିକ ଏମପିଙ୍କ ଚାପ….

ଲଣ୍ଡନ,୨୧।୬: ବ୍ରିଟେନ ପ୍ରଧାନମନ୍ତ୍ରୀ କାଇର ଷ୍ଟାରମରଙ୍କ ଇସ୍ତଫା ସମ୍ପର୍କରେ କଳ୍ପନାଜଳ୍ପନା ତୀବ୍ର ହୋଇଛି । ବ୍ରିଟେନ ଖବରକାଗଜର ଏକ ରିପୋର୍ଟରେ ଦାବି କରାଯାଇଛି ଯେ ଷ୍ଟାରମର ସୋମବାର…

‘ଇଟାଲୀର ଲୋକପ୍ରିୟତା ଆମେରିକା ସହିତ ସମ୍ପର୍କ ଉପରେ ନିର୍ଭର କରେ ନାହିଁ’: ଟ୍ରମ୍ପଙ୍କୁ ମେଲୋନିଙ୍କ କଡ଼ା ଜବାବ

ରୋମ,୨୧।୬: ଇଟାଲୀ ପ୍ରଧାନମନ୍ତ୍ରୀ ଜିଓର୍ଜିଆ ମେଲୋନି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି। ଆଜି, ଶନିବାର, ଟ୍ରମ୍ପ ପୁଣି ଥରେ ମେଲୋନିଙ୍କ…

ଇରାନ ଆଗରେ ନଇଁଲେ ଟ୍ରମ୍ପ! କଲେ ବଡ଼ ଘୋଷଣା

ଓ୍ବାଶିଂଟନ,୨୧।୬: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ଏବଂ ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଅନିଶ୍ଚିତତା ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଘୋଷଣା କରିଛନ୍ତି। ଟ୍ରମ୍ପ କହିଛନ୍ତି…

ଜୁଲାଇ ୪ରୁ ଆମାଜନ ଇଣ୍ଡିଆ ପ୍ରାଇମ ଡେ’ର ୧୦ମ ସଂସ୍କରଣ

ଭୁବନେଶ୍ୱର,୨୧।୬: ଆସନ୍ତା ଜୁଲାଇ ୪ରୁ ଆମାଜନ ଇଣ୍ଡିଆ ପକ୍ଷରୁ ପ୍ରାଇମ ଡେ’-୨୦୨୬ର ୧୦ମ ସଂସ୍କରଣ ଆରମ୍ଭ ହେବାକୁ ଯାଉଛି । ଏହା ୪ ଜୁଲାଇ ରାତି ୧୨ଟାରୁ…

ସାବଧାନ! ବଦଳିଲା ରେଳବାଇର ନିୟମ; ବିନା ଟିକେଟ୍‌ରେ ଯାତ୍ରା କଲେ ଦୁଇଗୁଣା ଜରିମାନା ସହ ଜେଲ ଦଣ୍ଡ

ନୂଆଦିଲ୍ଲୀ,୨୧।୬: ପ୍ରତିଦିନ ଲକ୍ଷ ଲକ୍ଷ ଲୋକଙ୍କୁ ସେମାନଙ୍କ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଉଥିବା ଟ୍ରେନ, ଲୋକଙ୍କ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଅଟେ। କମ ଭଡ଼ା ହେବା ସତ୍ତ୍ୱେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri