କଲ୍ୟାଣସିଂହପୁର,୮।୪ (ଦୀପକ କୁମାର ପରିଡ଼ା)ରାୟଗଡ଼ା କଲ୍ୟାଣସିଂହପୁର ବ୍ଲକ୍ରେ ଭାଜପାର ୪୭ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଭାଜପା ମଣ୍ଡଳ ସଭାପତି ଅଜିତ ପାଣିଗ୍ରାହୀଙ୍କ ନେତୃତ୍ୱରେ ଏକ ବାଇକ୍ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ସୋମବାର ସକାଳ ୧୦ରେ ବୁଡ଼ାଗୁଡ଼ା ଗ୍ରାମଦେବୀଙ୍କ ପାଖରେ ଭାଜପାର ସମସ୍ତ କର୍ମକର୍ତ୍ତା ପୂଜାର୍ଚ୍ଚନା କରିବା ପରେ ଏକ ବାଇକ୍ ଶୋଭାଯାତ୍ରାରେ ବାହାରି କ୍ରିଷ୍ଣାପାତ୍ରଗୁଡ଼ା, ନାରାୟଣପୁର, ସୀତାପୁର ହୋଇ କଲ୍ୟାଣସିଂହପୁରଠାରେ ପହଞ୍ଚତ୍ଥିଲେ। କଲ୍ୟାଣସିଂହପୁର ଟାଉନ ପରିକ୍ରମାକରି ପଡ଼େଇକାନିରେ ହେଉଥିବା ସଭାସ୍ଥଳରେ ପହଞ୍ଚତ୍ଥିଲେ। କାର୍ଯ୍ୟକ୍ରମରେ ଭାଜପା ଜିଲା ସମ୍ପାଦକ ଗୁଡୁଲା ସନ୍ଦୀପ, ରାମରାଓ କାଡ୍ରାକା, କୃଷ୍ଣ ସାମଲ, ଡି. ଶିବ ଆଚାରୀ, ଜି.କିରଣ କୁମାର, ନିରଞ୍ଜନ ମହାନନ୍ଦିଆ, ସନ୍ତୋଷ କୁମାର ବଛା , ସମେଶ୍ୱର କୌଶଲ୍ୟା, ପରମେଶ୍ୱର ପୂଜାରୀ, କାମାକ୍ଷା ପ୍ରସାଦ ପାଢ଼ୀ, କାମେଶ୍ୱର କରକରିଆଙ୍କ ସହ କଲ୍ୟାଣସିଂହପୁର ଭାଜପାର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ।

