Posted inଜାତୀୟ

ରାହୁଲ ଗାନ୍ଧୀଙ୍କ ଲୋକ ସଭା ସଦସ୍ୟତା ସମାପ୍ତ କରିବାକୁ ଭାଜପା ଏମ୍‌ପିଙ୍କ ଦାବି

ନୂଆଦିଲ୍ଲୀ,୧୭।୩: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଲଣ୍ଡନରେ ଭାରତର ଗଣତନ୍ତ୍ର ଉପରେ ଦେଇଥିବା ବିବୃତ୍ତିକୁ ନେଇ ଜୋରଦାର ବିରୋଧ କରାଯାଉଛି। ଏପରିକି ସଂସଦରେ ରାହୁଲ ଗାନ୍ଧୀ କ୍ଷମା ମାଗିବାକୁ ଭାଜପା ଜିଦ୍‌ ଧରିଛି। ଏହି ସମୟରେ ଭାଜପା ସ୍ପଷ୍ଟ କରିଛି ଯେ ଯଦି ରାହୁଲ ଗାନ୍ଧୀ କ୍ଷମା ମାଗନ୍ତି ନାହିଁ ତେବେ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ। ଏଥିସହ ସଂସଦ, ଭାରତର ଗଣତନ୍ତ୍ର ଏବଂ ଅନୁଷ୍ଠାନକୁ ଅପମାନିତ କରିଥିବା ବିବୃତ୍ତି ପାଇଁ ରାହୁଲ ଗାନ୍ଧୀଙ୍କ ବିରୋଧରେ ଏକ ସ୍ବତନ୍ତ୍ର କମିଟି ଗଠନ କରିବାକୁ ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ଦାବି କରିଛନ୍ତି। ରାହୁଲଙ୍କ ଲୋକ ସଭା ସଦସ୍ୟତା ସମାପ୍ତ କରିବାକୁ ଏକ ସ୍ବତନ୍ତ୍ର କମିଟି ଗଠନ କରାଯିବା ଉଚିତ୍‌ ବୋଲି ନିଶିକାନ୍ତ ଦୁବେ କହିଛନ୍ତି।

ସେ ଆହୁରି କହିଛନ୍ତି, ୨୦୦୫ରେ ପ୍ରଶ୍ନ ବଦଳରେ ଟଙ୍କା ନେବା ପ୍ରସଙ୍ଗରେ ଏକ ସ୍ବତନ୍ତ୍ର କମିଟି ଗଠନ କରାଯାଇଥିଲା। ସଂସଦର ସମ୍ମାନକୁ ଆଘାତ ପହଞ୍ଚାଇବାରୁ ସ୍ବତନ୍ତ୍ର କମିଟି ୧୧ଜଣ ସଦସ୍ୟଙ୍କ ସଦସ୍ୟତା ସମାପ୍ତ କରିଦେଇଥିଲେ, ଯାହାକୁ ସୁପ୍ରିମକୋର୍ଟ ମଧ୍ୟ ସମର୍ଥନ କରିଥିଲେ। ତେବେ ରାହୁଲ ଗାନ୍ଧୀ କ୍ରମାଗତ ଭାବେ ଦେଶକୁ ଅସମ୍ମାନ କରିଛନ୍ତି। ସେଥିପାଇଁ ତାଙ୍କୁ ସଂସଦରୁ ହଟାଇବାର ସମୟ ଆସିଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମିନି ଟ୍ରାକ୍ଟର ଚଲାଇଲେ ବିଧାୟକ: କହିଲେ କୃଷକ ଦେଶର ମେରୁଦଣ୍ଡ 

ଭଞ୍ଜନଗର,୨୦।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜେଲ ପଡିଆରେ ତିନିଦିନ ଧରି ଚାଲିଥିବା ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଶନିବାର ଉଦ୍‌ଯାପିତ ହୋଇଯାଇଛି। ଏଥିରେ...

ମିନି ଟ୍ରାକ୍ଟର ଚଲାଇଲେ ବିଧାୟକ: କହିଲେ କୃଷକ ଦେଶର ମେରୁଦଣ୍ଡ 

ଭଞ୍ଜନଗର,୨୦।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜେଲ ପଡିଆରେ ତିନିଦିନ ଧରି ଚାଲିଥିବା ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଶନିବାର ଉଦ୍‌ଯାପିତ ହୋଇଯାଇଛି। ଏଥିରେ...

୮ ବର୍ଷ ପରେ କେନ୍ଦ୍ରୀୟ ବିଦ୍ୟାଳୟ ପାଳିଲା ବାର୍ଷିକ ଉତ୍ସବ : ଉପ ଜିଲାପାଳ କହିଲେ…

ଭଞ୍ଜନଗର,୨୦।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ଦୀର୍ଘ ୮ ବର୍ଷ ପରେ ଶନିବାର ସନ୍ଧ୍ୟାରେ ତ ବାର୍ଷିକ ଉତ୍ସବ ପାଳନ କରିଛି। ୨୦୧୭...

ପ୍ରସିଦ୍ଧ ଗୁପ୍ତେଶ୍ୱର ମନ୍ଦିରରୁ ବାହାରିଲା ୧୧ ଫୁଟ୍‌ର ଅହିରାଜ ସାପ, କରୁଥିଲା ଭୟଙ୍କର ଗର୍ଜନ

ଦିଗପହଣ୍ଡି,୨୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚୌଧୁରୀ ଟିକରପଡ଼ା ଅଞ୍ଚଳରେ ଥିବା ପ୍ରସିଦ୍ଧ ଗୁପ୍ତେଶ୍ୱର ମନ୍ଦିରରୁ ଶନିବାର ଏକ ୧୧ ଫୁଟ୍ ଲମ୍ବର...

ଭୟଙ୍କର ଦୁର୍ଘଟଣା: ଟ୍ରକ୍‌ ଚକା ତଳେ ଗଲା ଜୀବନ 

ରାୟଗଡା,୨୦।୧୨(ଆଶିଷ ରଞ୍ଜନ ପଣ୍ଡା): ଭୟଙ୍କର ଦୁର୍ଘଟଣା। ଟ୍ରକ୍‌-ବାଇକ ମୁହାଁମୁହିଁ ଧକ୍କାରେ ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣେ ଗୁରୁତର ହୋଇଥିବା ସୂଚନା ମିଳିଛି...

ଡିଭାଇଡରରେ ପିଟି ହୋଇ ଜଳିଗଲା ଟ୍ରେଲର୍‌

ସମ୍ବଲପୁର,୨୦।୧୨: ରମ୍ପେଲା ସପ୍ନେ ବ୍ରିଜ ଉପରେ ଶନିବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ବ୍ରିଜ ଉପରେ ଏକ ୧୮ ଚକିଆ ଟ୍ରେଲର୍‌ ଯାଉଥିବା ବେଳେ...

ରାସ୍ତା କଡରେ ପଡିଛି ଲକ୍ଷ ଲକ୍ଷ ଟଙ୍କାର ଔଷଧ

ମୋହନା,୨୦।୧୨( ମନ୍ମଥ ମିଶ୍ର ): ସରକାର ନିରାମୟ ଯୋଜନାରେ ସାଧାରଣ ଗରିବ ଲୋକଙ୍କ ପାଇଁ ପ୍ରତି ସ୍ବାସ୍ଥ୍ୟ କେନ୍ଦ୍ର ଓ ଉପ ସ୍ବାସ୍ଥ୍ୟ କେନ୍ଦ୍ରଗୁଡିକୁ କୋଟିକୋଟି...

୨୦୨୬ ଟି-୨୦ ବିଶ୍ୱକପ ପାଇଁ ଷ୍ଟାଣ୍ଡବାଏ କିମ୍ବା ରିଜର୍ଭ ଖେଳାଳିଙ୍କୁ କାହିଁକି ଚୟନ କରାଯାଇ ନ ଥିଲା? କାରଣ କହିଲେ ବିସିସିଆଇ ସଚିବ

ନୂଆଦିଲ୍ଲୀ,୨୦।୧୨: BCCI 2026 ଟି-20 ବିଶ୍ୱକପ ପାଇଁ ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରିଛି। ଶୁବମନ ଗିଲ ଏବଂ ରିଷଭ ପନ୍ତଙ୍କ ସମେତ ଅନେକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri