ଭାଜପାର ସଦସ୍ୟତା କର୍ମଶାଳାରେ ମାରପିଟ: ପୁରୁଣାଙ୍କୁ ବାଡ଼େଇଲେ ନୂଆ

ରାଜନଗର, ୨୮ା୮(ଭାସ୍କର ରାଉତରାୟ):ନିର୍ବାଚନ ସରିବାର ଅଢ଼େଇ ମାସ ପରେ କେନ୍ଦ୍ରାପଡ଼ା ଜିଲା ରାଜନଗର ନିର୍ବାଚନମଣ୍ଡଳୀ ଭାଜପାରେ ଗଣ୍ଡଗୋଳ ଆରମ୍ଭ ହୋଇଛି। ନିର୍ବାଚନ ପରଠାରୁ ବିଭିନ୍ନ କାର୍ଯ୍ୟକ୍ରମ ସମାନ୍ତରାଳ ଭାବେ ଚାଲୁଥିବା ବେଳେ ମଙ୍ଗଳବାର ମାରପିଟ୍‌ ହୋଇଛି। ପୁରୁଣା କାର୍ଯ୍ୟକର୍ତ୍ତାଙ୍କୁ କାହିଁକି ସଦସ୍ୟତା ଅଭିଯାନ କର୍ମଶାଳାକୁ ଡକାଯାଇନାହିଁ ପ୍ରଶ୍ନରେ ନୂଆ ନେତା ଓ କର୍ମୀମାନେ ଉତ୍‌କ୍ଷିପ୍ତ ହୋଇ ସେମାନଙ୍କୁ ଗୋଡ଼େଇ ଗୋଡ଼େଇ ପିଟିଥିବା ଦେଖିବାକୁ ମିଳିଛି। ଏଥିରେ ୪ ଜଣ ପୁରୁଣା କାର୍ଯ୍ୟକର୍ତ୍ତା ଆହତ ହୋଇ ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି। ଏହାକୁ ନେଇ ରାଜନଗର ଭାଜପାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।
ପକ୍ଷରୁ ଅପରାହ୍ନରେ ରାଜନଗର ନିର୍ବାଚନମଣ୍ଡଳୀର ୩୧ନଂ. ଜୋନ୍‌ ସଦସ୍ୟତା ଅଭିଯାନ କର୍ମଶାଳା ୩୦ନଂ. ଜୋନରେ ହେଉଥିଲା। ୩୧ନଂ. ଜୋନ୍‌ ସଭାପତି ଦିଲୀପ କୁମାର ରାଉତଙ୍କ ପୌରୋହିତ୍ୟରେ ଅନୁଷ୍ଠିତ କର୍ମଶାଳାରେ ଭାଜପା ବିଧାୟକ ପ୍ରାର୍ଥୀ ହୋଇଥିବା ଲଳିତ କୁମାର ବେହେରା, ରାଜୀବଲୋଚନ ନାୟକ, ନିର୍ବାଚନମଣ୍ଡଳୀ ପ୍ରଭାରୀ ସୁନାକର ପ୍ରଧାନ, ଶୁଭକାନ୍ତ ନାୟକ, ବିକ୍ରମ କୁମାର ବାରିକ, ନିମାଇଁ ଚରଣ ରାଉତ ପ୍ରମୁଖ ଉପସ୍ଥିତ ଥିଲେ। ୩୧ନଂ. ଜୋନ୍‌ ଡେରା ସରପଞ୍ଚ ପ୍ରାର୍ଥୀ ତଥା ପୂର୍ବତନ ଯୁବମୋର୍ଚ୍ଚା ସମ୍ପାଦକ କ୍ରିଷ୍ଣା ବେହେରା, ଜୋନ୍‌ର ଯୁବନେତା ଦିଲୀପ ପାଳ ଓ ପୁରୁଣା କାର୍ଯ୍ୟକର୍ତ୍ତାମାନେ ପହଞ୍ଚତ୍ ଆମ ଜୋନ୍‌ର କର୍ମଶାଳାକୁ ଆମକୁ କାହିଁକି ଡକାଗଲାନାହିଁ। ୩୦ନଂ. ଜୋନ୍‌ରେ କାହିଁକି କର୍ମଶାଳା ହେଉଛି, ପୁରୁଣା କାର୍ଯ୍ୟକର୍ତ୍ତାଙ୍କୁ କାହିଁକି ଡକାଯାଉନାହିଁ ବୋଲି ପଚାରିଥିଲେ। ପୁରୁଣା କାର୍ଯ୍ୟକର୍ତ୍ତାଙ୍କ ବଦଳରେ କଂଗ୍ରେସ, ବିଜେଡିରୁ ଆସିଥିବା ନେତା ଓ କର୍ମୀମାନଙ୍କୁ ନେଇ କାହିଁକି କର୍ମଶାଳା ହେଉଛି ବୋଲି ପଚାରିବାରୁ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ କଥା କଟାକଟି ଆରମ୍ଭ ହୋଇଥିଲା। ବିବାଦ ଉଗ୍ରରୂପ ଧାରଣ କରି ଚେୟାର ଉଠାଇ ମାରପିଟ୍‌ ଯାଏ କଥା ଯାଇଥିଲା। କର୍ମଶାଳା ସ୍ଥଳରୁ କେରେଡ଼ାଗଡ଼-ରାଜନଗର ମୁଖ୍ୟ ରାସ୍ତା ଯାଏ ଗୋଡ଼େଇ ଗୋଡ଼େଇ ମାର୍‌ପିଟ ଚାଲିଥିଲା। ଯୁବମୋର୍ଚ୍ଚାର ପୂର୍ବତନ ସମ୍ପାଦକ କ୍ରିଷ୍ଣା ବେହେରାଙ୍କ ହାତ, ଛାତି ଓ ଅଣ୍ଡକୋଷରେ ଗୁରୁତର ଆଘାତ ଲାଗିଥିବାବେଳେ ମହୁଲିଆର ଗଗନ ବିହାରୀ ଦାସଙ୍କ ମୁଣ୍ଡ ଫାଟିଯାଇଛି। କୃଷ୍ଣ ରାଉତ ଓ ବଶିଷ୍ଠ ଜେନା ମଧ୍ୟ ଆହତ ହୋଇଛନ୍ତି। ଆହତ କ୍ରିଷ୍ଣାଙ୍କୁ ପଚାରିବାରେ ପୁରୁଣା କାର୍ଯ୍ୟକର୍ତ୍ତାଙ୍କୁ କାହିଁକି ଡକାଯାଇନି ବୋଲି ପଚାରିବାକୁ ଯାଇଥିଲୁ। ହେଲେ ଆମକୁ ବିଜେଡି, କଂଗ୍ରେସରୁ ଆସିଥିବା କେତେଜଣ କର୍ମୀ ସଂଘବଦ୍ଧ ଆକ୍ରମଣ କରିଥିଲେ। ଏଥିସହ ଦଳ ପାଇଁ ଦୀର୍ଘବର୍ଷ ଧରି ଖଟିଥିବା ପୁରୁଣା କାର୍ଯ୍ୟକର୍ତ୍ତାଙ୍କୁ ଅଣଦେଖା କରାଯାଉଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦଘାଟିତ, ତହସିଲଦାର…

ଦିଗପହଣ୍ଡି,୨୨ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ତହସିଲ ଓ ଏନଏସି ପ୍ରଶାସନ ପକ୍ଷରୁ ବଡଖେମୁଣ୍ଡି ହାଇସ୍କୁଲ ପରିସରରେ ଜାତୀୟ ଜନଗଣନା ୨୦୨୭ର…

ତାଲପାଲିପଡା ଶ୍ରୀରାମମନ୍ଦିର ବିଗ୍ରହ ପ୍ରତିଷ୍ଠା ଉତ୍ସବ ଆରମ୍ଭ, ଉତ୍ସବମୁଖର…

ବଲାଙ୍ଗୀର,୨୨ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ତାଲପାଲିପଡାରେ ପୁନଃନିର୍ମାଣ ହୋଇଥିବା ଶ୍ରୀରାମମନ୍ଦିରର ବିଗ୍ରହପ୍ରତିଷ୍ଠା ଉତ୍ସବ ରବିବାର ଠାରୁ ଆରମ୍ଭ ହୋଇଯାଇଛି । ଆୟୋଜକ କମିଟି ସହିତ ପଡାର ଶତାଧିକ…

ମଧ୍ୟପ୍ରାଚ୍ୟ ଯୁଦ୍ଧ: ମୋଦିଙ୍କ ଅଧ୍ୟକ୍ଷତାରେ ୩ଘଣ୍ଟା ଧରି ବସିଲା ଉଚ୍ଚସ୍ତରୀୟ ବୈଠକ, ତେଲ-ଗ୍ୟାସ ନେଇ ଦେଲେ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ…

ପଞ୍ଜାବ କିଙ୍ଗ୍ସକ ଦଳକୁ ନେଇ ବଡ଼ ମତ ରଖିଲେ ଇର୍ଫାନ ପଠାନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୨ା୩: ଭାରତର ପୂର୍ୱତନ ଅଲରାଉଣ୍ଡର ଇର୍ଫାନ ପଠାନଙ୍କ ମତରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ଏବେ ଉଚିତ ଦିଗରେ ଆଗଉଛି। ଦଳ ଅକ୍ସନରେ ଭଲ କରିବା ସହ ଚଳିତ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବସ୍‌ରେ ଚାଲାଣ ହେଉଥିଲା କଫସିରଫ: ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୨୨।୩(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ପୋଲିସ ରବିବାର ୟ୧୫ ସହ ବୋତଲ କଫସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri