Categories: ଜାତୀୟ

ମାର୍କେଟରେ ଭାଜପା ବିଧାୟକଙ୍କ ଝୁଲନ୍ତା ମୃତଦେହ: ହତ୍ୟା ସନ୍ଦେହ

କୋଲକାତା,୧୩।୭: ପଶ୍ଚିମବଙ୍ଗରେ ଭାଜପା ବିଧାୟକ ଦେବେନ୍ଦ୍ରନାଥ ରାୟଙ୍କ ଝୁଲନ୍ତା ମୃତଦେହ ମାର୍କେଟରୁ ଉଦ୍ଧାର କରାଯାଇଛି। ବିଧାୟକଙ୍କୁ ହତ୍ୟା କରାଯାଇଥିବା ନେଇ ଚର୍ଚ୍ଚା ହେଉଛି। ଉତ୍ତର ଦିନାଜପୁରର ହେମାଟାବାଡ଼ ଅଞ୍ଚଳରେ ଥିବା ମାର୍କେଟରେ ଏକ ଦୋକାନ ବାହାରେ ଦେବେନ୍ଦ୍ରଙ୍କ ମୃତ ଦେହ ଝୁଲୁଥିବା ଲୋକେ ସୋମବାର ସକାଳେ ଦେଖିଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଘରଠାରୁ ପ୍ରାୟ ଏକ କିମି ଦୂରରେ ଦେବେନ୍ଦ୍ରଙ୍କ ମୃତଦେହ ଝୁଲିଥିବା ପୋଲିସ କହିଛି। ରାତ୍ର ୧ଟାରେ କିଛି ଲୋକ ତାଙ୍କୁ ବାହାରକୁ ଡ଼ାକିନେଇଥିବା ପରିବାର ସଦସ୍ୟ କହିଛନ୍ତି।

Share