Posted inଜାତୀୟ

‘କେଜ୍‌ରିଓ୍ବାଲଙ୍କୁ ହତ୍ୟା ଲାଗି ଷଡ଼ଯନ୍ତ୍ର କରୁଛି ଭାଜପା’

ନୂଆଦିଲ୍ଲୀ,୨୬।୧୧(ପି.ଟି.): ଗୁଜରାଟ ବିଧାନସଭା ଏବଂ ଦିଲ୍ଲୀ ମହାନଗର ନିଗମ (ଏମ୍‌ସିଡି) ନିର୍ବାଚନରେ ପରାଜୟ ଭୟରେ ଭାଜପା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ହତ୍ୟା କରିବା ଲାଗି ଷଡ଼ଯନ୍ତ୍ର ଚଳାଇଥିବା ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ ଗୁରୁବାର ଅଭିଯୋଗ କରିଥିଲେ। ଏନେଇ ନିର୍ବାଚନ କମିଶନଙ୍କ ପାଖରେ ଅଭିଯୋଗ ଦାଏର କରାଯିବ ବୋଲି ଶୁକ୍ରବାର ସେ କହିବା ସହ ଏହାର ତଦନ୍ତ ଦାବି କରିଛନ୍ତି। କେଜ୍‌ରିଓ୍ବାଲଙ୍କ ବିରୋଧରେ ଭାଜପା ନେତା ମନୋଜ ତିଓ୍ବାରୀ ଯେଉଁଭଳି ଭାଷା ପ୍ରୟୋଗ କରିଛନ୍ତି, ତାହା ଖୋଲା ଧମକ ବୋଲି ସିସୋଡିଆ ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି। ତିଓ୍ବାରୀଙ୍କ ଭାଷା କେଜ୍‌ରିଓ୍ବାଲଙ୍କୁ ହତ୍ୟା ଲାଗି ଗୋପନ ଷଡ଼ଯନ୍ତ୍ରର ସୂଚନା ପ୍ରଦାନ କରୁଛି। ଧମକ ଦେଉଥିବା ଭାଜପା ନେତାଙ୍କୁ ଗିରଫ କରାଯାଉ ବୋଲି ସିସୋଡିଆ ଦାବି କରିଛନ୍ତି। ଅନ୍ୟପକ୍ଷରେ ସିସୋଡିଆଙ୍କ ଅଭିଯୋଗ ଉପରେ ପ୍ରତିକ୍ରିୟା ପ୍ରକାଶ କରି ତିଓ୍ବାରୀ କହିଛନ୍ତି, କେଜ୍‌ରିଓ୍ବାଲଙ୍କୁ ସୁରକ୍ଷାକୁ ନେଇ ସେ ଚିନ୍ତିତ। ସିସୋଡିଆ କୌଣସି ପୁରୁଣା ଲେଖାକୁ ପଢ଼ିଛନ୍ତି। ଅବକାରୀ ଚଢ଼ାଉ ବେଳେ ସିସୋଡିଆଙ୍କୁ ଗିରଫ କରାଯିବ ବୋଲି କେଜ୍‌ରିଓ୍ବାଲ କହୁଥିଲେ। ଏବେ ସିସୋଡିଆ କହୁଛନ୍ତି, କେଜ୍‌ରିଓ୍ବାଲଙ୍କୁ ହତ୍ୟା ଲାଗି ଯୋଜନା ହେଉଛି। ଏହା କ’ଣ ଚାଲିଛି ସେ ଜାଣିପାରୁନାହାନ୍ତି ବୋଲି ଭାଜପା ନେତା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲାଞ୍ଜିଗଡରେ ଅନନ୍ୟ ପରମ୍ପରା; ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ, ଭକ୍ତଙ୍କ ପିଠିରେ ଚଢ଼ି ଫେରିଲେ ମା’

ଲାଞ୍ଜିଗଡ,୨୯।୩(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡର ମା’ ଠାକରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ରବିବାର ମହା ସମାରୋହରେ ସମ୍ପନ୍ନ ହେଇଯାଇଛି । ଲାଞ୍ଜିଗଡ ଇଷ୍ଟଦେବୀ…

ସକାଳୁ ସକାଳୁ ଜଳଖିଆ ହୋଟେଲ କ୍ୟାବିନତଳୁ ଉଦ୍ଧାର ହେଲା ୨ କିଙ୍ଗ କୋବ୍ରା, ଲୋକେ ଦେଖି….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗାଁର ନିଳାଞ୍ଚଳ ସାହୁଙ୍କ ଜଳଖିଆ ହୋଟେଲର କ୍ୟାବିନତଳୁ କିଙ୍ଗ କୋବ୍ରା ଉଦ୍ଧାର ହୋଇଛି…

ହୋଇପାରେ ଭୟଙ୍କର ଯୁଦ୍ଧ! ଇରାନ ବିରୁଦ୍ଧରେ ଯୁଦ୍ଧ କରିବାକୁ ପ୍ରସ୍ତୁତ ହେଉଛି ଆମେରିକା

ନୂଆଦିଲ୍ଲୀ,୨୯।୩:  ଇରାନ ସହିତ ମାସେ ଧରି ଚାଲିଥିବା ସଂଘର୍ଷର କୌଣସି ଠୋସ୍ ଫଳାଫଳ ମିଳି ନଥିବା ଲକ୍ଷ୍ୟ କରି, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ନୂତନ ପ୍ରସ୍ତୁତି…

ଦୋକାନ-ରାଜପଥ ବନ୍ଦ, ବିବାହ ଉପରେ ପ୍ରତିବନ୍ଧକ… ଲାଗିଲା ‘ସ୍ମାର୍ଟ ଲକଡାଉନ’, କେମିତି ହେବ ଲାଗୁ ଜାଣନ୍ତୁ

ଇସଲାମାବାଦ,୨୯।୩: ଇରାନ ସହିତ ସଂଘର୍ଷ ପରେ, ଏକ ବିଶ୍ୱ ତୈଳ ସଙ୍କଟ ଦେଖାଦେଇଛି। ଏହି ତୈଳ ସଙ୍କଟ ଯୋଗୁ, ପାକିସ୍ତାନର ଆର୍ଥିକ ସ୍ଥିତି ବହୁତ ଖରାପ ହୋଇଛି।…

ବିରାଟ କୋହଲିଙ୍କୁ ନେଇ ବଡ଼ କଥା କହିଲେ ପୂର୍ବତନ କ୍ରିକେଟର

ନୂଆଦିଲ୍ଲୀ,୨୯।୩: ଭାରତର ଷ୍ଟାର ବ୍ୟାଟସମ୍ୟାନ ବିରାଟ କୋହଲି ପୁଣିଥରେ ତାଙ୍କ ବ୍ୟାଟ ସହିତ ଧମାଲ କରିଛନ୍ତି। IPL 2026 ର ଉଦଘାଟନୀ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର…

ପଶ୍ଚିମବଙ୍ଗରେ ଗର୍ଜିଲେ ଦିଦି, ଭାଜପାକୁ ଟାର୍ଗେଟ କରି କହିଲେ ନନଭେଜ୍…..

ନୂଆଦିଲ୍ଲୀ,୨୯।୩:  ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ସମସ୍ତ ରାଜନୈତିକ ଦଳ ସେମାନଙ୍କର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଶାସକ ତୃଣମୂଳ କଂଗ୍ରେସ (TMC) ପକ୍ଷରୁ ମୁଖ୍ୟମନ୍ତ୍ରୀ…

ଯୁଦ୍ଧ ଭିତରେ ପାକିସ୍ତାନକୁ ଲାଗିଲା ଶକ୍ତ ଝଟକା!

ଇସଲାମାବାଦ,୨୯।୩: ପାକିସ୍ତାନ ସରକାର କ୍ରମାଗତ ପଞ୍ଚମ ଥର ପାଇଁ ବିମାନ ଇନ୍ଧନର ମୂଲ୍ୟ ବୃଦ୍ଧି କରିଛନ୍ତି। ଏହି ବୃଦ୍ଧି ଗତ ୨୮ ଦିନ ମଧ୍ୟରେ ଘଟିଛି ଏବଂ…

ଜମି ବିବାଦ ତୁଟାଇବା ପାଇଁ RI ନେଉଥିଲେ ୩୦ ହଜାର ଟଙ୍କା, ମାଡ଼ି ବସିଲା ଭିଜିଲାନ୍ସ ଟିମ୍

କଟକ,୨୯।୩: ଭିଜିଲାନ୍ସ ଜାଲରେ କଟକ ଜିଲା ଟାଙ୍ଗୀ-ଚୌଦ୍ୱାର ରାଜସ୍ୱ ନୀରିକ୍ଷକ । ଆରଆଇ ଅଧିକାରୀ ରାଜାରାମ ବିନ୍ଦ୍ରା ଲାଞ୍ଚ ନେବା ବେଳେ ଧରିଛି ଭିଜିଲାନ୍ସ ବିଭାଗ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri