Posted inଜାତୀୟ

ଭାଜପା ଜାରି କଲା କଂଗ୍ରେସ ଫାଇଲ୍ସ: ୪.୮୨ ଲକ୍ଷ କୋଟିର ଦୁର୍ନୀତି, ୨ଜିଠାରୁ କମନଓ୍ବେଲଥ ପର୍ଯ୍ୟନ୍ତ…

ନୂଆଦିଲ୍ଲୀ,୨।୪ : ଭାରତୀୟ ଜନତା ପାର୍ଟି ରବିବାର କଂଗ୍ରେସ ଫାଇଲ୍ସ ଶୀର୍ଷକ ଏକ ସିରିଜ ଆରମ୍ଭ କରି କଂଗ୍ରେସ ବିରୋଧରେ ଦୁର୍ନୀତି ଅଭିଯୋଗ କରିଛି। ଏହି ଭିଡିଓ ସିରିଜରେ କଂଗ୍ରେସ ବିରୋଧରେ ଅନେକ ଗୁରୁତର ଅଭିଯୋଗ ଅଣାଯାଇଛି। ପ୍ରଥମ ସିରିଜରେ ଭାଜପା କଂଗ୍ରେସ ସରକାର ସମୟରେ ହୋଇଥିବା ଦୁର୍ନୀତି ବିଷୟରେ ଉଲ୍ଲେଖ କରିଛି। ଅଭିଯୋଗ ହୋଇଛି ଯେ ୟୁପିଏ ସରକାର ସମୟରେ ୪୮,୨୦,୬୯,୦୦,୦୦,୦୦୦ଟଙ୍କାର ଦୁର୍ନୀତି ହୋଇଛି।

ଭିଡିଓରେ କୁହାଯାଇଛି ଯେ କଂଗ୍ରେସ ଏସବୁ ଟଙ୍କା ଲୁଟି ନେଇଛି। ଏଥିରେ କୋଇଲା ଠାରୁ ଆରମ୍ଭ କରି ୨-ଜି ଏବଂ କମନୱେଲଥ ସ୍କାମର ଉଲ୍ଲେଖ କରାଯାଇଛି। ଏହି ଲୁଟ ଟଙ୍କାରେ ଦେଶର ବହୁ ପ୍ରଗତି କାର୍ଯ୍ୟ ହୋଇପାରିଥାନ୍ତା।

ଏହି ଟଙ୍କାରେ, ୨୪ ଆଇଏନଏସ ବିକ୍ରାନ୍ତ, ୩୦୦ ରାଫାଲ ବିିମାନ ଏବଂ ୧୦୦୦ ମଙ୍ଗଳ ମିଶନ ନିର୍ମାଣ କିମ୍ବା କ୍ରୟ କରାଯାଇପାରିଥାନ୍ତା। କଂଗ୍ରେସର ଘୋଟାଲା ଏବଂ ଦୁର୍ନୀତିର ମୂଲ୍ୟ ଦେବାକୁ ପଡିବ ବୋଲି ଭାଜପାକହିଛି ଏବଂ କଂଗ୍ରେସ ଯୋଗୁଁ ଆମ ଦେଶ ପ୍ରଗତି ତଥା ବିକାଶ ପଥରେ ପଛରେ ପଡିଛି।

କଂଗ୍ରେସ ସରକାରଙ୍କ ୧୦ ବର୍ଷ ବିଷୟରେ ଭାଜପା ଆଲୋଚନା କରିଛି। ଏଥିରେ ଅଗଷ୍ଟା ୱେଷ୍ଟଲ୍ୟାଣ୍ଡର ସିଇଓ ଲାଞ୍ଚ ପ୍ରଦାନ କରିଥିବା ଅଭିଯୋଗ ହୋଇଥିଲା। ଭିଭିଆଇପି ହେଲିକପ୍ଟର କ୍ରୟରେ ୩୫୦ କୋଟି ଲାଞ୍ଚ ଅଭିଯୋଗ ହୋଇଛି। ଏହା ବ୍ୟତୀତ ଏକ ଲକ୍ଷ ୮୬ ହଜାର କୋଟି ମୂଲ୍ୟର କୋଇଲା ସ୍କାମ, ଏକ କୋଟି ୭୬ ଲକ୍ଷ କୋଟି ମୂଲ୍ୟର ୨-ଜି ସ୍ପେକ୍ଟ୍ରମ ସ୍କାମ ବିଷୟରେ ମଧ୍ୟ ଉଲ୍ଲେଖ କରାଯାଇଛି।

ଏଥି ସହିତ ପ୍ରାୟ ୧୦ ହଜାର କୋଟିର ମନରେଗା ସ୍କାମ, ୭୦ ହଜାର କୋଟିର କମନୱେଲଥ ସ୍କାମ ଏବଂ ଇଟାଲୀରୁ ହେଲିକପ୍ଟର କାରବାରରେ ୩୬୨ କୋଟି ଲାଞ୍ଚ ସମ୍ପର୍କରେ ଉଲ୍ଲେଖ କରାଯାଇଛି। ଭାଜପା କହିଛି ଯେ କଂଗ୍ରେସ ସରକାର ଦୁର୍ନୀତି ସରକାରରେ ପରିଣତ ହୋଇଥିଲେ କିନ୍ତୁ ମନମୋହନ ସିଂ ଚୁପ ରହିଥିଲେ।

ଭିଡିଓ ଶେଷରେ କୁହାଯାଇଛି, ଏହା କେବଳ କଂଗ୍ରେସ ସ୍କାମର ଏକ ଝଲକ, ପୂରା ଫିଲ୍ମ ବାକି ରହିଛି। କଂଗ୍ରେସ ଅର୍ଥ ଦୁର୍ନୀତିର ପରବର୍ତ୍ତୀ ଏପିସୋଡରେ ଦେଖନ୍ତୁ, ପେଟିଂର ମୂଲ୍ୟ ୨ କୋଟି ଟଙ୍କା ଥିଲା। ସେହି ଦୁଇ କୋଟି ପାଇଁ ଗାନ୍ଧୀ ପରିବାର ମଧ୍ୟ ଧମକ ଦେଉଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୨୦୩୦ ସୁଦ୍ଧା ଭାରତ ହେବ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି; ୭.୩ ଟ୍ରିଲିୟନ ଡଲାରରେ ପହଞ୍ଚିବ GDP

ବେଙ୍ଗାଲୁରୁ,୨୯।୧୨: ଭାରତୀୟ ଅର୍ଥନୀତି ଏକ ନୂତନ ମାଇଲଖୁଣ୍ଟ ଅତିକ୍ରମ କରିଛି। ସୋମବାର ଜାରି ହୋଇଥିବା ଏକ ସରକାରୀ ବିବୃତ୍ତି ଅନୁଯାୟୀ, ୪.୧୮ ଟ୍ରିଲିୟନ ଡଲାର GDP...

ଆତ୍ମହତ୍ୟା କଲେ ଅଭିନେତ୍ରୀ, ସରକାରୀ ଚାକିରି କରିବାକୁ ଚାପ ପକାଉଥିଲେ ପରିବାର

ବେଙ୍ଗାଲୁରୁ,୨୯।୧୨: ସରକାରୀ ଚାକିରି ଆଉ ବିବାହ ଚାପରୁ ମୁକୁଳିପାରି ନାହାନ୍ତି ଲୋକପ୍ରିୟ ଅଭିନେତ୍ରୀ ନନ୍ଦିନୀ ସିଏମ୍‌। ବେଙ୍ଗାଲୁରୁର କେଙ୍ଗେରୀ ସ୍ଥିତ ଏକ ପେଇଂ ଗେଷ୍ଟ (PG)...

ଭୁବନେଶ୍ବର ପାଇଁ ନୂଆ ଟିମ୍‌ ନିଯୁକ୍ତ କଲେ ମନମୋହନ, ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭୁବନେଶ୍ୱର,୨୯।୧୨: ଭାଜପା କଲା ବଡ଼ ଘୋଷଣା। ଭୁବନେଶ୍ବର ପାଇଁ ନୂଆ ପଦାଧିକାରୀ ଭାଜପା ନିଯୁକ୍ତି କରିଛି। ୨୧ ପଦାଧିକାରୀଙ୍କୁ ମନମୋହନ ସାମଲ ନିଯୁକ୍ତି ଦେଇଛନ୍ତି। ଭୁବନେଶ୍ବର...

ପୁଟିନଙ୍କ ବାସଭବନକୁ ୟୁକ୍ରେନର ଡ୍ରୋନ୍ ମାଡ଼; ଏପରି ପ୍ରତିକ୍ରିୟା ଦେଲେ ଜେଲେନସ୍କି

ନୂଆଦିଲ୍ଲୀ,୨୯।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବାସଭବନକୁ ୟୁକ୍ରେନ ଡ୍ରୋନ୍ ମାଧ୍ୟମରେ ଆକ୍ରମଣ କରିଥିବା ରୁଷିଆ ଦାବି କରିଛି। ତେବେ ଏହି ଅଭିଯୋଗକୁ ସମ୍ପୂର୍ଣ୍ଣ ମିଥ୍ୟା...

ଭାରତ-ନ୍ୟୁଜିଲାଣ୍ଡ ଦିନିକିଆ ସିରିଜ୍‌ ପୂର୍ବରୁ ହଠାତ୍‌ ସନ୍ନ୍ୟାସ ନେଇ ଚମକାଇଲେ ଏହି ଅଲରାଉଣ୍ଡର, କ୍ରିକେଟ ଜଗତରେ ଚହଳ

ନୂଆଦିଲ୍ଲୀ,୨୯।୧୨: ନ୍ୟୁଜିଲାଣ୍ଡର ଅଲରାଉଣ୍ଡର ଡଗ ବ୍ରାସୱେଲ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଇଛନ୍ତି। ବ୍ରାସୱେଲ ୬୯ଟି ଅନ୍ତର୍ଜାତୀୟ ମ୍ୟାଚରେ ନ୍ୟୁଜିଲାଣ୍ଡ ଦଳର ପ୍ରତିନିଧିତ୍ୱ କରିଥିଲେ, ୧୨୦...

ନୂଆବର୍ଷରେ ତିନି ଘଣ୍ଟା ଶୋଇବେ ମହାପ୍ରଭୁ, ଏତିକି ବେଳେ ଫିଟିବ ଦ୍ୱାର

ପୁରୀ,୨୯।୧୨: ଇଂରାଜୀ ନବବର୍ଷ-୨୦୨୬ରେ ଲକ୍ଷାଧିକ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ବଡ ନିଷ୍ପତି ନେଇଛି। ଶ୍ରଦ୍ଧାଳୁମାନେ ଯେପରି ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ,...

ଭାରତ ସରକାରଙ୍କ ବଡ଼ ନିଷ୍ପତ୍ତି: ୭୯,୦୦୦ କୋଟି ଟଙ୍କାର ସାମରିକ ଉପକରଣ କିଣିବାକୁ ମଞ୍ଜୁରୀ

ନୂଆଦିଲ୍ଲୀ ,୨୯।୧୨: ଶକ୍ତିଶାଳୀ ହେବ ଭାରତୀୟ ସେନା। ନାଲି ଆଖି ଦେଖାଇଲେ ମିସାଇଲ ମାଡ଼ କରିବ ଭାରତ। ଦେଶର ପ୍ରତିରକ୍ଷା କ୍ଷମତାକୁ ଅଧିକ ସୁଦୃଢ଼ କରିବା...

ଜାନୁଆରୀ ୫ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି, ଏହିଦିନ ହେବ ପଞ୍ଜୀକରଣ

ଭୁବନେଶ୍ୱର,୨୯।୧୨: ଆସନ୍ତା ସୋମବାର ଜାନୁଆରୀ ୫ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ପୂର୍ବାହ୍ନ ୧୦ ଘଟିକାରୁ ୟୁନିଟ-୨, ଅଶୋକ ନଗର,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri