‘ଭାରତରେ ଥିଲେ ମହୁଆ, ଦୁବାଇରେ ଲଗଇନ୍ ହୋଇଥିଲା ପାର୍ଲିଆମେଣ୍ଟ ଆଇଡି’: ନିଶିକାନ୍ତ ଦୁବେ

ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସ(ଟିଏମସି) ଏମପି ମହୁଆ ମୋଇତ୍ରା ଏବଂ ଭାଜପା ଏମପି ନିଶିକାନ୍ତଙ୍କ ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି। ସଂସଦରେ ମହୁଆ ପ୍ରଶ୍ନ କରିବା ପାଇଁ ଟଙ୍କା ନେଉଥିବା ଅଭିଯୋଗ ଲଗାଇବା ପରେ ଏବେ ନିଶିକାନ୍ତ ମହୁଆଙ୍କ ଉପରେ ଆହୁରି ଗମ୍ଭୀର ଅଭିଯୋଗ ଲଗାଇଛନ୍ତି। ନିଶିକାନ୍ତ କହିଛନ୍ତି ଯେ, ମହୁଆ ଭାରତରେ ଥିଲେ କିନ୍ତୁ ଦୁବାଇରେ ତାଙ୍କର ପାର୍ଲିଆମେଣ୍ଟ ଆଇଡି ଲଗଇନ୍ ହୋଇଥିଲା। ସେ ଏହା ମଧ୍ୟ ଦାବି କରିଛନ୍ତି ଯେ, ନ୍ୟାସନାଲ ଏନ୍ଫୋର୍ସମେଣ୍ଟ ସେଣ୍ଟର(ଏନଆଇସି) ଏହି ସୂଚନା ତଦନ୍ତକାରୀ ସଂସ୍ଥାକୁ ମଧ୍ୟ ଦେଇଛନ୍ତି।

ସାମାଜିକ ଗଣମାଧ୍ୟମ ଏକ୍ସ(ଟୁଇଟର)ରେ ନିଶିକାନ୍ତ ଲେଖିଛନ୍ତି, ‘ମହୁଆ ସାମାନ୍ୟ କିଛି ଟଙ୍କା ପାଇଁ ଦେଶର ସୁରକ୍ଷାକୁ ବାଜିରେ ଲଗାଇ ଦେଇଛନ୍ତି। ଏହି ଏନଆଇସିରେ ସମ୍ପୂର୍ଣ୍ଣ ଭାରତ ସରକାର ରହିଛନ୍ତି। ପ୍ରଧାନମନ୍ତ୍ରୀ, ଅର୍ଥମନ୍ତ୍ରାଳାୟ କେନ୍ଦ୍ରୀୟ ଏଜେନ୍ସି ଗୁଡିକ ମ,ମଧ୍ୟ ରହିଛନ୍ତି। ଏହାପରେ ଯଦି ଟିଏମସି ଏହାକୁ ନେଇ ରାଜନୀତି କରିବାକୁ ଚାହୁଁଛି, ତେବେ ଏହାର ଜବାବ ଦେଶର ଜନତା ଦେବେ।’ ତେବେ ନିଶିକାନ୍ତ ତାଙ୍କର ଏହି ପୋଷ୍ଟରେ ମହୁଆଙ୍କ ନାମ ନେଇ ନଥିଲେ।

ଏହା ପୂର୍ବରୁ ନିଶିକାନ୍ତ ଦୁବେ ଦାବି କରିଥିଲେ କି ମହୁଆ ଟଙ୍କା ନେଇ ପାର୍ଲିଆମେଣ୍ଟରେ ଗୌତମ ଆଦାନି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ପ୍ରଶ୍ନ କରି ସେମାନଙ୍କୁ ବଦନାମ କରିବାକୁ ଚାହୁଁଥିଲେ। ତେବେ ଏହି ମାମଲାକୁ ପାର୍ଲିଆମେଣ୍ଟ ଏଥିକ୍ସ କମିଟି ବର୍ତ୍ତମାନ ଯାଞ୍ଚ କରୁଛନ୍ତି। ନିଶିକାନ୍ତ ଦୁବେଙ୍କୁ ଅକ୍ଟୋବର 26 ତାରିଖରେ ହାଜର ହେବାକୁ ମଧ୍ୟ କୁହାଯାଇଛି।

 

 


Enter your email to get our daily news in your inbox.

All Right Reserved By Dharitri.Com

ଘରେ ବିଲେଇ ରଖିବାକୁ ନେଇ ଘରେ ହେଉଥିଲା ଯୁକ୍ତିତର୍କ, ଜିଦିରେ ଜୀବନ ହାରିଦେଲେ ଡାକ୍ତର

ନୂଆଦିଲ୍ଲୀ,୨୩।୩: ହାଇଦ୍ରାବାଦର ଆଲୱାଲ ଅଞ୍ଚଳରେ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ଯେଉଁଠାରେ ଜଣେ ୨୩ ବର୍ଷୀୟା ଏମବିବିଏସ ଡାକ୍ତର ବିଲେଇ ପାଇଁ ଆତ୍ମହତ୍ୟା କରିଛନ୍ତି ।…

ଉତ୍କଟ ହେବାକୁ ଯାଉଛି ଗ୍ୟାସ ସଙ୍କଟ, ୧୪.୨ କିଲୋଗ୍ରାମ ସିଲିଣ୍ଡରରେ ଆଗକୁ ମିଳିବ ମାତ୍ର ଏତିକି କିଲୋ ଗ୍ୟାସ! ପ୍ରସ୍ତୁତ ହେଲାଣି ‘ପ୍ଲାନ ବି’

ନୂଆଦିଲ୍ଲୀ,୨୩।୩: ଆମେରିକା ଏବଂ ଇରାନ ମଧ୍ୟରେ ସଂଘର୍ଷ ହେତୁ ହର୍ମୁଜ ପ୍ରଣାଳୀ ଅବରୋଧ ହେବା ଯୋଗୁ ଭାରତର ତୈଳ ଏବଂ ଗ୍ୟାସ ଯୋଗାଣ ଗୁରୁତର ଭାବରେ ବାଧାପ୍ରାପ୍ତ…

ଭାଜପାରେ ଯୋଗଦେବେ କି ରାଘବ ଚଢା: ସବୁ ଖୋଲି କହିଦେଲେ ସଂଜୟ ସିଂହ

ନୂଆଦିଲ୍ଲୀ,୨୩।୩: ଆମ ଆଦମୀ ପାର୍ଟି (ଆପ)ର ଏମ୍‌ପି ରାଘବ ଚଢା ଦଳ ଛାଡ଼ିବେ ବୋଲି ଜୋରସୋରରେ ଚର୍ଚ୍ଚା ଛାଲିଛି। ଦଳୀୟ କାର୍ଯ୍ୟକ୍ରମଗୁଡ଼ିକରେ ତାଙ୍କର ଦୀର୍ଘ ଅନୁପସ୍ଥିତି, ମଦ…

ଅର୍ଦ୍ଧାଧିକ ଦେଶ ସ୍କୁଲରେ ଫୋନ୍‌ ନିଷେଧ କଲେଣି: ୟୁନେସ୍କୋ

ନୂଆଦିଲ୍ଲୀ,୨୩ା୩(ପି.ଟି.): ଶ୍ରେଣୀଗୃହରେ ପିଲାମାନଙ୍କ ଧ୍ୟାନ ହ୍ରାସ ପାଇବା ସହ ଇଣ୍ଟରନେଟ୍‌, ସୋସିଆଲ ମିଡିଆ ଏବଂ ମେସେଜିଂ ଆପ୍‌ ଜରିଆରେ ସେମାନଙ୍କୁ ଡରାଇବା, ଅପମାନିତ କରିବା ଓ ବଦନାମ କରିବା…

ମଧ୍ୟପ୍ରାଚ୍ୟ ଯୁଦ୍ଧ: ମୋଦିଙ୍କ ଅଧ୍ୟକ୍ଷତାରେ ୩ଘଣ୍ଟା ଧରି ବସିଲା ଉଚ୍ଚସ୍ତରୀୟ ବୈଠକ, ତେଲ-ଗ୍ୟାସ ନେଇ ଦେଲେ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ…

ଛାତିଥରା କାହାଣୀ, ପ୍ରେମିକ ସହ ମିଶି ଶାଶୁଙ୍କୁ ହତ୍ୟା କଲେ ୪୪ ବର୍ଷୀୟ ବୋହୂ

ଲକ୍ଷ୍ନୌ,୨୨।୩: ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ, ଜଣେ ୬୫ବର୍ଷୀୟା ମହିଳାଙ୍କୁ ତାଙ୍କ ନିଜ ଘର ଭିତରେ ଗଳାକାଟି ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଛି । ଲକ୍ଷ୍ନୌ…

ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଆକ୍ସନରେ ମୋଦି!

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ବିଶ୍ୱବ୍ୟାପୀ ଚିନ୍ତାକୁ ବୃଦ୍ଧି କରିଛି। ଗତ ୨୩ ଦିନ ଧରି ଇରାନ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଶତ୍ରୁତା ଲାଗି ରହିଛି।…

ଇଣ୍ଡୋ-ପ୍ରଶାନ୍ତ ମହାସାଗରରେ ଧମକ ଦେଲା ଭାରତ, ଦମ୍‌ ଦେଖାଇଲା INS ନୀଳଗିରି

ନୂଆଦିଲ୍ଲୀ,୨୨।୩: ଭାରତ-ପ୍ରଶାନ୍ତ (ଇଣ୍ଡୋ-ପ୍ୟାସିଫିକ)ମହାସାଗରୀୟ କ୍ଷେତ୍ରରେ ଭାରତର ବଢୁଥିବା ଶକ୍ତି ଏବେ ସ୍ପଷ୍ଟ ଭାବରେ ଦେଖା ଗଲାଣି। ଭାରତୀୟ ନୌସେନାର ଉଚ୍ଚ-ପ୍ରଯୁକ୍ତି ଯୁଦ୍ଧଜାହାଜ, INS ନୀଳଗିରି, ଅଷ୍ଟ୍ରେଲିଆରେ ଚାଲିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri