ଚା’ ଖଟିରେ ଚାଲିଛି ଭାଜପା ମନ୍ତ୍ରୀମଣ୍ଡଳ ଆଲୋଚନା: କାହାକୁ ମିଳିବ ମନ୍ତ୍ରୀ ପଦ

ରାୟଗଡ଼ା,୧୨।୬(ଆଶିଷ ରଞ୍ଜନ ପଣ୍ଡା)- ଚା’ ଖଟିରେ ଚାଲିଛି ରାଜନୈତିକ ଚର୍ଚ୍ଚା। ଭାଜପା ସଂଖ୍ୟା ଗରିଷ୍ଠତା ହାସଲ ପରେ ପ୍ରଥମେ ମୁଖ୍ୟମନ୍ତ୍ରୀ କିଏ ହେବ ସେନେଇ ଚର୍ଚ୍ଚା ଚାଲିଥିଲା। କିଛି ଲୋକ ଏମ୍‌ପି ଧର୍ମେନ୍ଦ୍ର ପ୍ରଧାନ, ବୈଜୟନ୍ତ ପଣ୍ଡା, ବିଧାୟକ ସୁରେଶ ପୂଜାରୀ, କନକ ବର୍ଦ୍ଧନ ସିଂଦେଓ ଏବଂ ଚଳିତ ନିର୍ବାଚନରେ ଦଳର ମଙ୍ଗ ଧରି ନିର୍ବାଚନ ବୈତରଣୀ ପାର କରି ସଂଖ୍ୟା ଗରିଷ୍ଠତା ହାସଲରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ବରିଷ୍ଠ ନେତା ମନମୋହନ ସାମଲଙ୍କ ନାଁରେ ଆଲୋଚନା କରୁଥିଲେ। ହେଲେ ଦଳ ବିଧାୟକ ମୋହନ ମାଝିଙ୍କୁ ମୁଖ୍ୟମନ୍ତ୍ରୀ ଘୋଷଣା କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେଇଛି।

ଓଡ଼ିଶାରେ ପ୍ରଥମ ଥର ସରକାର ଗଠନ କରିବାକୁ ଯାଉଥିବା ଭାଜପା ଜଣେ ଅନୁସୂଚିତ ଜନଜାତିର ବିଧାୟକଙ୍କୁ ମୁଖ୍ୟମନ୍ତ୍ରୀ ଘୋଷଣା କରି କେଉଁଭଳି ମାଷ୍ଟରଷ୍ଟ୍ରୋକ ଖେଳିଛି ତାହା କେହି ମଧ୍ୟ ଆକଳନ କରି ନ ଥିଲେ। ତେଣୁ ଏବେ କାହାକୁ କାହାକୁ ମନ୍ତ୍ରୀମଣ୍ଡଳରେ ସାମିଲ କରିବ ଦଳ ସେନେଇ ମଧ୍ୟ ଆକଳନ ମୁସ୍କିଲ ହୋଇପଡ଼ିଥିବା କହିଛନ୍ତି ରାଜନୈତିକ ସମୀକ୍ଷକମାନେ। ବର୍ତ୍ତମାନ ଆଉ କିଛି ଘଣ୍ଟା ପରେ ମୁଖ୍ୟମନ୍ତ୍ରୀଙ୍କ ସମେତ ନୂଆ ମନ୍ତ୍ରୀମଣ୍ଡଳ ଶପଥ ପାଠ ସମାରୋହ ଭୁବନେଶ୍ୱର ଜନତା ମଇଦାନରେ ହେବ। ଏଥିପାଇଁ ବିଭିନ୍ନ ରାଜନୈତିକ ଦଳର କର୍ମୀ ଓ ଜନସାଧାରଣଙ୍କ ମଧ୍ୟରେ ଆଲୋଚନା ଚାଲିଛି କେଉଁ ବିଧାୟକ ପାଇବେ ମନ୍ତ୍ରୀ ପଦ। ଏଭଳିକି ଚା ଖଟିରେ କିଛି ଅବସରପ୍ରାପ୍ତ ଅଧିକାରୀ ମଧ୍ୟ ଏହି ଆଲୋଚନାରେ ଅଂଶଗ୍ରହଣ କରୁଥିବା ଦେଖିବାକୁ ମିଳିଛି। ତେବେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଚୟନ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିବା ଭାଜପା ଦଳର ଆକଳନକୁ ସହଜରେ ବାରି ପାରୁନାହାନ୍ତି ବଡ଼ ବଡ଼ ରାଜନୈତିକ ସମୀକ୍ଷକମାନେ। ତେବେ ବର୍ତ୍ତମାନ ରାୟଗଡ଼ାରେ ଗୋଟିଏ ଚର୍ଚ୍ଚା। ସମଗ୍ର ରାଜ୍ୟରେ ବିଜେଡି ୫ଥର ରାଜ୍ୟ ସରକାର କରି ପ୍ରଭାବଶାଳୀ ରହିଥିବା ବେଳେ କେନ୍ଦ୍ରରେ ଦୁଇଥର ସରକାର ଗଠନ କରିଥିବା ଭାଜପା ମଧ୍ୟ ଓଡ଼ିଶାରେ ବେଶ ସଂଗଠିତ ହୋଇଥିଲା। ହେଲେ କୋରାପୁଟ ଲୋକ ସଭା କ୍ଷେତ୍ରରେ ସମସ୍ତଙ୍କୁ ଚକମା ଦେଇ କଂଗ୍ରେସ ପୁଣି ଥରେ କୋରାପୁଟ ଏମ୍‌ପି ଦଖଲ କରିଥିବା ବେଳେ ୭ଟି ବିଧାନସଭା ଆସନରୁ ନିଜେ ୬ଟି ଦଖଲ କରିଛି ଏବଂ ଭାଜପାକୁ ମାତ୍ର ଗୋଟିଏ ଆସନ ସନ୍ତୁଷ୍ଟି ହେବାକୁ ପଡ଼ିଛି। ଅନ୍ୟପଟେ ନବରଙ୍ଗପୁର ଲୋକସଭା ଆସନ ସମେତ ୫ଟି ବିଧାନସଭା ଆସନ ଭାଜପା ଦଖଲ କରିଛି। ତେଣୁ ନବରଙ୍ଗପୁର ଜିଲାର ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡଙ୍କୁ ମନ୍ତ୍ରୀ ପଦ ମିଳିବାର ସମ୍ଭାବନା ରହିଥିବା ନେଇ ଚା ଖଟିରେ ଚର୍ଚ୍ଚା ଚାଲିଛି। ତେବେ ରାୟଗଡ଼ା ଜିଲାରେ ଭାଜପାକୁ ପ୍ରତ୍ୟାଖାନ କରିଥିବାରୁ ଏବଂ ଅବିଭକ୍ତ କୋରାପୁଟ ଜିଲାର ୧୪ଟି ବିଧାନସଭା ଆସନ ମଧ୍ୟରୁ ୭ଟି କଂଗ୍ରେସ, ୬ଟି ଭାଜପା ଏବଂ ଗୋଟିଏ କେବଳ ଡାବୁଗାଁ ଆସନ ବିଜେଡି ଦଖଲରେ ରହିଛି। ତେଣୁ ଦକ୍ଷିଣ ଓଡ଼ିଶାର ମାଳ ଅଞ୍ଚଳ ଅବିଭକ୍ତ କୋରାପୁଟ ଜିଲାର ୬ଟି ଭାଜପା ବିଧାୟକଙ୍କ ମଧ୍ୟରୁ ଦଳ କାହାକୁ ମନ୍ତ୍ରୀମଣ୍ଡଳରେ ସାମିଲ କରିବ ଏବଂ କେଉଁ ବିଭାଗର ମନ୍ତ୍ରୀ କରିବ ତାହା ଦେଖିବାକୁ ବାକି ରହିଲା।


Enter your email to get our daily news in your inbox.

All Right Reserved By Dharitri.Com

ଶିଶିର ସରସ ମେଳା-୨୦୨୬ରେ ୩୦ କୋଟି ଟପିଲା ବ୍ୟବସାୟ

ଭୁବନେଶ୍ୱର,୨୦।୧: ରାଜଧାନୀରେ ଚାଲିଥିବା ଜାତୀୟ ସ୍ତରୀୟ ‘ଶିଶିର ସରସ ମେଳା-୨୦୨୬’ ମଙ୍ଗଳବାର ଉଦଯାପିତ ହୋଇଯାଇଛି। ଚଳିତ ବର୍ଷ ଏହି ମେଳା ବିକ୍ରି ଏବଂ ଜନସମାଗମ କ୍ଷେତ୍ରରେ...

ସଂଘବଦ୍ଧ ଆକ୍ରମଣ: ପୁଅଙ୍କୁ ବଞ୍ଚାଇବାକୁ ଯାଇ ବାପା-ମା’ ଆହତ, ଗୁରୁତର… 

ଦିଗପହଣ୍ଡି,୨୦।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ନରସିଂହପୁର ଗ୍ରାମରେ ବ୍ୟବସାୟିକ ଶତ୍ରୁତାକୁ ନେଇ ଗୋଟିଏ ପରିବାରର ବାପ,ମା ଓ ପୁଅଙ୍କୁ...

ଆଗକୁ ପଞ୍ଚାୟତ ନିର୍ବାଚନ: ସାଙ୍ଗଠନିକ ବୈଠକରେ ବାଜିଲା ଭାଜପାର ବିଗୁଲ… 

କୋରାପୁଟ,୨୦।୧(ଅମିତାଭ ବେହେରା): ଆସନ୍ତା ପଞ୍ଚାୟତ ନିର୍ବାଚନ ନେଇ କୋରାପୁଟରେ ଭାଜପାର ସାଙ୍ଗଠନିକ  ଭିତ୍ତିଭୂମିକୁ  ଅଧିକ ସୁଦୃଢ କରିବା ଲକ୍ଷ୍ୟରେ ମଙ୍ଗଳବାର ସ୍ଥାନୀୟ ଦକ୍ଷତା ବୃଦ୍ଧି ତାଲିମ...

ଦକ୍ଷିଣାଞ୍ଚଳ ରାଜସ୍ବ ଆୟୁକ୍ତ, ଜ଼ିଲାପାଳମାନଙ୍କ ସମ୍ମିଳନୀ:ପଞ୍ଚାୟତ, ପୌର ନିର୍ବାଚନ ସଫଳତାର ସହ…

ଛତ୍ରପୁର,୨୦ା୧(ଦିଲୀପ ସାମଲ): ଆଗାମୀ ପଞ୍ଚାୟତ, ପୌର ନିର୍ବାଚନ ଏବଂ ଭୋଟର ତାଲିକା ସଂଶୋଧନକୁ ସ୍ବଚ୍ଛ, ନିରପେକ୍ଷ ଓ ସଫଳତାର ସହ ସମ୍ପାଦନ କରିବା ପାଇଁ ଛତ୍ରପୁରସ୍ଥିତ...

ପିଏମଶ୍ରୀ ଉତ୍ସବରେ ୩ ବିଧାୟକ: ଛାତ୍ରଛାତ୍ରୀଙ୍କ ପ୍ରତିଭା ଦେଖି କଲେ ପ୍ରଶଂସା

ବରଗଡ଼,୨୦।୧(ପ୍ରେମାନନ୍ଦ ଖମାରୀ) – ବରଗଡ଼ ରାଣା ପ୍ରତାପ ସ୍କୁଲ ପରିସରରେ ଚାଲିଥିବା ବରଗଡ଼ ଜିଲାସ୍ତରୀୟ ପିଏମଶ୍ରୀ ଉତ୍ସବ ମଙ୍ଗଳବାର ଉଦଯାପିତ ହୋଇଯାଇଛି । ଅତିରିକ୍ତ ଜିଲାପାଳ...

ବାଲେଶ୍ୱରରେ ସଂଖ୍ୟାଲଘୁ ଯୁବକଙ୍କ ହତ୍ୟା: ନବୀନଙ୍କ ଗଭୀର ଦୁଃଖ ପ୍ରକାଶ

ଭୁବନେଶ୍ୱର,୨୦।୧: ବାଲେଶ୍ୱର ଜିଲାରେ ଗୋ-ଚାଲାଣ ଅଭିଯୋଗରେ ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକଙ୍କୁ ହତ୍ୟା ଘଟଣାରେ ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ...

୨୦୦୦ ଟଙ୍କାର ଛୋଟିଆ SIP କରିବ କୋଟିପତି, ଜାଣନ୍ତୁ କିଭଳି ନିବେଶ… 

ନୂଆଦିଲ୍ଲୀ, ୨୦।୧: କ’ଣ ୨୦୦୦ର ଛୋଟ SIPରୁ ଆପଣ କୋଟିପତି ହୋଇପାରିବେ? ଉତ୍ତର ହେଉଛି ହଁ! କେବଳ ଧୌର୍ଯ୍ୟ ଏବଂ ସମୟର ଆବଶ୍ୟକତା ରହିଛି। ଏସ୍‌ଆଇପି,...

୨୭ ବର୍ଷ ପରେ ନକ୍ଷତ୍ର ପରିବର୍ତ୍ତନ କଲେ ଶନି, ଏହି ୩ ରାଶିର ବଦଳିବ ଭାଗ୍ୟ…

ଜାନୁଆରୀ ୨୦ ତାରିଖ ଅର୍ଥାତ୍ ଆଜିର ଦିନରୁ ଶନିଦେବ ଉତ୍ତରା ଭାଦ୍ରପଦ ନକ୍ଷତ୍ରରେ ପ୍ରବେଶ କରିବାକୁ ଯାଉଛନ୍ତି । ଜ୍ୟୋତିଷ ଶାସ୍ତ୍ରର ଗଣନା ଅନୁଯାୟୀ ପାଖାପାଖି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri