Posted inଜାତୀୟ

ଭାଜପା ମୁସଲମାନମାନଙ୍କ ବିରୋଧୀ ନୁହେଁ , ମୌଳବାଦୀ ମାନସିକତା ବିରୋଧୀ: ସୁଧାଶୁଂ ତ୍ରିବେଦୀ…

ବୁରହାନପୁର,୯।୧୦ : ଭାଜପା ମୁଖପାତ୍ର ତଥା ରାଜ୍ୟସଭା ସଦସ୍ୟ ସୁଧାଶୁଂ ତ୍ରିବେଦୀ ମଧ୍ୟପ୍ରଦେଶର ନିମାଡ ଅଞ୍ଚଳ ଗସ୍ତରେ ଯାଇ ବୁରହାନପୁରରେ ଦଳର ସମ୍ମିଳନୀରେ ସେ କହିଛନ୍ତି କିଛି ଲୋକ କହୁଛନ୍ତି ଆମେ ମୁସଲମାନମାନଙ୍କ ବିରୁଦ୍ଧରେ କହୁଛୁ। ମୁଁ କହିବାକୁ ଚାହେଁ ଭାଜପା ମୁସଲମାନମାନଙ୍କ ବିରୁଦ୍ଧରେ ନୁହେଁ ବରଂ ମୌଳବାଦୀ ମାନସିକତା ବିରରୋଧୀ। ଭାଜପା ସର୍ବଦା ଦେଶପ୍ରେମୀ ମୁସଲମାନମାନଙ୍କୁ ସମ୍ମାନ କରେ।

ଯଦି ଏହା ନ ହୋଇଥାନ୍ତା ତେବେ ଡ.ଏପିଜେ ଅବଦୁଲ କଲାମଙ୍କୁ ରାଷ୍ଟ୍ରପତି କରାଯାଇ ନ ଥାନ୍ତା। କଂଗ୍ରେସର ନାମ ନନେଇସେ କହିଛନ୍ତି ଯେଉଁମାନେ ଆଫଜାଲ ଗୁରୁ, ଛୋଟା ଶକିଲଙ୍କ ଭଳି ଲୋକଙ୍କୁ ପସନ୍ଦ କରୁଛନ୍ତି ସେମାନେ ଏଭଳି ଅଭିଯୋଗ କରୁଛନ୍ତି। ଖାର୍ଗୋନରେ ସେ କହିଛନ୍ତି ଉନବିଂଶ ଶତାବ୍ଦୀରେ ବ୍ରିଟିଶ ରାଜ ଥିଲା, ବିଂଶ ଶତାବ୍ଦୀରେ ଥିଲା କଂଗ୍ରେସ ରାଜ ଏବଂ ଏକବିଂଶ ଶତାବ୍ଦୀ ଏବେ ଭାଜପାର ଅଟେ। ଭୋଟ ଦେବା ପାଇଁ ଆପଣଙ୍କ ଆଙ୍ଗୁଠିକୁ ସଠିକ ଭାବରେ ବ୍ୟବହାର କରନ୍ତୁ। ଆମେ ବିଶ୍ୱ ଗୁରୁ ହେବାକୁ ଯାଉଛୁ।

କଂଗ୍ରେସ ଉଦ୍ଦେଶ୍ୟରେ ସେ କହିଛନ୍ତି ପୂର୍ବରୁ ଶାନ୍ତି କପୋତ ଉଡାଯାଉଥିଲା। ଚାଇନା ପୂର୍ବରୁ ଆମର ଯୁଦ୍ଧ ବିମାନ ଥିଲା, କିନ୍ତୁ ୧୯୬୨ ଯୁଦ୍ଧରେ କଂଗ୍ରେସ ଏହାକୁ ବ୍ୟବହାର କରି ନ ଥିଲା। ସ୍ବାଧୀନତା ପରେ ବ୍ରିଟିଶମାନେ ଭାରତରେ ବର୍ଷେ ଦୁଇ ବର୍ଷ ରହିଲେ। ଜଣେ ବ୍ରିଟିଶ ଦୁଇ ବର୍ଷ ଧରି ଭାରତର କମାଣ୍ଡର ଥିଲେ କାହିଁକି? ଏହି ପ୍ରଶ୍ନଗୁଡିକର ଉତ୍ତର ଦିଆଯାଇ ନାହିଁ। ଇଣ୍ଡିଆ ମେଣ୍ଟ ନେଇ ସେ କହିଛନ୍ତି କିଛି ଲୋକଙ୍କ କାମ ଖରାପ ହେଲେ ସେମାନେ ସେମାନଙ୍କର ନାମ ପରିବର୍ତ୍ତନ କରନ୍ତି। ୨୦୦୪ ରେ ୟୁପିଏ ଗଠନ କରାଯାଇଥିଲା। ବର୍ତ୍ତମାନ ନାମକୁ ଇଣ୍ଡିଆରେ ପରିବର୍ତ୍ତନ କରାଯାଇଛି। ସେ କହିଛନ୍ତି ତାଙ୍କ ସହଯୋଗୀ ଦଳର ଲୋକମାନେ ମଧ୍ୟ ଏହାର ସମ୍ପୂର୍ଣ୍ଣ ନାମ ଜାଣନ୍ତି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଭରଣପୋଷଣ ଦୟା ନୁହେଁ, ସ୍ତ୍ରୀଙ୍କ ଅଧିକାର: ହାଇକୋର୍ଟଙ୍କ ଐତିହାସିକ ରାୟ

ନୂଆଦିଲ୍ଲୀ,୧୭।୨: ସ୍ତ୍ରୀଙ୍କୁ ଭରଣପୋଷଣ ଦେବା କୌଣସି ଦୟା କିମ୍ବା ଦାନ ନୁହେଁ, ବରଂ ଏହା ସେମାନଙ୍କର ଏକ ଆଇନଗତ ଅଧିକାର। ଏକ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି କରି…

ଡିଜିଟାଲ୍ ଯୁଗରେ ବି କ୍ୟାଶ୍‌ର କମାଲ୍: ବଜାରରେ ୪୦ ଲକ୍ଷ କୋଟି ଅତିକ୍ରମ କଲା ନଗଦ ଟଙ୍କା

ନୂଆଦିଲ୍ଲୀ,୧୭।୨: ଦେଶରେ ଡିଜିଟାଲ୍ ପେମେଣ୍ଟ ବା UPI କାରବାରରେ ବ୍ୟାପକ ବୃଦ୍ଧି ପାଇବାରେ ଲାଗିଛି। ଏହାରି ମଧ୍ୟରେ ଭାରତୀୟ ଅର୍ଥନୀତିରେ ନଗଦ ଟଙ୍କାର ପ୍ରଚଳନ ଏକ ନୂଆ…

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ପାକିସ୍ତାନ ପାଇଁ BCCI ସହିବ କ୍ଷତି! ଭାରତରୁ ଛଡ଼ାଇ ନିଆଯାଇପାରେ ବଡ଼ ଟୁର୍ଣ୍ଣାମେଣ୍ଟ

ନୂଆଦିଲ୍ଲୀ,୧୭।୨: କ୍ରିକେଟ୍ ପ୍ରେମୀଙ୍କ ପାଇଁ ଏକ ଚିନ୍ତାଜନକ ଖବର। ଭାରତ ଓ ପାକିସ୍ତାନ ମଧ୍ୟରେ ଲାଗି ରହିଥିବା ସୀମା ବିବାଦର ପ୍ରଭାବ ଏବେ କ୍ରିକେଟ୍ ମୈଦାନ ଉପରେ…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

କଲେଜ ଯାଇଥିବା ବେଳେ ଛାତ୍ରୀଙ୍କୁ ଅପହରଣ କରି ୫ ଦିନ ଧରି ବଳାତ୍କାର, ଜେଲ ହାଜତକୁ ଗଲେ …

ଦିଗପହଣ୍ଡି,୧୭।୨(ଅଶେଷ  ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର ଏକ କଲେଜରେ ଯୁକ୍ତ ୨ ଦିତୀୟ ବର୍ଷ କଳା ଶ୍ରେଣୀରେ ପଢୁଥିବା ୧୭ ବର୍ଷର ଛାତ୍ରୀଙ୍କୁ ଅପହରଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri