ଭାଜପା ଛାଡ଼ିଲେ କାଉନସିଲର

ପାରାଦୀପ, ୩୦ା୭ (ସ୍ବ.ପ୍ର.): ପାରାଦୀପ ପୌର ପରିଷଦ ୧୭ ନଂ. ୱାର୍ଡର ଭାଜପା କାଉନସିଲର ରୁନି ପରିଡା ଶୁକ୍ରବାର ସାରେ ସ୍ବାଧୀନ ସଙ୍ଗଠନ ଆମ ପାରାଦୀପ ଆମ ପ୍ରଗତିରେ ମିଶିଛନ୍ତି। ଏ ନେଇ ନୂଆବଜାରଠାରେ ମିଶ୍ରଣ ପର୍ବ ହୋଇଥିଲା। ସଙ୍ଗଠନ ମୁଖ୍ୟ ଅରିନ୍ଦମ ସର୍ଖେଲ (ବାପି), କାଉନସିଲର କେ, ଜଗନ୍ନାଥ ରାଓ, ଛବିଲତା ରାଉତ ପ୍ରମୁଖ ଉପସ୍ଥିତ ଥିଲେ।ଭାଜପା ସ୍ଥାନୀୟ ନେତାଙ୍କ ମନମାନି ଦ୍ୱାରା ସେ ପ୍ରତାରିତ ହେବାରୁ ଦଳ ଛାଡି ଏପିଏପିରେ ସାମିଲ ହେଲେ ବୋଲି ରୁନି କହିଛନ୍ତି। ତାଙ୍କ ୱାର୍ଡରେ ଦୁଇଜଣ କେନ୍ଦ୍ରମନ୍ତ୍ରୀ ଆସି ବୈଠକ କରିଥିଲେ। ସେତେବେଳେ ତାଙ୍କୁ ଅଣଦେଖା କରାଯାଇଥିଲା ବୋଲି ସେ କହିଥିଲେ। ଅପରପକ୍ଷେ ସର୍ଖେଲ ସୂଚନା ଦେଇଛନ୍ତି ଯେ, ରୁନି ଆମ ସହ ମିଶିବା ପରେ ଆମର କାଉନସିଲର ସଂଖ୍ୟା ବୃଦ୍ଧି ପାଇଛି। ସେହି ଅନୁସାରେ ପୌରାଞ୍ଚଳର ବିକାଶ ମୂଳକ କାମ ତ୍ୱରାନ୍ବିତ ହେବ। ସୂଚନାଯୋଗ୍ୟ, ଏପ୍ରିଲରେ ହୋଇଥିବା ପୌର ନିର୍ବାଚନରେ ପୌରାଞ୍ଚଳର ୧୯ଟି ୱାର୍ଡ ମଧ୍ୟରୁ ବିଜେଡି ୭, କଂଗ୍ରେସ ୧, ଭାଜପା ୩ ଓ ଏପିଏପି ୮ଟି ଆସନ ପାଇଥିଲା।