ମୋତେ ମାରି ସାରିଲଣି, ଏବେ ମୁଁ ମଲା ମଣିଷର ଜୀବନ ବଞ୍ଚିଛି: ଅନୁଭବ

କଟକ ଅଫିସ,୭।୬: ପୁଣି ଅଭିନେତା ତଥା ବିଜେଡି ଏମ୍‌ପି ଅନୁଭବ ମହାନ୍ତିଙ୍କ ଆଉ ଏକ ଭିଡିଓ ଚର୍ଚ୍ଚାରେ। ସୋମବାର ଏକ ଭିଡିଓରେ ମିଥ୍ୟା ଖବର ଛାପିବା ତଥା ଅପଲୋଡ୍‌ କରୁଥିବା ନ୍ୟୁଜ ପୋର୍ଟାଲ ଏବଂ ୟୁଟ୍ୟୁବ୍‌ ଚ୍ୟାନେଲଗୁଡିକୁ ସେ ଟାର୍ଗେଟ କରିଥିବା ବେଳେ ମଙ୍ଗଳବାର ଭିନ୍ନ ପ୍ରସଙ୍ଗ ଉଠାଇଛନ୍ତି। ୟୁଟ୍ୟୁବ୍‌ରେ ଅନୁଭବଙ୍କ ନାମରେ ଥିବା ପେଜ୍‌ରେ ଭିଡିଓଟି ଅପ୍‌ଲୋଡ୍‌ ହୋଇଛି।

ଭିଡିଓରେ ଅନୁଭବ ଦୀର୍ଘ ଦିନ ଧରି ନିଜ ମନ ତଳେ ଚାପି ହୋଇ ରହିଥିବା କୋହକୁ ବ୍ୟକ୍ତ କରି କହିଛନ୍ତି, ‘ତୁମେ ମୋତେ ମାରି ସାରିଲଣି । ମରିବାକୁ ନେଇ ଆଉ ଡରାଅ ନାହିଁ। ମୁଁ ଗୋଟିଏ ମଲା ମଣିଷ। ମୁଁ ଏବେ ଗୋଟିଏ ମଲା ମଣିଷର ଜୀବନ ବଞ୍ଚିଛି । ହେଲେ ସମସ୍ତଙ୍କ ପରି ମୋର ବି ଶେଷ ଇଚ୍ଛା ଅଛି। ମୁଁ ବି ବଞ୍ଚିବାକୁ ଚାହେଁ। ମୁଁ ବହୁତ ବୋଝ ନେଲିଣି। ମୋତେ ମାରି ସାରିଲଣି । ମୁଁ ସବୁବେଳେ ବଞ୍ଚିବାକୁ ଚାହୁଁଥିଲି । ମୁଁ ଆଶା କରୁଛି ମୋର ଏହି ଶେଷ ଇଚ୍ଛା ପୂରଣ ହେବ । ଏହାପରେ ମୁଁ ଆଉ କିଛି କହି ପାରିବିନି । କାରଣ ମୋ ପାଟି ସିଲ୍‌ ହୋଇ ଯାଇଛି। ଯାହା ବି ସମସ୍ୟା ଆସିବ ସେସବୁର ମୁଁ ସାମ୍ନା କରିବା ପାଇଁ ପ୍ରସ୍ତୁତ ଅଛି । ଦିନେ ନା ଦିନେ ସୂର୍ଯ୍ୟୋଦୟ ହେବ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ସ୍ତ୍ରୀ ବର୍ଷା ପ୍ରିୟଦର୍ଶନୀଙ୍କ ବିରୋଧରେ ସୋସିଆଲ ମିଡିଆରେ ଭିଡିଓ ଛାଡ଼ିବା ପରେ ସେ ସାଇବର ଥାନାରେ ଅନୁଭବଙ୍କ ନାମରେ ମାନହାନୀ ହେଉଥିବା ନେଇ ଅଭିଯୋଗ ସହ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହି ମାମଲାର ଶୁଣାଣି କରି କୋର୍ଟ ଦୁଇଜଣଙ୍କୁ ସୋସିଆଲ ମିଡିଆରେ ଟିପ୍ପଣୀ ନ କରିବାକୁ ତାଗିଦ୍‌ କରିଥିଲେ। ଏହାପରଠାରୁ ଅନୁଭବ ଭିଡିଓ ପୋଷ୍ଟ କରୁଥିଲେ ହେଁ ବର୍ଷାଙ୍କୁ ସିଧାସଳଖ ଟାର୍ଗେଟ କରୁନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୋହନ ସରକାରଙ୍କ ଅମଳରେ ପଛେଇଗଲା ଓଡ଼ିଶା, ବେକାରୀ ବୃଦ୍ଧି: ବିଜେଡିର ସାଂଘାତିକ ଅଭିଯୋଗ

ଭୁବନେଶ୍ୱର,୨୨।୧୨: ଓଡ଼ିଶାରେ ଶାସନ କରୁଥିବା ଭାଜପା ସରକାରଙ୍କୁ ଅର୍ଥନୈତିକ ବିଫଳତା ପ୍ରସଙ୍ଗରେ ଘେରିଛି ବିରୋଧୀ ବିଜୁ ଜନତା ଦଳ (ବିଜେଡି)। ରାଜ୍ୟର ଅଭିବୃଦ୍ଧି ହାର କମିବା...

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

MGNREGA ନାମ ବଦଳାଇବା ବିବାଦ: ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ, କେନ୍ଦ୍ର ସରକାରଙ୍କୁ ଦେଲା ଚେତାବନୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ନାମକୁ କେନ୍ଦ୍ର ସରକାର ଇତିମଧ୍ୟରେ ବଦଳାଇଛନ୍ତି। ଏଥିସହ ନୂଆ ଯୋଜନାରେ ବ୍ୟାପକ...

ଭଞ୍ଜନଗର ଏନ୍‌ଏସିକୁ ମିଳିଲା ମ୍ୟୁନିସିପାଲଟି ମାନ୍ୟତା: ମିଶିବ ଏହି ସବୁ ଗାଁ, ଖୁସିରେ ଅଞ୍ଚଳବାସୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନ୍‌ଏସିକୁ ସୋମବାରଠାରୁ ବିଧିବଦ୍ଧ ଭାବେ ମ୍ୟୁନିସିପାଲଟି ମାନ୍ୟତା ମିଳିଛି। ସେହିଭଳି ଜଗନ୍ନାଥପ୍ରସାଦ ପଞ୍ଚାୟତକୁ ଏନ୍‌ଏସି ମାନ୍ୟତା ମିଳିଛି। ଆଜି...

ହାଇଦ୍ରାବାଦରୁ ଫେରିଲେ ମୁଖ୍ୟମନ୍ତ୍ରୀ, ଚିଠି ଏପରି କହିଲେ ଧର୍ମେନ୍ଦ୍ର

ଭୁବନେଶ୍ୱର,୨୨।୧୨: ଓଡ଼ିଶା ରାଜ୍ୟ ପଛୁଆ ବର୍ଗ କମିଶନ (OSCBC) ର ପୁନର୍ଗଠନ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବ୍ୟକ୍ତିଗତ...

ଦିନକ ପରେ ବରଗଡ଼ ଧନୁଯାତ୍ରା: ମହୋତ୍ସବକୁ ନେଇ ଏମିତି କହିଲେ ଜିଲାପାଳ

ବରଗଡ,୨୨।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ୭୮ତମ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଆଉ ମାତ୍ର ଦିନେ ବାକି। ଆସନ୍ତା ୨୪ତାରିଖରୁ ଏହି ମହୋତ୍ସବ ଆରମ୍ଭ ହେବ।...

ଲିକ୍‌ ହୋଇ ଫାଟିଲା ରନ୍ଧନ ଗ୍ୟାସ୍‌ ସିଲିଣ୍ଡର, ଘରେ ଥିଲେ…

କୋକସରା,୨୨।୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଟେମରା ଗ୍ରାମରେ ରନ୍ଧନ ଗ୍ୟାସ୍‌ ଲିକେଜ ହୋଇ ନିଆଁ ଲାଗି ଯିବାରୁ ୪ ଜଣ ଗୁରୁତର...

ଦିଗପହଣ୍ଡିରେ ‘ଆସ ସ୍କୁଲ ଯିବା’ ସଚେତନତା ସଭା ଅନୁଷ୍ଠିତ

ଦିଗପହଣ୍ଡି,୨୨।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ମଧୁବିଦ୍ୟାପୀଠ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ‘ଆସ ସ୍କୁଲ ଯିବା’ ସଚେତନତା ସଭା ସୋମବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri