ତାମିଲବାବୁଙ୍କୁ ଧନ୍ୟବାଦ ଦେଲେ ଭାଜପା ନେତା: କହୁ କହୁ କହିଦେଲେ….

ଭୁବନେଶ୍ୱର, ୬।୯(ସୁନିତ୍‌ ମିଶ୍ର):କୃଷି ଓ କୃଷକ ଶସକ୍ତୀକରଣ ବିଭାଗର ଖର୍ଚ୍ଚଦାବି ଆଲୋଚନା ବେଳେ ବିରୋଧୀ ଓ ଶାସକ ଦଳ ସଦସ୍ୟମାନେ କଥା କଟାକଟି ହେବା ଦୃଶ୍ୟ ଦେଖିବାକୁ ମିଳିଛି। ଏହି ଆଲୋଚନା ସମୟରେ ଶାସକ ଦଳ ସଦସ୍ୟ ବିଭୂତି ଭୂଷଣ ପ୍ରଧାନଙ୍କ ବକ୍ତବ୍ୟକୁ ନେଇ ଚର୍ଚ୍ଚା ଜୋର୍‌ ଧରିଥିଲା। ସେ ବିଭାଗ ସମ୍ବନ୍ଧୀୟ ବହୁ ବିଷୟରେ ଆଲୋଚନା କରିବା ସହ ପୂର୍ବ ସରକାରକୁ ଟାର୍ଗେଟ କରିଥିଲେ। ସେ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ବିଜେଡି ସରକାରରେ ଜଣେ ଛାୟା, ଜଣେ କାୟା ମୁଖ୍ୟମନ୍ତ୍ରୀ ଥିଲେ। ଛାୟା ମୁଖ୍ୟମନ୍ତ୍ରୀ ସାଜିଥିବା ଜଣେ ଅଫିସର କେବେହେଲେ ବିଧାନସଭା ଆସିନାହାନ୍ତି। କାୟା ମୁଖ୍ୟମନ୍ତ୍ରୀ କେବେ ବିଧାନସଭାକୁ ଆସନ୍ତି ନାହିଁ, ଯାହା ଆମେ ଟିଭିରେ ଦେଖିଛୁ। ବିଧାନସଭାରେ କିଛିଦିନ ହେଲା ୨୪ ବର୍ଷ, ତାମିଲ, ଅଣଓଡ଼ିଆ, ଓଡ଼ିଆ ଅସ୍ମିତା ଶବ୍ଦ ବାରମ୍ବାର ଶୁଣିବାକୁ ମିଳୁଛି; ଯାହାକି ଗିନିଜ ବୁକ୍‌ ରେକର୍ଡରେ ବୋଧହୁଏ ସ୍ଥାନ ପାଇବ। ଆମେ ଏହା ଆଗକୁ ୫ ବର୍ଷ ପର୍ଯ୍ୟନ୍ତ ଏମିତି କହିବୁ। କିନ୍ତୁ ତାମିଲର ମାନେ ସମସ୍ତ ତାମିଲଙ୍କୁ କହୁନାହୁଁ। ସେହିପରି ଅଣଓଡ଼ିଆ କହି ସବୁ ଅଣ ଓଡ଼ିଆଙ୍କୁ ଆକ୍ଷେପ କରୁନାହୁଁ। ସେହି ତାମିଲବାବୁଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛୁ କାରଣ ତାଙ୍କ ଲାଗି ରାଜ୍ୟରେ ଆଜି ଭାଜପା ସରକାରକୁ ଆସିଛି। ଥରେ ଦେଖିଥିଲି ଏକ ପେପରରେ ଲେଖାଯାଇଥିଲା ‘କୋଣାର୍କର ସ୍ଥାୟିତ୍ୱ ଢଳେଇର ଦାୟିତ୍ୱ’। ସେମିତି ‘ଭାଜପାର ସ୍ଥାୟିତ୍ୱ ତାମିଲବାବୁଙ୍କ ଦାୟିତ୍ୱ’ ବୋଲି ସେ କହିଛନ୍ତି।

ସଦସ୍ୟ ପ୍ରଦୀପ କୁମାର ଦିଶାରୀ କହିଛନ୍ତି, ବଜେଟରେ ଯେଉଁଭଳି ବ୍ୟୟବରାଦ ହେବା କଥା ହୋଇନାହିଁ। ପୂର୍ବ ସରକାର ମାଣ୍ଡିଆ ଉତ୍ପାଦନ ଲାଗି ବହୁ ପଦକ୍ଷେପ ନେଇଥିଲେ। ସେକଥା ସମସ୍ତେ ଭଲ ଭାବେ ଜାଣନ୍ତି। ବିଜେଡି ସରକାର ସମୟରେ ମାଣ୍ଡିଆକୁ ଅନ୍ତର୍ଜାତୀୟ ସ୍ତରରେ ପହଞ୍ଚାଯାଇପାରିଥିଲା। ଏବେ ଏହାକୁ ଆହୁରି ବ୍ୟାପକ କରାଯିବା ଦରକାର। ଚାଷୀଙ୍କୁ ସୁଲଭ ମୂଲ୍ୟରେ ୟୁରିଆ ଯୋଗାଇ ଦିଆଯିବା ଦରକାର ବୋଲି ସେ କହିଛନ୍ତି। ଶାସକ ଦଳ ସଦସ୍ୟ ସୁଧୀର ରଞ୍ଜନ ପାଟ୍ଟଯୋଶୀ କହିଛନ୍ତି, ଓଡ଼ିଆ ଲୋକଙ୍କ ବଞ୍ଚିବାର ମାଧ୍ୟମ ଚାଷ। ପୂର୍ବ ସରକାର ଅମଳରେ କୃଷକ ସମାଜ ବହୁ ଅବହେଳିତ ହୋଇଛି। ବିଧାୟକ ପ୍ରତାପ ଚନ୍ଦ୍ର ନାଏକ କହିଛନ୍ତି, ସରକାରଙ୍କ ଦାୟିତ୍ୱ ସହିତ ଚାଷୀଙ୍କ ସମସ୍ୟା ବୁଝିବା ଆମମାନଙ୍କ କର୍ତ୍ତବ୍ୟ। ବାସ୍ତବରେ ଚଷାକୁ ଯାହା ଆବଶ୍ୟକତା ରହିଛି ତାକୁ ଯୋଗାଇଦେବା ଦିଗରେ ଆମମାନଙ୍କୁ କାମ କରିବାକୁ ପଡ଼ିବ। ଚଷା ତା’ର ଚାଷ କାମ ଆରମ୍ଭ କରିବା ଦିନଠାରୁ ହିଁ ସଂଘର୍ଷ କରିବା ଆରମ୍ଭ କରିଦିଏ। ଧାନଚାଷ କରିବା ସମୟରେ ଚାଷୀ ପାଖରେ ଟଙ୍କା ନ ଥାଏ। ଋଣରେ ଟଙ୍କା ଆଣି ସେ ଚାଷ କାମ କରିଥାଏ। ଏହାକୁ ଧ୍ୟାନରେ ରଖି ପ୍ରଧାନମନ୍ତ୍ରୀ କିଷାନ ସମ୍ମାନନିଧି ଯୋଜନା କେନ୍ଦ୍ର ସରକାର ଆରମ୍ଭ କରିଛନ୍ତି, ଯାହା ସ୍ବାଗତଯୋଗ୍ୟ ବୋଲି ସେ କହିଛନ୍ତି। ଶାସକ ଦଳ ସଦସ୍ୟ ସିଦ୍ଧାନ୍ତ ମହାପାତ୍ର କହିଛନ୍ତି, ଜଳବାୟୁ ପରିବର୍ତ୍ତନ ନେଇ ସାରା ବିଶ୍ୱ ବର୍ତ୍ତମାନ ଚିନ୍ତିତ। ଏଠାରେ ବି ଯାହା ପ୍ଲାଷ୍ଟିକ୍‌ ବୋତଲ ବ୍ୟବହାର ହେଉଛି ତାକୁ ମଧ୍ୟ ବନ୍ଦ କରିବା ଦରକାର ବୋଲି ସେ କହିଛନ୍ତି। ବିଧାୟକ ଅଶୋକ କୁମାର ମହାନ୍ତି କହିଛନ୍ତି, ପୂର୍ବ ସରକାର ବାସ୍ତବରେ ଯଦି ଚାଷକୁ ଗୁରୁ୍‌ତ୍ୱ ଦେଇଥାଆନ୍ତେ ତେବେ ଯାହା କହିଥିଲେ ରାଜ୍ୟରେ ୩୫% ଜମିକୁ ଜଳସେଚନ କରିବେ ତାହା ନିଶ୍ଚିତ କରିଥାଆନ୍ତେ। କୋଉ ସଂସ୍ଥାଠାରୁ ପ୍ରାୟୋଜିତ କୃଷି କର୍ମଣ ପୁରସ୍କାର ଯୋଗାଡ଼ କରି ବାହାବା ନେଇ ନ ଥାଆନ୍ତେ। ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ କହିଛନ୍ତି, ପୂର୍ବ ସରକାର କହୁଥିଲା ଅଣ୍ଡା, କୁକୁଡ଼ା, ମାଛ, ଆମ୍ବ, କ୍ଷୀର ସବୁ ଉତ୍ପାଦନରେ ଓଡ଼ଶା ସ୍ବାବଲମ୍ବୀ। ହେଲେ ବାସ୍ତବରେ ଏହିସବୁ ଜିନିଷ ଆନ୍ଧ୍ରରୁ ଆମଦାନୀ ହେଉଛି। ଆଳୁ ମିଶନ କରିବ ବୋଲି କହି ୧୦୦ କୋଟି ଟଙ୍କା ଆଲୋକେଶନ କରିଥିଲେ। ହେଲେ ଆଳୁ ମିଶନରେ ଫେଲ୍‌ ହେଲେ ବୋଲି ସେ କହିଛନ୍ତି। ବିଧାୟକ ଭାଦବ ହଁାସଦା କହିଛନ୍ତି, ଧାନ ଉତ୍ପାଦନରେ ଓଡ଼ିଶା ଦେଶରେ ୪ର୍ଥ ସ୍ଥାନରେ ରହିଛି। ମୟୂରଭଞ୍ଜ ଜିଲାରେ ଅଧିକ ଶୀତଳଭଣ୍ଡାକର ହେବାର ଆବଶ୍ୟକତା ରହିଛି। ସରକାର ୫୮ଟି ସବ୍‌ଡିଭିଜନରେ ଯେଉଁ ଶୀତଳଭଣ୍ଡାର କରିବାକୁ ଲକ୍ଷ୍ୟ ରଖିଛନ୍ତି ସେଥିରେ ମୟୂରଭଞ୍ଜକୁ ମଧ୍ୟ ସାମିଲ କଲେ ଜିଲାବାସୀ ବହୁ ଉପକୃତ ହେବେ। ରାଜ୍ୟରେ ଆଳୁ ମିଶନ କରାଯାଉ ବୋଲି ସେ କହିଛନ୍ତି। ଶାସକ ଦଳ ସଦସ୍ୟ ସନ୍ତୋଷ ଖଟୁଆ କହିଛନ୍ତି, ଗତ ସରକାରର ଜମା ବି ଦୂରଦୃଷ୍ଟି ନ ଥିଲା। ଆଳୁ ମିଶନ ଏମାନେ କରିଥିଲେ। କ’ଣ ହେଲା, ତାହା ସମ୍ପୂର୍ଣ୍ଣ ଫେଲ୍‌ ହେଲା। ଗତ ସରକାର ସୋଲାର ଅପରେଟେଡ୍‌ ଷ୍ଟୋରେଜ ନିର୍ମାଣ ନ କରିବା କାରଣରୁ ଫେଲ୍‌ ହେଲେ ବୋଲି ଖଟୁଆ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ବର ପାଇଁ ନୂଆ ଟିମ୍‌ ନିଯୁକ୍ତ କଲେ ମନମୋହନ, ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭୁବନେଶ୍ୱର,୨୯।୧୨: ଭାଜପା କଲା ବଡ଼ ଘୋଷଣା। ଭୁବନେଶ୍ବର ପାଇଁ ନୂଆ ପଦାଧିକାରୀ ଭାଜପା ନିଯୁକ୍ତି କରିଛି। ୨୧ ପଦାଧିକାରୀଙ୍କୁ ମନମୋହନ ସାମଲ ନିଯୁକ୍ତି ଦେଇଛନ୍ତି। ଭୁବନେଶ୍ବର...

ଲୋକ ସଭା ସାଂସଦଙ୍କ ମହାନତା: ନିଜ ଦରମାରୁ ଜଳଖିଆ ଅନୁଷ୍ଠାନକୁ ଦାନକଲେ ଏକ ଲକ୍ଷ ଟଙ୍କା

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନା ନିକରେ ରହିଥିବା ମା ଏକଟଙ୍କିଆ ଜଳଖିଆ ଅନୁଷ୍ଠାନର ବାର୍ଷିକୋତ୍ସବରେ ସୋମବାର ଅନୁଷ୍ଠିତ ହୋଇଛି। ଅନୁଷ୍ଠାନର ମୁଖ୍ୟ ଉମେଶ ପ୍ରଧାନଙ୍କ...

ମଥୁରା ପରିଭ୍ରମଣରେ ବାହାରି ପୂର୍ତ୍ତ ବିଭାଗରେ ପହଞ୍ଚିଲେ କଂସ ମହାରାଜ, କହିଲେ ପି.ସି ଖାଉଛ, ରାସ୍ତାରେ ଚାଲିପାରୁନି…

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସୋମବାର ଥିଲା ଷଷ୍ଠ ଦିବସ। ଅନ୍ୟଦିନ ଭଳି ରାଜ ମହଲରୁ ମଥୁରା ପରିଭ୍ରମଣରେ ବାହାରିଥିଲେ...

ଦିଲ୍ଲୀ ସାଧାରଣତନ୍ତ୍ର ପରେଡ୍‌ରେ ଯୋଗଦେବେ ପିପୁଲ୍ସ କଲେଜର ୨ ଛାତ୍ରୀ, ପ୍ରଥମଥର ପାଇଁ ହେଲେ ମନୋନୀତ

ବୁଗୁଡା, ୨୯।୧୨(କାଳିଚରଣଦାଶ): ବୁଗୁଡ଼ା ପିପୁଲ୍ସ କଲେଜର ଅଧ୍ୟାପକ ତଥା ଲେଫ୍ଟନାଣ୍ଟ ଅଜୟ କୁମାର ସାହୁଙ୍କ ନିଷ୍ଠାପର ଉଦ୍ୟମ ଯୋଗୁ ବୁଗୁଡା ପିପୁଲ୍ସ କଲେଜର ଦୁଇଜଣ ଏନସିସି...

ଫୁଲ ତୋଳିବାକୁ ଯାଇଥିବାବେଳେ ଘରେ ପଶିଗଲା ଚୋର, ଧରାପଡିବା ପରେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଇପାସ ରୋଡ ଗିରିଧାରୀ ସ୍ବାଇଁଙ୍କ ଘରୁ ସୋମବାର ପ୍ରତ୍ୟୁଷରେ ଜଣେ ଦୁର୍ବୃତ୍ତ ପଶି ସୁନା ଅଳଙ୍କାର ଓ ନଗଦ...

ନୂଆବର୍ଷରେ ତିନି ଘଣ୍ଟା ଶୋଇବେ ମହାପ୍ରଭୁ, ଏତିକି ବେଳେ ଫିଟିବ ଦ୍ୱାର

ପୁରୀ,୨୯।୧୨: ଇଂରାଜୀ ନବବର୍ଷ-୨୦୨୬ରେ ଲକ୍ଷାଧିକ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ବଡ ନିଷ୍ପତି ନେଇଛି। ଶ୍ରଦ୍ଧାଳୁମାନେ ଯେପରି ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ,...

ଘରକୁ ଫେରୁଥିବାବେଳେ ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ, ତା’ପରେ…

ଲାଞ୍ଜିଗଡ଼,୨୯।୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଅନ୍ତର୍ଗତ ଲାଞ୍ଜିଗଡ ଆଶ୍ରମପଡା ନିକଟରେ ଏକ ବାଇକ ଗଛରେ ପିଟିହୋଇ ଦୁର୍ଘଟଣା ଘଟିଥିବାବେଳେ ଏଥିରେ ଜଣେ...

ନିର୍ଯାତିତ ମହିଳା ନୂତନ ଜୀବନର ଆଶା ପାଇବେ: ଭଞ୍ଜନଗର ମେଡ଼ିକାଲରେ ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ସୋମବାର ଅତିରିକ୍ତ ୱାନ ଷ୍ଟପ ସେଣ୍ଟର ବା ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି। ଏହାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri