ଭାଜପାରେ ସରପଞ୍ଚଙ୍କୁ ମିଶିବାକୁ ବିରୋଧ

କାଏମା,୨୦ା୧୦(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲାର ଧର୍ମଶାଳା ନିର୍ବାଚନ ମଣ୍ଡଳୀ ବେଶ୍‌ କିଛିଦିନ ହେବ ଚର୍ଚ୍ଚାରେ ରହିଆସିଛି। ଗତ ସାଧାରଣ ନିର୍ବାଚନରେ ଏଠାରେ ବିଜେଡିର ପରାଜୟ ହୋଇଛି। ସ୍ବାଧୀନ ପ୍ରାର୍ଥୀଭାବେ ହିମାଂଶୁ ଶେଖର ସାହୁ ନିର୍ବାଚନରେ ବିଜୟ ହୋଇ ଭାଜପାକୁ ସମର୍ଥନ କରୁଛନ୍ତି। ତେଣୁ ଭାଜପାର ନୀତିଆଦର୍ଶ ଓ ବିଧାୟକଙ୍କ କାର୍ଯ୍ୟଧାରାରେ ଅନୁପ୍ରାଣିତ ହୋଇ ନିର୍ବାଚନମଣ୍ଡଳୀର ଅନେକ ବିଜେଡି ସମର୍ଥିତ ସରପଞ୍ଚ ଓ ସମିତିସଭ୍ୟ ଭାଜପାରେ ସାମିଲ ହୋଇଛନ୍ତି। ମାତ୍ର କାଏମା ପଞ୍ଚାୟତର ବିଜେଡି ସମର୍ଥତ୍ତ ସରପଞ୍ଚ କୁମୁଦିନୀ ମହାନ୍ତିଙ୍କୁ ଭାଜପାରେ ସାମିଲ କରାଇବା ପାଇଁ କାଏମା ଭାଜପା ନେତା ଓ କର୍ମୀ ବିରୋଧ କରି ଆସୁଛନ୍ତି। ଫଳରେ ସେ ଏବେ ବିଜେଡି ଶିବିରରେ ଅଛନ୍ତି। କିନ୍ତୁ ସେ ବିଜେଡି ଛାଡ଼ି ଭାଜପାରେ ସାମିଲ ହେବେ ବୋଲି ଶନିବାର ଏକ ନିର୍ଦ୍ଦିଷ୍ଟ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ କାଏମା ପଞ୍ଚାୟତ ରାଜନୀତି ସରଗରମ ହୋଇଛି। ଯଦି କାଏମା ସରପଞ୍ଚ ଭାଜପାରେ ମିଶିବେ ତେବେ ଅନେକ ଭାଜପା କର୍ମୀ ଦଳ ଛାଡ଼ିବେ ବୋଲି ଚେତାବନୀ ଦେଇଛନ୍ତି।

ଏହି ନିର୍ବାଚନମଣ୍ଡଳୀରେ ଥିବା ୫୪ ପଞ୍ଚାୟତ ମଧ୍ୟରୁ ବଡ଼କାଏମା ଏକ ସ୍ବାଭିମାନୀ ପଞ୍ଚାୟତ। ଗତ ପଞ୍ଚାୟତ ନିର୍ବାଚନରେ ପଞ୍ଚାୟତବାସୀ ବିଜେଡି ସମର୍ଥିତ ସରପଞ୍ଚ ପ୍ରାର୍ଥତ୍ନୀ କୁମୁଦିନୀ ମହାନ୍ତିଙ୍କୁ ଭୋଟ ଦେଇ ଜୟଯୁକ୍ତ କରାଇଥିଲେ। ମାତ୍ର ସେ ସରପଞ୍ଚ ହେବା ପରେ ପଞ୍ଚାୟତର ଉନ୍ନତୀକରଣ କାର୍ଯ୍ୟ ଦିଗରେ ଯଥେଷ୍ଟ ଆଗକୁ ବଢ଼ି ପାରି ନ ଥିବା ଆଲୋଚନା ଜୋରଧରିଛି। ସେହିପରି ତାଙ୍କ ଦଳ ବଦଳାଇବାକୁ ନେଇ ଉଭୟ ବିଜେଡି ଓ ଭାଜପା ମଧ୍ୟରେ ନାନା ଆଲୋଚନା ଜାରି ରହିଛି।

ବିଜେଡିର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ ସରପଞ୍ଚଙ୍କୁ ଅଣଦେଖା କରୁଥିବା ସେ କହିଛନ୍ତି। କୁମୁଦିନୀଙ୍କ କହିବା ଅନୁସାରେ, ସେ କଳ୍ପତରୁ ଦାସଙ୍କ ସମୟରୁ ରାଜନୀତି ସହ ସମ୍ପୃକ୍ତ ଅଛନ୍ତି। ମାତ୍ର ତାଙ୍କ ଶରୀର ଅସୁସ୍ଥ ଥିବା ସମୟରେ ପୂର୍ବତନ ବିଧାୟକ ଥରେ ହେଲେ ବି ତାଙ୍କୁ ଦେଖିବାକୁ ଆସି ନ ଥିଲେ। ନିକଟ ଏକ ଗଁାକୁ ଲକ୍ଷ୍ମୀ ପୂଜାକୁ ନିମନ୍ତ୍ରିତ ହୋଇ ଆସିବା ସମୟରେ ବି ସରପଞ୍ଚଙ୍କ କଥା ପଚାରି ନଥିଲେ। ଯାହାକି ତାଙ୍କ ପ୍ରତି ଅବହେଳା ଓ ଅଣଦେଖା କରାଯାଉଛି ବୋଲି ସେ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ତାଙ୍କୁ ଭାଜପାରେ ସାମିଲ ହେବା ପାଇଁ ଅନେକ ବାର ଯୋଗାଯୋଗ କରାଯାଇଛି। ତେଣୁ ସେ ଖୁବଶୀଘ୍ର ନିଷ୍ପତ୍ତି ନେବେ ବୋଲି କହିଛନ୍ତି।
କାଏମାର ଭାଜପା ନେତା ଶିଶିର ମାହାଣା କହିଛନ୍ତି, କାଏମା ପଞ୍ଚାୟତ ପାଇଁ ବିଧାୟକ ଏକ ପାଞ୍ଚ ଜଣିଆ କମିଟି ଗଠନ କରିଛନ୍ତି। ମାତ୍ର କମିଟି ନିକଟରେ ଏ ବିଷୟରେ କୌଣସି ସୂଚନାନାହିଁ। ସରପଞ୍ଚଙ୍କୁ ଭାଜପାରେ ସାମିଲ ପାଇଁ ବାରମ୍ବାର ଯୋଗାଯୋଗ କରାଯିବା କଥା ସମ୍ପୂର୍ଣ୍ଣ ମିଥ୍ୟା ବୋଲି ସେ ମତ ଦେଇଛନ୍ତି। ଅପରପକ୍ଷରେ ଯଦି କାଏମା ସରପଞ୍ଚ ଭାଜପାରେ ସାମିଲ ହେବେ ତେବେ ସେ ଓ ଅନେକ କର୍ମୀ ଦଳ ଛାଡ଼ିବେ ବୋଲି କହି ମାହାଣା ମତ ରଖିଛନ୍ତି। ଏନେଇ ବିଜେଡିର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ କହିଛନ୍ତି, ଦଳରେ କିଏ ରହିବେ ଓ ଯିବେ ତାହା ତାଙ୍କ ଇଚ୍ଛା। କାଏମା ଲକ୍ଷ୍ମୀ ପୂଜା କମିଟି ପକ୍ଷରୁ ତାଙ୍କୁ ଡକାଯାଇଥିଲା। ସରପଞ୍ଚଙ୍କୁ କ’ଣ ପାଇଁ ଖବର ଦିଆଯାଇ ଥାଆନ୍ତା। ଏହା କୌଣସି ପଞ୍ଚାୟତ କାର୍ଯ୍ୟ ନ ଥିଲା ଏବଂ ସରପଞ୍ଚ ଦଳ ଛାଡ଼ିବେ କି ନାହିଁ ଏ ବିଷୟରେ ତାଙ୍କ ପାଖରେ କୌଣସି ସୂଚନା ନାହିଁ ବୋଲି ବଳବନ୍ତରାୟ ସ୍ପଷ୍ଟ କରିଛନ୍ତି। ସେହିପରି କାଏମା ବିଜେଡିର ବରିଷ୍ଠ ନେତା ବଟକୃଷ୍ଣ ରାଉତ କହିଛନ୍ତି, ସରପଞ୍ଚ ଦଳ ଛାଡ଼ିଲେ ପଞ୍ଚାୟତରେ କୌଣସି ପ୍ରଭାବ ପଡ଼ିବନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଧାମରାରେ ବୁଲୁଛି ମହାବଳ ବାଘ: ଭିଡିଓ ଭାଇରାଲ ପରେ ବନ ବିଭାଗ ନାକେଦମ୍‌

ଚାନ୍ଦବାଲି,୭।୧୨(ଅଶୋକ ପଣ୍ଡା): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକର ଧାମରା ଅଞ୍ଚଳରେ ଏକ ମହାବଳ ବାଘ ବୁଲୁଛି। ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା...

ବିଭାଜନକାରୀ ରାଜନୀତି

ଡିସେମ୍ୱର ୬ ଆଧୁନିକ ଭାରତର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଆନ୍ଦୋଳନ କଥା ସ୍ମରଣ କରାଇଦିଏ। ରାଜନୀତିକୁ ସବୁଦିନ ପାଇଁ ପରିବର୍ତ୍ତନ କରିଦେଇଥିବା ଏହି ଆନ୍ଦୋଳନ ବିଷୟରେ ଲେଖିବା...

ବୀମାଭୁକ୍ତ ହେବେ ଧନୁଯାତ୍ରା ଦର୍ଶକ, ଦୁର୍ଘଟଣାରେ କଳାକାରଙ୍କ ମୃତ୍ୟୁ ହେଲେ ମିଳିବ…

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧର୍ମ ଧନୁଯାତ୍ରା ମହୋତ୍ସବ ଆସନ୍ତା ୨୪ତାରିଖରୁ ଆରମ୍ଭ ହେବ। ୨୦୨୬ ଜାନୁୟାରୀ ୩ ଯାଏ ଏହି ମହୋତ୍ସବ...

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri