ପ୍ରଶାନ୍ତ ଜଗଦେବଙ୍କ ଗିରଫ ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇଲା ଭାଜପା

ଖୋର୍ଦ୍ଧା,୨୫ା୫(ପ୍ରଭାତ କୁମାର ପାଣିଗ୍ରାହୀ): ପ୍ରଶାନ୍ତ ଜଗଦେବଙ୍କୁ ଗିରଫ ପ୍ରତିବାଦରେ ଖୋର୍ଦ୍ଧା ଉପଜିଲାପାଳଙ୍କ ଅଫିସ ସମ୍ମୁଖରେ ସୋମବାର ଭାଜପା ପକ୍ଷରୁ ପ୍ରତିବାଦ ସଭା କରାଯାଇଥିଲା। ଶାସକ ଦଳର ନିର୍ଦ୍ଦେଶ କ୍ରମେ ପୋଲିସ ଏକ ଚକ୍ରାନ୍ତ କରିଥିବା ପ୍ରତିବାଦ ସଭାରେ ଉପସ୍ଥିତ ଭାଜପା କର୍ମକର୍ତ୍ତା ଅଭିଯୋଗ କରିଥିଲେ।

ଅନ୍ୟପକ୍ଷେ ତୁରନ୍ତ ପ୍ରଶାନ୍ତଙ୍କୁ ଖଲାସ କରିବାକୁ ଦଳ ପକ୍ଷରୁ ଦାବି କରାଯାଇଛି। ଖୋର୍ଦ୍ଧା ଭାଜପା ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦେବ ବୋଲଗଡ କାଉଁରିପାଟଣା ବୁଥରେ ଭୋଟ ଦେବାକୁ ଯାଇଥିବା ବେଳେ ଇଭିଏମ ଭାଙ୍ଗିବାକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା।

ଘଟଣାର କିଛି ସମୟ ମଧ୍ୟରେ ପୋଲିସ ବେଗୁନିଆ ନିକଟରୁ ପ୍ରଶାନ୍ତଙ୍କୁ ଉଠାଇନେଇ ବୋଲଗଡ଼ ଥାନାକୁ ନେଇଥିଲା । ତେବେ ସେଠାରେ ପ୍ରଶାନ୍ତ ଧାରଣା ଦେବା ସହିତ ବୁଥରେ ଲାଗିଥିବା ସିସିଟିଭି ଫୁଟେଜ ଯାଞ୍ଚ କରିବାକୁ ଦାବି କରିଥିଲେ । ପୋଲିସ ତାଙ୍କ ଦାବିକୁ ଗୁରୁତ୍ୱ ନ ଦେଇ ତାଙ୍କୁ ବୋଲଗଡ ଥାନାରୁ ଖୋର୍ଦ୍ଧା ରିଜର୍ଭ ପୋଲିସ ବାରାକ୍‌କୁ ନେଇ ରଖିଥିଲା । ପରବର୍ତ୍ତି ସମୟରେ ପୋଲିସ ବିଳମ୍ବିତ ରାତିରେ ପ୍ରଶାନ୍ତଙ୍କୁ ଗିରଫ କରି ଖୋର୍ଦ୍ଧା ଜେଲକୁ ପଠାଇଥିଲା।

ପ୍ରଶାନ୍ତଙ୍କୁ ଗିରଫ କରାଯିବା ଏକ ଯୋଜନାବଦ୍ଧ ଚକ୍ରାନ୍ତ ବୋଲି ଭାଜପା ଅଭିଯୋଗ କରିଛି। ଘଟଣାର କୌଣସି ତଦନ୍ତ ନ କରି ବିନା ଏତଲାରେ ତାଙ୍କୁ ଗିରଫ କରାଯାଇଥିବା ଭାଜପା ପକ୍ଷରୁ କୁହାଯାଇଛି।

କାଉଁରିପାଟଣା ବୁଥର ପ୍ରିଜାଇଡିଂ ଅଫିସର ବୁଥରେ ଭୋଟ କରାଉଥିବା ବେଳେ କୌଣସି ଏତଲା କରି ନ ଥିବା ବେଳେ ପ୍ରଶାନ୍ତଙ୍କୁ କିଭଳି ଏବଂ କେଉଁ ଆଧାରରେ ଗିରଫ କରାଗଲା ବୋଲି ଭାଜପା ପ୍ରଶ୍ନ କରିଛି। ଏପରିକି ପ୍ରଶାନ୍ତ ଇଭିଏମ୍‌ ଭାଙ୍ଗି ନ ଥିବା କହିବା ସହିତ ବୁଥର ସିସିଟିଭି ଯାଞ୍ଚ କରିବାକୁ ଦାବି କରିଛନ୍ତି।

ପ୍ରଶାନ୍ତଙ୍କୁ ଖଲାସ କରା ନ ଗଲେ ଆଗକୁ ଜାତୀୟ ରାଜପଥ ଅବରୋଧ ଏବଂ ପରେ ଖୋର୍ଦ୍ଧା ବନ୍ଦ କରାଯିବ ବୋଲି ଭାଜପା କର୍ମକର୍ତ୍ତା ଚେତାବନୀ ଦେଇଛନ୍ତି। ଏପରିକି ବୁଥରେ ଲାଗିଥିବା ସିସିଟିଭି ଫୁଟେଜକୁ ସାର୍ବଜନୀନ କରିବାକୁ ଦାବି କରାଯାଇଛି। ଅନ୍ୟପକ୍ଷେ ପ୍ରଶାନ୍ତ କିଛିଦିନ ପୂର୍ବରୁ ଖୋର୍ଦ୍ଧା ଏସ୍‌ଡିପିଓ ଏଜେଣ୍ଟ ସାଜି କାମ କରୁଥିବା ଅଭିଯୋଗ ଆଣିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମଣିପୁରରେ ପୁଣି ହିଂସା

ଇମ୍ଫାଲ,୫ା୨: ମଣିପୁରର କୁକି ଅଧ୍ୟୁଷିତ ଚୁରାଚାନ୍ଦପୁର ଜିଲାରେ ଗୁରୁବାର ସନ୍ଧ୍ୟାରେ ହିଂସାକାଣ୍ଡ ଦେଖାଦେଇଛି। ରାଜ୍ୟରେ ଭାଜପା ନେତୃତ୍ୱଧୀନ ସରକାରରେ ବିଧାୟିକା ନେମ୍‌ଚା କିପ୍‌ଗେନ୍‌ଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯିବାକୁ ବିରୋଧକରି…

ବରଗଡ଼ରେ ଗୋଷ୍ଠୀ ସଂଘର୍ଷ: ବୁଲିଲା ଭୁଜାଲି, ଜଣେ ମୃତ, ୨ଗୁରୁତର

ବରଗଡ଼,୫।୨(ପ୍ରେମାନନ୍ଦ ଖମାରୀ): ବରଗଡ ସହର ହାଟପଦା ସାଇ ମନ୍ଦିର ପାଖରେ ଗୁରୁବାର ସନ୍ଧ୍ୟାରେ ଗୋଷ୍ଠୀ ସଂଘର୍ଷ ହୋଇଛି । କୌଣସି ଏକ କାରଣକୁ ନେଇ ୨ ଗୋଷ୍ଠୀ…

ଲୁଚି ଲୁଚି ଏହି ଅଭିନେତ୍ରୀଙ୍କ ସହ ନିର୍ବନ୍ଧ କଲେ ଏଲଭିଶ ଯାଦବ, ଫଟୋ ଭାଇରାଲ

ମୁମ୍ବାଇ: ଲୋକପ୍ରିୟ ୟୁଟ୍ୟୁବର୍ ଏଲଭିଶ ଯାଦବ ଏବଂ ଅଭିନେତ୍ରୀ ଜିଆ ଶଙ୍କରଙ୍କୁ ନେଇ ଏବେ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା ଚାଲିଛି। ନିକଟରେ ଏଲଭିଶ ଏକ ରହସ୍ୟମୟ…

ଟି-୨୦ ବିଶ୍ୱକପ ପୂର୍ବରୁ ବେନ୍ ଷ୍ଟୋକ୍ସଙ୍କୁ ଶକ୍ତ ଧକ୍କା: ମୁହଁରେ ବଲ୍ ବାଜି ବିଗିଡ଼ିଗଲା ଚେହେରା

ନୂଆଦିଲ୍ଲୀ,୫।୨: ଟି-୨୦ ବିଶ୍ୱକପ ପୂର୍ବରୁ ଇଂଲଣ୍ଡର ଷ୍ଟାର ଅଲରାଉଣ୍ଡର ବେନ୍ ଷ୍ଟୋକ୍ସ ଏକ ବଡ଼ ଦୁର୍ଘଟଣାର ଶିକାର ହୋଇଛନ୍ତି। ଅଭ୍ୟାସ ସମୟରେ ତାଙ୍କ ମୁହଁରେ ଗଭୀର ଆଘାତ…

ହାଟରୁ ସଉଦା ଧରି ଘରକୁ ଫେରୁଥିଲେ, ହେଲେ ବାଟରେ…

ଆନନ୍ଦପୁର,୫।୨(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ଥାନା ୨୦ ନମ୍ବର ଜାତୀୟ ରାଜପଥ କନ୍ତୋ ଛକଠାରେ ଗୁରୁବାର ଏକ ଦୁର୍ଘଟଣା ଘଟିଛି। ଏକ ଅଜଣା…

ବିପଦରେ ସୁନେତ୍ରା ପାଓ୍ବାରଙ୍କ ଉପ ମୁଖ୍ୟମନ୍ତ୍ରୀ ପଦ! କାହିଁକି ଉଠୁଛି ଏମିତି ପ୍ରଶ୍ନ? ଉତ୍ତର ରଖିଲା NCP

ମୁମ୍ବାଇ,୫।୨: ଗଣମାଧ୍ୟମ ସହିତ ଏକ ସ୍ବତନ୍ତ୍ର ସାକ୍ଷାତକାରରେ, ମହାରାଷ୍ଟ୍ରର ଏନସିପି ଅଧ୍ୟକ୍ଷ ସୁନୀଲ ତଟକରେ ସୁନେତ୍ରା ପାୱାରଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବରେ ନିଯୁକ୍ତି ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ…

BEd ସମ୍ପର୍କରେ ବଡ଼ ଅପଡେଟ୍, ସରକାର ଜାରି କଲେ ବିଜ୍ଞପ୍ତି, ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୫।୨: ଶିକ୍ଷକତାକୁ ନିଜର ବୃତ୍ତି ଭାବେ ଗ୍ରହଣ କରିବାକୁ ଚାହୁଁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର। ଉତ୍ତର ପ୍ରଦେଶ ଝାନ୍‌ସୀସ୍ଥିତ ବୁନ୍ଦେଲଖଣ୍ଡ ବିଶ୍ୱବିଦ୍ୟାଳୟ ପକ୍ଷରୁ ‘ୟୁପି BEd…

ନିଖୋଜ ଥିଲେ: କେନାଲରୁ ମିଳିଲା ବୃଦ୍ଧଙ୍କ ମୃତଦେହ

କୋକସରା,୫।୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ମାଝୀଗୁଡା ପଞ୍ଚାୟତ କାଦୋପଡା ନିକଟ ଇନ୍ଦ୍ରାବତୀ କେନାଲରୁ କୋକସରା ପୋଲିସ ଜଣେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri