‘ଅପାରଗତାରେ ଭାଜପା ଦେଶରେ ୧ ନମ୍ବର’

ଭୁବନେଶ୍ୱର, ୭।୧(ସୁନିତ୍‌ ମିଶ୍ର): ବାଣପୁରରେ ଆଦର୍ଶ ବିଦ୍ୟାଳୟ ଭିତ୍ତିପ୍ରସ୍ତର ସ୍ଥାପନ ସଭାରେ ଉଦ୍‌ବୋଧନ ଦେବା ସମୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୂର୍ବ ସରକାରରେ ୫-ଟି ସ୍କୁଲ ନାଁରେ ଦୁର୍ନୀତି ହୋଇଛି ବୋଲି ଦେଇଥିବା ମନ୍ତବ୍ୟ ଉପରେ ବିଜେଡି ତୀବ୍ର ପ୍ରତିକ୍ରିୟା ରଖିଛି। ମୁଖ୍ୟମନ୍ତ୍ରୀ ଓ ତାଙ୍କ ସରକାର କେବଳ ନିଜର ବିଫଳତାକୁ ଲୁଚାଇବାକୁ ଯାଇ ବାରମ୍ବାର ପୂର୍ବ ସରକାରଙ୍କ ବିଫଳତା ବା ଦୁର୍ନୀତି କଥା କହୁଛନ୍ତି। ମୋହନ ସରକାରଙ୍କ ଏହି ମିଛକୁ ରାଜ୍ୟବାସୀ ବୁଝିଗଲେଣି ବୋଲି ବିଜେଡି କହିଛି। ବିଜେଡି ପକ୍ଷରୁ ଜାରି କରାଯାଇଥିବା ପ୍ରେସ୍‌ ବିବୃତିରେ ଦଳର ମୁଖପାତ୍ର ଲେନିନ୍‌ ମହାନ୍ତି କହିଛନ୍ତି, ଗତ ୧୮ ମାସର ଶାସନରେ ସମସ୍ତ କ୍ଷେତ୍ରରେ ଭାଜପା ସରକାରଙ୍କ ବିଫଳତା ଶିଖର ଛୁଇଁଲାଣି। ବହୁ ବଡ଼ ବଡ଼ କଥା କହି ଓ ପୂର୍ବ ସରକାରଙ୍କ ନଁାରେ ବିଭିନ୍ନ ମିଥ୍ୟା ଅଭିଯୋଗ ଆଣି ଭାଜପା କ୍ଷମତା ହାତେଇବାକୁ ସକ୍ଷମ ହୋଇଥିଲା। ହେଲେ ଭାଜପା ସରକାରଙ୍କ ଅପାରଗପଣିଆ ଓ ବିଫଳତା ଏବେ ହାଟରେ ପଡ଼ି ଦାଣ୍ଡରେ ଗଡୁଛି। ରାଜ୍ୟକୁ ୧ ନମ୍ବର କରିବ ବୋଲି ଦାବିକରି କ୍ଷମତାକୁ ଆସିଥିବା ଭାଜପା ସରକାର ଏବେ ଅପାରଗତାରେ ଦେଶରେ ୧ ନମ୍ବର ହୋଇଛି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ ବୋଲି ଲେନିନ୍‌ କହିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସୁନା କିଣିବାକୁ ନେଇ ଆସିଲା ନୂଆ ନିୟମ, ୧ ଏପ୍ରିଲରୁ ବଡ଼ ପରିବର୍ତ୍ତନ…

ନୂଆଦିଲ୍ଲୀ,୨୭।୨: ସୁନା କେବଳ ଏକ ଧାତୁ ନୁହେଁ, ଏହା ଭାରତୀୟଙ୍କ ପାଇଁ ଏକ ଭାବପ୍ରବଣ। ଆମ ମଧ୍ୟରୁ ଅଧିକାଂଶ ଏହାକୁ ଆମର ପୋର୍ଟଫୋଲିଓର ସବୁଠାରୁ ସୁରକ୍ଷିତ ଅଂଶ…

ମଙ୍ଗଳବାର ଚନ୍ଦ୍ରଗ୍ରହଣ: ଏହି ରାଶି ଉପରେ ପଡିବ ବଡ଼ ପ୍ରଭାବ, ଗ୍ରହଣ ସମୟରେ କ’ଣ କରିବେ ଜାଣନ୍ତୁ…

ଆସନ୍ତା ମାର୍ଚ୍ଚ ୩ ତାରିଖ ୨୦୨୬ ଫାଲଗୁନ ପୂର୍ଣ୍ଣିମା (ଦୋଳ ପୂର୍ଣ୍ଣିମା)ମଙ୍ଗଳବାର ଦିନ କେତୁ ଗ୍ରାସ ଚନ୍ଦ୍ରଗ୍ରହଣ, ଗ୍ରହଣ ସ୍ପର୍ଶ ପୂର୍ବାହ୍ନ ୩.୨୦ ଘଟିକା ରହିଛି ।…

ଦୀପିକାଙ୍କ ହାତରୁ ଗଲା ବଡ଼ ପ୍ରୋଜେକ୍ଟ

ଅଭିନେତ୍ରୀ ଦୀପିକା ପାଦୁକୋଣ ମା’ ହେବାପରେ ସମ୍ପୂର୍ଣ୍ଣ ବଦଳିଯାଇଛନ୍ତି। ସେ ଏବେ ଝିଅ ଦୁଆ ସହ ସମୟ ବିତାଉଛନ୍ତି। ମା’ ହେବା ପରଠାରୁ ସେ କୌଣସି ଫିଲ୍ମରେ…

ବିୟୁଟିପାର୍ଲରରେ ଲାଗିଲା ଭୟଙ୍କର ନିଆଁ, ଧୂଆଁ ଦେଖି…

ବୌଦ୍ଧ,୨୭ା୨(ଅଜିତ କୁମାର ବାରିକ): ବୌଦ୍ଧ ସହରର ଖାଲିଆ ବଗିଚାଠାରେ ଏକ ବିୟୁଟିପାର୍ଲରରେ ଶୁକ୍ରବାର ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ସମ୍ପତ୍ତି ନଷ୍ଟ ହୋଇଥିବା ଜଣାପଡ଼ିଛି। ସୂଚନା ମୁତାବକ ଖାଲିଆ…

୬୦ ପ୍ରତିଶତ ପାର ହେବ କେନ୍ଦ୍ର କର୍ମଚାରୀଙ୍କ DA! ଆସନ୍ତା ମାସରେ ହୋଇପାରେ ବଡ଼ ଘେଷଣା, ମିଳିବ ଏତିକି ମାସର ଏରିୟର

ନୂଆଦିଲ୍ଲୀ,୨୭।୨: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ମହଙ୍ଗା ଭତ୍ତା (DA) ସମ୍ପର୍କରେ କିଛି ଗୁରୁତ୍ୱପୂର୍ଣ୍ଣ ଆଶ୍ୱସ୍ତି ମିଳିଛି। ଡିସେମ୍ବର ୨୦୨୫ ପାଇଁ CPI-IW (ଉଦ୍ୟୋଗିକ…

ରଶ୍ମିକା-ବିଜୟ ଦେବରକୋଣ୍ଡାଙ୍କ ମୋଟ ସମ୍ପତ୍ତି କେତେ? ଫିଲ୍ମ ବ୍ୟତୀତ ଏଠାରୁ କମାନ୍ତି ମୋଟାଅଙ୍କର ଟଙ୍କା…

ମୁମ୍ୱାଇ: ରଶ୍ମିକା ମନ୍ଦାନା ଏବଂ ବିଜୟ ଦେବରକୋଣ୍ଡା ଫେବୃଆରୀ 26 ତାରିଖରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଏହାକୁ ବର୍ଷର ସବୁଠାରୁ ଚର୍ଚ୍ଚିତ ସେଲିବ୍ରିଟି ବିବାହ ମଧ୍ୟରୁ…

RBI ଛୁଟି ତାଲିକା, କାଲିଠୁ ଲଗାତାର୍ ପାଞ୍ଚଦିନ ବ୍ୟାଙ୍କ ବନ୍ଦ!

ନୂଆଦିଲ୍ଲୀ,୨୭।୨: ଯଦିି କୌଣସି ବ୍ୟାଙ୍କ କାମ ଥାଏ, ତାହେଲେ ଶୀଘ୍ର ଶେଷ କରିବା ଜରୁରୀ । ଶନିବାର ଠାରୁ ଲଗାତାର ପାଞ୍ଚଦିନ ବନ୍ଦ ରହିବ ବ୍ୟାଙ୍କ ।…

ଦୋଷମୁକ୍ତ ହେବା ପରେ ବି ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି କେଜରିଓ୍ବାଲ-ସିସୋଡିଆ? ହାଇକୋର୍ଟ ଯିବାକୁ ପ୍ରସ୍ତୁତ ହେଲାଣି CBI

ନୂଆଦିଲ୍ଲୀ,୨୭।୨: ଦିଲ୍ଲୀ ସରକାରଙ୍କ ପୂର୍ବ ଅବକାରୀ (ମଦ) ନୀତି ସହିତ ଜଡିତ ଅଭିଯୋଗ ଘୋଟାଲାରେ ଶୁକ୍ରବାର ଏକ ବଡ଼ ଘଟଣା ଘଟିଛି। ଦିଲ୍ଲୀର ରାଉଜ ଆଭେନ୍ୟୁ କୋର୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri