Posted inଜାତୀୟ

ଉତ୍ତରପ୍ରଦେଶ ସମେତ ଏହି ୫ ରାଜ୍ୟର ନିର୍ବାଚନରେ ଭାଜପା ଖର୍ଚ୍ଚ କରିଛି ୩୪୦ କୋଟି

ନୂଆଦିଲ୍ଲୀ,୨୨।୯: ଚଳିତ ବର୍ଷ ଆରମ୍ଭରେ ହୋଇଥିବା ୫ରାଜ୍ୟ ବିଧାନସଭା ନିର୍ବାଚନରେ ଭାଜପା ୩୪୦ କୋଟିରୁ ଊର୍ଦ୍ଧ୍ୱ ଅର୍ଥ ଖର୍ଚ୍ଚ କରିଛି। ଅନ୍ୟପକ୍ଷରେ କଂଗ୍ରେସ ଏହି ରାଜ୍ୟଗୁଡ଼ିକରେ ନିର୍ବାଚନ ପ୍ରଚାରରେ ୧୯୪ କୋଟି ଟଙ୍କା ବ୍ୟୟ କରିଥିବା ସେମାନଙ୍କ ନିର୍ବାଚନ ଖର୍ଚ୍ଚ ରିପୋର୍ଟରୁ ଜଣାପଡ଼ିଛି। ବର୍ଷ ଆରମ୍ଭରେ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ମଣିପୁର, ଗୋଆ ଏବଂ ପଞ୍ଜାବ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ନିର୍ବାଚନ କମିଶନଙ୍କ ନିକଟରେ ଭାଜପା ଦାଖଲ କରିଥିବା ରିପୋର୍ଟ ଅନୁଯାୟୀ ଏହି ଦଳ ଉତ୍ତରପ୍ରଦେଶରେ ସର୍ବାଧିକ ୨୨୧ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିଥିବା ବେଳେ ମଣିପୁରରେ ୨୩ କୋଟି, ଉତ୍ତରାଖଣ୍ଡରେ ୪୩,୬୭ କୋଟି, ପଞ୍ଜାବରେ ୩୬ କୋଟି ଏବଂ ଗୋଆରେ ୧୯ କୋଟିରୁ ଅଧିକ ଅର୍ଥ ବ୍ୟୟ କରିଛି। ସେହିପରି କଂଗ୍ରେସ ଦାଖଲ କରିଥିବା ରିପୋର୍ଟ ଅନୁଯାୟୀ ୫ରାଜ୍ୟରେ ନିର୍ବାଚନ ପ୍ରଚାର ଓ ଆନୁଷାଙ୍ଗିକ ଖର୍ଚ୍ଚ ବାବଦରେ ଏହି ଦଳ ୧୯୪ କୋଟିରୁ ଅଧିକ ବ୍ୟୟ କରିଛି। ସୂଚନାଯୋଗ୍ୟ, ଲୋକ ସଭା ଏବଂ ରାଜ୍ୟ ବିଧାନସଭା ଲଢ଼ୁଥିବା ସ୍ବୀକୃତିପ୍ରାପ୍ତ ଜାତୀୟ ଦଳଗୁଡ଼ିକ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ନିର୍ବାଚନ ଖର୍ଚ୍ଚ ରିପୋର୍ଟ ଦାଖଲ କରିବା ବାଧ୍ୟତାମୂଳକ।


Enter your email to get our daily news in your inbox.

All Right Reserved By Dharitri.Com

ସତ ହେଲା ଭାରତର କଥା: ଇରାନ ଯୁଦ୍ଧରେ ଦଲାଲ ବାହାରିଲା ପାକିସ୍ତାନ!

ଓ୍ବାଶିଂଟନ୍‌,୯।୪: ପାକିସ୍ତାନ ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧବିରତି ସମ୍ପର୍କରେ ନିଜକୁ ଏକ ଶାନ୍ତି ଦୂତ ଭାବରେ ଉପସ୍ଥାପନ କରୁଛି। ଏହା ଶାନ୍ତି ଆଲୋଚନା ଆୟୋଜନ କରିବା…

ବିବାହ ଭୋଜିରୁ ଫେରୁଥିବାବେଳେ ଅଘଟଣ: ଜଣେ ମୃତ,୨ ଗୁରୁତର

ମୁନିଗୁଡ଼ା,୯।୪ (ନନ୍ଦ କିଶୋର ପଟ୍ଟନାୟକ): ମୁନିଗୁଡା ଥାନା ଅନ୍ତର୍ଗତ ଲିଟିଗୁଡା ଛକ ନିକଟରେ ଗୁରୁବାର ଦୁଇ ବାଇକ ମୁହାମୁହିଁ ଧକ୍କା ହୋଇଛି। ଫଳରେ ଘଟଣାସ୍ଥଳରେ ଜଣକର ମୃତ…

ବିଳମ୍ବିତ ରାତିରେ ପୂଜା ପାଆନ୍ତି ମା’ ରକ୍ଷାକାଳୀ, ୬୮ ବର୍ଷ ପୂର୍ବେ ଲୋକେ…

ମହାକାଳପଡ଼ା,୯ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ୧୯୪୯, ୫୦, ୫୧ ଓ ୫୨ ମସିହାଠାରୁ ଅନେକ ବଙ୍ଗୀୟ ଶରଣାର୍ଥୀ ପରିବାରଙ୍କୁ ଉଭୟ କେନ୍ଦ୍ର…

ପାକିସ୍ତାନର ଗୁମର ଖୋଲିଦେଲେ ଇସ୍ରାଏଲ ରାଷ୍ଟ୍ରଦୂତ: ଉଠାଇଲେ ପ୍ରଶ୍ନ

ନୂଆଦିଲ୍ଲୀ,୯।୪: ଦୁଇ ସପ୍ତାହର ଅସ୍ତ୍ରବିରତି ନେଇ ଆମେରିକା ଏବଂ ଇରାନ ମଧ୍ୟରେ ଏକ ଚୁକ୍ତି ହୋଇଛି। ପାକିସ୍ତାନ ସଂଘର୍ଷ ବନ୍ଦ କରିବାର ଶ୍ରେୟ ଦାବି କରୁଛି। ଏହି…

ଟଳିନି ବିପଦ: ହର୍ମୁଜ ପ୍ରଣାଳୀ ଦେଇ ଯାଉଥିବା ଜାହାଜଗୁଡିକୁ ବଡ଼ ଚେତାବନୀ ଦେଲା ଇରାନ

ତେହରାନ୍‌,୯।୪: ଇରାନ ହର୍ମୁଜ ପ୍ରଣାଳୀ ଦେଇ ପରିବହନ କରୁଥିବା ଜାହାଜଗୁଡ଼ିକ ପାଇଁ ନୂତନ ନାଭିଗେଶନ ପରାମର୍ଶ ଜାରି କରିଛି, ଖଣି ବିପଦକୁ ଦୃଷ୍ଟିରେ ରଖି, ଜାହାଜଗୁଡ଼ିକୁ ବିକଳ୍ପ…

ବ୍ୟାଙ୍କରେ ଆକାଉଣ୍ଟ ନ ଥିଲେ ମଧ୍ୟ ନେଇପାରିବେ ଲୋନ୍‌, ଜାଣନ୍ତୁ ପୂରା ବିବରଣୀ

ପ୍ରତ୍ୟେକ ବ୍ୟକ୍ତି ନିଜର ଦୈନନ୍ଦିନ ଆବଶ୍ୟକତା ପୂରଣ କରିବା ପାଇଁ ଲୋନ୍‌ ବା ଋଣ ନିଅନ୍ତି। କେତେବେଳେ ଗାଡ଼ି ପାଇଁ ତ କେତେବେଳେ ଘର ପାଇଁ। ଆଉ…

୧୧ ଯାଏ କୁଆପଥର ବର୍ଷା: ୫୦ରୁ ୬୦ କିମି ବେଗରେ ବହିବ ପବନ

ଭୁବନେଶ୍ୱର,୯ା୪(ଅନୁରାଧା ମହାରଣା) – କଟକ, ନୟାଗଡ଼, ଖୋର୍ଦ୍ଧା ସମେତ ରାଜ୍ୟର ବିଭିନ୍ନ ଜିଲାରେ ବୁଧବାର ପ୍ରବଳ ବର୍ଷା ପବନ ସହ କୁଆପଥର ମାଡ଼ ହୋଇଥିଲା। ୫୦ରୁ ୬୦…

ଦୁର୍ବ୍ୟବହାର ଅଭିଯୋଗରେ ତାତିଲେ ଲୋକେ, ପିଇଓ-ଆରଆଇଙ୍କୁ ତାଲା ପକାଇ…

ପାଟଣା,୯।୪(ବୀର କିଶୋର ଦାଶ): କାଳବୈଶାଖି କ୍ଷତିଗ୍ରସ୍ତ ଲୋକଙ୍କୁ ପଲିଥିନ ବଣ୍ଟନରେ ଅନିୟମିତତା ଓ ହିତାଧିକାରୀଙ୍କୁ ଆରଆଇଙ୍କ ଦୁର୍ବ୍ୟବହାର ଅଭିଯୋଗ ହୋଇଛି। ତେବେ ଗୁରୁବାର ପାଟଣା ବ୍ଲକ ବଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri