ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ଭାଜପା ନେତା

ଗଞ୍ଜାମ,୭।୭(ବିଦ୍ୟାଧର ସାହୁ ): ଆସନ୍ତା ସାଧାରଣ ନିର୍ବାଚନ ପାଇଁ ଛତ୍ରପୁର ନିର୍ବାଚନମଣ୍ଡଳୀ ଭାଜପା ନେତା ଓ କର୍ମୀ ପ୍ରସ୍ତୁତି ଆରମ୍ଭ କରିଦେଲେଣି। ଏହି ଅବସରରେ ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମା ପାଦୁକାଇ ମନ୍ଦିର ପ୍ରାଙ୍ଗଣରେ ଭାଜପା ପକ୍ଷରୁ ଗରିବ କଲ୍ୟାଣ ସମାବେଶ ଶୁକ୍ରବାର ଅନୁଷ୍ଠିତ ହୋଇଛି। ଏଥିରେ ରାଜ୍ୟ ସରକାରଙ୍କ ଉପରେ ଭାଜପା ନେତା ବର୍ଷିଛନ୍ତି। ଏହି ସମାବେଶରେ ହୁମା ପଞ୍ଚାୟତ ସମିତିସଭ୍ୟ ତଥା ମଣ୍ଡଳ ସଭାପତି ଧ୍ରୁବ ଚରଣ ପଲାଇ ସଭାପତିତ୍ୱ କରିଥିଲେ। ମୁଖ୍ୟ ଅତିଥି ଭାବେ ଭାଜପା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ଏସ୍‌ସି ମୋର୍ଚ୍ଚା ଗଞ୍ଜାମ ଜିଲା ସଭାପତି ପ୍ରଶାନ୍ତ କୁମାର କର, ଛତ୍ରପୁର ନିର୍ବାଚନମଣ୍ଡଳୀ ପ୍ରଭାରୀ ସୁବାଷ ଚନ୍ଦ୍ର ସାହୁ, ପୂର୍ବତନ ଗଞ୍ଜାମ ବ୍ଲକ ଅଧକ୍ଷ ତଥା ଓବିସି ସମ୍ପାଦକ ପ୍ରଶାନ୍ତ କୁମାର ନାୟକ ପ୍ରମୁଖ ଉପସ୍ଥିତଥିଲେ।