Posted inଜାତୀୟ

ଓବିସି-ବ୍ରାହ୍ମଣ-ରାଜପୁତଙ୍କ ଜାତିଗତ ସମୀକରଣକୁ ଗୁରୁତ୍ୱ ଦେଇଛି ଭାଜପା …

ନୂଆଦିଲ୍ଲୀ,୧୨।୧୨ : ଛତିଶଗଡ ଏବଂ ମଧ୍ୟପ୍ରଦେଶ ପରେ ଭାରତୀୟ ଜନତା ପାର୍ଟି ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ନାମ ଘୋଷଣା କରିଛି। ପ୍ରତ୍ୟେକ ଥର ପରି,ଭାଜପା ଏଭଳି ନାମ ଘୋଷଣା କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ଯାହାକୁ କେହି ଆଶା କରି ନ ଥିଲେ। ମୁଖ୍ୟମନ୍ତ୍ରୀଙ୍କ ନାମ ବିଷୟରେ କାହାରି ଧାରଣା ନ ଥିଲା। ଦଳ ତିନୋଟି ରାଜ୍ୟରେ ଉତ୍ତରପ୍ରଦେଶ ସୂତ୍ର ଗ୍ରହଣ କରିଛି। ଛତିଶଗଡ, ମଧ୍ୟପ୍ରଦେଶ ଏବଂ ରାଜସ୍ଥାନରେ ଭାଜପା ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇଜଣ ଡେପୁଟି ସିଏମଙ୍କ ନାମ ଘୋଷଣା କରିଛି। ଏହି ସମସ୍ତ ନାମ ଘୋଷଣା କରିବାବେଳେ ଭାଜପା ୨୦୨୪ ର କାଷ୍ଟ ଫ୍ୟାକ୍ଟରକୁ ମନେ ରଖିଛି। ଏହି ତିନୋଟି ରାଜ୍ୟରେ ଓବିସି, ବ୍ରାହ୍ମଣ ଏବଂ ରାଜପୁତଙ୍କ ଜାତି ସମୀକରଣ ଉପରେ ଭାଜପା ବିଶେଷ ଧ୍ୟାନ ଦେଇଛି।

ଜୟପୁରର ସାନଗର ଆସନରୁ ପ୍ରଥମ ଥର ପାଇଁ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ଭଜନଲାଲ ଶର୍ମା ରାଜସ୍ଥାନର ନୂତନ ମୁଖ୍ୟମନ୍ତ୍ରୀ ହେବେ। ଏହା ସହିତ ବିଧାୟକ ପ୍ରେମଚାନ୍ଦ ବେରୱା ଏବଂ ଦିୟା କୁମାରୀଙ୍କୁ ରାଜସ୍ଥାନର ଉପ-ମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତି ଦିଆଯାଇଛି। ଏଠାରେ ଅନୁଷ୍ଠିତ ଭାଜପା ବିଧାୟକ ଦଳର ବୈଠକରେ ଶର୍ମା ରାଜ୍ୟର ନୂତନ ମୁଖ୍ୟମନ୍ତ୍ରୀ ଭାବରେ ନିର୍ବାଚିତ ହୋଇଥିଲେ। ଏହି ବୈଠକରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ନୂତନ ମୁଖ୍ୟମନ୍ତ୍ରୀଙ୍କ ନାମ ପ୍ରସ୍ତାବ ଦେଇଥିଲେ, ଯାହା ବିଧାୟକ ଦଳ ଦ୍ୱାରା ଗ୍ରହଣ କରାଯାଇଥିଲା। ଭଜନଲାଲ ହେଉଛନ୍ତି ଭାଜପାର ରାଜ୍ୟ ମହାସଚିବ। ରାଜନୀତି ବିଜ୍ଞାନରେ ତାଙ୍କର ମାଷ୍ଟର ଡିଗ୍ରୀ ରହିଛି।

ଛତିଶଗଡର ମୁଖ୍ୟମନ୍ତ୍ରୀ ସୁଖଦେବ ସାଏ ଜଣେ ଆଦିବାସୀ। ରାଜ୍ୟର ଡେପୁଟି ସିଏମ ଅରୁଣ ସାଓ ଜଣେ ଓବିସି, ଅନ୍ୟ ଜଣେ ଡେପୁଟି ସିଏମ ବିଜୟ ଶର୍ମା ହେଉଛନ୍ତି ବ୍ରାହ୍ମଣ। ବାଚସ୍ପତି ରମଣ ସିଂ ଜଣେ ରାଜପୁତ।

ସେହିପରି ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଜଣେ ଓବିସି। ଡେପୁଟି ସିଏମ ଜଗଦୀଶ ଦେଓରା ଜଣେ ଏସସି, ଅନ୍ୟ ଜଣେ ଡେପୁଟି ସିଏମ ରାଜେନ୍ଦ୍ର ଶୁକ୍ଲା ହେଉଛନ୍ତି ବ୍ରାହ୍ମଣ। ବାଚସ୍ପତିନ୍‌ ନରେନ୍ଦ୍ର ତୋମାର ଜଣେ ରାଜପୁତ।

ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଭଜନ ଲାଲ ଶର୍ମା  ବ୍ରାହ୍ମଣ। ଡେପୁଟି ସିଏମ ଦିୟା କୁମାରୀ  ରାଜପୁତ, ଅନ୍ୟ ଜଣେ ଡେପୁଟି ସିଏମ ପ୍ରେମଚନ୍ଦ୍ର ବେରୱା ହେଉଛନ୍ତି ଦଳିତ। ବାଚସ୍ପତି ଭାସୁଦେବ ଦେବନାନି ଜଣେ ସିନ୍ଧି।

 


Enter your email to get our daily news in your inbox.

All Right Reserved By Dharitri.Com

ଖେମୁଣ୍ଡି ଓକିଲ ସଂଘର ନିର୍ବାଚନ ପାଇଁ ପ୍ରାର୍ଥତ୍ପତ୍ର ଦାଖଲ

ଦିଗପହଣ୍ଡି,୭ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ବାର୍‌ କାଉନସିଲ ପକ୍ଷରୁ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର କାର୍ଯ୍ୟକର୍ତ୍ତା ନିର୍ବାଚନ ନିମନ୍ତେ ଶନିବାରଠାରୁ…

‘ଆମେ ଯାହା କରିଛୁ ଠିକ୍‌ କରିଛୁ’, କାହିଁକି ଏମିତି କହିଲେ ଜୟଶଙ୍କର? ଜାଣନ୍ତୁ ଇରାନ ଯୁଦ୍ଧ ସହ କ’ଣ ରହିଛି ସମ୍ପର୍କ

ନୂଆଦିଲ୍ଲୀ,୭।୩: ରାଇସିନା ଡାଏଲଗ ୨୦୨୬ରେ ମଧ୍ୟପ୍ରାଚ୍ୟ ଉତ୍ତେଜନା ମଧ୍ୟରେ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର କୋଚିରେ ଏକ ଇରାନୀ ନୌସେନା ଜାହାଜକୁ ଡକିଂ କରିବାକୁ ଅନୁମତି…

ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ: ସମୀକ୍ଷା କଲେ ଆସିକା ଏମ୍‌ପି

ଛତ୍ରପୁର,୭ା୩(ଦିଲ୍ଲୀପ ସାମଲ): ସ୍ଥାନୀୟ ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ(ଦିଶା) ଅନୁଷ୍ଠିତ ହୋଇଥିଲା। ବୈଠକରେ କମିଟିର ଅଧ୍ୟକ୍ଷା ତଥା ଆସିକା…

ପଡ଼ୋଶୀ ଦେଶକୁ କ୍ଷମା ମାଗିବା ସହ ଧମକ ଦେଲେ ଇରାନ ରାଷ୍ଟ୍ରପତି! କହିଲେ, ‘ ଆମେ ସେ ପର୍ଯ୍ୟନ୍ତ ଆକ୍ରମଣ କରିବୁ ନାହିଁ ଯେପର୍ଯ୍ୟନ୍ତ…’

ତେହରାନ,୭।୩: ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ ପଡ଼ୋଶୀ ଦେଶ ଉପରେ ଆକ୍ରମଣ କରିବାକୁ ନେଇ କ୍ଷମା ପ୍ରାର୍ଥନା କରିଛନ୍ତି। ରାଷ୍ଟ୍ରପତି ସରକାରୀ ଟେଲିଭିଜନରେ ପୂର୍ବରୁ ରେକର୍ଡ ହୋଇଥିବା…

ପଙ୍ଖାରେ ଝୁଲୁଥିଲା ବୃଦ୍ଧଙ୍କ ମୃତଦେହ, ଘର ଆଗରେ ପଡ଼ିଛି କୁରାଢ଼ି, ବୋହୂଙ୍କ ମୁଣ୍ଡ ଫାଟିଛି, କହିଲେ ଶ୍ୱଶୁର…

ପାରାଦୀପ,୭ା୩(ଶରତ ରାଉତ): ଜଗତସିଂହପୁର ଜିଲା ପାରାଦୀପ ଲକ୍‌ ଥାନା ଅନ୍ତର୍ଗତ ଭୁତମୁଣ୍ଡାଇ ଗ୍ରାମରେ ଶନିବାର ସକାଳୁ ଜଣେ ଶତାୟୁ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା। ମୃତକ…

ଫାଇନାଲ ମ୍ୟାଚ ପୂର୍ବରୁ ଟିମ ଇଣ୍ଡିଆକୁ ଖୋଲା ଚ୍ୟାଲେଞ୍ଜ ଦେଲେ Mitchell Santner, କହିଲେ…

ନୂଆଦିଲ୍ଲୀ,୭।୩: ରବିବାର ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ୨୦୨୬ ଟି୨୦ ବିଶ୍ୱକପର ଫାଇନାଲ ଖେଳାଯିବ। ଏହି ଦୁଇ ଦଳ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ମୁହାଁମୁହିଁ ହେବେ।…

ସିଭିଲ ସର୍ଭିସ ପରୀକ୍ଷାରେ ଓଡ଼ିଶା ଟପ୍ପର ସାତ୍ତ୍ୱିକ ସତ୍ୟକାମ: ସମ୍ବର୍ଦ୍ଧିତ କରି ମୁଖ୍ୟମନ୍ତ୍ରୀ କହିଲେ କେନ୍ଦୁଝରର ପୁଅ…

ଭୁବନେଶ୍ୱର,୭ା୩: ସର୍ବ ଭାରତୀୟ ସିଭିଲ ସର୍ଭିସ୍‌ ପରୀକ୍ଷା (UPSC)ରେ ଅଲ୍‌ ଇଣ୍ଡିଆ ର଼୍ୟାଙ୍କରେ ୧୦୦ତମ ସ୍ଥାନ ହାସଲ କରିଥିବା କେନ୍ଦୁଝର ଜିଲା ହାଟଡିହୀ ବ୍ଲକର ମେଧାବୀ ଛାତ୍ର…

କମାଲ୍‌ କଲେ ସାରା ଅର୍ଜୁନ: ଧୂରନ୍ଧର: ଦି ରିଭେଞ୍ଜରେ…

‘ଧୂରନ୍ଧର: ଦି ରିଭେଞ୍ଜ’ର ଟ୍ରେଲର ରିଲିଜ ହୋଇଛି। ଦର୍ଶକ ଏହାକୁ ବେଶ୍‌ ପସନ୍ଦ କରିଛନ୍ତି। ଏହି ଟ୍ରେଲର ଏବେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି। ଦର୍ଶକ ପୁଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri