ଚା’ ଖଟିରେ ଚାଲିଛି ଭାଜପା ମନ୍ତ୍ରୀମଣ୍ଡଳ ଆଲୋଚନା: କାହାକୁ ମିଳିବ ମନ୍ତ୍ରୀ ପଦ

ରାୟଗଡ଼ା,୧୨।୬(ଆଶିଷ ରଞ୍ଜନ ପଣ୍ଡା)- ଚା’ ଖଟିରେ ଚାଲିଛି ରାଜନୈତିକ ଚର୍ଚ୍ଚା। ଭାଜପା ସଂଖ୍ୟା ଗରିଷ୍ଠତା ହାସଲ ପରେ ପ୍ରଥମେ ମୁଖ୍ୟମନ୍ତ୍ରୀ କିଏ ହେବ ସେନେଇ ଚର୍ଚ୍ଚା ଚାଲିଥିଲା। କିଛି ଲୋକ ଏମ୍‌ପି ଧର୍ମେନ୍ଦ୍ର ପ୍ରଧାନ, ବୈଜୟନ୍ତ ପଣ୍ଡା, ବିଧାୟକ ସୁରେଶ ପୂଜାରୀ, କନକ ବର୍ଦ୍ଧନ ସିଂଦେଓ ଏବଂ ଚଳିତ ନିର୍ବାଚନରେ ଦଳର ମଙ୍ଗ ଧରି ନିର୍ବାଚନ ବୈତରଣୀ ପାର କରି ସଂଖ୍ୟା ଗରିଷ୍ଠତା ହାସଲରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ବରିଷ୍ଠ ନେତା ମନମୋହନ ସାମଲଙ୍କ ନାଁରେ ଆଲୋଚନା କରୁଥିଲେ। ହେଲେ ଦଳ ବିଧାୟକ ମୋହନ ମାଝିଙ୍କୁ ମୁଖ୍ୟମନ୍ତ୍ରୀ ଘୋଷଣା କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେଇଛି।

ଓଡ଼ିଶାରେ ପ୍ରଥମ ଥର ସରକାର ଗଠନ କରିବାକୁ ଯାଉଥିବା ଭାଜପା ଜଣେ ଅନୁସୂଚିତ ଜନଜାତିର ବିଧାୟକଙ୍କୁ ମୁଖ୍ୟମନ୍ତ୍ରୀ ଘୋଷଣା କରି କେଉଁଭଳି ମାଷ୍ଟରଷ୍ଟ୍ରୋକ ଖେଳିଛି ତାହା କେହି ମଧ୍ୟ ଆକଳନ କରି ନ ଥିଲେ। ତେଣୁ ଏବେ କାହାକୁ କାହାକୁ ମନ୍ତ୍ରୀମଣ୍ଡଳରେ ସାମିଲ କରିବ ଦଳ ସେନେଇ ମଧ୍ୟ ଆକଳନ ମୁସ୍କିଲ ହୋଇପଡ଼ିଥିବା କହିଛନ୍ତି ରାଜନୈତିକ ସମୀକ୍ଷକମାନେ। ବର୍ତ୍ତମାନ ଆଉ କିଛି ଘଣ୍ଟା ପରେ ମୁଖ୍ୟମନ୍ତ୍ରୀଙ୍କ ସମେତ ନୂଆ ମନ୍ତ୍ରୀମଣ୍ଡଳ ଶପଥ ପାଠ ସମାରୋହ ଭୁବନେଶ୍ୱର ଜନତା ମଇଦାନରେ ହେବ। ଏଥିପାଇଁ ବିଭିନ୍ନ ରାଜନୈତିକ ଦଳର କର୍ମୀ ଓ ଜନସାଧାରଣଙ୍କ ମଧ୍ୟରେ ଆଲୋଚନା ଚାଲିଛି କେଉଁ ବିଧାୟକ ପାଇବେ ମନ୍ତ୍ରୀ ପଦ। ଏଭଳିକି ଚା ଖଟିରେ କିଛି ଅବସରପ୍ରାପ୍ତ ଅଧିକାରୀ ମଧ୍ୟ ଏହି ଆଲୋଚନାରେ ଅଂଶଗ୍ରହଣ କରୁଥିବା ଦେଖିବାକୁ ମିଳିଛି। ତେବେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଚୟନ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିବା ଭାଜପା ଦଳର ଆକଳନକୁ ସହଜରେ ବାରି ପାରୁନାହାନ୍ତି ବଡ଼ ବଡ଼ ରାଜନୈତିକ ସମୀକ୍ଷକମାନେ। ତେବେ ବର୍ତ୍ତମାନ ରାୟଗଡ଼ାରେ ଗୋଟିଏ ଚର୍ଚ୍ଚା। ସମଗ୍ର ରାଜ୍ୟରେ ବିଜେଡି ୫ଥର ରାଜ୍ୟ ସରକାର କରି ପ୍ରଭାବଶାଳୀ ରହିଥିବା ବେଳେ କେନ୍ଦ୍ରରେ ଦୁଇଥର ସରକାର ଗଠନ କରିଥିବା ଭାଜପା ମଧ୍ୟ ଓଡ଼ିଶାରେ ବେଶ ସଂଗଠିତ ହୋଇଥିଲା। ହେଲେ କୋରାପୁଟ ଲୋକ ସଭା କ୍ଷେତ୍ରରେ ସମସ୍ତଙ୍କୁ ଚକମା ଦେଇ କଂଗ୍ରେସ ପୁଣି ଥରେ କୋରାପୁଟ ଏମ୍‌ପି ଦଖଲ କରିଥିବା ବେଳେ ୭ଟି ବିଧାନସଭା ଆସନରୁ ନିଜେ ୬ଟି ଦଖଲ କରିଛି ଏବଂ ଭାଜପାକୁ ମାତ୍ର ଗୋଟିଏ ଆସନ ସନ୍ତୁଷ୍ଟି ହେବାକୁ ପଡ଼ିଛି। ଅନ୍ୟପଟେ ନବରଙ୍ଗପୁର ଲୋକସଭା ଆସନ ସମେତ ୫ଟି ବିଧାନସଭା ଆସନ ଭାଜପା ଦଖଲ କରିଛି। ତେଣୁ ନବରଙ୍ଗପୁର ଜିଲାର ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡଙ୍କୁ ମନ୍ତ୍ରୀ ପଦ ମିଳିବାର ସମ୍ଭାବନା ରହିଥିବା ନେଇ ଚା ଖଟିରେ ଚର୍ଚ୍ଚା ଚାଲିଛି। ତେବେ ରାୟଗଡ଼ା ଜିଲାରେ ଭାଜପାକୁ ପ୍ରତ୍ୟାଖାନ କରିଥିବାରୁ ଏବଂ ଅବିଭକ୍ତ କୋରାପୁଟ ଜିଲାର ୧୪ଟି ବିଧାନସଭା ଆସନ ମଧ୍ୟରୁ ୭ଟି କଂଗ୍ରେସ, ୬ଟି ଭାଜପା ଏବଂ ଗୋଟିଏ କେବଳ ଡାବୁଗାଁ ଆସନ ବିଜେଡି ଦଖଲରେ ରହିଛି। ତେଣୁ ଦକ୍ଷିଣ ଓଡ଼ିଶାର ମାଳ ଅଞ୍ଚଳ ଅବିଭକ୍ତ କୋରାପୁଟ ଜିଲାର ୬ଟି ଭାଜପା ବିଧାୟକଙ୍କ ମଧ୍ୟରୁ ଦଳ କାହାକୁ ମନ୍ତ୍ରୀମଣ୍ଡଳରେ ସାମିଲ କରିବ ଏବଂ କେଉଁ ବିଭାଗର ମନ୍ତ୍ରୀ କରିବ ତାହା ଦେଖିବାକୁ ବାକି ରହିଲା।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧର ପ୍ରଭାବ! ଏହି ଦେଶରେ ଆକାଶଛୁଆଁ ହେଲାଣି ପେଟ୍ରୋଲ-ଡିଜେଲ ଦାମ୍‌

ଇସଲାମାବାଦ,୭।୩: ପାକିସ୍ତାନ ବର୍ତ୍ତମାନ ପେଟ୍ରୋଲ ଏବଂ ଡିଜେଲର ଘୋର ଅଭାବର ସମ୍ମୁଖୀନ ହେଉଛି। ବେଲୁଚିସ୍ତାନ, ଖାଇବର ପଖତୁନଖ୍ବା, ପଞ୍ଜାବ (ପାକିସ୍ତାନ) ଏବଂ ସିନ୍ଧ ସମେତ ଅନେକ ଅଞ୍ଚଳରେ…

ହାର୍ଦ୍ଦିକଙ୍କ ସହ ମାହିକାଙ୍କୁ ଦେଖି କେମିତି ରିଆକ୍ସନ ଦେଲେ ଗୌତମ ଗମ୍ଭୀର? ଦେଖନ୍ତୁ ଭିଡ଼ିଓ

ନୂଆଦିଲ୍ଲୀ,୭।୩: ଇଂଲଣ୍ଡ ବିପକ୍ଷ ସେମିଫାଇନାଲରେ ଟିମ ଇଣ୍ଡିଆର ବିଜୟରେ ହାର୍ଦ୍ଦିକ ପାଣ୍ଡ୍ୟା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ସେ ପ୍ରଥମେ ବ୍ୟାଟ ସହିତ ଚମତ୍କାର ପ୍ରଦର୍ଶନ କରିଥିଲେ,…

ମଦ ବୋତଲରେ ମିଳିଲା ଏମିତି ଜିନିଷ ଗ୍ରାହକଙ୍କ ଉଡିଲା ହୋସ୍‌, ଦୋକାନି କହିଲେ ଆମ କାମ ବିକ୍ରି କରିବା ତିଆରି କରିବା ନୁହେଁ

ହାଇଦ୍ରାବାଦ,୭।୩: ହାଇଦ୍ରାବାଦର ନାଚାରାମ ଅଞ୍ଚଳରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ବିୟର ବୋତଲ ଖୋଲିବା ମାତ୍ରେ ଜଣେ ବ୍ୟକ୍ତି ଭିତରେ ଏକ ଛୋଟ ମାଛ ପହଁରୁଥିବାର ଦେଖିଲେ।…

ଫାଇନାଲ୍‌ରେ ସଞ୍ଜୁ ସାମସନ ମାତ୍ର ୨୬ ରନ୍‌ କଲେ ଟିମ୍‌ ଇଣ୍ଡିଆ ହୋଇଯିବ ଚାମ୍ପିୟନ: ଜାଣନ୍ତୁ କେମିତି

ଅହମ୍ମଦାବାଦ୍‌,୭।୩: ଟି୨୦ ବିଶ୍ୱକପର ଫାଇନାଲ ମ୍ୟାଚ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ମାର୍ଚ୍ଚ ୮ରେ ଅନୁଷ୍ଠିତ ହେବାକୁଯାଉଛି। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ହେବାକୁ ଥିବା ଏହି…

ଯୁଦ୍ଧରେ ପାକିସ୍ତାନର ଏଣ୍ଟ୍ରି? ପାକ୍‌ ସହ ହାତ ମିଳାଇଲା ଭାରତର ବନ୍ଧୁରାଷ୍ଟ୍ର, ବିଶ୍ୱରେ ଚହଳ…

ଇସଲାମବାଦ,୭।୩: ଆଜି ମଧ୍ୟପ୍ରାଚ୍ୟରେ ଯୁଦ୍ଧର ଅଷ୍ଟମ ଦିନ। ଏପର୍ଯ୍ୟନ୍ତ ଆମେରିକା, ଇରାନ ଏବଂ ଇସ୍ରାଏଲ ହଜାର ହଜାର କ୍ଷେପଣାସ୍ତ୍ର ଏବଂ ବୋମା ବ୍ୟବହାର କରିସାରିଛନ୍ତି। ଏହାର ପ୍ରଭାବ…

ଯୁଦ୍ଧ ହେଲା, ମିଶାଇଲ ଗର୍ଜିଲା…, ହେଲେ ବଢିବା ପରିବର୍ତ୍ତେ କାହିଁକି କମିଲା ସୁନାର ଦାମ୍‌? ଜାଣନ୍ତୁ ଭିତିରି କଥା

ନୂଆଦିଲ୍ଲୀ,୭।୩: ମଧ୍ୟପ୍ରାଚ୍ୟ ଉଷ୍ମ ହେଉଛି। ଇରାନ ବିରୁଦ୍ଧରେ ଆମେରିକା-ଇସ୍ରାଏଲ ମିଳିତ ସାମରିକ କାର୍ଯ୍ୟାନୁଷ୍ଠାନ ଏବଂ ତେହେରାନର ପ୍ରତିଶୋଧମୂଳକ ଆକ୍ରମଣ, ବିଶ୍ୱବ୍ୟାପୀ ବଜାରରେ ଭୟ ସୃଷ୍ଟି କରିଛି। ଇତିହାସ…

ବେଆଇନ ବାଲି ଚାଲାଣ ଧରପଗଡ଼, ୭ ଟ୍ରାକ୍ଟରରୁ ଆଦାୟ ହେଲା ଏତିକି ଟଙ୍କାର ଜରିମାନା…

ଗୁଣପୁର,୭ା୩(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ଉପଜିଲାପାଳ ଦୁଧାଲ ଅଭିଷେକ ଦିଲ୍ଲୀପଙ୍କ ନେତୃତ୍ୱରେ ବେଆଇନ ବାଲିଚାଲାଣ ଓ ଧରପଗଡ଼ ହୋଇଥିଲା। ଭୋର୍‌ ସମୟରେ ହଠାତ୍‌ ଉପଜିଲାପାଳଙ୍କ ନେତୃତ୍ୱରେ…

୩ୟ ବିଶ୍ୱଯୁଦ୍ଧ ଆରମ୍ଭ, ଯୁଦ୍ଧକୁ ଡେଇଁଲା ରୁଷିଆ!

ମସ୍କୋ,୭।୩: ଆମେରିକା-ଇସ୍ରାଏଲ ଯୁଦ୍ଧରେ ରୁଷିଆ ଇରାନକୁ ସହାୟତା କରୁଛି। ଦି ୱାଶିଂଟନ ପୋଷ୍ଟରେ ଏକ ରିପୋର୍ଟରେ ଦାବି କରାଯାଇଛି ଯେ ରୁଷିଆ ଇରାନକୁ ଆମେରିକୀୟ ସାମରିକ ଘାଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri