ଜଣେ ଯୁବ ସଂଗଠକଙ୍କୁ ହରାଇଲା ଭାଜପା

କୋକସରା,୨।୬(ଡି.ଏନ୍‌.ଏ): କଳାହାଣ୍ଡି ଜିଲା କୋକସରା ବ୍ଲକ ଭାଜପା କୋକସରା ମଣ୍ଡଳର ଯୁବ ମୋର୍ଚ୍ଚା ସଭାପତି ବିନୋଦ ନାଏକଙ୍କ ଗୁରୁବାର ପରଲୋକ ଘଟିଛି। ତାଙ୍କ ବିୟୋଗରେ କଳାହାଣ୍ଡି ଭାଜପା କର୍ମକର୍ତ୍ତା ଶୋକ ବ୍ୟକ୍ତ କରିଛନ୍ତି । ବିନୋଦ ଜଣେ ଯୁବ ସଂଗଠକ ଭାବେ କୋକସରା ମଣ୍ଡଳରେ ଭାଜପାକୁ ତୃଣମୂଳସ୍ତରରେ ସଂଗଠିତ କରିବାକୁ ପ୍ରୟାସ ଜାରି ରଖିଥିଲେ। କର୍କଟ ରୋଗରେ ପୀଡିତ ଥିବା ବିନୋଦଙ୍କ ବିୟୋଗରେ ସାଥୀ ଓ ପରିଜନଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି।

ତାଙ୍କ ମୃତ୍ୟୁରେ କଳାହାଣ୍ଡି ଭାଜପା ଜିଲା ସଭାପତି ଦେବେନ୍ଦ୍ର ମହାନ୍ତି, ଜିଲା ସାଧାରଣ ସମ୍ପାଦକ ସୁଧୀର ରଞ୍ଜନ ପାଟ୍ଟଯୋଷୀ, ଏମ୍‌ପିଙ୍କ ପ୍ରତିନିଧି ସୁଧୀର କୁମାର ପାତ୍ରଙ୍କ ସମେତ ଭାଜପା କର୍ମକର୍ତ୍ତା ଶୋକ ବ୍ୟକ୍ତ କରିଛନ୍ତି।