ଭାଜପା ପୋଲିସକୁ ହାତବାରିଶି କରି ଗଣତନ୍ତ୍ରକୁ ହତ୍ୟା କରିଛି: ବିଜେଡି

ଭୁବନେଶ୍ୱର,୧୨ା୧(ଅନିଲ ଦାସ):କିର୍ମିରା ଅନାସ୍ଥା ଭୋଟରେ ପରାଜୟ ନିଶ୍ଚିତ ଜାଣି ଭାଜପା ନିର୍ବାଚନ ନ କରାଇ ଦେବା ପାଇଁ ଷଡ଼ଯନ୍ତ୍ର କରିଛି ବୋଲି ବିଜେଡି ଅଭିଯୋଗ କରିଛି। ଏଥିରେ ଓଡ଼ିଶା ଓ ଛତିଶଗଡ଼ ପୋଲିସକୁ ସାମିଲ କରାଯାଇଛି ବୋଲି ଶଙ୍ଖଭବନଠାରେ ଶନିବାର ଖବରଦାତା ସମ୍ମିଳନୀରେ ରାଜ୍ୟ ସଭା ସଦସ୍ୟ ସସ୍ମିତ ପାତ୍ର ଓ ଝାରସୁଗୁଡ଼ାର ପୂର୍ବତନ ବିଧାୟିକା ଦୀପାଳି ଦାସ କହିଛନ୍ତି। ଭାଜପା ସରକାର ପଞ୍ଚାୟତ ପ୍ରତିନିଧିଙ୍କୁ ପୋଲିସ ଦ୍ୱାରା ଜୋରଜବରଦସ୍ତ ଅଟକ ରଖି ସେମାନଙ୍କୁ ଅନାସ୍ଥା ଭୋଟରୁ ବିରତ ରଖିଥିଲେ। ନିର୍ବାଚିତ ପ୍ରତିନିଧିମାନେ ସ୍ବଇଚ୍ଛାରେ ଆସିଛନ୍ତି ବୋଲି ଲିଖିତ ଭାବେ ଜଣାଇଥିଲେ ମଧ୍ୟ ସେମାନଙ୍କୁ ଛାଡ଼ି ନ ଥିଲେ ବୋଲି ସେ କହିଛନ୍ତି। ଦୀପାଳି ପୁଣି କହିଛନ୍ତି, ପ୍ରଥମେ ସେମାନେ ଅନାସ୍ଥା ଭୋଟ ନ ହେଉ ବୋଲି ଚାହୁଁଥିଲେ। ସେଥିପାଇଁ କିର୍ମିରା ପଞ୍ଚାୟତର ଦୁଇ ତୃତୀୟାଂଶ ପଞ୍ଚାୟତ ପ୍ରତିନିଧି ଅନାସ୍ଥା ନୋଟିସ ଦେବାସତ୍ତ୍ୱେ ପ୍ରଶାସନ ଅନାସ୍ଥା ଭୋଟ କରିବା ପାଇଁ ଟାଳଟୁଳ ନୀତି ଅବଲମ୍ବନ କରୁଥିଲା। ଉଚ୍ଚ ନ୍ୟାୟାଳୟ ଏହି ମାମଲାରେ ହସ୍ତକ୍ଷେପ କରି ଜାନୁଆରୀ ୧୦ ସୁଦ୍ଧା ନିର୍ବାଚନ କରିବା ପାଇଁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ। ନିର୍ବାଚନ ଆସନ୍ନ ଜାଣି ଗୁଣ୍ଡାମାନଙ୍କ ଦ୍ୱାରା ପଞ୍ଚାୟତ ପ୍ରତିନିଧିମାନଙ୍କୁ ଭୟଭୀତ କରିବାକୁ ଚେଷ୍ଟା କରାଯାଇଥିଲା ା ସମସ୍ତ ଉଦ୍ୟମ ବିଫଳ ହେବା ପରେ ପୋଲିସକୁ ଗୁଣ୍ଡା ଭୂମିକାରେ ନିୟୋଜିତ କରାଯାଇଥିଲା। ଲଇକେରା ଆଇଆଇସି ଆମ କଲ୍ୟାଣମଣ୍ଡପକୁ ବିନା ସର୍ଚ୍ଚୱାରେଣ୍ଟରେ କେତେକ ଅସାମାଜିକ ବ୍ୟକ୍ତିଙ୍କ ସହ ଯାଇ ସର୍ଚ୍ଚ କରିଥିଲେ, ଯେଉଁଥିରୁ ସରକାରରେ ଥିବା ଦଳର ଅସହାୟତା ସ୍ପଷ୍ଟ ବାରି ହୋଇପଡୁଛି। ପରେ ଓଡ଼ିଶା ପୋଲିସର ଏକ ଟିମ୍‌ ଛତିଶଗଡ଼ ଯାଇ ସେମାନଙ୍କୁ ଜୋରଜବରଦସ୍ତ ଅଟକ ରଖିଥିଲା ଓ ସେମାନଙ୍କୁ ଛତିଶଗଡ଼ ପୋଲିସକୁ ହସ୍ତାନ୍ତର କରିଥିଲା। ସେମାନଙ୍କୁ ଅଟକ ରଖାଯାଇଛି ବୋଲି ଜାଣିବା ପରେ ମୁଁ ମୋର ଭାଇ ବିଶାଲ ଦାସଙ୍କୁ ସେଠାକୁ ପଠାଇଥିଲି, କିନ୍ତୁ ପୋଲିସ ତାଙ୍କୁ ମଧ୍ୟ ଅଟକ ରଖିଥିଲା। ୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ସେମାନଙ୍କୁ ଅଟକ ରଖାଯାଇଥିଲା। ଭାଜପା ପୋଲିସକୁ ହାତବାରିଶି କରି ଗଣତନ୍ତ୍ରକୁ ହତ୍ୟା କରିଛି। ଭାଜପାର ସତ୍‌ସାହସ ଥିଲେ ୨ଦିନ ଭିତରେ ନିର୍ବାଚନ କରନ୍ତୁ ବୋଲି ଦୀପାଳି କହିଛନ୍ତି ।
ଜନତା ଦଳର ରାଜ୍ୟ ସଭା ସଦସ୍ୟ ସସ୍ମିତ ପାତ୍ର କହିଛନ୍ତି, ଦଳର ସଭାପତି ତଥା ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ଦଳ ତରଫରୁ ଏକ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍‌ ଗଠନ କରିଛନ୍ତି। ଦଳର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ନେତୃତ୍ୱରେ ଏହି ଟିମ୍‌ ଗଠିତ ହୋଇଛି ।
ଖୁବ୍‌ଶୀଘ୍ର ଏହି ଟିମ୍‌ ସେଠାକୁ ଯିବ ଏବଂ ସମଗ୍ର ଘଟଣାର ତଥ୍ୟ ସଂଗ୍ରହ କରି ଦଳର ସଭାପତିଙ୍କ ନିକଟରେ ଉପସ୍ଥାପନ କରିବ ବୋଲି ପାତ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri