ଭାଜପାର ସଦସ୍ୟତା କର୍ମଶାଳାରେ ମାରପିଟ: ପୁରୁଣାଙ୍କୁ ବାଡ଼େଇଲେ ନୂଆ

ରାଜନଗର, ୨୮ା୮(ଭାସ୍କର ରାଉତରାୟ):ନିର୍ବାଚନ ସରିବାର ଅଢ଼େଇ ମାସ ପରେ କେନ୍ଦ୍ରାପଡ଼ା ଜିଲା ରାଜନଗର ନିର୍ବାଚନମଣ୍ଡଳୀ ଭାଜପାରେ ଗଣ୍ଡଗୋଳ ଆରମ୍ଭ ହୋଇଛି। ନିର୍ବାଚନ ପରଠାରୁ ବିଭିନ୍ନ କାର୍ଯ୍ୟକ୍ରମ ସମାନ୍ତରାଳ ଭାବେ ଚାଲୁଥିବା ବେଳେ ମଙ୍ଗଳବାର ମାରପିଟ୍‌ ହୋଇଛି। ପୁରୁଣା କାର୍ଯ୍ୟକର୍ତ୍ତାଙ୍କୁ କାହିଁକି ସଦସ୍ୟତା ଅଭିଯାନ କର୍ମଶାଳାକୁ ଡକାଯାଇନାହିଁ ପ୍ରଶ୍ନରେ ନୂଆ ନେତା ଓ କର୍ମୀମାନେ ଉତ୍‌କ୍ଷିପ୍ତ ହୋଇ ସେମାନଙ୍କୁ ଗୋଡ଼େଇ ଗୋଡ଼େଇ ପିଟିଥିବା ଦେଖିବାକୁ ମିଳିଛି। ଏଥିରେ ୪ ଜଣ ପୁରୁଣା କାର୍ଯ୍ୟକର୍ତ୍ତା ଆହତ ହୋଇ ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି। ଏହାକୁ ନେଇ ରାଜନଗର ଭାଜପାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।
ପକ୍ଷରୁ ଅପରାହ୍ନରେ ରାଜନଗର ନିର୍ବାଚନମଣ୍ଡଳୀର ୩୧ନଂ. ଜୋନ୍‌ ସଦସ୍ୟତା ଅଭିଯାନ କର୍ମଶାଳା ୩୦ନଂ. ଜୋନରେ ହେଉଥିଲା। ୩୧ନଂ. ଜୋନ୍‌ ସଭାପତି ଦିଲୀପ କୁମାର ରାଉତଙ୍କ ପୌରୋହିତ୍ୟରେ ଅନୁଷ୍ଠିତ କର୍ମଶାଳାରେ ଭାଜପା ବିଧାୟକ ପ୍ରାର୍ଥୀ ହୋଇଥିବା ଲଳିତ କୁମାର ବେହେରା, ରାଜୀବଲୋଚନ ନାୟକ, ନିର୍ବାଚନମଣ୍ଡଳୀ ପ୍ରଭାରୀ ସୁନାକର ପ୍ରଧାନ, ଶୁଭକାନ୍ତ ନାୟକ, ବିକ୍ରମ କୁମାର ବାରିକ, ନିମାଇଁ ଚରଣ ରାଉତ ପ୍ରମୁଖ ଉପସ୍ଥିତ ଥିଲେ। ୩୧ନଂ. ଜୋନ୍‌ ଡେରା ସରପଞ୍ଚ ପ୍ରାର୍ଥୀ ତଥା ପୂର୍ବତନ ଯୁବମୋର୍ଚ୍ଚା ସମ୍ପାଦକ କ୍ରିଷ୍ଣା ବେହେରା, ଜୋନ୍‌ର ଯୁବନେତା ଦିଲୀପ ପାଳ ଓ ପୁରୁଣା କାର୍ଯ୍ୟକର୍ତ୍ତାମାନେ ପହଞ୍ଚତ୍ ଆମ ଜୋନ୍‌ର କର୍ମଶାଳାକୁ ଆମକୁ କାହିଁକି ଡକାଗଲାନାହିଁ। ୩୦ନଂ. ଜୋନ୍‌ରେ କାହିଁକି କର୍ମଶାଳା ହେଉଛି, ପୁରୁଣା କାର୍ଯ୍ୟକର୍ତ୍ତାଙ୍କୁ କାହିଁକି ଡକାଯାଉନାହିଁ ବୋଲି ପଚାରିଥିଲେ। ପୁରୁଣା କାର୍ଯ୍ୟକର୍ତ୍ତାଙ୍କ ବଦଳରେ କଂଗ୍ରେସ, ବିଜେଡିରୁ ଆସିଥିବା ନେତା ଓ କର୍ମୀମାନଙ୍କୁ ନେଇ କାହିଁକି କର୍ମଶାଳା ହେଉଛି ବୋଲି ପଚାରିବାରୁ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ କଥା କଟାକଟି ଆରମ୍ଭ ହୋଇଥିଲା। ବିବାଦ ଉଗ୍ରରୂପ ଧାରଣ କରି ଚେୟାର ଉଠାଇ ମାରପିଟ୍‌ ଯାଏ କଥା ଯାଇଥିଲା। କର୍ମଶାଳା ସ୍ଥଳରୁ କେରେଡ଼ାଗଡ଼-ରାଜନଗର ମୁଖ୍ୟ ରାସ୍ତା ଯାଏ ଗୋଡ଼େଇ ଗୋଡ଼େଇ ମାର୍‌ପିଟ ଚାଲିଥିଲା। ଯୁବମୋର୍ଚ୍ଚାର ପୂର୍ବତନ ସମ୍ପାଦକ କ୍ରିଷ୍ଣା ବେହେରାଙ୍କ ହାତ, ଛାତି ଓ ଅଣ୍ଡକୋଷରେ ଗୁରୁତର ଆଘାତ ଲାଗିଥିବାବେଳେ ମହୁଲିଆର ଗଗନ ବିହାରୀ ଦାସଙ୍କ ମୁଣ୍ଡ ଫାଟିଯାଇଛି। କୃଷ୍ଣ ରାଉତ ଓ ବଶିଷ୍ଠ ଜେନା ମଧ୍ୟ ଆହତ ହୋଇଛନ୍ତି। ଆହତ କ୍ରିଷ୍ଣାଙ୍କୁ ପଚାରିବାରେ ପୁରୁଣା କାର୍ଯ୍ୟକର୍ତ୍ତାଙ୍କୁ କାହିଁକି ଡକାଯାଇନି ବୋଲି ପଚାରିବାକୁ ଯାଇଥିଲୁ। ହେଲେ ଆମକୁ ବିଜେଡି, କଂଗ୍ରେସରୁ ଆସିଥିବା କେତେଜଣ କର୍ମୀ ସଂଘବଦ୍ଧ ଆକ୍ରମଣ କରିଥିଲେ। ଏଥିସହ ଦଳ ପାଇଁ ଦୀର୍ଘବର୍ଷ ଧରି ଖଟିଥିବା ପୁରୁଣା କାର୍ଯ୍ୟକର୍ତ୍ତାଙ୍କୁ ଅଣଦେଖା କରାଯାଉଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri