ତାମିଲବାବୁଙ୍କୁ ଧନ୍ୟବାଦ ଦେଲେ ଭାଜପା ନେତା: କହୁ କହୁ କହିଦେଲେ….

ଭୁବନେଶ୍ୱର, ୬।୯(ସୁନିତ୍‌ ମିଶ୍ର):କୃଷି ଓ କୃଷକ ଶସକ୍ତୀକରଣ ବିଭାଗର ଖର୍ଚ୍ଚଦାବି ଆଲୋଚନା ବେଳେ ବିରୋଧୀ ଓ ଶାସକ ଦଳ ସଦସ୍ୟମାନେ କଥା କଟାକଟି ହେବା ଦୃଶ୍ୟ ଦେଖିବାକୁ ମିଳିଛି। ଏହି ଆଲୋଚନା ସମୟରେ ଶାସକ ଦଳ ସଦସ୍ୟ ବିଭୂତି ଭୂଷଣ ପ୍ରଧାନଙ୍କ ବକ୍ତବ୍ୟକୁ ନେଇ ଚର୍ଚ୍ଚା ଜୋର୍‌ ଧରିଥିଲା। ସେ ବିଭାଗ ସମ୍ବନ୍ଧୀୟ ବହୁ ବିଷୟରେ ଆଲୋଚନା କରିବା ସହ ପୂର୍ବ ସରକାରକୁ ଟାର୍ଗେଟ କରିଥିଲେ। ସେ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ବିଜେଡି ସରକାରରେ ଜଣେ ଛାୟା, ଜଣେ କାୟା ମୁଖ୍ୟମନ୍ତ୍ରୀ ଥିଲେ। ଛାୟା ମୁଖ୍ୟମନ୍ତ୍ରୀ ସାଜିଥିବା ଜଣେ ଅଫିସର କେବେହେଲେ ବିଧାନସଭା ଆସିନାହାନ୍ତି। କାୟା ମୁଖ୍ୟମନ୍ତ୍ରୀ କେବେ ବିଧାନସଭାକୁ ଆସନ୍ତି ନାହିଁ, ଯାହା ଆମେ ଟିଭିରେ ଦେଖିଛୁ। ବିଧାନସଭାରେ କିଛିଦିନ ହେଲା ୨୪ ବର୍ଷ, ତାମିଲ, ଅଣଓଡ଼ିଆ, ଓଡ଼ିଆ ଅସ୍ମିତା ଶବ୍ଦ ବାରମ୍ବାର ଶୁଣିବାକୁ ମିଳୁଛି; ଯାହାକି ଗିନିଜ ବୁକ୍‌ ରେକର୍ଡରେ ବୋଧହୁଏ ସ୍ଥାନ ପାଇବ। ଆମେ ଏହା ଆଗକୁ ୫ ବର୍ଷ ପର୍ଯ୍ୟନ୍ତ ଏମିତି କହିବୁ। କିନ୍ତୁ ତାମିଲର ମାନେ ସମସ୍ତ ତାମିଲଙ୍କୁ କହୁନାହୁଁ। ସେହିପରି ଅଣଓଡ଼ିଆ କହି ସବୁ ଅଣ ଓଡ଼ିଆଙ୍କୁ ଆକ୍ଷେପ କରୁନାହୁଁ। ସେହି ତାମିଲବାବୁଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛୁ କାରଣ ତାଙ୍କ ଲାଗି ରାଜ୍ୟରେ ଆଜି ଭାଜପା ସରକାରକୁ ଆସିଛି। ଥରେ ଦେଖିଥିଲି ଏକ ପେପରରେ ଲେଖାଯାଇଥିଲା ‘କୋଣାର୍କର ସ୍ଥାୟିତ୍ୱ ଢଳେଇର ଦାୟିତ୍ୱ’। ସେମିତି ‘ଭାଜପାର ସ୍ଥାୟିତ୍ୱ ତାମିଲବାବୁଙ୍କ ଦାୟିତ୍ୱ’ ବୋଲି ସେ କହିଛନ୍ତି।

ସଦସ୍ୟ ପ୍ରଦୀପ କୁମାର ଦିଶାରୀ କହିଛନ୍ତି, ବଜେଟରେ ଯେଉଁଭଳି ବ୍ୟୟବରାଦ ହେବା କଥା ହୋଇନାହିଁ। ପୂର୍ବ ସରକାର ମାଣ୍ଡିଆ ଉତ୍ପାଦନ ଲାଗି ବହୁ ପଦକ୍ଷେପ ନେଇଥିଲେ। ସେକଥା ସମସ୍ତେ ଭଲ ଭାବେ ଜାଣନ୍ତି। ବିଜେଡି ସରକାର ସମୟରେ ମାଣ୍ଡିଆକୁ ଅନ୍ତର୍ଜାତୀୟ ସ୍ତରରେ ପହଞ୍ଚାଯାଇପାରିଥିଲା। ଏବେ ଏହାକୁ ଆହୁରି ବ୍ୟାପକ କରାଯିବା ଦରକାର। ଚାଷୀଙ୍କୁ ସୁଲଭ ମୂଲ୍ୟରେ ୟୁରିଆ ଯୋଗାଇ ଦିଆଯିବା ଦରକାର ବୋଲି ସେ କହିଛନ୍ତି। ଶାସକ ଦଳ ସଦସ୍ୟ ସୁଧୀର ରଞ୍ଜନ ପାଟ୍ଟଯୋଶୀ କହିଛନ୍ତି, ଓଡ଼ିଆ ଲୋକଙ୍କ ବଞ୍ଚିବାର ମାଧ୍ୟମ ଚାଷ। ପୂର୍ବ ସରକାର ଅମଳରେ କୃଷକ ସମାଜ ବହୁ ଅବହେଳିତ ହୋଇଛି। ବିଧାୟକ ପ୍ରତାପ ଚନ୍ଦ୍ର ନାଏକ କହିଛନ୍ତି, ସରକାରଙ୍କ ଦାୟିତ୍ୱ ସହିତ ଚାଷୀଙ୍କ ସମସ୍ୟା ବୁଝିବା ଆମମାନଙ୍କ କର୍ତ୍ତବ୍ୟ। ବାସ୍ତବରେ ଚଷାକୁ ଯାହା ଆବଶ୍ୟକତା ରହିଛି ତାକୁ ଯୋଗାଇଦେବା ଦିଗରେ ଆମମାନଙ୍କୁ କାମ କରିବାକୁ ପଡ଼ିବ। ଚଷା ତା’ର ଚାଷ କାମ ଆରମ୍ଭ କରିବା ଦିନଠାରୁ ହିଁ ସଂଘର୍ଷ କରିବା ଆରମ୍ଭ କରିଦିଏ। ଧାନଚାଷ କରିବା ସମୟରେ ଚାଷୀ ପାଖରେ ଟଙ୍କା ନ ଥାଏ। ଋଣରେ ଟଙ୍କା ଆଣି ସେ ଚାଷ କାମ କରିଥାଏ। ଏହାକୁ ଧ୍ୟାନରେ ରଖି ପ୍ରଧାନମନ୍ତ୍ରୀ କିଷାନ ସମ୍ମାନନିଧି ଯୋଜନା କେନ୍ଦ୍ର ସରକାର ଆରମ୍ଭ କରିଛନ୍ତି, ଯାହା ସ୍ବାଗତଯୋଗ୍ୟ ବୋଲି ସେ କହିଛନ୍ତି। ଶାସକ ଦଳ ସଦସ୍ୟ ସିଦ୍ଧାନ୍ତ ମହାପାତ୍ର କହିଛନ୍ତି, ଜଳବାୟୁ ପରିବର୍ତ୍ତନ ନେଇ ସାରା ବିଶ୍ୱ ବର୍ତ୍ତମାନ ଚିନ୍ତିତ। ଏଠାରେ ବି ଯାହା ପ୍ଲାଷ୍ଟିକ୍‌ ବୋତଲ ବ୍ୟବହାର ହେଉଛି ତାକୁ ମଧ୍ୟ ବନ୍ଦ କରିବା ଦରକାର ବୋଲି ସେ କହିଛନ୍ତି। ବିଧାୟକ ଅଶୋକ କୁମାର ମହାନ୍ତି କହିଛନ୍ତି, ପୂର୍ବ ସରକାର ବାସ୍ତବରେ ଯଦି ଚାଷକୁ ଗୁରୁ୍‌ତ୍ୱ ଦେଇଥାଆନ୍ତେ ତେବେ ଯାହା କହିଥିଲେ ରାଜ୍ୟରେ ୩୫% ଜମିକୁ ଜଳସେଚନ କରିବେ ତାହା ନିଶ୍ଚିତ କରିଥାଆନ୍ତେ। କୋଉ ସଂସ୍ଥାଠାରୁ ପ୍ରାୟୋଜିତ କୃଷି କର୍ମଣ ପୁରସ୍କାର ଯୋଗାଡ଼ କରି ବାହାବା ନେଇ ନ ଥାଆନ୍ତେ। ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ କହିଛନ୍ତି, ପୂର୍ବ ସରକାର କହୁଥିଲା ଅଣ୍ଡା, କୁକୁଡ଼ା, ମାଛ, ଆମ୍ବ, କ୍ଷୀର ସବୁ ଉତ୍ପାଦନରେ ଓଡ଼ଶା ସ୍ବାବଲମ୍ବୀ। ହେଲେ ବାସ୍ତବରେ ଏହିସବୁ ଜିନିଷ ଆନ୍ଧ୍ରରୁ ଆମଦାନୀ ହେଉଛି। ଆଳୁ ମିଶନ କରିବ ବୋଲି କହି ୧୦୦ କୋଟି ଟଙ୍କା ଆଲୋକେଶନ କରିଥିଲେ। ହେଲେ ଆଳୁ ମିଶନରେ ଫେଲ୍‌ ହେଲେ ବୋଲି ସେ କହିଛନ୍ତି। ବିଧାୟକ ଭାଦବ ହଁାସଦା କହିଛନ୍ତି, ଧାନ ଉତ୍ପାଦନରେ ଓଡ଼ିଶା ଦେଶରେ ୪ର୍ଥ ସ୍ଥାନରେ ରହିଛି। ମୟୂରଭଞ୍ଜ ଜିଲାରେ ଅଧିକ ଶୀତଳଭଣ୍ଡାକର ହେବାର ଆବଶ୍ୟକତା ରହିଛି। ସରକାର ୫୮ଟି ସବ୍‌ଡିଭିଜନରେ ଯେଉଁ ଶୀତଳଭଣ୍ଡାର କରିବାକୁ ଲକ୍ଷ୍ୟ ରଖିଛନ୍ତି ସେଥିରେ ମୟୂରଭଞ୍ଜକୁ ମଧ୍ୟ ସାମିଲ କଲେ ଜିଲାବାସୀ ବହୁ ଉପକୃତ ହେବେ। ରାଜ୍ୟରେ ଆଳୁ ମିଶନ କରାଯାଉ ବୋଲି ସେ କହିଛନ୍ତି। ଶାସକ ଦଳ ସଦସ୍ୟ ସନ୍ତୋଷ ଖଟୁଆ କହିଛନ୍ତି, ଗତ ସରକାରର ଜମା ବି ଦୂରଦୃଷ୍ଟି ନ ଥିଲା। ଆଳୁ ମିଶନ ଏମାନେ କରିଥିଲେ। କ’ଣ ହେଲା, ତାହା ସମ୍ପୂର୍ଣ୍ଣ ଫେଲ୍‌ ହେଲା। ଗତ ସରକାର ସୋଲାର ଅପରେଟେଡ୍‌ ଷ୍ଟୋରେଜ ନିର୍ମାଣ ନ କରିବା କାରଣରୁ ଫେଲ୍‌ ହେଲେ ବୋଲି ଖଟୁଆ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri