ଥାନା ସମ୍ମୁଖରେ ଭାଜପାର ସତ୍ୟାଗ୍ରହ

ଭଦ୍ରକ ଅଫିସ/ବାସୁଦେବପୁର/ ଭଣ୍ଡାରିପୋଖରୀ /ଧାମନଗର, ୪।୨ (ଡି.ଏନ.ଏ) ପଞ୍ଚାୟତ ନିର୍ବାଚନ ପୂର୍ବରୁ ଭଦ୍ରକ ଜିଲା ସାବରଙ୍ଗ ଥାନା ଅଧୀନ ବ୍ରହ୍ମପୁର ଗ୍ରାମର ଇଞ୍ଜିନିୟରିଂ ଛାତ୍ର ସୁବାଶିଷ ଗିରିଙ୍କୁ ହତ୍ୟା ପ୍ରତିବାଦରେ ଗୁରୁବାର ଭାଜପା ପକ୍ଷରୁ ଜିଲାର ସମସ୍ତ ଥାନା ଓ ଫାଣ୍ଡି ସମ୍ମୁଖରେ ସତ୍ୟାଗ୍ରହ କରାଯାଇଛି। ଭଦ୍ରକ ଟାଉନ ଓ ଗ୍ରାମାଞ୍ଚଳ ଥାନା ସମ୍ମୁଖରେ ଡ. ପ୍ରଦୀପ ନାୟକଙ୍କ ନେତୃତ୍ୱରେ ଭାଜପା ଜିଲା ଉପସଭାପତି ଶ୍ରୀହର୍ଷ ସ୍ବାଇଁ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ଦାସ, ମହିଳା ମୋର୍ଚ୍ଚା ସଭାନେତ୍ରୀ ହରପ୍ରିୟା ସାହୁ, ସାଧାରଣ ସମ୍ପାଦିକା ଲିପିକା ବାରିକ, ଆଇଟି ସେଲ୍‌ ଜିଲା କୋର୍ଡିନେଟର ଶଶାଙ୍କ ମିଶ୍ର ଓ ଜୟନ୍ତ ମହାପାତ୍ର ଏଥିରେ ଯୋଗ ଦେଇଥିଲେ। ସାବରଙ୍ଗ ଥାନା ସମ୍ମୁଖରେ କଳ୍ପନା ଜେନାଙ୍କ ନେତୃତ୍ୱରେ ସତ୍ୟାଗ୍ରହ କରାଯାଇଥିଲା।
ସେହିପରି ବାସୁଦେବପୁର ଥାନା ଆଗରେ ଜିଲା ଭାଜପା ଉପସଭାପତି ଉଦୟ ନାରାୟଣ ମଲିକ, ମଧୁସୂଦନ ପାଢ଼ୀ, ପୂର୍ବତନ କାଉନସିଲର ଭଗବାନ ମହାନ୍ତି, କବୀନ୍ଦ୍ର ଶେଖର ଫକୀର ରଞ୍ଜନ ଦାସ ଏବଂ ଚୁଡ଼ାମଣି ସାମୁଦ୍ରିକ ଥାନା ଆଗରେ ବରିଷ୍ଠ ଭାଜପା ନେତା ମାଧବାନନ୍ଦ ମଲିକ, ପୂର୍ବତନ ସରପଞ୍ଚ ରମାକାନ୍ତ ସେଠୀ ପ୍ରମୁଖ ଧାରଣାରେ ବସିଥିଲେ। କଷିଆ ସାମୁଦ୍ରିକ ଓ ନାୟକାଣିଡିହୀ ଥାନା ଆଗରେ ମଧ୍ୟ ଭାଜପା କର୍ମୀମାନେ ଧାରଣା ଦେଇଥିଲେ।
ଭଣ୍ଡାରିପୋଖରୀ ଥାନା ସମ୍ମୁଖରେ ଦଳୀୟ ନେତା ବଦ୍ରି ନାରାୟଣ ଧଳଙ୍କ ନେତୃତ୍ୱରେ କର୍ମୀମାନେ ଦୁଇଘଣ୍ଟା ଧରି ଧାରଣାରେ ବସିଥିଲେ। ମଣ୍ଡଳ ସଭାପତି ଗିରିଶ ସାମଲ, ନିର୍ମଳ କର, ସତ୍ୟବ୍ରତ ଦାସ, ପ୍ରଦୀପ ସାହୁ, ରୁକ୍ମଣୀ ଦାସ, ବିଭୁପାଦ ସାହୁ, ମନୋଜ ମହାନ୍ତି, ମଦନ ସାହୁ, ସୁଶାନ୍ତ ମହାପାତ୍ର, ପ୍ରିୟତମା ଯେନା, ମିନାକ୍ଷୀ ଯେନା ପ୍ରମୁଖ ଏଥିରେ ସାମିଲ ଥିଲେ। ଧାମନଗର ଥାନା ସମ୍ମୁଖରେ ଜିଲା ପରିଷଦ ସଦସ୍ୟ ମନୋରଞ୍ଜନ ମଲ୍ଲିକଙ୍କ ନେତୃତ୍ୱରେ ଭାଜପା କର୍ମୀମାନେ ଧାରଣାରେ ବସିରହି ବିଜେଡି କର୍ମୀଙ୍କ ଗୁଣ୍ଡାରାଜ ବିରୋଧରେ ନାରାବାଜି କରିଥିଲେ। ଜିଲା ପରିଷଦ ପ୍ରାର୍ଥୀ ରଞ୍ଜିତା ସ୍ବାଇଁ, ଅରବିନ୍ଦ ପତି, ପୁଷ୍ପାଞ୍ଜଳି ବେହେରା, ବିରେନ୍ଦ୍ର ଜେନା, ବିରେନ୍ଦ୍ର ବାରିକ, ରମେଶ ଚନ୍ଦ୍ର ପତି, ସୁରଥ ସେଠୀ, କ୍ଷେତ୍ରବାସୀ ବାରିକ, ଶ୍ରୀଧର ବେହେରା, ପ୍ରଫୁଲ୍ଲ ପାତ୍ର ପ୍ରମୁଖ ଧାରଣାରେ ସାମିଲ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା ଗଛ, ଉଡ଼ିଲା ଆଜ୍‌ବେଷ୍ଟସ୍‌

କୋରାପୁଟ,୩।୪(ଅମିତାଭ ବେହେରା): କୋରାପୁଟ ସହରରେ ଶୁକ୍ରବାର ସନ୍ଧ୍ୟାରେ କାଳବୈଶାଖୀ ତାଣ୍ଡବ ରଚିଛି। କାଳବୈଶାଖୀ ପ୍ରଭାବରେ ଅଞ୍ଚଳର ବିଭିନ୍ନ ସ୍ଥାନରେ ଝଡ଼ତୋଫାନ ହୋଇଛି। ଝଡ଼ତୋଫାନରେ କୋରାପୁଟ-ରାୟଗଡ଼ା ସଂଯୋଗ କରୁଥିବା…

ଉତ୍ସବମୁଖର ଦାରିଙ୍ଗବାଡି: ଉତ୍ସାହ ସହ ପାଳନହେଲା ଗୁଡ ଫ୍ରାଇଡେ, ଯୀଶୁଖ୍ରୀଷ୍ଟଙ୍କ ଯାତନାର ଦୃଶ୍ୟ…

ଦାରିଙ୍ଗବାଡି,୩।୪ (ଅରୁଣ ସାହୁ): ଗୁଡ୍‌ ଫ୍ରାଇଡେ ପାଇଁ କନ୍ଧମାଳ ଜିଲା  ଉତ୍ସବ ମୁଖର ହୋଇଥିବା ବେଳେ ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ମଧ୍ୟ ଏହି ପର୍ବ ବଡ଼ ଧୁମଧାମରେ…

ମାମୁଁ ଘରକୁ ଆସି ଗତକାଲିଠୁ ଥିଲେ ନିଖୋଜ: ଆଜି କେନାଲରୁ ମିଳିଲା ମୃତଦେହ, ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

ପଟ୍ଟାମୁଣ୍ଡାଇ ୩।୪(କଳ୍ପତରୁ ନାୟକ) କେନ୍ଦ୍ରାପଡା ଜିଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗୁରୁବାର ପୂର୍ବାହ୍ନରୁ ନିଖୋଜ ଥିବା ଜଣେ ୭ ବର୍ଷୀୟ ନାବାଳିକା ସ୍କୁଲ…

୮ ତାରିଖ ଯାଏ ଛେଚିବ: ଆସନ୍ତାକାଲି ପାଇଁ ଏହି ୧୨ ଜିଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା! ୱାର୍ନିଂ ଜାରି କଲା…

ଭୁବନେଶ୍ୱର,୩।୪: ରାଜ୍ୟରେ ୮ ତାରିଖ ଯାଏ ବର୍ଷା ନେଇ ପାଣିପାଗ ବିଭାଗ ଚେତାବନୀ ଜାରି କରିଛି। ବିଜୁଳି, ଘଡ଼ଘଡ଼ି ସହ ବର୍ଷା ନେଇ ଆସନ୍ତାକାଲି ପାଇଁ ୧୨…

ଗାଁ ରେ ମା ’ ବୁଢ଼ୀ ଠାକୁରାଣୀ ଯାତ୍ରା: ଏପଟେ ତାଲାଭାଙ୍ଗି ନେଇଗଲେ ସୁନା,ରୁପା ଅଳଙ୍କାର

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଜଗନ୍ନାଥ ମନ୍ଦିର ସାହିରେ ରହୁଥିବା ରାଜମିସ୍ତ୍ରୀ ପିଣ୍ଟୁ ସାହୁଙ୍କ ଘର ତାଲା ଭାଙ୍ଗି ଦୁର୍ବୃତ୍ତମାନେ କଳାକନା…

ବାଣ ତିଆରି ବେଳେ ଭୟଙ୍କର ବିସ୍ଫୋରଣ: ୬ ଗୁରୁତର

ନୟାଗଡ଼/ନୂଆଗାଁ,(ଲୋକନାଥ ମିଶ୍ର/ଧନେଶ୍ୱର ସାହୁ): ନୟାଗଡ଼ ଜିଲା ନୂଆଗାଁ ଥାନା ଅଞ୍ଚଳରେ ବାଣ ତିଆରି କରୁଥିବା ବେଳେ ଶୁକ୍ରବାର ଏକ ଭୟଙ୍କର ବିସ୍ଫୋରଣ ଘଟିଛି। ବିସ୍ଫୋରଣ ଜଣ ୬…

ଦବିଲା ପୋଲ, କାର୍ଯ୍ୟାନୁଷ୍ଠାନ ଦାବି କରି ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ସଭାପତି କହିଲେ…

ମୋରଡ଼ା,୩ା୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚିତ୍ରଡ଼ା-ମୋରଡ଼ା ମୁଖ୍ୟ ରାସ୍ତାର ଶିଳଦା ନିକଟରେ ଥିବା ଜମ୍ଭୀରା ପୋଲ ନିକଟରେ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ଜିଲା ସଭାପତି…

ଟ୍ରେନ୍‌ ଟ୍ରାକ୍‌ରେ ପଡ଼ିଛି ଯୁବତୀଙ୍କ କ୍ଷତାକ୍ତ ମୃତଦେହ, ହାତରେ ଲେଖା ଅଛି ଏମିତି, ପାରିପାର୍ଶ୍ୱିକ ସ୍ଥିତିରୁ…

ବଲାଙ୍ଗୀର,୩ା୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଖୁଜେନପାଲି ରେଳ ଫାଟକ ନିକଟରେ ଜଣେ ଯୁବତୀଙ୍କ କ୍ଷତାକ୍ତ ଅବସ୍ଥାରେ ମୃତଦେହ ପଡ଼ିଥିବା ଶୁକ୍ରବାର ଦେଖାଯାଇଛି। ମୃତ ଯୁବତୀଙ୍କ ପରିଚୟ ମିଳିଥିବା ବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri