Posted inଜାତୀୟ

ଭାଜପାର ନୋଟିସ୍‌କୁ ନେଇ ଜୟନ୍ତ ସିହ୍ନାଙ୍କ ବଡ଼ ବୟାନ; ମତଦାନ, ଦଳୀୟ ପ୍ରଚାରଠାରୁ ଦୂରରେ ରହିବାକୁ ନେଇ କହିଲେ…

ନ୍ନୂଆଦିଲ୍ଲୀ,୨୩।୫: ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ଭାଜପାର ଭେଟେରାନ ନେତା ଜୟନ୍ତ ସିହ୍ନା ଦଳର କାରଣ ଦର୍ଶାଅ ନୋଟିସ୍‌କୁ ନେଇ ପ୍ରତିକ୍ରିୟା ରଖିଛନ୍ତି। ସେ ଏହି ନୋଟିସ୍‌ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିବା କହିଛନ୍ତି। ତେବେ ତାଙ୍କୁ ଚଳିତ ଲୋକ ସଭା ନିର୍ବାଚନରେ କାହିଁକି ଭୋଟ ଦେଇନାହାନ୍ତି ଏବଂ ନିର୍ବାଚନ ପ୍ରଚାରରେ ଅଂଶଗ୍ରହଣ କରିନାହାନ୍ତି ବୋଲି ପଚରାଯାଇଥିଲା। ଭାଜପାର ଝାଡ଼ଖଣ୍ଡର ସାଧାରଣ ସମ୍ପାଦକ ଆଦିତ୍ୟ ସାହୁ ଏହି ନୋଟିସ୍‌ ଜାରି କରିଥିଲେ। ଏହାର ଜବାବ ଦେଇ ବ୍ୟକ୍ତିଗତ ପ୍ରତିଶ୍ରୁତି ପାଇଁ ବିଦେଶରେ ଥିବାରୁ ପୋଷ୍ଟାଲ ବାଲାଟ ମାଧ୍ୟମରେ ସେ ନିଜର ଭୋଟ ଦେଇଥିବା ସିହ୍ନା କହିଛନ୍ତି ।

ଝାଡ଼ଖଣ୍ଡ ହଜାରିବାଗ ଆସନରୁ ବର୍ତ୍ତମାନର ଏମ୍‌ପି ସିହ୍ନା ଆଦିତ୍ୟ ସାହୁଙ୍କୁ ଦୁଇ ପୃଷ୍ଠାର ଚିଠି ଲେଖି କହିଛନ୍ତି, ଆପଣଙ୍କ ଚିଠି ପାଇ ବହୁତ ଆଶ୍ଚର୍ଯ୍ୟ ହେଲି। ଏହା ଗଣମାଧ୍ୟମରେ ପ୍ରକାଶ ପାଇଥିବା ଜାଣି ଆହୁରି ଚକିତ ହୋଇଗଲି। ମୁଁ ୨୦୨୪ ମାର୍ଚ୍ଚ ୨ରେ ଲୋକ ସଭା ନିର୍ବାଚନରେ ଭାଗ ନେଇପାରିବି ନାହିଁ ବୋଲି ଘୋଷଣା କରିଥିଲି। ଏନେଇ ମୁଁ ଭାଜପା ଅଧ୍ୟକ୍ଷ ଜେ ପି ନଡ୍ଡାଙ୍କ ସହ କଥା ହୋଇଥିଲି। ସ୍ବୀକୃତି ମିଳିବା ପରେ ହିଁ ସେ ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା ନ କରିବାକୁ ନିଷ୍ପତ୍ତି ନେଇଥିଲି।

ଦଳ ଲୋକ ସଭା ନିର୍ବାଚନ ପାଇଁ ମନୀଷ ଜୈସଓ୍ବାଲଙ୍କୁ ପ୍ରାର୍ଥୀ ଘୋଷଣା କରିଥିଲା। ମୁଁ ମାର୍ଚ୍ଚ ୮ରେ ଅଭିନନ୍ଦନ ଜଣାଇଥିଲି, ଏହା ମୋର ସମର୍ଥନର ପ୍ରମାଣ ଥିଲା। ଏହି ସମୟରେ ଦଳ ଯଦି ଚାହୁଁଛି ଯେ ମୁଁ କୌଣସି ପ୍ରକାର ନିର୍ବାଚନ କାର୍ଯ୍ୟକଳାପରେ ଭାଗ ନେବି, ତେବେ ସେମାନେ ମୋ ସହ ଯୋଗାଯୋଗ କରିଥାନ୍ତେ। ହେଲେ ସେଭଳି କିଛି ହୋଇନାହିଁ। ମୋତେ କୌଣସି ଦଳୀୟ କାର୍ଯ୍ୟକ୍ରମ, ସମାବେଶ କିମ୍ବା ସାଂଗଠନିକ ବୈଠକକୁ ନିମନ୍ତ୍ରଣ କରାଯାଇନାହିଁ। ଯଦି ବାବୁଲାଲ ମାରାଣ୍ଡି ମୋତେ କାର୍ଯ୍ୟକ୍ରମରେ ସାମିଲ କରିବାକୁ ଚାହୁଁଛନ୍ତି, ସେ ନିଶ୍ଚିତ ଭାବରେ ମୋତେ ନିମନ୍ତ୍ରଣ କରିଥାନ୍ତେ, ହେଲେ ସେ ତାହା କରି ନ ଥିବା ଜୟନ୍ତ ମଧ୍ୟ କହିଛନ୍ତି।

ଲୋକ ସଭା ବାଚସ୍ପତିଙ୍କୁ ଜଣାଇବା ପରେ ମୁଁ କିଛି ବ୍ୟକ୍ତିଗତ ପ୍ରତିଶ୍ରୁତି ହେତୁ ମେ’ ୧୦ରେ ବିଦେଶ ଯାଇଥିଲି। ଯେହେତୁ ପାର୍ଟି ମୋତେ କୌଣସି କାର୍ଯ୍ୟକ୍ରମରେ ନିମନ୍ତ୍ରଣ କରି ନ ଥିଲା, ତେଣୁ ମୁଁ ସେଠାରେ ରହିବାର ଆବଶ୍ୟକତା ଦେଖିଲି ନାହିଁ। ଯିବା ପୂର୍ବରୁ ମୁଁ ଡାକ ଭୋଟ ପ୍ରକ୍ରିୟା ମାଧ୍ୟମରେ ମୋର ଭୋଟ ଦେଇଥିଲି, ତେଣୁ ମୋର ଭୋଟ କର୍ତ୍ତବ୍ୟ ପାଳନ କରି ନାହିଁ ବୋଲି ଅଭିଯୋଗ କରିବା ଭୁଲ। ବିଗତ ଅନେକ ଦଶନ୍ଧି ମଧ୍ୟରେ, ମୁଁ ଅନେକ ଗୁରୁତ୍ୱପୂର୍ଣ୍ଣ ତଥା ଅର୍ଥପୂର୍ଣ୍ଣ ଜାତୀୟ ନୀତିଗତ ପଦକ୍ଷେପରେ ଦଳକୁ ସାହାଯ୍ୟ କରିଛି। ଏହି ପଦବୀଗୁଡିକ ଧରିଥିବାବେଳେ ମୋର କାର୍ଯ୍ୟକୁ ପ୍ରଶଂସା କରାଯାଇଛି। ମୁଁ ଦଳର ସମସ୍ତ ଦାୟିତ୍ୱକୁ ପୂର୍ଣ୍ଣ ନିଷ୍ଠା ଏବଂ ସଚ୍ଚୋଟତା ସହିତ ପୂରଣ କରିଛି। ଏହାସତ୍ତ୍ୱେ ଆଦିତ୍ୟ ସାହୁଙ୍କ ତରଫରୁ କାରଣ ଦର୍ଶାଅ ନୋଟିସ ପ୍ରଚାର କରିବା ବିଷୟରେ ସେ କହିଛନ୍ତି, ‘ଏହି ଚିଠିକୁ ସର୍ବସାଧାରଣରେ ପ୍ରକାଶ କରିବା ମୋ ଦୃଷ୍ଟିରେ ଅନୁଚିତ। ଉତ୍ସର୍ଗୀକୃତ କାର୍ଯ୍ୟକର୍ତ୍ତାଙ୍କୁ ନିରାଶ କରିବା ବ୍ୟତୀତ ଏହି ମନୋଭାବ ଦଳର ସାମୂହିକ ଉଦ୍ୟମକୁ ମଧ୍ୟ ଦୁର୍ବଳ କରିବାକୁ ଯାଉଛି। ଅଧିକନ୍ତୁ, ଦଳ ପ୍ରତି ମୋର ବିଶ୍ୱସ୍ତତା ଏବଂ କଠିନ ପରିଶ୍ରମ ସତ୍ତ୍ୱେ ମୋତେ ଅନ୍ୟାୟ କରାଯାଇ ଟାର୍ଗେଟ କରାଯାଇଛି ବୋଲି ଜୟନ୍ତ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମଧ୍ୟପ୍ରାଚ୍ୟ ସଙ୍କଟ ମଧ୍ୟରେ ବଡ଼ କଥା କହିଦେଲେ ମୋଦି; LPGକୁ ପ୍ରାଥମିକତା, ତେଲକୁ ନେଇ କହିଲେ…

ନୂଆଦିଲ୍ଲୀ,୨୩।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ସମ୍ପର୍କରେ ଲୋକସଭାରେ ଅଭିଭାଷଣ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ଅଭିଭାଷଣରେ କହିଛନ୍ତି, ପଶ୍ଚିମ ଏସିଆରେ…

ନନ୍ଦପୁର ପୋଲିସକୁ ସଫଳତା, ସମ୍ବାଇ ଜଙ୍ଗଲରୁ ମିଳିଲା ଗୁଣ୍ଠାପୁଟରୁ ଚୋରି ବୋଲେରୋ

ନନ୍ଦପୁର,୨୩।୩(ତୁଷାର କାନ୍ତ ମହାନ୍ତି): ଗାଡ଼ି ଚୋରି ଘଟଣାରେ କୋରାପୁଟ ଜିଲା ନନ୍ଦପୁର ଥାନା ପୋଲିସକୁ  ସଫଳତା ମିଳିଛି । ଗତ ୧୫ ତାରିଖ ରବିବାର ରାତ୍ର ଗୁଣ୍ଠାପୁଟ…

ଘରେ ବିଲେଇ ରଖିବାକୁ ନେଇ ଘରେ ହେଉଥିଲା ଯୁକ୍ତିତର୍କ, ଜିଦିରେ ଜୀବନ ହାରିଦେଲେ ଡାକ୍ତର

ନୂଆଦିଲ୍ଲୀ,୨୩।୩: ହାଇଦ୍ରାବାଦର ଆଲୱାଲ ଅଞ୍ଚଳରେ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ଯେଉଁଠାରେ ଜଣେ ୨୩ ବର୍ଷୀୟା ଏମବିବିଏସ ଡାକ୍ତର ବିଲେଇ ପାଇଁ ଆତ୍ମହତ୍ୟା କରିଛନ୍ତି ।…

ଉତ୍କଟ ହେବାକୁ ଯାଉଛି ଗ୍ୟାସ ସଙ୍କଟ, ୧୪.୨ କିଲୋଗ୍ରାମ ସିଲିଣ୍ଡରରେ ଆଗକୁ ମିଳିବ ମାତ୍ର ଏତିକି କିଲୋ ଗ୍ୟାସ! ପ୍ରସ୍ତୁତ ହେଲାଣି ‘ପ୍ଲାନ ବି’

ନୂଆଦିଲ୍ଲୀ,୨୩।୩: ଆମେରିକା ଏବଂ ଇରାନ ମଧ୍ୟରେ ସଂଘର୍ଷ ହେତୁ ହର୍ମୁଜ ପ୍ରଣାଳୀ ଅବରୋଧ ହେବା ଯୋଗୁ ଭାରତର ତୈଳ ଏବଂ ଗ୍ୟାସ ଯୋଗାଣ ଗୁରୁତର ଭାବରେ ବାଧାପ୍ରାପ୍ତ…

ଭାଜପାରେ ଯୋଗଦେବେ କି ରାଘବ ଚଢା: ସବୁ ଖୋଲି କହିଦେଲେ ସଂଜୟ ସିଂହ

ନୂଆଦିଲ୍ଲୀ,୨୩।୩: ଆମ ଆଦମୀ ପାର୍ଟି (ଆପ)ର ଏମ୍‌ପି ରାଘବ ଚଢା ଦଳ ଛାଡ଼ିବେ ବୋଲି ଜୋରସୋରରେ ଚର୍ଚ୍ଚା ଛାଲିଛି। ଦଳୀୟ କାର୍ଯ୍ୟକ୍ରମଗୁଡ଼ିକରେ ତାଙ୍କର ଦୀର୍ଘ ଅନୁପସ୍ଥିତି, ମଦ…

ଆଦିବାସୀ ସାଧ୍ବୀ ପଦ୍ମଶ୍ରୀ ପୂର୍ଣ୍ଣମାସୀ ଯାନୀ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

ଫୁଲବାଣୀ,୨୩।୩ (ରାକେଶ କୁମାର ରାଉତ): ଆଦିବାସୀ ସାଧ୍ବୀ ପଦ୍ମଶ୍ରୀ ପୂର୍ଣ୍ଣମାସୀ ଯାନୀ ଅସୁସ୍ଥ । ତାଙ୍କୁ ପ୍ରଥମେ ଖଜୁରୀପଡା ମେଡିକାଲରେ ଭର୍ତ୍ତି କରାଯିବା ପରେ ଫୁଲବାଣୀ ଜିଲା…

୨୮ ଯାଏ ଝଡ଼ବର୍ଷା: ୟେଲୋ ଓ୍ବାର୍ନିଂ ଜାରି

ଭୁବନେଶ୍ୱର, ୨୩ା୩ (ବନ୍ଦନା ସେଠୀ):ଗତ କିଛିଦିନ ଧରି ବିଭିନ୍ନ ସ୍ଥାନରେ ଲାଗି ରହିଥିବା ଝଡ଼ବର୍ଷାର ପ୍ରଭାବ କମିଥିଲେ ହେଁ କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା…

ରେଳ ଲାଇନ ପାର୍ ହେଉଥିବା ବେଳେ ମହିଳାଙ୍କୁ ପିଟିଦେଲା ଟ୍ରେନ, ତାପରେ…

କୋରାପୁଟ,୨୩।୩ ( ଅମିତାଭ ବେହେରା ): କୋରାପୁଟ ସହରର ଉପକଣ୍ଠରେ ସୋମବାର ସକାଳେ ଏକ ଦୁଃଖଦ ଘଟଣା ଘଟିଛି । ରେଳ ଧକ୍କାରେ ଜଣେ ମହିଳାଙ୍କ ଜୀବନ ଚାଲିଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri