ଭାଜପା ନେତା ଶୁଣିଲେ ପ୍ରଧାନମନ୍ତ୍ରୀଙ୍କ ‘ମନ୍‌ କି ବାତ୍‌’

ବେଗୁନିଆପଡ଼ା,୨୭ା୧୧(ଡି.ଏନ୍‌.ଏ.): ରବିବାର ପ୍ରଧାନମନ୍ତ୍ରୀଙ୍କ ୯୫ତମ ମନ କି ବାତ୍‌ କାର୍ଯ୍ୟକ୍ରମକୁ ଭାଜପା ନେତା ଶୁଣିଛନ୍ତି। ଗଞ୍ଜାମ ଜିଲ୍ଲା କୋଦଳା ନିକଟସ୍ଥ ଝାଡ଼େଶ୍ବରଠାରେ ଆୟୋଜିତ ହୋଇଥିଲା ଏହି ସ୍ବତନ୍ତ୍ର କାର୍ଯ୍ୟକ୍ରମ। ଏଥିରେ ଗଞ୍ଜାମ ଜିଲା ଭାଜପା ସଭାପତି ବିଭୂତି ଜେନା, ରାଜ୍ୟ ଉପସଭାପତି ଅନୀତା ଶୁଭଦର୍ଶନୀ, ଜିଲା ସାଧାରଣ ସମ୍ପାଦକ ଅନୀଲ ପଣ୍ଡା, ସମ୍ପାଦକ ଯଜ୍ଞ ନାରାୟଣ ଦାସ, କାର୍ଯ୍ୟକାରିଣୀ ସଦସ୍ୟ ଅରୁଣ କୁମାର ପଣ୍ଡା, କାର୍ଯ୍ୟକାରିଣୀ ୨୨ ସଦସ୍ୟା ଭାରତୀ ବେହେରା, କୋଦଳା ଏନ୍‌ଏସି ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ନାୟକ, ଉପାଧ୍ୟକ୍ଷା ରଞ୍ଜିତା ସେଠୀଙ୍କ ସମେତ ବହୁ ନେତା ଓ ଅନ୍ୟ ସଦସ୍ୟ ସାମିଲ ହୋଇଥିଲେ। ଏହି କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଥମରୁ ଜି ୨୦ ସମ୍ମିଳନୀ କଥା କହିଛନ୍ତି ମୋଦି। ଭାରତ ଜି୨୦ ସମ୍ମିଳନୀର ସଭାପତିତ୍ୱ କରିବାକୁ ନେଇ ସେ ଗର୍ବ ଅନୁଭବ କରୁଛନ୍ତି ବୋଲି କହିଛନ୍ତି। ଏହାସହ ଖୁବଶୀଘ୍ର ‘ମନ୍‌ କି ବାତ୍‌’ କାର୍ଯ୍ୟକ୍ରମ ୧୦୦ ତମ ଅଧ୍ୟାୟ ପୂରଣ କରିବାକୁ ଯାଉଛି ବୋଲି ସେ କହିଛନ୍ତି।
ଆମକୁ ବିଶ୍ବର ମଙ୍ଗଳ ଉପରେ ଧ୍ୟାନ ଦେବାକୁ ପଡ଼ିବ। ଶାନ୍ତି, ଏକତା ଏବଂ ନିରନ୍ତର ବିଶ୍ବାସ ରଖିବା ଉଚିତ୍‌। ଯାହା ଫଳରେ ଆମ ସମସ୍ୟାର ସମାଧାନ ହୋଇପାରିବ। ଚଳିତ ଥରର ଥିମ ରହିଛି, ଆମେ ‘ଗୋଟିଏ ପୃଥିବୀ, ଗୋଟିଏ ପରିବାର, ଗୋଟିଏ ଭବିଷ୍ୟତ’ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ।